author

ଭୋଟର ଜାଗୃତ ହୁଅନ୍ତୁ – ଜିଲ୍ଲାପାଳ

ରାୟଗଡ଼ ତା ୯.୬.୨୦୨୬ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ଭୋଟର ତାଲିକାର ସଘନ ସଂଶୋଧନ ଆରମ୍ଭ ହୋଇଛି । ଏହା ଚଳିତ ଜୁନ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତି ଭୋଟରଙ୍କୁ ଘର ଘର ବୁଲି ପରିଗଣନା ଫର୍ମ ବଣ୍ଟନ କରିବା ସହ ତଥ୍ୟ ସଂଗ୍ରହ କରାଯାଉଛି । ଜିଲ୍ଲାରେ ମୋଟ ୭୧୪୭୦୦ ଭୋଟରଙ୍କ ମଧ୍ୟରୁ ଦଶ ଦିନ ମଧ୍ୟରେ ପ୍ରାୟ ଶତକଡା ସତୁରି ଭାଗ ଲୋକଙ୍କୁ ପରିଗଣନା ଫର୍ମ ବଣ୍ଟନ ଶେଷ ହୋଇଥିବା ଡେପୁଟି କଲେକ୍ଟର […]

ରାଜଧାନୀରେ ଲଜ୍ଜା, ଚାକିରି ଆଳରେ ପାର୍ଲର ଭିତରେ ଯୁବତୀଙ୍କ ସହ ଦୁଷ୍କର୍ମ ଅଭିଯୋଗ

ରାଜଧାନୀରେ ଦୁଷ୍କର୍ମ। ଯୁବତୀଙ୍କ ଅଭିଯୋଗ ପରେ, ବନ୍ଧା ହେଲା ଅଭିଯୁକ୍ତ । ବ୍ୟୁଟି ପାର୍ଲରରେ ଚାକିରି ଦେବାକୁ କହି ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି ।ଏହି ମାମଲାରେ ପାର୍ଲର ମାଲିକ ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ଖଣ୍ଡଗିରି ଥାନା ପୁଲିସ ଅଟକ ରଖି ପୁଲିସ ପଚରାଉଚରା କରୁଛି।ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀ ମାଇନା କରାଇଛି ପୋଲିସ । ପୀଡ଼ିତା ଜଣଙ୍କ ବାଲେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛି ।

ଦୀଘା ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ 

ପଶ୍ଚିମବଙ୍ଗର ଦୀଘାଠାରେ ନିର୍ମିତ ଜଗନ୍ନାଥ ମନ୍ଦିର କମ୍ପ୍ଲେକ୍ସର ନାମରୁ ‘ଧାମ’ ଶବ୍ଦ ହଟାଇବା ପାଇଁ ପଶ୍ବିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।‘ଜଗନ୍ନାଥ ଧାମ’ କେବଳ ପୁରୀ, ଅନ୍ୟ କୌଣସି ସ୍ଥାନ ପାଇଁ ଏହି ଶବ୍ଦର ବ୍ୟବହାର ଗ୍ରହଣୀୟ ନୁହେଁ” ବୋଲି ମୋହନ ମାଝୀ ଚିଠି ଲେଖିଛନ୍ତି ।ଦୀଘା ମନ୍ଦିର ନାମକରଣକୁ ନେଇ ଜଗନ୍ନାଥ ପ୍ରେମୀ ଓ ଗବେଷକଙ୍କ ମଧ୍ୟରେ ଅସନ୍ତୋଷ । ‘ଧାମ’ ବଦଳରେ “ଶ୍ରୀ ଜଗନ୍ନାଥ ମନ୍ଦିର, ଦୀଘା” […]

ରାତି ଅନିଦ୍ରା ହେଇ ପାଠ ପଢ଼ିଲେ, ସକାଳ ହେଲା ବେଳକୁ ଜୀବନ ନାହିଁ

ପୁରୀ ଝାଡେଶ୍ୱରୀ ମନ୍ଦିର ନିକଟରେ ଭଡାରେ ନିଜ ମାଆଙ୍କ ସହ ରହୁଥିଲେ ଦ୍ଵିତୀୟ ବର୍ଷର ଛାତ୍ରୀ ସଂଗ୍ରାମୀକା ପଣ୍ଡା। ତେବେ ରାତି ସାରା ଅନିଦ୍ରା ହୋଇ ପ୍ରାଟିକାଲ ରେକର୍ଡ ପ୍ରସ୍ତୁତ କରିଥିଲେ। ସକାଳ ଜଳଖିଆ ଖାଇ ନିଜ ରୁମରେ ଶୋଇଥିଲେ। ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ମା’ ବାପା ଝିଅକୁ ଡାକିଥିଲେ। ହେଲେ ଆଉ ଉଠିନଥିଲା ଝିଅ। ଏକମାତ୍ର ସନ୍ତାନକୁ ହରାଇ ମା’ ବାପା ଓ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ମୃତକ ପୁରୀ ଗୋପବନ୍ଧୁ ଆୟୁର୍ବେଦ […]

ଦେବାଶିଷ ସାମନ୍ତରାୟଙ୍କ ରାଜ୍ୟସଭା ପ୍ରାର୍ଥୀପତ୍ର କାଏମ୍

ରାଜ୍ୟସଭା ଉପନିର୍ବାଚନକୁ ନେଇ ରାଜନୀତିକ ମାହୋଲ ଗରମ ହୋଇଥିବାବେଳେ ବିଜେପି ନେତା ଦେବାଶିଷ ସାମନ୍ତରାୟଙ୍କ ପ୍ରାର୍ଥୀପତ୍ର କାଏମ୍ ହୋଇଛି ।ସୂଚନାଥାଉକି, ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଭାବେ ଦେବାଶିଷ ସାମନ୍ତରାୟ ଶୁକ୍ରବାର ନାମାଙ୍କନ ଭରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଶ୍ରୀ ସାମନ୍ତରାୟ ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ଭରିଥିଲେ।ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ସକାଶେ ଦେବାଶିଷଙ୍କୁ ପ୍ରାର୍ଥୀ କରିଛି ବିଜେପି। ରାଜ୍ୟସଭା ଉପନିର୍ବାଚନ ଜୁନ୍ ୮ ଥିଲା ପ୍ରାର୍ଥିପତ୍ର […]

ମୁଖ୍ୟମନ୍ତ୍ରୀ ବଦଳିଥିଲେ ବି କଂଗ୍ରେସରେ ବିଦ୍ରୋହ କମୁନି! ବଢ଼ିଲା ଶିବକୁମାରଙ୍କ ଟେନସନ

କର୍ଣ୍ଣାଟକରେ କଂଗ୍ରେସର ଅବସ୍ଥା ଭଲ ନାହିଁ । ମୁଖ୍ୟମନ୍ତ୍ରୀ ବଦଳିଥିଲେ ବି କନ୍ଦଳ କମୁନି । କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ବରିଷ୍ଠ ମନ୍ତ୍ରୀ ରାମଲିଙ୍ଗ ରେଡ୍ଡିଙ୍କ ବିଦ୍ରୋହକୁ ଦମନ କରିବାରେ ସଫଳ ହୋଇଥିଲେ ମଧ୍ୟ, ଅନ୍ୟ ଦୁଇ ପ୍ରମୁଖ ନେତାଙ୍କ ଅସନ୍ତୋଷ ଏବେ ସରକାରଙ୍କ ପାଇଁ ନୂତନ ସମସ୍ୟା ସୃଷ୍ଟି କରିଛି। ଉଭୟ କଂଗ୍ରେସ ନେତୃତ୍ୱ ସହିତ ଆଲୋଚନା କରିବାକୁ ଦିଲ୍ଲୀରେ ପହଞ୍ଚିଛନ୍ତି। ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁ ବିକାଶ ମନ୍ତ୍ରୀ କୃଷ୍ଣ ବାଇର […]

୩ ଇଞ୍ଜିନିୟର ସସ୍‌ପେଣ୍ଡ୍‌: ଜଳ ସମ୍ପଦ ବିଭାଗର ବଡ଼ କାର୍ଯ୍ୟନୁଷ୍ଠାନ

ଦୁର୍ନୀତି ଅଭିଯୋଗରେ ରାଜ୍ୟ ସରକାର ନେଇଛନ୍ତି ବଡ଼ ଆକ୍ସନ। ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର ।ବରଗଡ଼ ସୁପରିଟେଣ୍ଡେଣ୍ଟ ଇଂଜିନିୟର ମଦନ ମୋଦନ ସେଠୀ, ଭେଡେନ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଂଜିନିୟର ରାଜ କୁମାର ମିଶ୍ର, ବରଗଡ଼ କେନାଲ ସେକ୍ସନର ଆସିଷ୍ଟାଣ୍ଟ ଇଂଜିନିୟର ରଂଜନ ପଟେଲଙ୍କୁ ସସ୍‌ପେଣ୍ଡ କରାଯାଇଛି। ବରଗଡ଼ ଡିଷ୍ଟ୍ରିବ୍ୟୁଟାରୀ ଉପରେ ବାକ୍ସ କଣ୍ଡକ୍ଟ ନିର୍ମାଣ, ବରଗଡ଼ କେନାଲ ଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପ କାର୍ଯ୍ୟ ସମ୍ପାଦନରେ ଅନିୟମିତତା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।ଭୁବନେଶ୍ୱର […]

ଦୃଷ୍ଟିବାଧିତ ସଂଘକୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା ରାଜ୍ୟ ସରକାର

ଲିଜ୍ ଆଧାରରେ ଦିଆଯାଇଥିବା ସରକାରୀ ଜମିକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥିବା ଅଭିଯୋଗ ପରେ ସରକାର ଦୃଷ୍ଟିବାଧିତ ସଂଘକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ସୂଚନା ଅନୁଯାୟୀ, ଦୃଷ୍ଟିବାଧିତ ସଂଘକୁ କିଛି ବର୍ଷ ପୂର୍ବେ ସମାଜସେବା ଏବଂ ପୁନର୍ବାସନ କାର୍ଯ୍ୟକ୍ରମ ପାଇଁ ସରକାରୀ ଜମି ଲିଜ୍ ଆଧାରରେ ଦିଆଯାଇଥିଲା । ଏହି ଜମିରେ ଶିକ୍ଷା, ପ୍ରଶିକ୍ଷଣ ଏବଂ ଦୃଷ୍ଟିବାଧିତ ଲୋକଙ୍କ କଲ୍ୟାଣ ପାଇଁ କେନ୍ଦ୍ର ଚାଲାଇବାର ଉଦ୍ଦେଶ୍ୟ ଥିଲା କିନ୍ତୁ ଅଭିଯୋଗ ମିଳିଛି ଯେ, […]

ୱାଟର ମେସିନ ଅଚଳ, ପିଇବାକୁ ମିଳୁନି ଲୋକଙ୍କୁ ପାଣି, ଶୋଷରେ ଲୋକେ ଡହଳ ବିକଳ।

ୱାଟର ମେସିନ ଅଚଳ, ପିଇବାକୁ ମିଳୁନି ଲୋକଙ୍କୁ ପାଣି, ଶୋଷରେ ଲୋକେ ଡହଳ ବିକଳ। ଖରାଦିନ ୪୨°ତାପମାତ୍ରାରେ ଲୋକେ ସିଝୁ ଥିବା ବେଳେ ଅସହ୍ୟ ଗରମରେ କଲବଳ ହେଇ ଶୋଷ ମେଂଟେଇବା ପାଇଁ ଜଳପାନ କରିଥାଆନ୍ତି। କିନ୍ତୁ ରାୟଗଡା ପୌରପାଳିକା ପକ୍ଷରୁ ସହର ର କେତେକ ଜନ ଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ଲୋକଙ୍କ ସୁବିଧା ପାଇଁ ସ୍ଥାପନ କରାଯାଇଛି ୱାଟର ମେସିନ, ହେଲେ ଅଧିକାଂଶ ସ୍ଥାନରେ ଏହି ସ୍ଥାପନ କରାଯାଇଥିବା ୱାଟର ମେସିନ ବା ଏହାର […]

କକ୍ରୋଚ୍ ପାର୍ଟି ପରେ ଏବେ ‘ଇସ୍କ କରୋ ପାର୍ଟି’; ଗଠନ କଲେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି

ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ମାର୍କଣ୍ଡେୟ କାଟଜୁ ଏକ ନୂତନ ଦଳ ଗଠନ କରିବା ନେଇ ଘୋଷଣା କରିଛନ୍ତି । ଏହି ନୂଆ ଦଳର ନାମ ସେ ‘ଇସ୍କ କରୋ ପାର୍ଟି’ ରଖିଛନ୍ତି । କାଟଜୁଙ୍କ ଅନୁସାରେ, ‘ଇସ୍କ କରୋ ପାର୍ଟି’ (IKP) ଭାରତ ସାମ୍ନା କରୁଥିବା ଗମ୍ଭୀର ସମସ୍ୟାର ସମାଧାନ ପାଇଁ ଗମ୍ଭୀର ପ୍ରୟାସ କରିବ। ଏହା ବ୍ୟତୀତ, କାଟଜୁ ତାଙ୍କ ନୂତନ ଦଳରେ ଯୋଗଦେବା ପାଇଁ TMC ସାଂସଦ ମହୁଆ ମୋଇତ୍ରାଙ୍କୁ ନିମନ୍ତ୍ରଣ କରିଛନ୍ତି।ଏକ […]

ବୃତ୍ତଙ୍ଗ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ: ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲାର କୃଷି ଓ ଗ୍ରାମୀଣ ଅର୍ଥନୀତିର ବିକାଶ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହୋଇଛି। ଓଡ଼ିଶାର ୧୧ତମ ପ୍ରମୁଖ ଜଳସେଚନ ପ୍ରକଳ୍ପ ‘ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ’ର ସ୍ପିଲୱେ ନିର୍ମାଣ ପାଇଁ ରାଜ୍ୟ କ୍ୟାବିନେଟ୍‌ରେ ୧୯୪.୦୭ କୋଟି ଟଙ୍କାର ଟେଣ୍ଡର ଅନୁମୋଦିତ ହୋଇଛି। ଏହି ଯୁଗାନ୍ତକାରୀ ନିଷ୍ପତ୍ତି ପାଇଁ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ କ୍ୟାବିନେଟକୁ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଛି। […]

ମୋସୁମୀ ସକ୍ରିୟ, ଓଡ଼ିଶାରେ ଜୁନ ୧୧ ରୁ ୧୨ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା

ଆସନ୍ତା ୨ରୁ ୩ ଦିନରେ ଓଡ଼ିଶାରେ ପହଞ୍ଚିବ ମୌସୁମୀ । ରାଜ୍ୟକୁ ଅଗ୍ରସର ହେବାକୁ ପାଗ ଅନୁକୂଳ ଅଛି । ୧୧ ତାରିଖ ସୁଦ୍ଧା ଓଡ଼ିଶା ସମେତ ଛତିଶଗଡ଼, ପଶ୍ଚିମବଙ୍ଗ ଓ ସିକିମରେ ମୌସୁମୀ ପହଞ୍ଚିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି ) ଆକଳନ କରିଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ମୌସୁମୀ ବାୟୁ ଆରବ ସାଗରର ଅନେକ ଅତିରିକ୍ତ ଅଂଶ, ମହାରାଷ୍ଟ୍ର, କର୍ନାଟକ, ଆନ୍ଧ୍ର ପ୍ରଦେଶ ଏବଂ ତେଲଙ୍ଗାନାକୁ ଆଚ୍ଛାଦିତ କରିଛି। ଆଗାମୀ […]