ଆଜି ବରିଷ୍ଠ ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳ ବଦଳ ହୋଇଛି। ୧୯୯୬ ବ୍ୟାଚର ୩ ବରିଷ୍ଠ ଆଇଏଏସଙ୍କୁ ପଦନ୍ନୋତି ଦେଇଛନ୍ତି ମୋହନ ମାଝୀଙ୍କ ସରକାର। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଏହି ଅଧିକାରୀମାନଙ୍କୁ ‘ଏପେକ୍ସ ଗ୍ରେଡ୍’ ବା ସର୍ବୋଚ୍ଚ ପାହ୍ୟାକୁ ଉନ୍ନୀତ କରାଯାଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦବୀ ପ୍ରଦାନ କରାଯାଇଛି । ଏହି ୩ ଅଧିକାରୀ ହେଲେ ଶ୍ରୀ ଶାଶ୍ୱତ ମିଶ୍ର (IAS, -୧୯୯୬) […]
ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ନକରି ଅଡୁଆରେ ଗଣଶିକ୍ଷା ସଚିବ। ଗଣଶିକ୍ଷା ସଚିବଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ । ଗଣଶିକ୍ଷା ନିର୍ଦ୍ଦେଶକ ଓ କେନ୍ଦୁଝର ଡିଇଓଙ୍କୁ ବି ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଫେବ୍ରୁଆରୀ ୧୩ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଛନ୍ତି । ପୂର୍ବ ଆଦେଶ କାର୍ଯ୍ୟକାରୀ ହୋଇଥିଲେ, ହାଜିରା ଅନାବଶ୍ୟକ । ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରେ ହୋଇଛି ଅଦାଲତ ଅବମାନନା ।
ରାୟଗଡ଼, ୩୧/୦୧/୨୦୨୬: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ, ରାୟଗଡ଼ ତରଫରୁ ଆୟୋଜିତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ରାୟଗଡ଼ (ସାଧାରଣ) ଶ୍ରୀ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପିତାମାତା ଏବଂ ବରିଷ୍ଠ ନାଗରିକଙ୍କ ରକ୍ଷଣl ବେକ୍ଷଣl ଓ କଲ୍ୟାଣ ଆଇନ -୨୦୦୭ ସଚେତନତା ଶିବିର ପାଳିତ ହୋଇଛି। ଏହି ସଚେତନତା ଶିବିରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରାୟଗଡ ସୁଶ୍ରୀ ସରସ୍ବତୀ ମାଝି, ପଞ୍ଚାୟତ ସମୀତି ଅଧ୍ୟକ୍ଷା […]
ଜେକେ କାଗଜ କଳ ର ସାମାଜିକ ଦାୟିତ୍ଵ ବିଭାଗ ର ରୋଷନି ପ୍ରକଳ୍ପ ଆନୁକୁଲ୍ୟରେ ଏଲ୍ ଭି ପ୍ରସାଦ ଚକ୍ଷୁ ଅନୁଷ୍ଠାନ, ପିତାମହଲ ସହଯୋଗ ରେ ଖଲିଗୁଡା ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିର ରେ 45 ଜଣ ରୋଗୀ ଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା। 18 ଜଣ ମୋତିଆବିନ୍ଦୁ, 5 ଜଣ ଟେରୀଜିମ୍ , 22 ଜଣ ଦୂରଦୃଷ୍ଟି ସମସ୍ୟା ଥିବା ଚିହ୍ନଟ କରାଯାଇଛି। ମୋତିଆବିନ୍ଦୁ ରୋଗୀ ଙ୍କର ଫିଟନେସ ସାର୍ଟିଫିକେଟ […]
ଅସ୍ତରଙ୍ଗ ସମୁଦ୍ରରେ କୁମ୍ଭୀର ।ପୁରୀଜିଲ୍ଲା ଅସ୍ତରଙ୍ଗର ଯାହାନିଆ ନିକଟ ସମୁଦ୍ର ଅଞ୍ଚଳରେ ଦେଖିବାକୁ ମିଳିଛି କୁମ୍ଭୀର । ଏହି କୁମ୍ଭୀରଟି ପ୍ରଥମେ ଦେବୀନଦୀର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଯାହା ପରେ ନଦୀ କୂଳିଆ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଦେବୀନଦୀକୁ ଲୋକମାନଙ୍କ ଯାତାୟାତ ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ଏହାର କିଛି ମାସ ପରେ ଅସ୍ତରଙ୍ଗ ସମୁଦ୍ରରେ ସେହି କୁମ୍ଭୀରଟି ଦେଖାଯାଇଛି । ଅସ୍ତରଙ୍ଗ ସମୁଦ୍ର କୂଳରେ […]
ରାଜ୍ୟରେ ବିଡ଼ି, ସିଗାରେଟ, ଗୁଟଖା ଏବଂ ତମାଖୁ ଭଳି ଉତ୍ପାଦର ପ୍ୟାକେଜିଂ, ସଂରକ୍ଷଣ ଏବଂ ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଇଥିଲେ । କିନ୍ତୁ ଏହାରି ମଧ୍ୟରେ ଆଉ ଏକ କଟକଣା ଲଗାଇଛି ସ୍ୱାସ୍ଥ୍ୟ ବିଭାଗ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ, ନିକୋଟିନ ନଥିବା ପାନ ମସଲା କେବଳ ରାଜ୍ୟରେ ବିକ୍ରି ହୋଇପାରିବ । ନିକୋଟିନ ଯୁକ୍ତ ଟବାକୋ ବିକ୍ରି ବନ୍ଦ ପାଇଁ ଜୋରଦାର ହେବ ରେଡ। […]
ପୁଣି ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ସ୍ନାନ କରୁଥିବା ବେଳେ ରିପ୍ କରେଣ୍ଟ ନେଇଗଲା ମା’- ପୁଅଙ୍କ ଜୀବନ। ମୃତ ମା’- ପୁଅ ହେଉଛନ୍ତି ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳର କୁସୁମ ଓ ଅଙ୍କିତ ଗୁପ୍ତା।ତେବେ ଆଜି ସକାଳେ କୁସୁମ ଓ ଅଙ୍କିତ ପରିବାର ଲୋକଙ୍କ ସହ ପୁରୀ ଚକ୍ରତୀର୍ଥ ରୋଡ ପିଙ୍କ ହାଉସ ନିକଟ ବେଳାଭୂମିରେ ସମୁଦ୍ର ସ୍ନାନର ମଜା ନେଉଥିଲେ । ଏକ ବଡ଼ ଲହଡ଼ି ସାଙ୍ଗକୁ ରିପ କରେଣ୍ଟରେ ପଡ଼ି କୁସୁମ ସମୁଦ୍ର ଭିତରକୁ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଦୀପ କୁମାର ସାହୁ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ତଥା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପୀତବାସ ପ୍ରଧାନଙ୍କ ପୌରୋହିତ୍ୟରେ ଆୟୋଜତ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରବୀନ୍ଦ୍ର କୁମାର ସାହୁ,ବରିଷ୍ଠ ଶିକ୍ଷକ ଲକ୍ଷ୍ମୀଧର ସାହୁ, ଶିକ୍ଷକ ଅଶୋକ କୁମାର ମଲ୍ଲ, ପ୍ରାଥମିକ ଶିକ୍ଷକ […]
ଓଡିଶା ଅଗ୍ନିଶମ ବିଭାଗ ପକ୍ଷରୁ ସଚେତନତା ସୃଷ୍ଟି ପାଇଁ ନିଆରା ପ୍ରୟାସ । ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀଙ୍କ ଉପସ୍ଥିତିରେ ଡେମୋ ପ୍ରଦର୍ଶନ ହୋଇଛି । ଲୋକଙ୍କ ଜୀବନ ବଞ୍ଚାଇବାର କୌଶଳ ଦେଖାଇଛନ୍ତି ଫାୟାର ଫାଇଟର । କେବଳ ନିଆଁ ଲିଭା ନୁହେଁ ଅନ୍ୟାନ୍ୟ କ୍ଷେତ୍ରର କାର୍ଯ୍ୟ ନେଇ ଡେମୋ ପ୍ରଦର୍ଶନ ହୋଇଛି । ସଡକ ଦୁର୍ଘଟଣାରେ ମୃତାହତଙ୍କୁ ଉଦ୍ଧାର କାର୍ଯ୍ୟର ଡେମୋ ପ୍ରଦର୍ଶନ କରାଯାଇଛି । କାର୍ ଉପରେ ଚଢିଯାଇଥିବା ଟ୍ୟାଙ୍କରରୁୁ ଆହତଙ୍କୁ ଉଦ୍ଧାର ବେଳର […]
ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଆ ଭାଷାରେ ପ୍ରସ୍ତୁତ ଏକାଦଶ ଶ୍ରେଣୀ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ସନ୍ଦର୍ଭ ପୁସ୍ତକ (Reference Book) ଗୁଡିକ ଉନ୍ମୋଚନ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ଏହି ପୁସ୍ତକ ଗୁଡିକ ମଧ୍ୟରେ ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଜୀବ ବିଜ୍ଞାନ ଆଜି ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି ।ସୂଚନାଯୋଗ୍ୟଯେ, ଓଡ଼ିଆ ଭାଷାରେ ଏହିଭଳି ବହି ଆଗରୁ ନଥିବାରୁ ରାଜ୍ୟ ସରକାର ପ୍ରତ୍ୟେକ […]
ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ ୯ମ ଶ୍ରେଣୀ ଛାତ୍ରଙ୍କୁ ଭୁଜାଲିରେ ହାଣିଛନ୍ତି ଜଣେ ୧୦ମ ଶ୍ରେଣୀ ଛାତ୍ର। ଏପରି ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ରେମୁଣା ହାଇସ୍କୁଲରେ। ଗୁରୁତର ଛାତ୍ର ଜଣକ ଏଫଏମ ମେଡିକାଲ୍ କଲେଜରେ ଭର୍ତ୍ତି ହୋଇଛନ୍ତି । ଆକ୍ରମଣରେ ହାତ ପାପୁଲି ଓ ପଛପଟ ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ସୂଚନା […]
ସରିଲା କ୍ୟାବିନେଟ୍ ବୈଠକ। ଏହା ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇ କହିଛନ୍ତି, ୧୦ଟି ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଜଳସମ୍ପଦ ବିଭାଗର ଡାଇଭର୍ସନ ସିଷ୍ଟମ ପାଇଁ ୩୬୨ କୋଟି ମଞ୍ଜୁର ହୋଇଛି । ରାଜ୍ୟ ସମବାୟ ନୀତି – ୨୦୨୬କୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଜଳସମ୍ପଦ ବିଭାଗର ଡାଇଭର୍ସନ ସିଷ୍ଟମ ପାଇଁ ୩୬୨ କୋଟି ମଞ୍ଜୁର ହୋଇଛି । ମାର୍ଚ୍ଚ ଯାଏଁ ସିଙ୍ଗାପୁର ଓ ଦୁବାଇକୁ ଜାରି […]
