ସୋନମ ରଘୁବଂଶୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ବସ୍ତି । ସୁପ୍ରିମକୋର୍ଟ ସ୍ୱାମୀ ରାଜା ରଘୁବଂଶୀଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୋନମ ରଘୁବଂଶୀଙ୍କୁ ଦିଆଯାଇଥିବା ଜାମିନ ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଦେଇଛନ୍ତି । ନିମ୍ନ ଅଦାଲତ ଏବଂ ମେଘାଳୟ ହାଇକୋର୍ଟ ପରେ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ମିଳିଛି । ମେଘାଳୟ ପୋଲିସର ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ, ସୋନମଙ୍କ ବିରୋଧରେ ଥିବା ଅଭିଯୋଗଗୁଡ଼ିକ ଅତ୍ୟନ୍ତ ସଂଗୀନ ଏବଂ ଏହାର ବିସ୍ତୃତ ଯାଞ୍ଚ ଆବଶ୍ୟକ, ମାତ୍ର […]
ବର୍ଷା ପାଇଁ ଆଲର୍ଟରେ ଅଗ୍ନିଶମ ବାହିନୀ । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସହ ବ୍ୟାପକ ସରଞ୍ଜାମ ମୁତୟନ ।ତିନୋଟି ରେଞ୍ଜ୍ରେ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି ।ବନ୍ୟା ଲାଗି ୩୨୪ ବୋଟ ରଖାଯାଇଛି । ଏହାସହିତ ୩,୧୪୩ ଲାଇଭ ଜ୍ୟାକେଟ ଏବଂ ୨,୭୧୨ ଉଦ୍ଧାରକାରୀ ଜଳ ଘେରିରୁ ଉଦ୍ଧାର ଲାଗି ମୁତୟନ ରହିଛନ୍ତି । ତଳି ଅଞ୍ଚଳ, ଜଳ ନିଷ୍କାସନ ଲାଗି ୩୫୨ ପମ୍ପ ରହିଛି। ପ୍ରବଳ ବର୍ଷା ଯୋଗୁଁ ଘର ଭୁସୁଡ଼ିବା ଏବଂ ଗଛ […]
ଭାରତୀୟଙ୍କ ପ୍ରଥମ ପସନ୍ଦ ଭାତ ଓ ଡାଲି ହୋଇଥାଏ । ଆପଣ ବିଭିନ୍ନ ପ୍ରକାର ଡାଲି ଖାଇଥିବେ। ହରଡ, ମୁଗ, ମସୁର, ବୁଟ ଇତ୍ୟାଦି ଡାଲି ନିଶ୍ଚିତ ଖାଇଥିବେ । ଯାହା ଆମକୁ ଅନେକ ପ୍ରୋଟିନ ଯୋଗାଇଥାଏ । କିନ୍ତୁ ଏହିସବୁ ଡାଲି ବ୍ୟତୀତ କୋଳଥ ଡାଲି ମଧ୍ୟ ରହିଛି । ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ହୋଇଥାଏ ।
ରାଜ୍ୟରେ ସୁଦୃଢ଼ ହେବ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା। ଏଥିପାଇଁ ୪ଟି ସହରରେ ଲାଗିବ ଡପଲର୍ ରାଡାର। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସମ୍ବଲପୁରରେ ଡପଲର ରାଡାର ସ୍ଥାପନ କାମ ପ୍ରାୟତଃ ଶେଷ ହୋଇଗଲାଣି । ଖୁବ୍ଶୀଘ୍ର ଏହାର ଉଦଘାଟନ କରାଯିବ । ସେହିପରି ବାଲେଶ୍ୱରରେ ପ୍ରସ୍ତାବିତ ଡପଲର ରାଡାର କାମ ମଧ୍ୟ ଶୀଘ୍ର ଶେଷ ହେବ । ଭୁବନେଶ୍ୱର ଓ ପୁରୀରେ ଡପଲର ରାଡାରକୁ […]
ଭୁବନେଶ୍ୱରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିନିକିଆ ଦିଲ୍ଲୀ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ । ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା କଲେ ଉଭୟ ନେତା । ଓଡ଼ିଶାର ପ୍ରଗତି, ସମୃଦ୍ଧ ଓଡ଼ିଶା ଗଠନ ନେଇ ସକରାତ୍ମକ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ |ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି କୁହାଯାଉଛି, ତେବେ ଏହି ଅବସରରେ ଓଡ଼ିଶାର ପ୍ରଗତି, ସାଙ୍ଗଠନିକ ସୁଦୃଢ଼ୀକରଣ ଏବଂ ଆଗାମୀ […]
ଗତ ଜୁନ୍ ୨୪ ତାରିଖରେ ଭେନେଜୁଏଲାରେ ଘଟିଥିବା ଭୟଙ୍କର ଭୂମିକମ୍ପ ପରେ ଏକ ଅଦ୍ଭୁତ ଦୃଶ୍ୟ ସାମ୍ନାକୁ ଆସିଛି। ଭୂମିକମ୍ପ ପରେ ଭାଙ୍ଗିପଡ଼ିଥିବା ଏକ କୋଠାର ଧ୍ୱଂସସ୍ତୂପ ତଳେ ପ୍ରାୟ ୮ ଦିନ ଧରି ଫସି ରହିଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାରକାରୀ ଦଳ ଜୀବିତ ଅବସ୍ଥାରେ ଉଦ୍ଧାର କରିଛନ୍ତି।ଉଦ୍ଧାରକାରୀ ଦଳ ଉତ୍ତର ରାଜ୍ୟ ଲା ଗୁଆଏରାରେ ୯ ମହଲା ବିଶିଷ୍ଟ ଗାଲେରିଆସ ପ୍ଲାୟା ଗ୍ରାଣ୍ଡେ ଶପିଂ ସେଣ୍ଟରର ଭଗ୍ନାବଶେଷରୁ ହର୍ଣ୍ଣାନ ଆଲବର୍ଟୋ ଗିଲଙ୍କୁ ଜୀବନ୍ତ ଉଦ୍ଧାର କରିଥିଲେ। […]
ଶ୍ରୀମନ୍ଦିରରେ ଅଣସର ସମୟରେ ମହାପ୍ରଭୁଙ୍କ ‘ଶ୍ରୀଅଙ୍ଗ ଫିଟା’ ବା ‘ଶ୍ରୀଅଙ୍ଗ ଫିଟିବ’ ନୀତି ଅନୁଷ୍ଠିତ ହୋଇଥାଏ। ସ୍ନାନଯାତ୍ରାରେ ଜ୍ୱରରେ ପୀଡ଼ିତ ହେବା ପରେ, ଦଇତାପତି ସେବାୟତମାନେ ଅତି ଗୋପନୀୟ ଭାବେ ଏହି ନୀତି ସମ୍ପନ୍ନ କରନ୍ତି。 ଏହି ସମୟରେ ପ୍ରଭୁଙ୍କ ଶ୍ରୀଅଙ୍ଗରୁ ଓଦା କନା ବା ପୂର୍ବ ଲାଗି ହୋଇଥିବା ବସ୍ତ୍ର ଓଲାଗି କରାଯାଇ ନୂତନ ବସ୍ତ୍ର ଓ ଫୁଲ ଲାଗି କରାଯାଏ | ୪ ତାରିଖ ଶନିବାର ଠାକୁର ଫୁଲୁରୀ ଲାଗି ନୀତି । ପରକୁ […]
ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ବେ ଜିଦ୍ରେ ଅଟଳ ଡାକ୍ତର । ତୃତୀୟ ଦିନରେ ବି ଜାରି ରହିଛି ସରକାରୀ ଡାକ୍ତରଙ୍କ ଆନ୍ଦୋଳନ । କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଭୟଙ୍କର ଭାବେ ପ୍ରଭାବିତ ହୋଇଛି ସ୍ବାସ୍ଥ୍ୟସେବା । ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଡାକ୍ତରଙ୍କୁ ଆନ୍ଦୋଳନ ଛାଡ଼ି କାର୍ଯ୍ୟରେ ଯୋଗଦେବାକୁ ଚେତାବନୀ ଦେଇଥିବା ବେଳେ, କାର୍ଯ୍ୟରେ ଯୋଗ ନଦେଲେ ଦରମା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ସରକାର। […]
ଆଜି ପ୍ରବଳ ବର୍ଷା । ଦୁଇ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ନେଇ କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ପାଣିପାଗ ପୂର୍ବାନୁମାନ ଯାହା, ଲଘୁଚାପ ଆହୁରି ଘନୀଭୂତ ହେବ । ଏହା ପ୍ରଭାବରେ ଆସନ୍ତା ୫/୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଲଗାଣ ବର୍ଷା ସମ୍ଭାବନା ଅଛି । ଏହା ପରେ ବର୍ଷା ପ୍ରକୋପ କମିବ । କିନ୍ତୁ, ପାଗ ପୂରା ଶୁଖିଯିବନି […]
ମେଷ : ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ହାତକୁ ନେଇଥିବା ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ସୁଭଫଳ ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ ଶତ୍ରୁତା କରିଥିବା ଲୋକ ଠାରୁ ଦୂରେଇ ରୁହନ୍ତୁ ବୃଷ : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ […]
ରାଜ୍ୟର ସରକାରୀ ସ୍କୁଲଗୁଡ଼ିକର ବିଦ୍ୟୁତ ବିଲ୍ ବକେୟାକୁ ନେଇ ସରକାର ଅତି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ଯଦି ଏହି ବକେୟା ଅର୍ଥ ପୈଠ ନହୁଏ, ତେବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ପରିପ୍ରେକ୍ଷୀରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ତରଫରୁ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୁହାଯାଇଛି ଯେ, ବିଦ୍ୟୁତ ବକେୟା ପୈଠ ପାଇଁ ବ୍ଲକଭିତ୍ତିକ ଟଙ୍କା […]
ଇଲେକ୍ଟ୍ରିକ୍ ଯାନ କ୍ରୟକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ବଢିଲା ଇଭି ପଲିସି । ଓଡ଼ିଶା ଇଲେକ୍ଟ୍ରିକ୍ ଭେହିକଲ୍ ପଲିସି–୨୦୨୧ର ଅବଧିକୁ ଆହୁରି ତିନି ମାସ ବଢ଼ାଇ ଦିଆଯାଇଛି । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।୨୦୨୧ରେ ଆରମ୍ଭ ହୋଇଥିବା ଏହି ପଲିସି ରାଜ୍ୟରେ ଇଭି କ୍ରୟ କରିବାକୁ ଚାହୁଁଥିବା ଗ୍ରାହକ ଏବଂ ଉତ୍ପାଦନକାରୀ ସଂସ୍ଥାମାନଙ୍କ […]
