author

ମଙ୍ଗଳବାର ନଗର ବୁଲିବେ ମହାରାଜ କଂସ

ଉଦ୍‌ଘାଟିତ ହୋଇଯାଇଛି ୭୬ ତମ ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ଦୀର୍ଘ ୧୧ ଦିନ ଧରି ଚାଲିବ ବରଗଡ଼ରେ ମହାରାଜ କଂସଙ୍କ ଶାସନ। ଏହାସହ ବରଗଡ଼ ର ସମସ୍ତ ଜନ ସାଧାରଣ ପାଲଟି ଯାଇଛନ୍ତି ଏହି ମୁକ୍ତାକାଶ ରଙ୍ଗମଞ୍ଚର ଜଣେ ଜଣେ କଳାକାର।ଗତକାଲି ଉଦ୍ଘାଟନୀ ଦିବସରେ ରାଜକୀୟ ଆଡମ୍ବର ସହ ଦେବକୀ-ବାସୁଦେବଙ୍କ ବିବାହ ହୋଇଥିଲା । ମଥୁରା ନଗରୀ ଉତ୍ସବ ମୁଖର ହୋଇପଡ଼ିଥିବା ବେଳେ ମୃଗୟାରୁ ଫେରି ତାଙ୍କ ଅନୁପସ୍ଥିତିରେ ଭଉଣୀ ଦେବକୀର ବିବାହ ହୋଇଯାଇଥିବାରୁ […]

ଆଜି ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରା

ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଖଇରଗୁରା ଏବଂ କୁମୁରିଆସ୍ଥିତ ବଡ଼ଖଳା, ସାନଖଳା ଓ ନୂଆଖଳାରେ ମଙ୍ଗଳବାର ଶୁଳିଆ ଯାତ୍ରା ଆରମ୍ଭ ହୋଇଯାଇଛି। ଯାତ୍ରା କୁ ଓଡିଶା ବହୁ ଜିଲ୍ଲା ସହ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡ଼ରୁ ମଧ୍ୟ ଭକ୍ତ ଆସିଥାନ୍ତି। ତେବେ ହଜାର ହଜାର ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଉଭୟ ଖଳାରେ ମାନସିକଧାରୀ ପଶୁ ପକ୍ଷୀ ବଳି ଦେଇଛନ୍ତି। […]

ରାସ୍ତାକଡ଼ ପେଟ୍ରୋଲ ପମ୍ପ ନିକଟରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ପେଟ୍ରୋଲ ପମ୍ପନିକଟରେ ନବଜାତକୁ ଛାଡ଼ି ପଳାଇଗଲେ ପରିବାର ଲୋକ । ଭଦ୍ରକ ଜିଲ୍ଲା ଧାମରା ନିକଟସ୍ଥ ପେଟ୍ରୋଲ ପମ୍ପରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ଶିଶୁଟିକୁ କିଏ ଓ କାହିଁକି ଛାଡ଼ି ଚାଲିଯାଇଛି ସେନେଇ ସୂଚନା ମିଳିନି ।ଶିଶୁକନ୍ୟାକୁ ଧାମରା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି lସୋମବାର ମକର ସଂକ୍ରାନ୍ତି ଅବସରରେ ଧାମରାର ଅଧିଷ୍ଠାତ୍ରୀ ଦେବୀ ମା’ ଧାମରାଇଙ୍କ ପବିତ୍ର ପର୍ବ ପାଇଁ ନାହିଁ ନଥିବା ଭିଡ଼ ହୋଇଥିଲା। ଦିନ […]

ମହାଯଜ୍ଞ ଆରମ୍ଭ: ଆସନ୍ତା କାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଏବେ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିିଛି। ଶ୍ରୀମନ୍ଦିର ଚାରିଦ୍ବାରରେ ଗୁଞ୍ଜରୁଛି ବେଦଧ୍ବନି । ପରିକ୍ରମା ମାର୍ଗରେ ଚାଲିଛି ନାମ ସଂକୀର୍ତ୍ତନ । ଭକ୍ତିଭାବରେ ଉଛୁଳୁଛି ବଡ଼ଦାଣ୍ଡ ।ସୋମବାର ଠାରୁ ପରିକ୍ରମା ଯଜ୍ଞ ଆରମ୍ଭ ହୋଇଥିବା ବେଳେ ପୁରୀକୁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ । ବୁଧବାର ଏହି ମହାଯଜ୍ଞର ପୂର୍ଣ୍ଣାହୁତି । ଏହାସହ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ କରିବେ […]

ଦେଶରେ ଗତ ୯ ବର୍ଷରେ ବହୁମୁଖି ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି ୨୫ କୋଟି ଲୋକେ

ମୋଦୀ ସରକାରଙ୍କ ୯ ବର୍ଷରେ ପ୍ରାୟ ୨୫ କୋଟି ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତି ପାଇଛନ୍ତି । ଅତି ଦରିଦ୍ର ସୀମାରେଖା ତଳେ ରହୁଥିବା ଲୋକଙ୍କ ମୁଣ୍ଡ ଗଣତି ୨୦୧୩-୧୪ରେ ୨୯. ୧୭ ପ୍ରତିଶତ ଥିଲା, ଯାହା ୨୦୨୨-୨୩ରେ ହ୍ରାସ ପାଇ ୧୧.୨୮ ପ୍ରତିଶତ ରହିଛି। ନୀତି ଆୟୋଗ ଏଭଳି ରିପୋର୍ଟ ଜାରି କରିଛି।ସୋମବାର ନୀତି ଆୟୋଗ ପକ୍ଷରୁ ଏ ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଛି। ଉତ୍ତର ପ୍ରଦେଶର ସବୁଠାରୁ ଅଧିକ ଲୋକ ବହୁମୁଖୀ ଦାରିଦ୍ର୍ୟତାରୁ […]

ଅମିତ ଶାହଙ୍କ ବଡ଼ଭଉଣୀ ରାଜେଶ୍ବରୀବେନ୍‌ଙ୍କ ପରଲୋକ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ଭଉଣୀ ରାଜେଶ୍ବରୀବେନଙ୍କ ପରଲୋକ ହୋଇଛି। ସୋମବାର ରାଜେଶ୍ବରୀବେନ ମୁମ୍ବାଇର ଏକ ହସ୍ପିଟାଲରେ ଶେଷ ନିଶ୍ବାସ ନେଇଛନ୍ତି।ବଡ଼ଭଉଣୀଙ୍କ ମୃତ୍ୟୁ ଖବର ପାଇ ଅମିତ ଶାହ ଗୁଜରାଟରେ ତାଙ୍କର ସମସ୍ତ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ତୁରନ୍ତ ବାତିଲ କରିଦେଇଛନ୍ତି। ଅମିତ ଶାହ ମକର ସଂକ୍ରାନ୍ତି ପର୍ବ ପାଳନ ପାଇଁ ଅହମ୍ମଦାବାଦରେ ପହଞ୍ଚିଥିଲେ କିନ୍ତୁ ହଠାତ୍‌ ତାଙ୍କ ବଡ଼ ଭଉଣୀଙ୍କ ଦେହାନ୍ତ ଖବର ଆସିଥିଲା।କିଛି ମାସ ପୂର୍ବରୁ ହିଁ ଅମିତ ଶାହଙ୍କ ବଡ଼ ଭଉଣୀ ରାଜେଶ୍ବରୀବେନଙ୍କ […]

ଆଜିର ରାଶିଫଳ(୧୬ ଜାନୁଆରୀ,୨୦୨୪)

ମେଷ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ବୃଷ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। ମିଥୁନ: […]

ଆଶୁତୋଷ ଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନଶିକ୍ଷକ ସୀମାଞ୍ଚଳ ସେନାପତି

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ୍ , ସିଙ୍ଗାରପଲ୍ଲୀ ଗ୍ରାମପଞ୍ଚାୟତ ଅଧୀନରେ ଥିବା ଓଡ଼କପା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଆଶୁତୋଷ ଖିଲାର ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପ୍ରଧାନ ଶିକ୍ଷକ ସୀମାଞ୍ଚଳସେନାପତି। ବିଦ୍ୟାଳୟରେ ଆୟୋଜିତ ପି.ଟି.ଏମ ବୈଠକରେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସୀମାଞ୍ଚଳ ସେନାପତି ତାଙ୍କୁ ପଦକ, ଉପଢୌକନ ଏବଂ ଉପହାର ପ୍ରଦାନ ସ୍ଵରୂପ ସମ୍ବର୍ଦ୍ଧିତ କରିଥିଲେ। ସୂଚନା ଥାଉକି ଆଶୁତୋଷ ଖିଲାର ବିଦ୍ୟାଳୟର ଟପ୍ପର ଛାତ୍ର ଥିଲେ। ତାଙ୍କର ପିତା ପ୍ରତାପ ଚନ୍ଦ୍ର ଖିଲାର ଜଣେ […]

ଏବେ ଅଯୋଧ୍ୟାରେ ଘର ନିର୍ମାଣ କରିବେ ଅମିତାଭ୍‌

ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସାରା ଦେଶରେ ଉତ୍ସବ ପାଳନ କରାଯାଉଛି। ଜାନୁଆରୀ ୨୨ରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହରେ ଦେଶର ବଡ ବଡ କ୍ରୀଡା, ରାଜନୀତି ଏବଂ ଚଳଚ୍ଚିତ୍ର ଶିଳ୍ପରୁ ବହୁ ବଡ ବ୍ୟକ୍ତିତ୍ୱ ଏଥିରେ ଅଂଶଗ୍ରହଣ କରିବେ। ଏହି ସମୟରେ ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ବିଷୟରେ ଖବର ସାମ୍ନାକୁ ଆସିଛି । ଯେଉଁଥିରେ କୁହାଯାଇଛି ଯେ ସେ ପ୍ରଭୁ ଶ୍ରୀ ରାମ ନଗରୀରେ ଏକ ପ୍ଲଟ କିଣିଛନ୍ତି। […]

ବିମାନ ଉଡାଣରେ ବିଳମ୍ବ ହେବାରୁ ପାଇଲଟଙ୍କୁ ଆକ୍ରମଣ କଲେ ଯାତ୍ରୀ

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଭିତରେ ପାଇଲଟଙ୍କ ସହ ଆକ୍ରମଣ ମାମଲା ସାମ୍ନାକୁ ଆସିଛି । ରବିବାର ସାହିଲ କାଟୋରିଆ ନାମକ ଜଣେ ଯାତ୍ରୀ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ଭିତରେ ପାଇଲଟଙ୍କୁ ପିଟିଥିଲେ । ପ୍ରକୃତରେ, ବିମାନ ପାଇଲଟ ବିମାନ ବିଳମ୍ବକୁ ନେଇ ଏକ ଘୋଷଣା କରୁଥିଲେ ଯେଉଁଥିପାଇଁ ଯାତ୍ରୀ କ୍ରୋଧିତ ହୋଇ ତାଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲେ।ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଭିଡ଼ିଓ ଭାଇରାଲ ହେବା ପରେ […]

ଜୟ ଜଗନ୍ନାଥ ଅର୍ପଣ ରଥର ଉଦଯାପନ ଉତ୍ସବ

ନୟାଗଡ଼,୧୫/୧ : ପବିତ୍ର ମକର ସଂକ୍ରାନ୍ତି ଅବସରରେ ନୟାଗଡ଼ରେ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପାଇଁ ବୁଲୁଥିବା ଜୟ ଜଗନ୍ନାଥ ଅର୍ପଣ ରଥର ଉଦଯାପନ ଉତ୍ସବ ପୁରୁଣା ସହର ସ୍ଥିତ ମା’ ଦକ୍ଷିଣକାଳୀ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ଉଦଯାପନୀ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ,ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବିଡିଓ ପଦ୍ମଚରଣ ସାହୁ ପ୍ରମୁଖ ଅତିଥିଭାବେ ଯୋଗଦାନ କରିଥିଲେ। ଏହି ଅବସରରେ ନୟାଗଡ଼ ବ୍ଲକର […]

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପୁରୀରେ କଡ଼ା ସୁରକ୍ଷା ।

ପୁରୀରେ ପହଁଚିଲେ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରୁଛନ୍ତି । ଟିକିନିଖି ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ଡିଜି । ପରିକ୍ରମା ପ୍ରକଳ୍ପ ଉତ୍ସବ ପାଇଁ ପୁରୀରେ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା ହୋଇଛି । ବରିଷ୍ଠ ଅଫିସରଙ୍କ ସହ ୮୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ୪ଟି ବୋମା ନିଷ୍କ୍ରିୟକାରୀ ଟିମ୍ ମୁତୟନ ହେବେ ।ହେଲିପ୍ୟାଡ୍, ଶ୍ରୀସେତୁ, ସମଙ୍ଗ ପାର୍କିଂ, […]