ମେଷ ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବୃଷ-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଟାଟା ବିଦ୍ୟୁତ କମ୍ପାନୀର ମନମୁଖୀ କାର୍ଯ୍ୟକଳାପ ଏବଂ ବିପର୍ଯ୍ୟସ୍ତ ବିଦ୍ୟୁତ ଯୋଗାଣ ପ୍ରତିବାଦରେ ଆସନ୍ତା ୩୦ ତାରିଖ ଦିନ ‘ଦଶପଲ୍ଲା ବିଦ୍ୟୁତ ଉପଭୋକ୍ତା ସଂଘ’ ପକ୍ଷରୁ ଦିଆଯାଇଥିବା ଦଶପଲ୍ଲା ବନ୍ଦ ଡାକରାକୁ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପୂର୍ଣ୍ଣ ସମର୍ଥନ ଜଣାଇଛି। ଏହା ସହିତ ଏହି ଆନ୍ଦୋଳନକୁ ବ୍ୟାପକ ଓ ସଫଳ କରିବା ପାଇଁ ଦଶପଲ୍ଲା ଅଞ୍ଚଳର ସମସ୍ତ ଉପଭୋକ୍ତା ସଂଗଠନ ଏଥିରେ ସାମିଲ ହେବାକୁ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆହ୍ୱାନ ଦିଆଯାଇଛି। […]
ମେଷ:ଆଜି ସକାଳୁ ସକାଳୁ ଦେବଦର୍ଶନ ର ସୁଯୋଗମିଳିବ ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ବୃଷ: ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ହେବ। ମିଥୁନ: […]
ଶିମିଳିପାଳରୁ ଆସିଲା ଖୁସିର ଖବର । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ପୁଣି ଆନନ୍ଦର ପରିବେଶ ସୃଷ୍ଟି ହୋଇଛି । ମହାରାଷ୍ଟ୍ରରୁ ଅଣାଯାଇଥିବା ବାଘୁଣୀ ଜିନ୍ନତ ନିଜ ଶାବକମାନଙ୍କ ସହିତ ଶିମିଳିପାଳର ଜଙ୍ଗଲରେ ନିର୍ଭୟରେ ମୁକ୍ତ ଭାବରେ ବୁଲୁଥିବା ଦେଖିବାକୁ ମିଳିଛି । ବନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ସ୍ୱତନ୍ତ୍ର ଫଟୋ ଓ ଭିଡିଓରେ ଜିନ୍ନତ ନିଜ ଶାବକମାନଙ୍କ ସହ ଜଙ୍ଗଲର ମୁକ୍ତ ପରିବେଶକୁ ଉପଭୋଗ କରୁଥିବା ସ୍ପଷ୍ଟ ହୋଇଛି। ଶାବକଙ୍କ ବୟସ ପ୍ରାୟ ଦୁଇ […]
ଦିନକ ପରେ ସ୍ନାନ ପୂର୍ଣ୍ଣିମା। ଏଥିପାଇଁ ଚାଲିଛି ଜୋରସୋର ପ୍ରସ୍ତୁତି। ସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି ଯୋଗୁଁ ଶ୍ରୀମନ୍ଦିରରେ ଆଜି ରାତି ସାଢ଼େ ଦଶଟାରୁ ଆସନ୍ତାକାଲି ଦିନ ଗୋଟାଏ ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ବନ୍ଦ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି।ଆଜିଠୁ ଦେବସ୍ନାନ ପୂର୍ଣ୍ଣିମା ନେଇ ପ୍ରସ୍ତୁତି ପର୍ବ। ପରମ୍ପରା ଅନୁଯାୟୀ ଏହି ତିଥିରେ ଶ୍ରୀମନ୍ଦିରରେ ମଙ୍ଗଳଆଳତୀ ସମୟରେ ହୋଇଥାଏ ଦଇତା ପ୍ରବେଶ ନୀତି। ସ୍ନାନପୂର୍ଣ୍ଣିମା ନିମନ୍ତେ ପୁରୀରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିବ।
ନୟାଗଡ,(ଓଡ଼ିଶା ଦର୍ପଣ):ନୟାଗଡ ଜିଲ୍ଲା ର ପ୍ରମୁଖ ସ୍ଥାନ ଦଶପଲ୍ଲା ରେ ବିଦୁତ ବିଭାଗର ବୈମାତୃକ ମନୋଭାବ ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ, ଟାକରା ଠାରେ ୨୦୧୮ ମସିହା ରୁ ୫୦ କୋଟି ଟଙ୍କା ରେ ନିର୍ମିତ ୨୨୦/୩୩ କିଲୋ ଭୋଲ୍ଟ ପାୱାର ଗ୍ରୀଡ଼ ଷ୍ଟେସନ କୁ କାର୍ଯ୍ୟକ୍ଷମ ନକରିବା,ଲୋ – ଭୋଲ୍ଟେଜ ଆଲୁଅ, ଟି ପି ସିଓ ଡି ଏଲ ର ଯୁବକ ମାନଙ୍କ ନାମରେ କରିଥିବା ମୋକଦ୍ଧମା ପ୍ରତ୍ୟାହାର ପ୍ରଭୁତି ଦାବି କରି ମୁଖ୍ୟମନ୍ତ୍ରୀ ଙ୍କ […]
ପୁଣି ଲିକ୍ ହେଲା ପ୍ରଶ୍ନପତ୍ର। ମହାରାଷ୍ଟ୍ରରେ ହେବାକୁ ଥିବା ଟିଇଟି(ଶିକ୍ଷକ ଯୋଗ୍ୟତା ପରୀକ୍ଷା)ପୂର୍ବରୁ ପ୍ରଶ୍ନପତ୍ର ଅଭିଯୋଗ। ଆସନ୍ତାକାଲି ଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଥାଆନ୍ତା। କିନ୍ତୁ ୨୪ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ଲିକ ଘଟଣା ସାମ୍ନାକୁ ଆସିଛି। ଘଟଣା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର ରାଜ୍ୟ ପରୀକ୍ଷା ପରିଷଦ (MSEC) ପରୀକ୍ଷାକୁ ସ୍ଥଗିତ ରଖିଛି। ରିପୋର୍ଟ ଅନୁଯାୟୀ, ପୁଲିସକୁ ପ୍ରଶ୍ନପତ୍ର ଲିକ୍ ସମ୍ପର୍କରେ ସୂଚନା ମିଳିବା ପରେ ଥାଣେର ଭିୱାଣ୍ଡିରେ ଏକ ଅପରେସନ ପରେ ପ୍ରଶ୍ନପତ୍ର ଜବତ କରାଯାଇଛି। […]
ବିଦ୍ୟାଳୟରେ ଗୁରୁଙ୍କୁ ମାଡ଼ ମାରି ଫେରାର୍ ହୋଇଥିବା ଅଭିଯୁକ୍ତ ଗଛ ଚଢି କରୁଛି ହାଇଡ୍ରାମା। ଗିରଫ ଭୟରେ ଘଣ୍ଟା ଘଣ୍ଟା ଧରି ଗଛ ଉପରେ ବସିରହିିଥିଲା ଲିପୁ ବିଶ୍ୱାଳ। ତଳେ ଜାଲ ପକାଇ ସିଡ଼ି ଲଗାଇ ନାକେଦମ ହେଇଥିଲେ ପୋଲିସ ଓ ଅଗ୍ନିଶମ ବାହିନୀ।ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ରାଇବେରୁଆ ଗାଁରେ ଏଭଳି ଘଟଣା ଘଟିଛି । ସୂଚନାମୁତାବକ ଗତ କାଲି ଅସ୍ତରଙ୍ଗ ବ୍ଲକ ସରିପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅକ୍ଷୟ ବିଶ୍ବାଳଙ୍କୁ ମରଣାନ୍ତକ ଆକ୍ରମଣ […]
ଯୁବତୀଙ୍କୁ ନିଆଁ ଲଗାଇ ହତ୍ୟା ଉଦ୍ୟମ । ଏକତରଫା ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଯୁବତୀଙ୍କ ଘରେ ନିଆଁ ଲଗାଇଲା ଦେଲା ପ୍ରେମିକ । ଜଣେ ୨୬ ବର୍ଷୀୟ ଯୁବତୀ ଗତକାଲି ରାତିରେ ଘରେ ଶୋଇଥିଲେ। ପ୍ରବଳ ଗରମ ଯୋଗୁଁ ଘରର ଝରକା ଖୋଲା ଥିଲା। ଝରକା ଖୋଲା ଥିବାର ସୁଯୋଗ ନେଇ ଅଧରାତିରେ ଯୁବକ ଜଣକ ପହଞ୍ଚି ଥିଲା। ପ୍ରେମ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିବା ଯୁବତୀଙ୍କ ଉପରେ ହତାସ ପ୍ରେମିକ ପେଟ୍ରୋଲ ଢାଳିବା ପରେ ନିଆଁ […]
ଭେନେଜୁଏଲା ଭୂମିକମ୍ପରେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ପ୍ରଥମ ଦିନ ୩୭ ଜଣ ମୃତ୍ୟୁବରଣ କରିଥିବା ପ୍ରଶାସନ କହିଥିଲା । ତେବେ ଏହି ସଂଖ୍ୟା ୯୦୦ ଟପିଛି । ଏବେସୁଦ୍ଧା ୯୨୦ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଯାହା ଆହୁରି ବୃଦ୍ଧି ପାଇପାରେ । ଏହାସହ ହଜାର ହଜାର ଲୋକ ନିଖୋଜ ଅଛନ୍ତି ।ଭଗ୍ନାବଶେଷ ମଧ୍ୟରେ ପ୍ରାୟ ୫୦ହଜାର ଲୋକ ଚାପି ହୋଇ ରହିଥିବା ଆକଳନ କରାଯାଇଛି। କାରଣ ନିଖୋଜ ଲୋକଙ୍କ ସମ୍ପର୍କରେ ପରିବାର […]
ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଶେଷ ହୋଇଛି। ଦୀର୍ଘଦିନ ଧରି ମହାନଦୀକୁ ନେଇ ଓଡିଶା ଏବଂ ଛଡିଶଗଡ ମଧ୍ୟରେ ଚାଲିଥିବା କନ୍ଦଳର ସମାଧାନ ହେବ ।ଏହାସହ ଦୁଇ ରାଜ୍ୟ ମଧ୍ୟରେ ସଚିବସ୍ତରୀୟ ବୈଠକ ବସିବା ନେଇ ସୂଚନା ଦେଇଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ।ଶନିବାର ଟ୍ରିବ୍ୟୁନାଲରେ ରିପୋର୍ଟ ଦାଖଲ କରିଛନ୍ତି ଯୁଗ୍ମ ବୈଷୟିକ ଟିମ୍ । ଆଗାମୀ ଦିନରେ ଓଡିଶା ଏବଂ ଛତିଶଗଡ ଭିତରେ ସଚିବସ୍ତରୀୟ ବୈଠକ ହେବ ବୋଲି ସୂଚନା […]
ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ଘଟଣାରେ ବଡ଼ ଆକ୍ସନ। ଚନ୍ଦ୍ରିକାଙ୍କ ବୟଫ୍ରେଣ୍ଡ୍ ତଥା OTAS ଭୀମସେନ ଟୁଡୁଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ତାଙ୍କର ପ୍ରଶିକ୍ଷଣ ଓ ଚୂଡ଼ାନ୍ତ ପରୀକ୍ଷାରେ ଅନୁପସ୍ଥିତ ରହିବା ସହ ଏହି ସଙ୍ଗୀନ ମାମଲାରେ ସଂପୃକ୍ତିକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବହିଷ୍କାର ଆଦେଶ ଦେଇଛନ୍ତି। ଭବିଷ୍ୟତରେ ମଧ୍ୟ ଭୀମସେନ ଟୁଡୁ ଆଉ କୌଣସି ସରକାରୀ ଚାକିରି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ […]
