author

ଟ୍ରମ୍ପଙ୍କୁ ବଡ଼ ଝଟକା, ୧ ଲକ୍ଷ ଡଲାର ଭିସା ଫିକୁ ରଦ୍ଦ କଲେ କୋର୍ଟ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା H-1Bଭିସା ଉପରେ ୧ ଲକ୍ଷର ଏକ ଭାରି ଶୁଳ୍କ ଯୋଜନାକୁ ଆମେରିକା କୋର୍ଟ ବାତିଲ କରିଛନ୍ତି । ଆମେରିକା କୋର୍ଟର ଏହି ନିଷ୍ପତ୍ତି କେବଳ ଭାରତୀୟ ଆଇଟି ପ୍ରଫେସନାଲ ଏବଂ ଛାତ୍ରଛାତ୍ରୀଙ୍କୁ ଆଶ୍ବସ୍ତି ପ୍ରଦାନ କରିବ ନାହିଁ ବରଂ ଯେଉଁ କମ୍ପାନୀ ବିଦେଶୀ ସ୍କିଲ୍ କର୍ମଚାରୀଙ୍କୁ ନିଯୁକ୍ତ କରନ୍ତି ସେମାନଙ୍କୁ ମଧ୍ୟ ଲାଭ ପ୍ରଦାନ କରିବ ।। ପୂର୍ବରୁ ଏହି ନୀତି ଅନୁସାରେ H-1B ଭିସା ପାଇଁ ଉଚ୍ଚ ଶୁଳ୍କ […]

ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ନୂଆ ଖୁଲାସା, ଚନ୍ଦ୍ରିକାଙ୍କ ଲାପଟପ ଓ ଡାଏରୀ ବଢ଼ାଉଛି ସସପେନ୍ସ

ଚର୍ଚ୍ଚାରେ ଥିବା ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ମାମଲାରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଯେଉଁ ଡାଏରୀରେ “DIE DIE DIE” ବୋଲି ଲେଖାଯାଇଥିଲା, ତାହା ଚନ୍ଦ୍ରିକାଙ୍କର ‘ନିଖୋଜ ଡାଏରୀ’ ନୁହେଁ। ଏହା ଚନ୍ଦ୍ରିକାଙ୍କ ସେହି ଡାଏରୀ ନୁହେଁ ଯେଉଁଥିରେ ସେ ତାଙ୍କ ଜୀବନର ଅନେକ କଥା ଲେଖୁଥିଲେ । ଏହା ଚନ୍ଦ୍ରିକାଙ୍କ ମାମୁଁ ଝିଅ ଭଉଣୀ ରଶ୍ମିତା କହିଛନ୍ତି। ତେବେ ଯାହାକି ଘଟଣା ଦିନ ବ୍ୟାଗ ଜବତ ପରେ ପୋଲିସ ତାହା ସମ୍ପର୍କୀୟଙ୍କୁ ଦେଖାଇଥିଲା […]

ଆଜିର ରାଶିଫଳ(୯ ଜୁନ, ୨୦୨୬)

ମେଷ : ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ। ବୃଷ:ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି। ମିଥୁନ: ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି […]

ବିବାହ ପୂର୍ବରୁ ସହମତିରେ ‘ଶାରୀରିକ ସଂପର୍କ’ ଅପରାଧ ନୁହେଁ: Supreme court

ଭାରତରେ, ଯଦି ଜଣେ ମହିଳା କିମ୍ବା ପୁରୁଷ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କରେ ଲିପ୍ତ ହୁଅନ୍ତି, ତେବେ ସମାଜରେ ତାଙ୍କୁ ଖରାପ ନଜରରେ ଦେଖାଯାଏ । ତଥାପି, ସୁପ୍ରିମକୋର୍ଟ କହିଛନ୍ତି ଯେ ସହମତିରେ ବିବାହ ପୂର୍ବରୁ ଯୌନ ସମ୍ପର୍କକୁ ଜଣେ ବ୍ୟକ୍ତିଙ୍କ ଚରିତ୍ରରେ ଏକ କଳଙ୍କ ଭାବରେ ବିବେଚନା କରାଯାଇପାରିବ ନାହିଁ, କିମ୍ବା ଏପରି ସମ୍ପର୍କକୁ ଖରାପ ନୈତିକ ଚରିତ୍ରର ପ୍ରମାଣ ଭାବରେ ବିବେଚନା କରାଯାଇପାରିବ ନାହିଁ।ଜଷ୍ଟିସ ମନୋଜ ମିଶ୍ର ଏବଂ ଜଷ୍ଟିସ ମନମୋହନଙ୍କୁ ନେଇ ଗଠିତ […]

ଅଗଷ୍ଟରୁ ରେଳ ଟିକେଟ୍ ବୁକିଂରେ ବଡ଼ ପରିବର୍ତ୍ତନ

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର। ଭାରତୀୟ ରେଳବାଇ ଚାରି ଦଶନ୍ଧି ପୁରୁଣା ଟିକେଟ୍ ବୁକିଂ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି। ଆସନ୍ତା ଅଗଷ୍ଟ ମାସରୁ ଅତ୍ୟାଧୁନିକ ପ୍ୟାସେଞ୍ଜର ରିଜର୍ଭେସନ ସିଷ୍ଟମ ଲାଗୁ ହେବ।ଅନେକ ସମୟରେ ପର୍ବପର୍ବାଣୀ କିମ୍ବା ‘ତତ୍କାଳ’ ଟିକେଟ୍ ବୁକିଂ ସମୟରେ ୱେବସାଇଟ୍ ଧିମା ହୋଇଯାଏ କିମ୍ବା ସର୍ଭର କ୍ରାସ୍ କରେ । ନୂଆ ସିଷ୍ଟମ ଏହି ସମସ୍ୟାର ସମାଧାନ କରିବ। ଏହା ଅତ୍ୟାଧୁନିକ କ୍ଲାଉଡ୍ ଟେକ୍ନୋଲୋଜି ଉପରେ ଆଧାରିତ, ଯାହା ଏକାସାଙ୍ଗରେ […]

ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଝଟକା, ଏବେ ବର୍ଷକୁ ୯ ନୁହେଁ ମିଳିବ ୪ ସିଲିଣ୍ଡର

ଉଜ୍ଜଳା ହିତାଧିକାରୀଙ୍କୁ ବଡ଼ ଝଟ୍‌କା। ସବ୍‌ସିଡି ସିଲିଣ୍ଡର ସଂଖ୍ୟା ୯ରୁ ୪କୁ ଖସିଲା। ଏହାର ଅର୍ଥ ହେଉଛି ଉଜ୍ଜ୍ୱଳା ଯୋଜନା ଅଧୀନରେ ଆସୁଥିବା ପରିବାରଗୁଡ଼ିକୁ ବର୍ଷକୁ କେବଳ ୪ଟି ସିଲିଣ୍ଡର ଉପରେ ହିଁ ଅତିରିକ୍ତ ସବ୍‌ସିଡିର ଲାଭ ମିଳିପାରିବ। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା (PMUY)ରେ ୯ ସବ୍‌ସିଡି ସିଲିଣ୍ଡର ମିଳୁଥିଲା। ସାଂପ୍ରତିକ ଗ୍ୟାସ ସଙ୍କଟ ଭିତରେ ସବ୍‌ସିଡି ସିଲିଣ୍ଡର ସଂଖ୍ୟା କମାଯାଇଛି। ଦେଶରେ ମେ ୨୦୧୬ରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା (ପିଏମୟୁୱାଇ) ଆରମ୍ଭ ହୋଇଥିଲା। ଯୋଜନାରେ ଗରିବ […]

ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ୨୦୨୬ ରେଜଲ୍ଟ। ସୋମବାର ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି ବୈଷୟିକ ଶିକ୍ଷା ମନ୍ତ୍ରୀ। ଚଳିତ ବର୍ଷ ମୋଟ ୧ ଲକ୍ଷ୍ୟ ୦୩ ହଜାର ୪୩୪ ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୨ ହଜାର ୬୨୮ ଜଣ ପରୀକ୍ଷା ଦେଇଛନ୍ତି । ମୋଟ ୮୯.୫୫ ପ୍ରତିଶତ ପରୀକ୍ଷାର୍ଥୀ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ ।ରାଜ୍ୟର ୩୦ ଜିଲ୍ଲାର ୯୩ ସେଣ୍ଟରରେ ହୋଇଥିଲା ପରୀକ୍ଷା। […]

ଭିଜିଲାନ୍ସ ଜାଲରେ ଭବାନୀପାଟଣା ଜଳବିଭାଜିକା ଭିବିଜି-ରାମଜି ଆସିଷ୍ଟାଣ୍ଟ

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ  ପଡିଛନ୍ତି ଜଣେ ମହିଳା କର୍ମଚାରୀ। ମହିଳା କର୍ମଚାରୀ ଜଣକ ହେଲେ  ଭବାନୀପାଟଣା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗର ଭିବିଜି-ରାମଜି ଆସିଷ୍ଟାଣ୍ଟ ପ୍ରିୟଙ୍କା ଜେନା ।  ଫାର୍ମ ପଣ୍ଡ ବା ପୋଖରୀ କାମର ବିଲ୍ କରାଇଦେବା ନାଁରେ ଲାଞ୍ଚ ନେଉଥିବା ବେଳେ ରଙ୍ଗେହାତ ଧରାପଡ଼ିଛନ୍ତି ଭିବିଜି-ରମଜି ଆସିଷ୍ଟାଣ୍ଟ ପ୍ରିୟଙ୍କା ଜେନା। ଅଭିଯୋଗ ଅନୁଯାୟୀ, ଏକ ଫାର୍ମ ପଣ୍ଡ କାମ ଶେଷ ହେବା ପରେ ତାର ବିଲ୍‌ କରାଇଦେବା ପରେ […]

ପୁରୀରେ ଅବତରଣ କଲା ସିଏମଙ୍କ ହେଲିକେପ୍ଟର

ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ମୟୂରଭଞ୍ଜରୁ ଭୁବନେଶ୍ବର ଫେରୁଥିଲେ ମୁଖ୍ୟମନ୍ତ୍ରୀ । ଝଡବର୍ଷା ଯୋଗୁଁ ଭୁବନେଶ୍ବରରେ ହେଲିକପ୍ଟର  କରିବପାରିଲାନି ଅବତରଣ । ତେଣୁ ପୁରୀ ସମଙ୍ଗ ଅସ୍ଥାୟୀ ବସ୍‌ଷ୍ଟାଣ୍ଡରେ ଜରୁରୀ ଅବତରଣ କରିଛି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର  ।ସମଙ୍ଗ ଅସ୍ଥାୟୀ ବସ ଷ୍ଟାଣ୍ଡରେ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ସୁଚନା ମୁତାବକ ଗତ କିଛି ଦିନ ଧରି ରାଜ୍ୟର ଅନେକ ସ୍ଥାନ ସହ କଟକ-ଭୁବନେଶ୍ୱରରେ କାଳବୈଶାଖୀ ବର୍ଷାରେ ଗଛ ଉପୁଡି ପ୍ରବଳ ବର୍ଷା,ପବନ ସହ […]

ଅଂଶୁଘାତର ଶିକାର ହେଲେ ସୋନପୁର ଉପଜିଲ୍ଲାପାଳ

ସୋନପୁର ଉପଜିଲ୍ଲାପାଳ ଅଂଶୁଘାତରେ ଆକ୍ରାନ୍ତ। ଉପଜିଲ୍ଲାପାଳ ଡ. ସୌମ୍ୟରୂପା ରଥ ଅଂଶୁଘାତରେ ଆକ୍ରାନ୍ତ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ସୋମବାର ଦିନ ସୋନପୁର ଜିଲ୍ଲା ବିଶିମୁଣ୍ଡା ଗାଁ ପଞ୍ଚାୟତ ଠାରେ ଏକ ଅଭିଯୋଗ ଶୁଣାଣିର ଶିବିର ଚାଲିଥିଲା । ଉପଜିଲ୍ଲାପାଳ ସୌମ୍ୟାରୁପା ରଥ ସେଠାରେ ଉପସ୍ଥିତ ରହିଥିଲେ । ହଠାତ୍‌ ଏହି ସମୟରେ ସେ ଅସୁସ୍ଥ ହୋଇପଡିଥିଲେ । ଏହାପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି […]

ଟେକ୍ନୋଲୋଜିରେ ପାରଦର୍ଶିତା ଲାଭ କରିବେ ମିଶନ ଶକ୍ତି ମହିଳା

ଟେକ୍ନୋଲୋଜିରେ ପାରଦର୍ଶିତା ଲାଭ କରିବେ ମିଶନ ଶକ୍ତି ମହିଳା। ସେମାନଙ୍କୁ ଟ୍ରେନିଂ ଦେବ ଆଇଆଇଟି ପ୍ରଫେସର। ଏଥିପାଇଁ ଓଡ଼ିଶା ଜୀବିକା ମିଶନ ଓ ଭୁବନେଶ୍ୱର ଆଇଆଇଟି ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି।ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।୩ ବର୍ଷ ମଧ୍ୟରେ ରାଜ୍ୟର ୧୫୦ ଲକ୍ଷପତି ଦିଦିଙ୍କୁ କୋଟିପତି କରିବା ଲକ୍ଷ୍ୟ ରଖାଯାଇଛି। ତେବେ ଏଥି ପାଇଁ ଓଡ଼ିଶା ଜୀବିକା ମିଶନ ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ ଓ ଆଇଆଇଟି ନିର୍ଦେଶକ ଶ୍ରୀପଦ କରମାକରଙ୍କ ମଧ୍ୟରେ ବୁଝାମଣା […]

ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ ଯଥାଶୀଘ୍ର ଶେଷ କରିବାକୁ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ଦାବି

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲାର ବହୁ ପ୍ରତୀକ୍ଷିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟ ଯଥାଶୀଘ୍ର ସମ୍ପନ୍ନ କରିବା ପାଇଁ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲାପାଳଙ୍କ ଜରିଆରେ ଏହି ବିଶେଷ ଅନୁରୋଧ ପତ୍ର ପ୍ରେରଣ କରାଯାଇଛି।ସୂଚନାଯୋଗ୍ୟ ଯେ, ଦଶପଲ୍ଲା ବ୍ଲକ୍‌ ଟାକେରା ପଞ୍ଚାୟତର ମଞ୍ଜରୀ ଗ୍ରାମ ନିକଟରେ ବହୁ ପ୍ରତିଷ୍ଠିତ ବୃତ୍ତଙ୍ଗ ନଦୀ ଉପରେ ଏହି ଜଳସେଚନ ପ୍ରକଳ୍ପ ନିର୍ମାଣ […]