author

ଅଯୋଦ୍ଧା ରାମମନ୍ଦିରରୁ ଦାନ ପାଣ୍ଠି ଚୋରି ମାମଲା, ଟ୍ରଷ୍ଟରୁ ଇସ୍ତଫା ଦେଲେ ୨ ସଦସ୍ୟ

ଅଯୋଧ୍ୟା ରାମମନ୍ଦିର ପାଣ୍ଠି ହେରଫେର୍‌ ମାମଲାରେ ୮ ଜଣ ଗିରଫ ହେବା ପରେ ରାମ ମନ୍ଦିର ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଓ ଟ୍ରଷ୍ଟର ଅନ୍ୟ ଜଣେ ପ୍ରମୁଖ ସଦସ୍ୟ ଅନିଲ ମିଶ୍ର ଇସ୍ତଫା ଦେଇଛନ୍ତି। ଏସଆଇଟିର ତଦନ୍ତ ରିପୋର୍ଟ ପରେ ଉଭୟ ଇସ୍ତଫା ଦେଇଛନ୍ତି ।ଏସଆଇଟିର ସୁପାରିଶ କ୍ରମେ ଘଟଣାରେ ପୂର୍ବରୁ ଏଫଆଇଆର ରୁଜୁ ହୋଇ ସାରିଛି । ଏହି ସମୟରେ ଇସ୍ତଫା ସହ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନର ସମ୍ପର୍କ ଥିବା କୁହାଯାଉଛି ।କିଛି […]

ସ୍କୁଲ ବହି ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଆକ୍ସନ । କମିଟିର ରିପୋର୍ଟ ଆସିବା ପରେ ୪ ଅଧିକାରୀ ସସ୍ପେଣ୍ଡ

ବହି ତ୍ରୁଟିରେ ବଡ଼ ଆକ୍ସନ୍ ନେଇଛନ୍ତି ରାଜ୍ୟ ସରକାର । କମିଟିର ରିପୋର୍ଟ ଆସିବା ପରେ ୪ ଅଧିକାରୀ ସସ୍ପେଣ୍ଡ |ପୂର୍ବତନ ଶିକ୍ଷକଶିକ୍ଷା ନିର୍ଦ୍ଦେଶାଳୟର ତତ୍କାଳୀନ ନିର୍ଦ୍ଦେଶକ (Teachers Training & SCERT) ମନୋଜ ପାଢୀ ନିଲମ୍ବିତ । ଆଉ ୩ ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତା ମିଶ୍ର, ଦିଲ୍ଲୀପ ସାହୁ ଓ ଭାରତୀ ଟୁଡୁ ନିଲମ୍ବିତ । ଏଥିସହ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେମାନେ ହେଲେ ବନ୍ଦିତା […]

ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ଶ୍ରାଦ୍ଧ ଦିବସ ପାଳିତ: ସ୍ମୃତି ଚାରଣ ସହ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ନୟାଗଡ଼,(ଓଡ଼ିଶା ଦର୍ପଣ): ଓଡ଼ିଆ ନାଟ୍ୟଜଗତର ପ୍ରଖ୍ୟାତ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ଶ୍ରାଦ୍ଧ ଦିବସ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ସଂସ୍କୃତି ଭବନ ପ୍ରାଙ୍ଗଣରେ ଥିବା ସ୍ୱର୍ଗତ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା।ଆବାହକ ବିଶ୍ୱନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବକ୍ତାମାନେ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ଓଡ଼ିଆ ସାରସ୍ୱତ ଓ ନାଟ୍ୟ ସାହିତ୍ୟ ପ୍ରତି ଥିବା […]

ଚୌଦ୍ବାର ସର୍କଲ ଜେଲରୁ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଫେରାର ଘଟଣା।ଡିଜି ଓ ଜେଲ୍ ଅଧୀକ୍ଷକଙ୍କ ନାଁରେ ଏତଲା ଦେଲେ ସାଂସଦ

ଚୌଦ୍ବାର ସର୍କଲ ଜେଲରୁ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଫେରାର ଘଟଣାରେ ନୂଆ ମୋଡ଼। ଜେଲ୍ ଡିଜି ସୁଶାନ୍ତ କୁମାର ନାଥ ଓ ଚୌଦ୍ବାର ସର୍କଲ ଜେଲ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ଅଡ଼ୁଆ ବଢିଛି। ଉଭୟଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ରାଜ୍ୟସଭା ସାଂସଦ ସୁଜିତ କୁମାର।ଉଭୟ ସରକାରୀ ପଦର ଅପବ୍ୟବହାର କରିଥିବା ନେଇ ସୁଜିତ କୁମାର ଚୌଦ୍ବାର ଥାନାରେ ଅନଲାଇନରେ ଲିଖିତ ଅଭିଯୋଗ ଦେଇଛନ୍ତି। ୨୦୨୫ ଅକ୍ଟୋବର ୩ରେ ଦଶହରା ସମୟରେ ୨ ବିହାରୀ ଅପରାଧୀ […]

ଆଜି କେନ୍ଦ୍ରମନ୍ତ୍ରୀ ଓ ବିଜେପିର ଜାତୀୟ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ

ଆଜି କେନ୍ଦ୍ରମନ୍ତ୍ରୀ ଓ ବିଜେପିର ଜାତୀୟ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ । ଏହି ଅବସରରେ ଦେଶର ବିଭିନ୍ନ ନେତାମାନେ ତାଙ୍କୁ ଉଷ୍ମ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ତାଙ୍କର ଦୀର୍ଘାୟୁ, ସୁସ୍ଥ ଜୀବନ ଏବଂ ଦେଶସେବାରେ ଅଧିକ ସଫଳତା କାମନା କରିଛନ୍ତି । ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମାଆ ସମଲେଇଙ୍କ ନିକଟରେ ପ୍ରାର୍ଥନା କରି ଧର୍ମେନ୍ଦ୍ର ପ୍ରଧାନଙ୍କ ଦୀର୍ଘାୟୁ ଓ […]

ବହି ତ୍ରୁଟି ଷଡ଼ଯନ୍ତ୍ର ଅଭିଯୋଗ!ସରକାରଙ୍କୁ ଘେରିଲେ ବିଜେଡିଓ କଂଗ୍ରେସ

ବିଧାୟକ ସାରଦା ପ୍ରସାଦ ଜେନା ବହିରେ ତ୍ରୁଟି ଷଡ଼ଯନ୍ତ୍ର ଅଭିଯୋଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ସମସ୍ତଙ୍କୁ ମର୍ମାହତ କରିଛି ଏବଂ ଯଦି ବଡ଼ ଷଡ଼ଯନ୍ତ୍ର ରହିଛି, ତେବେ ତାହାକୁ ସ୍ପଷ୍ଟ ଭାବେ ଲୋକଙ୍କ ସାମ୍ନାରେ ଆଣାଯିବା ଉଚିତ । ସେ ଆହୁରି ପ୍ରଶ୍ନ ଉଠାଇଛନ୍ତି ଯେ, ତ୍ରୁଟି କିଏ କରିଛି, ଛପା ଦାୟିତ୍ୱ କାହା ଉପରେ ଥିଲା, ମନ୍ତ୍ରୀ ଓ ଅଧିକାରୀମାନେ କଣ ଭୂମିକା […]

ହଷ୍ଟେଲ୍ ରୋଷେଇରେ ଲାଗିବ ପିଏନଜି , ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

ହଷ୍ଟେଲରେ ଗ୍ୟାସ ସଙ୍କଟ ରୋକିବାକୁ ସରକାରଙ୍କ କଡ଼ା ପଦକ୍ଷେପ। ଛାତ୍ରାବାସଗୁଡ଼ିକରେ ରନ୍ଧନ ଗ୍ୟାସ ଯୋଗାଣକୁ ନେଇ ରାଜ୍ୟ ସରକାର ଏବେ ଆକ୍ସନ ମୋଡ୍‌ରେ। ହଷ୍ଟେଲ୍ ରୋଷେଇଘରରେ ଏଣିକି ବ୍ୟବହାର ହେବ ପିଏନଜି । ଏଲ୍‌ପିଜି ଅଭାବ କିମ୍ବା ଯୋଗାଣରେ ବିଳମ୍ବ ଯୋଗୁଁ ଯେପରି ଛାତ୍ରଛାତ୍ରୀଙ୍କ ଖାଦ୍ୟ ପ୍ରସ୍ତୁତିରେ କୌଣସି ବାଧା ସୃଷ୍ଟି ନହୁଏ । ସେଥିପାଇଁ ସମସ୍ତ ହଷ୍ଟେଲରେ ପିଏନଜି ସଂଯୋଗ ସମ୍ଭାବନା ନେଇ ସର୍ଭେ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।ଗ୍ୟାସ […]

ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ । ସରକାରଙ୍କୁ ବଦନାମ କରିବାକୁ ଯୋଜନା କହିଲେ ମୁଖ୍ୟମନ୍ତ୍ରୀ

ପ୍ରଥମରୁ ଅଷ୍ଟମ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କଡ଼ା ଆଭିମୁଖ୍ୟ । ସମସ୍ତ ତ୍ରୁଟି ବହି ପ୍ରତ୍ୟାହାର ନେଇ ନିର୍ଦ୍ଦେଶ ।ଛାତ୍ରଛାତ୍ରୀଙ୍କୁ ବଣ୍ଟା ଯାଇଥିବା ସମସ୍ତ ପାଠ୍ୟପୁସ୍ତକକୁ ଫେରାଇ ନେବେ ସରକାର । ନୂଆ ବହି ଆସିଲେ ପିଲାଙ୍କୁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଗୁରୁବାର ପାଠ୍ୟପୁସ୍ତକ ତ୍ରୁଟିର ତଦନ୍ତ ରିପୋର୍ଟ ସିଏମଓରେ ପହଞ୍ଚିଥିଲା । ଏହାକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିରେ […]

ଭେନେଜୁଏଲାରେ ଭୂକମ୍ପ ଶତାବ୍ଦୀର ସବୁଠୁ ବଡ କ୍ଷୟକ୍ଷତି ! ମୃତ୍ୟୁ ସଂଖ୍ୟା ୨୩୦ ପାର

ଭୟଙ୍କର ଭୂକମ୍ପରେ ୩୯,୦୦୦ ରୁ ଅଧିକ ନିଖୋଜ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ।ମାତ୍ର କେଇ ସେକେଣ୍ଡ ବ୍ୟବଧାନରେ ଆସିଥିବା ଦୁଇ ଦୁଇଟି ଶକ୍ତିଶାଳୀ ଭୂକମ୍ପ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଯଥାକ୍ରମେ ୭.୨ ଏବଂ ୭.୫ ରେକର୍ଡ କରାଯାଇଛି। ରାଜଧାନୀ ପଶ୍ଚିମରେ ଥିବା ୟାରାକୁଇ ପ୍ରଦେଶ ଏହାର କେନ୍ଦ୍ରସ୍ଥଳ ହୋଇଥିବା ବେଳେ ଏହାର ପ୍ରଭାବରେ ଜନବସତିପୂର୍ଣ୍ଣ କାରାକାସ୍ ଏବଂ ବନ୍ଦର ସହର ଲା ଗୁଆଇରା ସମ୍ପୂର୍ଣ୍ଣ ଛାରଖାର […]

ବିଧାନସଭାର ସ୍ଥାୟୀ କମିଟି ଗଠନ , PAC ଅଧ୍ୟକ୍ଷ ହେଲେ ପ୍ରମିଳା ମଲ୍ଲିକ

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଓ ପିଏସି କମିଟି ଗଠନ କଲେ ବାଚସ୍ପତି। ୩୫ରୁ ଅଧିକ ପିଏସି କମିଟି ଓ ୧୦ଟି ଷ୍ଟାଣ୍ଡିଂ କମିଟି ଗଠନ କରାଯାଇଛି। ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ଏକାଧିକ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଧାନସଭାର କାର୍ଯ୍ୟ ପରିଚାଳନା, ସରକାରୀ ବିଭାଗର କାର୍ଯ୍ୟ ସମୀକ୍ଷା, ବଜେଟ୍ ବ୍ୟୟ ଓ ଲୋକଧନର ଉପଯୋଗ ଉପରେ ନଜର ରଖିବା ପାଇଁ ଏହି କମିଟିଗୁଡ଼ିକ ଗଠନ କରାଯାଇଛି । ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ Public Accounts Committee (PAC)ର […]

ଦିବ୍ୟାଙ୍ଗ ବୃଦ୍ଧଙ୍କୁ ବଡ଼ ଆଶ୍ୱସ୍ତି , ଆଜି ଖୋଲିବ ସିଲ୍‌ ହୋଇଥିବା ଘର

ସମ୍ବଲପୁର ଜମନକିରାରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଘର ସିଲ ମାମଲାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ। ବ୍ୟାଙ୍କ ପକ୍ଷରୁ କରାଯାଇଥିବା ଘର ସିଲ୍ ଖୋଲିବାକୁ ଜମନକିରା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ। ଏ ମାମଲାରେ ବ୍ୟାଙ୍କଠାରୁ ଲୋନ୍ ସଂକ୍ରାନ୍ତୀୟ ସମସ୍ତ କାଗଜପତ୍ର ତଲବ କରିଛି ଜିଲ୍ଲା ପ୍ରଶାସନ। ସମସ୍ତ ତଥ୍ୟ ଓ ପ୍ରମାଣର ଯାଞ୍ଚ୍ ପରେ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଅଭିଯୋଗ ଅନୁସାରେ, ଧନଞ୍ଜୟ ପ୍ରଧାନ କୌଣସି ଋଣ ନେଇନଥିବା ସତ୍ତ୍ୱେ ତାଙ୍କ […]

ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି, ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି

ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଆଉ ଦୁଇଜଣ ଓଡ଼ିଆ ଜୁଆଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିଛି । ସେମାନେ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିମଳା ପଞ୍ଚାୟତ ଟାଙ୍ଗିରୀ ଦୁବନାଳୀ ସାହିର ପୀତାମ୍ବର ଜୁଆଙ୍ଗଙ୍ଗ ଝିଅ ରୀତା ଜୁଆଙ୍ଗ ଓ ବାଂଶପାଣି ବ୍ଲକ୍ ଗୋନାସିକା ପଞ୍ଚାଯତ ତଳରାଇଡିହା ଗ୍ରାମର ସ୍ବର୍ଗତ ନୀଳାମ୍ବର ଜୁଆଙ୍ଗଙ୍କ ଝିଅ ଦୀପାଞ୍ଜଳି ଜୁଆଙ୍ଗ । ଏହି ଦୁଇଜଣଙ୍କୁ ମିଶାଇ ମୃତ୍ୟୁସଂଖ୍ୟା ୧୦ରେ ପହଞ୍ଚିଛି ।ସୂଚନାଯୋଗ୍ୟ ଯେ, ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାରେ ସିଫୁଡର ଏକ […]