author

ଆଜିର ରାଶିଫଳ(୨୭ ଜୁନ, ୨୦୨୬)

ମେଷ: ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ। ବୃଷ: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମିଥୁନ: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। […]

ଏଲଇଡି ଲାଇଟ୍ ଦୁର୍ନୀତିରେ ଗିରଫ ଠିକାଦାରଙ୍କ କଳା ସାମ୍ରାଜ୍ୟର କାହାଣୀ! ମିଟର ରିଡର୍‌ରୁ ଶହଶହ କୋଟିର ମାଲିକ

ଏଲଇଡି ଲାଇଟ୍ ଦୁର୍ନୀତିରେ ଗିରଫ ଠିକାଦାରଙ୍କ କଳା ସାମ୍ରାଜ୍ୟର କାହାଣୀ କୌଣସି ସିନେମାଠାରୁ କମ୍ ନୁହେଁ। ଦିନେ ଯିଏ ସାଇକେଲରେ ଘରକୁ ଘର ବୁଲି ସାଧାରଣ ବିଦ୍ୟୁତ ମିଟର୍ ରିଡିଂ ନେଉଥିଲେ, ଆଜି ସିଏ ଶହଶହ କୋଟି ଟଙ୍କାର ମାଲିକ।ଅଭିଯୋଗ ଅନୁସାରେ, ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଛତ୍ରଛାୟାରେ ରହି ସେ କୋଟି କୋଟି ଟଙ୍କାର ଟେଣ୍ଡର ହାତେଇଥିଲେ । ଗ୍ରାଉଣ୍ଡରେ ଲାଇଟ୍ ଜଳୁ ନଥିଲେ ବି ପଞ୍ଚାୟତରୁ ଲକ୍ଷ ଲକ୍ଷ ଟଙ୍କାର ବିଲ୍ ପାସ୍ […]

୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଇଘର ଏଲ.ଆଇ

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ପଶୁଧନ ନିରୀକ୍ଷକ। ନବରଙ୍ଗପୁର ଜିଲ୍ଲା ରାଇଘର ପଶୁଧନ ନିରୀକ୍ଷକ (LI) ପ୍ରଫୁଲ୍ଲ ହାଲଦାରଙ୍କୁ ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ ସବସିଡି ଟଙ୍କା କରାଇ ଦେବାକୁ କହି ଜଣେ ହିତାଧିକାରୀଙ୍କ ଠାରୁ ନେଉଥିଲେ ଲାଞ୍ଚ।ବର୍ତ୍ତମାନ ଭିଜିଲାନ୍ସ ର ଏକ ଟିମ ତାଙ୍କ ରାଇଘର ସ୍ଥିତ ବାସଗୃହ ସହ ତିନୋଟି ସ୍ଥାନରେ ରେଡ଼ କରୁଥିବାର ମିଳିଛି ସୂଚନା । ରାଇଘର ସ୍ଥିତ […]

ଲାଲଜୀ ଦେସାଇ ଓଡ଼ିଶା ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ

ଓଡ଼ିଶା ପାଇଁ ନୂଆ ପ୍ରଭାରୀ ନିଯୁକ୍ତ କରିଛି କଂଗ୍ରେସ । ଏଆଇସିସି ପକ୍ଷରୁ ବରିଷ୍ଠ ନେତା ଲାଲଜୀ ଦେସାଇଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନୂଆ ପ୍ରଭାରୀ ନିଯୁକ୍ତ କରାଯାଇଛି ।ସର୍ବଭାରତୀୟ କଂଗ୍ରେସ କମିଟି (AICC) ପକ୍ଷରୁ ଜାରି କରାଯାଇଥିବା ଏକ ଆଧିକାରିକ ବିଜ୍ଞପ୍ତିରେ ଏହି ସୂଚନା ପ୍ରଦାନ କରାଯାଇଛି। ଦଳୀୟ ସଂଗଠନକୁ ଅଧିକ ମଜବୁତ କରିବା ଏବଂ ଆଗାମୀ ରଣନୀତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ହାଇକମାଣ୍ଡଙ୍କ ପକ୍ଷରୁ ଏହି ବଡ଼ ପରିବର୍ତ୍ତନ କରାଯାଇଥିବା କୁହାଯାଉଛି। ନୂଆ ପ୍ରଭାରୀ […]

ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀ ପୋଲିସ ଟ୍ରାଫିକ୍ ମାର୍ଗଦର୍ଶିକା ଜାରି

ଜ୍ୟେଷ୍ଠ ଶୁଦ୍ଧ ଶୁକ୍ଲ ପୂର୍ଣ୍ଣିମା ଅର୍ଥାତ୍‌ ସୋମବାର ସ୍ନାନପୂର୍ଣ୍ଣିମା ନିମନ୍ତେ ପୁରୀରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପକ୍ଷରୁ ବ୍ୟାପକ ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଛି।ପୁରୀ ପୋଲିସ ଟ୍ରାଫିକ୍ ମାର୍ଗଦର୍ଶିକା ଜାରି କରିଛି । ଭୁବନେଶ୍ୱର-ବ୍ରହ୍ମଗିରି-କୋଣାର୍କ ପଟୁ ଦୁଇ ଚକିଆରେ ପୁରୀ ଗଲେ ମାର୍କେଟ୍ ଛକ ପର୍ଯ୍ୟନ୍ତ ଅନୁମତି ମିଳିବ । ମ୍ୟୁନିସିପାଲିଟି ମାର୍କେଟିଂ କମ୍ପ୍ଲେକ୍ସରେ ଗାଡ଼ି ରଖିବେ । ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ଫୁଲ୍ ଥିଲେ ପୁରୁଣା ଜଗନ୍ନାଥ ବଲ୍ଲଭରେ ପାର୍କିଂ କରିବେ ଯାତ୍ରୀ […]

ସରକାରୀ ଶିକ୍ଷକ କରୁଥିଲେ ଗଞ୍ଜେଇ ଚୋରା ଚାଲାଣ । ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଗିରଫ

୨୬ ନମ୍ବର ଜାତୀୟ ରାଜପଥ ବରଗାଁ ଛକରୁ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଛନ୍ତି ୨ଜଣ ସରକାରୀ ଶିକ୍ଷକ। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ଚଢାଉ ବେଳେ ୩୩ କେଜି ଗଞ୍ଜେଇ ଜବତ ହୋଇଛି ।ସୂଚନା ଅନୁଯାୟୀ, ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବରପାଇ ବରଗାଁ ନିକଟରେ ଟିଟିଲାଗଡ ଅବକାରୀ ବିଭାଗ ଅଧିକାରୀ ଛକି ବସିଥିଲେ । ଏହି ସମୟରେ ଏକ କାର ଦ୍ରୁତ ଗତିରେ ଯାଉଥିଲାବେଳେ ତାକୁ ଅଟକାଇବାକୁ ଚେଷ୍ଟା […]

କମିଶନରେଟ୍ ପୋଲିସ ହାବୁଡ଼ରେ ପଡ଼ିଛି ବଡ଼ ଠକ । ରାଜଧାନୀରୁ ନକଲି ଆଇଏଏସ୍ ଗିରଫ

ରାଜଧାନୀରୁ ନକଲି ଆଇଏଏସ୍ ଗିରଫ କରିଛି ସହିଦ ନଗର ଥାନା । ଗିରଫ ଠକ ନାଁ ବରଦା ସୁଧୀର । ନିଜକୁ କଲେକ୍ଟର ପରିଚୟ ଦେଇ ଲୋକଙ୍କୁ ଠକୁଥିଲା ଅଭିଯୁକ୍ତ ନକଲି ଆଇଏଏସ୍ । ଫେକ୍ ଆଇଡି ଦେଖାଇ ଦେଖାଇ ବ୍ରାଣ୍ଡେଡ୍ ଜିନିଷ, ଚଷମା, ଜୋତା କିଣିବା ସହ ଷ୍ଟାର ହୋଟେଲରେ ରହୁଥିଲା ।ରୂପାଲି ଅଞ୍ଚଳର ଏକ ଚଷମା ଦୋକାନରୁ ଦାମୀ ଚଷମା କିଣିବା ପରେ ଟଙ୍କା ଦେଇନଥିଲା ଅଭିଯୁକ୍ତ । ଟଙ୍କା ମାଗିବାରୁ ନିଜକୁ ବଡ଼ […]

ସର୍ବଭାରତୀୟ ସ୍ତରରେ ଦ୍ଵିତୀୟ ହେଲେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର ରୁଦ୍ର ପ୍ରସାଦ

ନୟାଗଡ଼,(ଓଡ଼ିଶା ଦର୍ପଣ): ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ  ଆନୁକୂଲ୍ୟରେ ପରିଚାଳିତ ସର୍ବଭାରତୀୟ ସାଧାରଣ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷାରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଦର୍ଶନ ବିଭାଗର ଛାତ୍ର ରୁଦ୍ର ପ୍ରସାଦ ନାୟକ ସମଗ୍ର ଦେଶରେ ଦ୍ଵିତୀୟ ସ୍ଥାନ ହାସଲ କରି ଓଡ଼ିଶା ତଥା ନୟାଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ପରୀକ୍ଷାରେ ସେ ମୋଟ ୨୫୧ ମାର୍କ ରଖିବା ସହ ଏହି ଫଳାଫଳ ଆଧାରରେ ଦେଶର ପ୍ରତିଷ୍ଠିତ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀରେ ପ୍ରଥମ ରାଙ୍କ ସହ ଅଧ୍ୟୟନ କରିବାର […]

ମୁଖ୍ୟମନ୍ତ୍ରୀଙ୍କ ‘Go East’ ପ୍ଲାଟଫର୍ମ ଘୋଷଣା: ଶିଳ୍ପାୟନରେ ସବୁ ରେକର୍ଡ ଭାଙ୍ଗିବ ଓଡ଼ିଶା

ପୂର୍ବ ଓ ପୂର୍ବୋତ୍ତର ରାଜ୍ୟରୁ ନିବେଶ ହାସଲ କରିବା ତଥା ରାଜ୍ୟର ପଛୁଆ ଓ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଶିଳ୍ପାୟନର ନୂଆ ଯୁଗ ଆରମ୍ଭ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ‘ଗୋ-ଇଷ୍ଟ’ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଛନ୍ତି। ସିଆଇଆଇ ପୂର୍ବାଞ୍ଚଳ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ଲାଟ୍‌ଫର୍ମକୁ ଉନ୍ମୋଚନ କରିଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “‘Go East’ର ଅର୍ଥ ହେଉଛି ‘Government of Odisha- Eastern Investment Accelerator and Special Task […]

୧୦ ଟଙ୍କିଆ ନୋଟରେ ଚାଲୁଥିଲା କୋଟି କୋଟିର ଗଞ୍ଜେଇ କାରବାର

କ୍ରାଇମବ୍ରାଞ୍ଚ୍ STF ହାତରେ ଆନ୍ତଃ ରାଜ୍ୟ ଗଂଜେଇ ଚାଲାଣର ମାଷ୍ଟରମାଇଣ୍ଡ। ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣର ମୁଖ୍ୟ ସହ ତାର ସହଯୋଗୀମାନଙ୍କୁ STF ଗିରଫ କରିଛି। ଗତ ଏକ ମାସ ଧରି ଚାଲିଥିବା ଗୁପ୍ତଚର ଭିତ୍ତିକ ଅଭିଯାନରେ ଏହି ବଡ଼ ସଫଳତା ମିଳିଛି। ବୌଦ୍ଧ ଅଞ୍ଚଳର ୪ ଅଭିଯୁକ୍ତଙ୍କୁ ଗିରଫ ପରେ ଏହି ବଡ଼ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରାକେଟର ପର୍ଦ୍ଦାଫାଶ କରିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ଗିରଫ ଅଭିଯୁକ୍ତମାନେ ହେଲେ ଦୁବାଶ ସାହୁ, ସୁବୁଦ୍ଧି […]

ଓଡ଼ିଶା ଜନତା କଂଗ୍ରେସର ରାଜ୍ୟ କମିଟି ଘୋଷଣା କଲେ ସଭାପତି ମହମ୍ମଦ ମୋକିମ୍

ଆଜି ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ପ୍ରଥମ ରାଜ୍ୟ କମିଟି ଘୋଷଣା କରାଯାଇଛି । ଓଜେସି ସଭାପତି ଇଂ ମହମ୍ମଦ ମୋକିମଙ୍କ ଅନୁମୋଦନ କ୍ରମେ ଓଜେସିର ଏକ ୨୬ ଜଣିଆ ରାଜ୍ୟ କମିଟି ଘୋଷଣା ହୋଇଅଛି । ଉକ୍ତ କମିଟିରେ ୬ ଜଣ ରାଜ୍ୟ ଉପସଭାପତି, ୧୦ଜଣ ସାଧାରଣ ସମ୍ପାଦକ ଏବଂ ୧୦ ଜଣ ସମ୍ପାଦକ ଭାବେ ସ୍ଥାନିତ ହୋଇଛନ୍ତି । ଉପସଭାପତିମାନଙ୍କ ମଧ୍ୟରେ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ଛାତ୍ରନେତା ପୂର୍ବତନ ଛାତ୍ର ଜନତା ରାଜ୍ୟ ସଭାପତି […]

ଅଯୋଦ୍ଧା ରାମମନ୍ଦିରରୁ ଦାନ ପାଣ୍ଠି ଚୋରି ମାମଲା, ଟ୍ରଷ୍ଟରୁ ଇସ୍ତଫା ଦେଲେ ୨ ସଦସ୍ୟ

ଅଯୋଧ୍ୟା ରାମମନ୍ଦିର ପାଣ୍ଠି ହେରଫେର୍‌ ମାମଲାରେ ୮ ଜଣ ଗିରଫ ହେବା ପରେ ରାମ ମନ୍ଦିର ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଓ ଟ୍ରଷ୍ଟର ଅନ୍ୟ ଜଣେ ପ୍ରମୁଖ ସଦସ୍ୟ ଅନିଲ ମିଶ୍ର ଇସ୍ତଫା ଦେଇଛନ୍ତି। ଏସଆଇଟିର ତଦନ୍ତ ରିପୋର୍ଟ ପରେ ଉଭୟ ଇସ୍ତଫା ଦେଇଛନ୍ତି ।ଏସଆଇଟିର ସୁପାରିଶ କ୍ରମେ ଘଟଣାରେ ପୂର୍ବରୁ ଏଫଆଇଆର ରୁଜୁ ହୋଇ ସାରିଛି । ଏହି ସମୟରେ ଇସ୍ତଫା ସହ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନର ସମ୍ପର୍କ ଥିବା କୁହାଯାଉଛି ।କିଛି […]