author

ଓଡ଼ିଆ ଭାଷାରେ ଏକାଦଶ ଶ୍ରେଣୀ ବିଜ୍ଞାନ ସନ୍ଦର୍ଭ ପୁସ୍ତକ (Reference Book) ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଆ ଭାଷାରେ ପ୍ରସ୍ତୁତ ଏକାଦଶ ଶ୍ରେଣୀ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ସନ୍ଦର୍ଭ ପୁସ୍ତକ (Reference Book) ଗୁଡିକ ଉନ୍ମୋଚନ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ଏହି ପୁସ୍ତକ ଗୁଡିକ ମଧ୍ୟରେ ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଜୀବ ବିଜ୍ଞାନ ଆଜି ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି ।ସୂଚନାଯୋଗ୍ୟଯେ, ଓଡ଼ିଆ ଭାଷାରେ ଏହିଭଳି ବହି ଆଗରୁ ନଥିବାରୁ ରାଜ୍ୟ ସରକାର ପ୍ରତ୍ୟେକ […]

୯ମ ଶ୍ରେଣୀ ଛାତ୍ରକୁ ହାଣିଲା ୧୦ମ ଛାତ୍ର

ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ ୯ମ ଶ୍ରେଣୀ ଛାତ୍ରଙ୍କୁ ଭୁଜାଲିରେ ହାଣିଛନ୍ତି ଜଣେ ୧୦ମ ଶ୍ରେଣୀ ଛାତ୍ର। ଏପରି ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ରେମୁଣା ହାଇସ୍କୁଲରେ। ଗୁରୁତର ଛାତ୍ର ଜଣକ ଏଫଏମ ମେଡିକାଲ୍ କଲେଜରେ ଭର୍ତ୍ତି ହୋଇଛନ୍ତି । ଆକ୍ରମଣରେ ହାତ ପାପୁଲି ଓ ପଛପଟ ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ସୂଚନା […]

୧୦ ବିଭାଗର ୧୨ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ର ମୋହର

ସରିଲା କ୍ୟାବିନେଟ୍‌ ବୈଠକ। ଏହା ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇ କହିଛନ୍ତି, ୧୦ଟି ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଜଳସମ୍ପଦ ବିଭାଗର ଡାଇଭର୍ସନ ସିଷ୍ଟମ ପାଇଁ ୩୬୨ କୋଟି ମଞ୍ଜୁର ହୋଇଛି । ରାଜ୍ୟ ସମବାୟ ନୀତି – ୨୦୨୬କୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଜଳସମ୍ପଦ ବିଭାଗର ଡାଇଭର୍ସନ ସିଷ୍ଟମ ପାଇଁ ୩୬୨ କୋଟି ମଞ୍ଜୁର ହୋଇଛି । ମାର୍ଚ୍ଚ ଯାଏଁ ସିଙ୍ଗାପୁର ଓ ଦୁବାଇକୁ ଜାରି […]

ସ୍ବାମୀ ମାଙ୍କେଡି କହିଦେଲେ ବୋଲି ଜୀବନ ହାରିଲା ୨୮ ବର୍ଷୀୟ ସ୍ତ୍ରୀ

ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ମାଙ୍କେଡି କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶରେ, ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଛି। ୨୮ ବର୍ଷୀୟ ମଡେଲ ତନ୍ନୁ ସିଂହ ତାଙ୍କ ସ୍ୱାମୀ ରାହୁଲ ସିଂହଙ୍କ ଠାରୁ ମଜାଳିଆ କଥା ଶୁଣି ନିଜ ଦୁପଟାରେ ସିଲିଂ ଫ୍ୟାନରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ପରିବାର କହିଛନ୍ତି ଯେ ରାହୁଲ ମଜାରେ ତନ୍ନୁଙ୍କୁ “ମାଙ୍କେଡି” […]

ଭାଲୁ ସହ ଲଢ଼ି ଜୀବନ ବଞ୍ଚାଇଲେ ନବମ ଶ୍ରେଣୀ ଛାତ୍ର

ମଣିଷ-ଭାଲୁ ଲଢେଇ। ଭାଲୁ ସହ ଲଢି ମୃତ୍ୟୁ ମୁଖରୁ ବର୍ତ୍ତିଲେ ନବମ ଶ୍ରେଣୀର ଛାତ୍ର। ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ପୋଡ଼ାଶୂଳା ଗାଁରେ ଅଭାବନୀୟ ଘଟଣା ଘଟିଛି । ରାତିରେ ଖାଦ୍ୟ ଅନ୍ୱେଷଣରେ ସ୍ଵର୍ଣ୍ଣଚୁଡ଼ ଜଙ୍ଗଲରୁ ଆସିଥିଲେ ଦୁଇଟି ଭାଲୁ । ତେବେ ରାସ୍ତା ନପାଇ ବାଟବଣା ହୋଇ ଫେରି ପାରିନଥିଲେ ଭାଲୁମାନେ । ଏମିତିକି ଗାଁ ପଶି ଉପଦ୍ରବ ଜାରି ରଖିଥିଲେ । ଗାଁରେ ଆତଙ୍କ ଖେଳାଇବାବେଳେ ଜଣେ ନବମ ଶ୍ରେଣୀ ଛାତ୍ର ପ୍ରଭାତ ପାତ୍ର […]

ମହିଳା ଯାତ୍ରୀଙ୍କ ପାଇଁ ଭୁବନେଶ୍ୱରରେ ଗଡିବ ‘ସୁଭଦ୍ରା ବସ୍‌’

ମହିଳା ଯାତ୍ରୀଙ୍କ ପାଇଁ ଭୁବନେଶ୍ୱରରେ ଗଡିବ ‘ସୁଭଦ୍ରା ବସ୍‌’ । ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚଦ୍ର ମହାପାତ୍ର । ମହିଳାଙ୍କ ସୁରକ୍ଷା ଏବଂ ଗତିଶୀଳତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏକ ଐତିହାସିକ ପଦକ୍ଷେପ ସ୍ବରୂପ ଓଡ଼ିଶା ସରକାର ଭୁବନେଶ୍ୱରରେ ସୁଭଦ୍ରା ବସ୍‌ ସେବା ପ୍ରଚଳନ କରିବାକୁ ଯାଉଛନ୍ତି । ଏହି ବସ୍‌ରେ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ । ପୁନେରେ ଇ ବସ୍ ଟ୍ରେନିଂ ପରେ ଭୁବନେଶ୍ୱରରେ ଚଲାଇବେ […]

ପୁଣି କମିଲା ସୁନା ରୂପା ଦର

ଗ୍ରାହକଙ୍କ ପାଇଁ ଖୁସି ଖବର । ଲଗାତାର ଦ୍ବିତୀୟ ଦିନରେ କମିଲା ସୁନା, ରୁପା ଦର । ଆଜି ପୁଣି କମିଲା ସୁନା ରୁପା ଦର । ଲଗାତାର ଦ୍ବିତୀୟ ଦିନରେ ସୁନା ରୁପା ଖସିଛି। ୨୪ କ୍ୟାରେଟ୍ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଲା । ଗତ କାଲି ସୁନା ଦର ୧୦ ଗ୍ରାମ ପିଛା ୨୪କ୍ୟାରେଟ୍ ସୁନା ଦର ୧ ଲକ୍ଷ ୬୯ ହଜାର ୨୦୦ ଟଙ୍କା ଥିବା ବେଳେ ଆଜି […]

ଭୁବନେଶ୍ବର CBI ନାଁରେ ମାମଲା ରୁଜୁ କଲା ଦିଲ୍ଲୀ CBI

ଭୁବନେଶ୍ବର CBI ନାଁରେ ମାମଲା ରୁଜୁ କଲା ଦିଲ୍ଲୀ CBI। ସୁନ୍ଦରଗଡ଼ MCLରେ ଦିଲ୍ଲୀ CBIର ଚଢ଼ଉ ପରେ ନୂଆ ତଥ୍ୟ । ସନ୍ଦେହ ଘେରରେ ସିବିଆଇ ଭୁବନେଶ୍ବର ଶାଖାରେ ASI ପ୍ରଶାନ୍ତ ପଲେଇ ।ବସୁନ୍ଧରା ଅଞ୍ଚଳରେ ଏମ୍ ସିଏଲ୍ ଗର୍ଜନବାହାଲ ଓପନ କା­­­ଷ୍ଟ ପ୍ରୋଜେକ୍ଟର ଡେସ୍ ପାଚ୍ ଅଧିକାରୀ ସାରଦା ପ୍ରସାଦ ସେଠୀଙ୍କ ଠାରୁ ପ୍ରଶାନ୍ତ ଟଙ୍କା ନେଉଥିବା ଅଭିଯୋଗ ହୋଇଛି । ସାରଦା ତାଙ୍କ ପଦବୀର ଅପ ବ୍ୟବହାର କରି ବିଭିନ୍ନ ପରିବହନକାରୀ,କୋଇଲା ଉତ୍ତୋଳନକାରୀଙ୍କ […]

ଅଧ୍ୟାପକ ଖଟି କଲେ ହେବ ଆକ୍ସନ୍‌

କଲେଜରେ କ୍ଲାସ ନକରି ଖଟି କରୁଥିଲେ ଆକ୍ସନ୍ ନେବ ଉଚ୍ଚଶିକ୍ଷା ବିଭାଗ । କଠୋର କାର୍ଯ୍ୟାନୁଷ୍ଠାନ ସହ ବନ୍ଦ ହୋଇପାରେ ଦରମା । ଏନେଇ ବିଭାଗ ପକ୍ଷରୁ ସବୁ ସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ହୋଇଛି । ସୂଚନା ଅନୁସାରେ, ଉଚ୍ଚଶିକ୍ଷା ବିଭାଗର ଅନୁଧ୍ୟାନ ବେଳେ ନଜରକୁ ଆସିଥିଲା ଅବହେଳା । କଟକ ଜିଲ୍ଲାର ୨ ସଂସ୍କୃତ ଅନୁଦାନପ୍ରାପ୍ତ କଲେଜରେ ଖଟି କରୁଥିଲେ ଅଧ୍ୟାପକ । କ୍ଲାସ ନକରି ଅଧ୍ୟାପକ ଚେୟାର ବସି ମୋବାଇଲ୍‌ରେ […]

ଆସନ୍ତା ୪ ତାରିଖ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବଢ଼ିବ

ଆସନ୍ତା ୪ ତାରିଖ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବଢ଼ିବା ସହ ଶୀତ କମ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କିନ୍ତୁ ଆସନ୍ତା ୨ ତାରିଖ ଯାଏଁ ରାଜ୍ୟରେ କୁହୁଡ଼ି ରହିବ । ଶନିବାର ଉପକୂଳ ଓଡ଼ିଶାରେ ଶୀତ ପ୍ରାୟତଃ କମ ରହିବ ।ରବିବାର ମଧ୍ୟ ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ରାତି ତାପମାତ୍ରା ବଢ଼ିବା ସହ ଶୀତ କମ୍ ରହିବ । ଅଧିକାଂଶ ସ୍ଥାନରେ […]

ଘରୋଇ ଇନ୍ଧନ ଯେଗାଣରେ ଅହେତୁକ ବିଳମ୍ୱ; ଲୋକେ ହନ୍ତସନ୍ତ

ଘରୋଇ ରନ୍ଧନ ଗ୍ୟାସ୍‌ (ଏଲ୍‌ପିଜି) ମିଳିବାରେ ଏବେ ବଡ ସମସ୍ୟା ହେଉଛି । ତିନିରୁ ଚାରିଦିନ ମଧ୍ୟରେ ମିଳୁଥିବା ଏହି ସିଲିଣ୍ଡର ଏବେ ବୁକିଂ ହେବାର ୨୦ ଦିନ ପରେ ବି ମିଳୁନି । ଏଚ୍‌ପି ଗ୍ୟାସ୍‌ରେ ଏହି ସମସ୍ୟା ୧ ମାସେ ହେଲା ଲାଗିଥିବା ବେଳେ ଏବେ ଇଣ୍ଡେନ୍‌ ଗ୍ୟାସ୍‌ରେ ବି ସମାନ ସମସ୍ୟା ଦେଖାଦେଇଛି ।୩ ମାସ ତଳୁ ଏଚ୍‌ପି ଗ୍ୟାସ୍‌ରେ ପ୍ରଥମେ ଏହି ସମସ୍ୟା ଦେଖାଦେଇଥିଲା । ତାର ସିଲିଣ୍ଡର ରିଫିଲିଂ ପ୍ଲାଣ୍ଟରେ […]

ଢେଙ୍କାନାଳ ଯୋରନ୍ଦାରେ ଆଜିଠୁ ମହିମା ମେଳା

ମହିମା ଧର୍ମୀଙ୍କ ମୁଖ୍ୟ ଧର୍ମସ୍ଥଳୀ ଯୋରନ୍ଦା ଠାରେ ଆଜି ଠାରୁ ୭ ଫେବୃଆରୀ ଯାଏଁ ମେଳା ଅନୁଷ୍ଠିତ ହେଉଛି l ବିଶ୍ବପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ପାଇଁ ଚଳଚଞ୍ଚଳ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ମହିମା ଗାଦି । ଲକ୍ଷଲକ୍ଷ ସଂଖ୍ୟାରେ ଜନ ସମାଗମ ସାଙ୍ଗକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।୧ ତାରିଖ ଅପରାହ୍ନ ରେ ମୁଖ୍ୟମନ୍ତ୍ରୀଙ୍କ ଯୋରନ୍ଦା ଆସିବାର କାର୍ଯ୍ୟକ୍ରମ ରହିଛି l ମେଳାକୁ […]