author

କମିନି ଖରାର ତାଉ, ଖୋଲିଲା ସ୍କୁଲ

ରାଜ୍ୟର ୨୦ ଜିଲ୍ଲାରେ ଖରା ଛୁଟି ଶେଷ ହେବା ସହ ଆଜିଠୁ ସ୍କୁଲ ଖୋଲିଛି । ଅନୁଗୁଳ ଜିଲ୍ଲାରେ ଗ୍ରୀଷ୍ମ ଛୁଟି ଅବଧି ବୃଦ୍ଧି କରାଯାଇଥିବା ବେଳେ ୨୨ ଜୁନରେ ଖୋଲିବ ସ୍କୁଲ । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଅନୁଗୁଳ ସୂଚନା ଦେଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ, କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନକୁ ୨୦ ତାରିଖ ଯାଏ ଛୁଟି ବୃଦ୍ଧି କରାଯାଇଛି । ସେପଟେ ସୁନ୍ଦରଗଡ଼ରେ ମଧ୍ୟ ୨୦ ତାରିଖ […]

ଆଜିର ରାଶିଫଳ (୧୮ ଜୁନ, ୨୦୨୬)

ମେଷ: ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ। ବୃଷ: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ। ମିଥୁନ: ରୋଜଗାର ବୃଦ୍ଧି ହୋଇପାରେ। […]

ଆସନ୍ତା ଜୁଲାଇ ୧ ରୁ ଓଡିଶାରେ ଲାଗୁ ହେବ ଭିବି-ଜି-ରାମଜି 

ଓଡିଶାରେ ଲାଗୁ ହେଲା ଭିବି-ଜି-ରାମଜି ।ରାଜ୍ୟର ଗ୍ରାମୀଣ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବା ଏବଂ ଗ୍ରାମାଞ୍ଚଳରେ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଓଡ଼ିଶା ସରକାର ‘ବିକଶିତ ଭାରତ-ଗ୍ରାମୀଣ ରୋଜଗାର ଓ ଆଜୀବିକା ମିଶନ (ଗ୍ରାମୀଣ)’ ଯୋଜନାର ବିଜ୍ଞପ୍ତି ଜାରି କରିଛନ୍ତି।ପୂର୍ବରୁ ରାଜ୍ୟ କ୍ୟାବିନେଟ୍ ଏହି ଯୋଜନାକୁ ଅନୁମୋଦନ କରିଥିବାବେଳେ ବର୍ତ୍ତମାନ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିସ୍ତୃତ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଆସନ୍ତା ଜୁଲାଇ ୧ ରୁ ଯୋଜନାଟି ରାଜ୍ୟରେ ଲାଗୁ […]

ନୟାଗଡ ରେଳ ଷ୍ଟେସନରେ ଫ୍ୟାନ ଅଚଳ, ଗ୍ରୀଷ୍ମ ପ୍ରବାହରେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ ରେଳ ଷ୍ଟେସନରେ ଶହଶହ ଯାତ୍ରୀ ରେଳ ଯୋଗେ ଯାତାୟତ ନିମନ୍ତେ ଘଣ୍ଟାଘଣ୍ଟା ଧରି ରେଳକୁ ଅପେକ୍ଷା କରିଥାନ୍ତି।ତେବେ ଯାତ୍ରୀମାନେ ବସୁଥିବା ସ୍ଥାନରେ ଲାଗିଥିବା ସିଲିଂ ଫ୍ୟାନଟି ଅଚଳ ଅବସ୍ଥାରେ ଥିବାରୁ ସାମ୍ପ୍ରତିକ ପରିସ୍ଥିତିରେ ଯାତ୍ରୀମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି। ତେଣୁ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଅଚଳ ଅବସ୍ଥାରେ ଥିବା ସିଲିଂ ଫ୍ୟାନ ଟି କୁ ତୁରନ୍ତ ମରାମତି ଦିଗରେ ନୟାଗଡ ରେଳ ଷ୍ଟେସନ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି […]

NEET ପରୀକ୍ଷା ପୂର୍ବରୁ ଭାରତରେ ଟେଲିଗ୍ରାମ୍ ବ୍ୟାନ୍: ସରକାରଙ୍କୁ ସମାଲୋଚନା କଲେ ଟେଲିଗ୍ରାମ ସିଇଓ

ଭାରତରେ ଟେଲିଗ୍ରାମ (Telegram) କୁ ସାମୟିକ ଭାବେ ବ୍ୟାନ କରାଯାଇଛି। NEET-UG ୨୦୨୬ ପୁନଃ-ପରୀକ୍ଷା ପୂର୍ୱରୁ କପି ଏବଂ ଗୁଜବ ବା ଭୁଲ ସୂଚନା ରୋକିବା ପାଇଁ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଛନ୍ତି। ତେବେ ଏହି ମେସେଜିଂ ଆପର ପ୍ରତିଷ୍ଠାତା ତଥା ସିଇଓ (CEO) ପାଭେଲ ଦୁରୋଭ (Pavel Durov) ସରକାରଙ୍କ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ଏହାଦ୍ୱାରା ମୂଳ ସମସ୍ୟାର ସମାଧାନ ନହୋଇ ଓଲଟା ଲକ୍ଷ ଲକ୍ଷ ସାଧାରଣ ବ୍ୟବହାରକାରୀ ପ୍ରଭାବିତ ହେବେ ବୋଲି ସେ […]

ପିଏମ୍ ସ୍ୱନିଧି ଯୋଜନା; ଷ୍ଟ୍ରିଟ୍ ଭେଣ୍ଡର ହିତାଧିକାରୀଙ୍କୁ ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼

ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି ଯୋଜନା ଅଧୀନରେ ମଞ୍ଜୁର ହେଉଥିବା ୩ଟି ଋଣ ପର୍ଯ୍ୟାୟରେ ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି ରାଜ୍ୟ ସରକାର । ଚୁକ୍ତିପତ୍ର ଉପରେ ଲାଗୁଥିବା ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ଆଦେଶ ଅନୁଯାୟୀ, ପିଏମ୍ ସ୍ୱନିଧି ଯୋଜନାର ପ୍ରଥମ, ଦ୍ୱିତୀୟ ଓ […]

ଶ୍ରୀମନ୍ଦିରରୁ ଜବତ ହେଲା ୩୦ ପ୍ୟାକେଟ୍‌ ରୁ ଅଧିକ ଅପମିଶ୍ରିତ ଘିଅ

ଶ୍ରୀମନ୍ଦିର ରୋଷ ଘରକୁ ବେଆଇନ ଭାବେ ବନସ୍ପତି କମ୍ପାନୀର ନକଲି ଘିଅ ନେବା ବେଳେ ଶ୍ରୀମନ୍ଦିର ପ୍ରଶାସନ ୩୦ ପ୍ୟାକେଟ୍ ଘିଅ ଜବତ କରିଛି। ମହାପ୍ରସାଦ ପ୍ରସ୍ତୁତିରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ କଟକଣା ଥିବା ବେଳେ ନିୟମ ଉଲ୍ଲଂଘନ କରି ଅନ୍ୟ ବ୍ରାଣ୍ଡର ଘିଅ ନିଆଯାଉଥିବା ଜଣାପଡ଼ିଛି। ସୁରକ୍ଷା କର୍ମୀ ବନସ୍ପତି ଘିଅର ୩୦ଟି ପ୍ୟାକେଟ୍ ଧରିଥିଲେ।କେଉଁ ସୁଆର ସେବକ ଏହି ନକଲି ଘିଅ ନେଉଥିଲେ ଏବଂ ଏହା ପଛରେ କାହାର ହାତ ଅଛି […]

ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ହିତାଧିକାରୀଙ୍କ ପାଖକୁ ଭତ୍ତା ରାଶି ପହଞ୍ଚିଲାଣି

ଭତ୍ତା ସମସ୍ୟାର  ସମାଧାନ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି।ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ହିତାଧିକାରୀଙ୍କ ପାଖକୁ ଭତ୍ତା ରାଶି ପହଞ୍ଚିଲାଣି। ଖୁବ ଶୀଘ୍ର ସମସ୍ତଙ୍କୁ ବକେୟା ଭତ୍ତା ରାଶି ମିଳିଯିବ। ଦେଶରେ ସବୁ ରାଜ୍ୟରେ ଏହି ସମସ୍ୟା ଥିଲା। ପୋର୍ଟାଲ ସମସ୍ୟା ପାଇଁ ଏପରି ଅସୁବିଧା ହୋଇଥିଲା । ଏବେ ସ୍ଥିତିର ସୁଧାର ଆସିଛି। ସୂଚନା ଥାଉକି, ରାଜ୍ୟରେ ବିଭିନ୍ନ ସ୍ଥାନରେ ଭତ୍ତା ସମସୟା ନେଇ ଉତ୍ତେଜନା ଲାଗି ରହିଥିଲା। ପୋର୍ଟାଲ […]

ଦଶପଲ୍ଲା ବିଇଓ ଭକ୍ତି ବିନୋଦ ସଲଙ୍କୁ ‘ସଙ୍ଗୀତଧାରା’ ପକ୍ଷରୁ ସମ୍ବର୍ଦ୍ଧନା

ନୟାଗଡ଼,(ଓଡ଼ିଶା ଦର୍ପଣ):ଶିକ୍ଷା ଓ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ପ୍ରଶାସନିକ ଦକ୍ଷତା ପାଇଁ ଦଶପଲ୍ଲା ଗୋଷ୍ଠୀ ଶିକ୍ଷାଧିକାରୀ (ବିଇଓ) ଭକ୍ତି ବିନୋଦ ସଲଙ୍କୁ ନୟାଗଡ଼ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସଙ୍ଗୀତଧାରା’ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ସଙ୍ଗୀତଧାରାର ଏକ ପ୍ରତିନିଧି ଦଳ ବିଇଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ ଉପଢୌକନ ଓ ସମ୍ମାନ ସୂଚକ ଫଳକ ପ୍ରଦାନ କରି ଏହି ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।ସୂଚନାଯୋଗ୍ୟ ଯେ, ନିକଟରେ ‘ସଙ୍ଗୀତଧାରା’ ପକ୍ଷରୁ ଦଶପଲ୍ଲାରେ ଅନୁଷ୍ଠିତ ବ୍ଲକସ୍ତରୀୟ ସଙ୍ଗୀତ ପ୍ରତିଯୋଗିତାରେ ସ୍ଥାନୀୟ […]

ପାଠ୍ୟପୁସ୍ତକ ତ୍ରୁଟି: ୩ ଜଣିଆ କମିଟି ଗଠନ କରି ୭ ଦିନରେ ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ରାଜ୍ୟ ସରକାରଙ୍କ ବିଦ୍ୟାଳୟ ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି।ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଏହି ତ୍ରୁଟି ସୁଧାରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି।ଏହି ପରିପ୍ରେକ୍ଷୀରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ତ୍ରୁଟି ପାଇଁ କେଉଁ ଅଧିକାରୀ/ସଂସ୍ଥା ଦାୟୀ ତାହା ନିର୍ଣ୍ଣୟ କରିବା ପାଇଁ ବୈଠକରେ ମୁଖମନ୍ତ୍ରୀ […]

ପ୍ରଶାସକଙ୍କ ସହ ଆଲୋଚନା ପରେ ସ୍ଵାଭାବିକ ହେଲା ରଥ ନିର୍ମାଣ କାର୍ଯ୍ୟ

ସ୍ଵାଭାବିକ ହେଲା ରଥ ନିର୍ମାଣ କାର୍ଯ୍ୟ । ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ସହ ତିନି ରଥର ମୁଖ୍ୟ ବିଶ୍ଵକର୍ମା ମହାରଣାଙ୍କ ଆଲୋଚନା ପରେ ରଥ ନିର୍ମାଣ କାର୍ଯ୍ୟ ସ୍ବାଭାବିକ ହୋଇଛି । ପ୍ରଶାସନିକ ପ୍ରତିଶ୍ରୁତି ପରେ ରଥ ମହାରଣା ମାନଙ୍କ ଖେଇକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ହଟିଛି ।ରଥ ତତ୍ତ୍ଵାବଧାରଙ୍କୁ ଦାୟିତ୍ବରୁ ନ ହଟାଇଲେ ରଥଯାତ୍ରାରେ ଗଡିବନି ରଥ ବୋଲି କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟ ବିଶ୍ଵକର୍ମା। ସେପଟେ ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରତିକ୍ରିୟା ରଖି […]

ଉପବାଚସ୍ପତିଙ୍କ ନକଲି ଦସ୍ତଖତରେ ବଦଳି ଷଡ଼ଯନ୍ତ୍ରରେ ଆକ୍ସନ୍: ସରକାରୀ ଯନ୍ତ୍ରୀ ଅଟକ

ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ନକଲି ଦସ୍ତଖତରେ ବଦଳି ଷଡଯନ୍ତ୍ର! ଦୁଇ ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମ ଓ ମୋନାଲିସା ବେହେରାଙ୍କ ବିରୋଧରେ ରୁଜୁ ହେଲା ମାମଲା । ତଦନ୍ତ ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟିମ। ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମଙ୍କୁ ଉଠାଇନେଲା ପୋଲିସ। ଲକ୍ଷ୍ମଣଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ପୋଲିସ। ମୋନାଲିସା ବେହେରାଙ୍କୁ ଖୋଜୁଛି କ୍ୟାପିଟାଲ୍ ଥାନା ପୋଲିସ। ମିଳିଥିବା ସୂଚନା ଅନୁଯାୟୀ, ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ […]