ଫିଲ୍ମ ‘ଇଥା’ ଜରିଆରେ ବଡ଼ ପରଦାକୁ ଆସିବେ ‘ସ୍ତ୍ରୀ’ ନାୟିକା ଶ୍ରଦ୍ଧା କପୁର । ଫିଲ୍ମଟି କିମ୍ବଦନ୍ତୀ ମରାଠୀ ଲାବଣୀ ନୃତ୍ୟଶିଳ୍ପୀ ବିଠାବାଈ ଭାଉ ମାଙ୍ଗ ନାରାୟଣଗାଓଁକରଙ୍କ ଜୀବନର ନାଟ୍ୟ ରୂପାନ୍ତର । ଶ୍ରଦ୍ଧାଙ୍କ ଇଥା’ ର ଟିଜର ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି, ଯେଉଁଥିରେ ତାଙ୍କର ଚମତ୍କାର ଲୁକ୍ ଦେଖିବାକୁ ମିଳିଛି । ଇଥା’ ର ଟିଜର ‘କକଟେଲ୍ 2’ ସହିତ ରିଲିଜ୍ କରାଯାଇଥିଲା, ଯାହା ପରେ ଲୋକମାନେ ଏହାକୁ ଇଣ୍ଟରନେଟରେ ଭାଇରାଲ କରିଦେଇଛନ୍ତି […]
ମହାରାଷ୍ଟ୍ର ପରଭଣୀ ଜିଲ୍ଲାର ମାନବତ ତହସିଲ ସ୍ଥିତ ପ୍ରସିଦ୍ଧ ଯଶୱାଡି ମାରୁତି ମନ୍ଦିର ପରସରରେ ବଡ଼ ଅଘଟଣ । ମନ୍ଦିର ସାମ୍ନାରେ ତିଆରି ହୋଇଥିବା ସଭା ମଣ୍ଡପ ଭୁଶୁଡ଼ି ପଡିବାରୁ ଅନେକ ଶ୍ରଦ୍ଧାଳୁ ଚାପି ହୋଇଥିବା ଆଶଙ୍କା କରାଯାଉଛି । ୩୦ରୁ ୪୦ ଜଣ ଶ୍ରଦ୍ଧାଳୁ ଚାପିହୋଇଥିବା ଆଶଙ୍କା କରାଯାଉଛି । ଦୁର୍ଘଟଣାରେ ବର୍ତ୍ତମାନ ୭ ଜଣଙ୍କର ମୃତ୍ୟୁ ହୋଇଛି |ଘଟଣା ପରେ ମନ୍ଦିର ପରିସରରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ସ୍ତାନୀୟ ପ୍ରଶାସନ ଏବଂ ଗାଁ […]
ଆଜି (ଶନିବାର, ୨୦ ଜୁନ) ପଶ୍ଚିମବଙ୍ଗର ହୁଗୁଳି ଜିଲା ଅନ୍ତର୍ଗତ ତାରକେଶ୍ୱରଠାରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତି ଜାରି କରିବେ ପ୍ରଧାନମନ୍ତ୍ରୀ । ଡିବିଟି (Direct Benefit Transfer) ମାଧ୍ୟମରେ ଦେଶର ୯.୪୪ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୧୮,୮୮୦ କୋଟି ଟଙ୍କା ପଠାଯିବ। ଏହି କିସ୍ତି ଅନୁଯାୟୀ ପ୍ରତ୍ୟେକ ଚାଷୀଙ୍କ ଖାତାକୁ ୨,୦୦୦ ଟଙ୍କା ଲେଖାଏ ପ୍ରଦାନ କରାଯିବ।କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସୂଚନା ଅନୁଯାୟୀ, […]
ଓଡିଶା ଦ୍ରୁତ ଗତିରେ ବିକାଶ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଗରିବ କଲ୍ୟାଣ ଯୋଜନାରେ ସାଧାରଣ ଲୋକଙ୍କ ଜୀବନ ବଦଳୁଛି । ଓଡିଶା ଅର୍ଥ ବ୍ୟବସ୍ଥା ମଜଭୂତ ହେଲେ ଭାରତ ମଜଭୂତ ହେବ । ଓଡ଼ିଶା ଗସ୍ତରେ ଆସି ରାଇରଙ୍ଗପୁରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଆହୁରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶା ଆଜି ପ୍ରଗତିର ଦ୍ବାର ହୋଇଛି। ଓଡ଼ିଶାରେ ଖଣିଜ ଶକ୍ତି, କୃଷି ଓ ଯୁବ ପ୍ରତିଭା […]
ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୪୭ ହଜାର ୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍ ଘାଟନ । ଓଡ଼ିଶାର ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜନଜାତି କଲ୍ୟାଣକୁ ଏକ ନୂଆ ଦିଗ ଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଭାବେ ୪୭ହଜାର ୬ଶହ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ରାଷ୍ଟ୍ରପତି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋର ଛୋଟ ଗାଁକୁ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଆସନ୍ତା ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ସମୟରେ ନୟାଗଡ଼ ସହରରୁ ପୁରୀକୁ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଇବା ପାଇଁ ‘ନୟାଗଡ଼ ନାଗରିକ ମଞ୍ଚ’ ପକ୍ଷରୁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକଙ୍କ ନିକଟରେ ଦାବି କରାଯାଇଛି।ନାଗରିକ ମଞ୍ଚ ପକ୍ଷରୁ ଡି.ଆର.ଏମ.ଙ୍କୁ ଦିଆଯାଇଥିବା ଏହି ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ରଥଯାତ୍ରା ସମୟରେ ନୟାଗଡ଼ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯାଇଥାନ୍ତି। ଯଦିଓ ରେଳ ବିଭାଗ ପକ୍ଷରୁ ଦଶପଲ୍ଲାରୁ […]
ପରକୀୟା ପ୍ରୀତି ପାଇଁ ରାଜଧାନୀରେ ଗଡ଼ିଲା ମୁଣ୍ଡ। ଗାଡ଼କଣ ଶ୍ରୀ ସାଇ ବିହାରରେ ବର୍ବର ହତ୍ୟାକାଣ୍ଡ। ସ୍ତ୍ରୀ ସହ ପରକୀୟା ସମ୍ପର୍କ ଥିବା ବ୍ୟକ୍ତିଙ୍କୁ କଟୁରୀରେ ହାଣିଦେଲା ସ୍ଵାମୀ। ଚନ୍ଦ୍ରଶେଖର ପୁର ଥାନା ଅଞ୍ଚଳରେ କେଳୁଚରଣ ପାର୍କ କଡ଼ରେ ଘଟିଛି ଘଟଣା । ନୀଳକଣ୍ଠ ମହାନ୍ତି ନାମକ ହତ୍ୟାକାରୀକୁ କାବୁ କଲା ପୋଲିସ୍ ।ଘଟଣାସ୍ଥଳରେ ଜୋନ୫ ଏସିପି ସହ ମଞ୍ଚେଶ୍ୱର ଥାନା ଅଧିକାରୀ ପହଞ୍ଚି ସିସିଟିଭି ଯାଞ୍ଚ କରିଛନ୍ତି। ସୂଚନା ଅନୁସାରେ ଆପାର୍ଟମେଣ୍ଟରରେ ପୂର୍ବତନ ସଭାପତି ସୁଶିଲ […]
ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ୍ (Integrated Teacher Education Programme -ITEP) ପାଠ୍ୟକ୍ରମରେ ଆଡ଼ମିଶନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ଶନିବାର ଅପରାହ୍ନ ୨ଟାରୁ ସାମ୍ସ ପୋର୍ଟାଲରେ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ। ଏହି ଆଦେଦନ ପ୍ରକ୍ରିୟା ଜୁଲାଇ ୫ ପର୍ଯ୍ୟନ୍ତ ଚାଲିବ। ଜୁଲାଇ ୧୦ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ। ନ୍ୟାଶନାଲ ଟେଷ୍ଟିଙ୍ଗ ଏଜେନ୍ସି (ଏନଟିଏ) ଦ୍ୱାରା […]
ନିଟ୍ ୟୁଜି-୨୦୨୬ ପୁନଃପରୀକ୍ଷା ରବିବାର ଜୁନ୍ ୨୧ରେ ଅନୁଷ୍ଠିତ ହେବ । ଦେଶର ୨୨ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ପରୀକ୍ଷା ପୂର୍ବରୁ ଏନଟିଏ ପରୀକ୍ଷା କେନ୍ଦ୍ର ସୂଚୀ ପ୍ରକାଶ କରିଥିଲା । ଆଉ ନାଗପୁର ବାସିନ୍ଦା ଅବ୍ଦୁଲା ମହମ୍ମଦଙ୍କ ସହିତ ହୋଇଥିବା ଘଟଣା ପୁଣିଥରେ ଏନଟିଏ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଏନଟିଏ ପରୀକ୍ଷା ପୂର୍ବରୁ ନୂତନ ଆଡମିଟ୍ କାର୍ଡ ଜାରି କରିଥିଲା । ନାଗପୁରର ଛାତ୍ର ଅବଦୁଲ୍ଲା ଜଣେ ଛାତ୍ରଙ୍କୁ ଦୁବାଇର […]
ଆଜି ଦେଶର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶୁଭ ଜନ୍ମଦିନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 1958 ମସିହା ଜୁନ 20 ତାରିଖରେ ମୟୂରଭଞ୍ଜ ଜିଲ୍ଲାର ଉପରବେଢ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଆଜିର ମହାମହିମ ନିଜ ଜନ୍ମମାଟିରେ ଜନ୍ମଦିନ ପାଳନ କରିଛନ୍ତି।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାରା ଦେଶରୁ ଛୁଟୁଛି ଶୁଭେଚ୍ଛା ଏବଂ ଶୁଭକାମନା ବାର୍ତ୍ତା। ଏହି ଅବସରରେ ଦେଶର ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଓଡ଼ିଶାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଏଁ […]
ମୟୁରଭଞ୍ଜ ପାହାଡପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପାହାଡପୁର ହେଲିପାଡରେ ଓହ୍ଲାଇଲେ ପ୍ରଧାନମନ୍ତ୍ରୀ। ଏମଆଇ-୧୭ ହେଲିକପ୍ଟର ଯୋଗେ ପାହାଡପୁରରେ ପହଞ୍ଚିଛନ୍ତି। ପୂର୍ବରୁ ପାହାଡପୁରରେ ପହଞ୍ଚି ସାରିଛନ୍ତି ରାଷ୍ଟ୍ରପତି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ରହିଛନ୍ତି। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୮ତମ ଜନ୍ମଦିନ ଅବସରରେ ମୟୂରଭଞ୍ଜରେ ସୃଷ୍ଟି ହୋଇଛି ଏକ ଐତିହାସିକ ମୁହୂର୍ତ୍ତ । ଜନ୍ମମାଟିରେ ଜନ୍ମଦିନ, ଆଉ ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କ ସାଥ୍ । ନିଜ ଜନ୍ମଭୂମିରେ ଜନ୍ମଦିନ ପାଳନ କରୁଥିବା […]
ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ । ଆଉ ଏହି ଜନ୍ମଦିନକୁ ନିଜ ଜନ୍ମମାଟିରେ ପାଳନ କରୁଛନ୍ତି ଦେଶର ପ୍ରଥମ ନାଗରିକ । ମୟୂରଭଞ୍ଜର ପାହାଡ଼ପୁର ଗାଁରେ ଏବେ ଉତ୍ସବର ମାହୋଲ । ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ଦେଖିବାକୁ ମିଳିଛି ଖୁସିର ଲହରୀ । ଆଉ ଏହାରି ଭିତରେ ମହାମହିମଙ୍କ ପରିଧାନ କରିବାକୁ ଥିବା ସ୍ୱତନ୍ତ୍ର ପାଟ ଶାଢ଼ିକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଜନ୍ମଦିନ ଅବସରରେ ସେ ଗୋଲାପୀ ଓ ନୀଳ ରଙ୍ଗର ସୁନ୍ଦର […]
