ଚର୍ଚ୍ଚିତ ଶିକ୍ଷକ ଖାନ୍ ସାର୍ ଗୁଳିକାଣ୍ଡ ମାମଲାରେ ପାଟନା ସିଭିଲ କୋର୍ଟରେ ଆତ୍ମ ସମର୍ପଣ କରିଛନ୍ତି । ଖାନ୍ ସାରଙ୍କ ଗିରଫଦାରୀ ନେଇ ପୋଲିସ ଚଢାଉ କରିଛି । ତାଙ୍କ କୋଚିଂ ସେଣ୍ଟର ବାହାରେ ପୋଲିସ ଫୋର୍ସ ନିୟୋଜିତ ରହିଛି । ତାଙ୍କ ବିରୋଧରେ ଆର୍ମସ ଆକ୍ଟ (Arms Act) ଅଧୀନରେ ମାମଲା ରୁଜୁ କରାଯାଇଛି। ଗୁଳିଚାଳନା ମାମଲାରେ ପୋଲିସ ଦୀର୍ଘ ସମୟ ହେବ ତାଙ୍କୁ ଖୋଜୁଥିଲା। ଖାନ ସାର୍ ନିଜ ବଡିଗାର୍ଡ (ସୁରକ୍ଷାକର୍ମୀ) ମାନଙ୍କୁ କହି […]
ନିଜ ଦେହରେ ପେଟ୍ରୋଲ ଢାଳି ଜଳିଗଲେ କନେଷ୍ଟବଳ। ବ୍ରହ୍ମପୁର ବିଜିପୁର ପୁଲିସ କାର୍ଟର୍ସରେ ଘଟିଛି ଅଭାବନୀୟ ଘଟଣା। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି ।ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ଟାଉନ୍ ଥାନା ଅନ୍ତର୍ଗତ ବିଜିପୁର ପୋଲିସ କଲୋନୀରୁ କନେଷ୍ଟବଳଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି । ପାରିବାରିକ କଳହରୁ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଏମ୍ ଭି କନେଷ୍ଟବଳ । ଗୁରୁତର କନେଷ୍ଟବଳ ଜଣକ ହେଲେ […]
ନିଗମ ନିଯୁକ୍ତି ନେଇ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଜୁନ ୧ ତାରିଖରେ ପବ୍ଲିକ ଏଣ୍ଟରପ୍ରାଇସ ବିଭାଗ ପକ୍ଷରୁ ପିଏସୟୁରେ ନିଯୁକ୍ତି ନେଇ ଚିଠି ଦିଆଯାଇଛି । ଜୁନ ୩୦ ସୁଦ୍ଧା ପିଏସୟୁ ଗୁଡିକରେ ନିଯୁକ୍ତି ସାରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।ଜୁନ ୩୦ ସୁଦ୍ଧା ୧ ହଜାର ୧୮୩ ଜଣଙ୍କୁ ନିଯୁକ୍ତି ଦେବା ପାଇଁ ଲକ୍ଷ୍ୟ ରଖିଛି ବିଭାଗ । ନେଇ ସାଧାରଣ ପ୍ରଶାସନ , ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ନିଯୁକ୍ତି […]
ଭାରତର ଗ୍ରାଣ୍ଡମାଷ୍ଟର ଆର. ପ୍ରଜ୍ଞାନନ୍ଦା ଇତିହାସ ରଚିଛନ୍ତି । ଚଳିତ ନରୱେ ଚେସ୍-୨୦୨୬ର ଟାଇଟଲ ଜିତିଛନ୍ତି । ଫାଇନାଲ ରାଉଣ୍ଡରେ ପ୍ରଜ୍ଞାନନ୍ଦା ଜର୍ମାନୀର ଭିନସେଣ୍ଟ କିମରଙ୍କୁ ହରାଇଛନ୍ତି । ଶେଷ ରାଉଣ୍ଡରେ କିମରଙ୍କୁ ହରାଇ ୩ ପଏଣ୍ଟ ସହିତ ୧୮ ପଏଣ୍ଟ ହାସଲ କରି ନରୱେ ଚେସ୍ ଚାମ୍ପିଅନ ହୋଇଛନ୍ତି ।ଜିତିବା ପରେ ପ୍ରଜ୍ଞାନନ୍ଦ କହିଛନ୍ତି, ଜିତିବା ବେଳେ ମୋତେ ବହୁତ ଟେନସନ ଲାଗିଥିଲା । ମୁଁ ଏବେ ବି ସେହି ଜୋନରେ ରହିଛି । ୪ଟି […]
ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ଉତ୍ତରଖାତାର ପୁନଃର୍ମୂଲ୍ୟାୟନ କୁ ନେଇ ଆସିଲା ବଡ ଖବର | ସୁରକ୍ଷା ସମ୍ବନ୍ଧୀୟ ଚିନ୍ତା ଏବଂ ଗୁପ୍ତତା ବଜାୟ ରଖିବା ପାଇଁ ବୋର୍ଡ ‘Coempt Edu Teck’ର OnMark ପ୍ଲାଟଫର୍ମକୁ ପୁନର୍ମୂଲ୍ୟାୟନ ପ୍ରକ୍ରିୟାରୁ ବାଦ୍ ଦେଇଛି । ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଖାତା ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ସିବିଏସ୍ଇ ର ନିଜସ୍ୱ ପୋର୍ଟାଲ୍ ଜରିଆରେ କରାଯିବ । ଏହି ପ୍ରକ୍ରିୟା ଆସନ୍ତା ସପ୍ତାହରୁ ଆରମ୍ଭ ହେବାର ସମ୍ଭାବନା ରହିଛି ।ସୂତ୍ର ଅନୁସାରେ, ପୁନର୍ମୂଲ୍ୟାୟନ […]
ସାରା ରାଜ୍ୟରେ ଅସହ୍ୟ ତାତି। ଜଳୁଛି ପଶ୍ଚିମରୁ ଉପକୂଳ। ପାଣିପାଗ ବିଭାଗ ଆକଳନ କରିଛି, ୫-୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ପ୍ରତିଦିନ କିଛି କିଛି ଜାଗାରେ କାଳବୈଶାଖୀ ବର୍ଷା ହୋଇପାରେ । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର କେତେକ ଜିଲ୍ଲା ସହ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଗରମ ସାଙ୍ଗକୁ ଗୁଳୁଗୁଳି ଲାଗି ରହିବ ।ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, କେନ୍ଦ୍ରୀୟ ଭାରତ ଉପରେ […]
ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଏକ ନୂଆ ମୋଡ଼ ନେଇଛି । ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଏବଂ ଚୁକ୍ତିନାମା ହେବା ନେଇ ଯେଉଁ ଆଶା ସୃଷ୍ଟି ହୋଇଥିଲା, ତାହା ଏବେ ଧୂଳିସାତ ହେବାକୁ ବସିଛି । ଆମେରିକା ଦାବି କରିଛି, ଇରାନ ଆକ୍ରମଣ କରିବା ପାଇଁ ହର୍ମୁଜ୍ ପ୍ରଣାଳୀ ଆଡକୁ ଚାରୋଟି ଡ୍ରୋନ୍ ପଠାଇଥିଲା। ଆମେରିକୀୟ ସେନା ଡ୍ରୋନ୍ଗୁଡ଼ିକୁ ଗୁଳି କରି ଖସାଇ ଦେଇଥିଲା। ଏହା ପରେ ଆମେରିକା ସେନା […]
ରାଉରକେଲା ସିବିଆଇ ଚଢ଼ାଉ । ଆରପିଏଫ ଇନିସପେକ୍ଟର କମଲେଶ ସମାଦାରଙ୍କ ରାଉରକେଲା ଅଫିସ୍ ଓ ଘରେ ସିବିଆଇ ଚଢାଉ। ସୂଚନାନୁସାରେ, ଶୁକ୍ରବାର ରାତି ପ୍ରାୟ ୯ ଟାରେ ସିବିଆଇର ତିନି ଜଣିଆ ଦଳ ରେଲୱେ କଲୋନିର ଛୋଟା ପାର୍କ ନିକଟରେ ରହିଥିବା ଆରପିଏଫ୍ ଇନ୍ସପେକ୍ଟରଙ୍କ ସରକାରୀ ବାସଭବନ ଓ ରେଲୱେ ଷ୍ଟେସନ ନିକଟରେ ରହିଥିବା କାର୍ଯ୍ୟାଳୟରେ ଏକାସାଙ୍ଗେ ଚଢାଉ କରିଥିଲା । ଘର ଓ କାର୍ଯ୍ୟାଳୟରେ ସିବିଆଇ ଅଧିକାରୀମାନେ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଛନ୍ତି । ଏହାସହିତ […]
ମେଷ: ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ। ବୃଷ: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ। ମିଥୁନ: ରୋଜଗାର ବୃଦ୍ଧି ହୋଇପାରେ। […]
ନୟାଗଡ,(ଓଡ଼ିଶା ଦର୍ପଣ): ଦୀର୍ଘ ୬୫ ବର୍ଷ ହେଲା ନୟାଗଡ ଜିଲ୍ଲାରେ ବୃତ୍ତଙ୍ଗ ଜଳସେଚନ ଯୋଜନା କାର୍ଯ୍ୟକାରୀ ହେବ ହେବ ବୋଲି କୁହାଯାଉଛି । ଏହି ପ୍ରକଳ୍ପ ନୟାଗଡ ଜିଲ୍ଲାର ଜୀବନରେଖା ପାଲଟିବ । ଏହି ପ୍ରକଳ୍ପ ଦ୍ୱାରା ବହୁ ଚାଷୀ ଉପକୃତ ହେବାକୁ ଥିବାବେଳେ ନୟାଗଡ ବିଦ୍ୟୁତ ଅଭାବରେ ପେଶି ହେଉଥିବାବେଳେ ଜିଲ୍ଲାକୁ ୧୦ ମେଗାୱାଟ ବିଦ୍ୟୁତ ବି ମିଳିବ । ଗୋଟିଏ ପଟେ ବିଦ୍ୟୁତ ସମସ୍ୟାରେ ପେଶି ହୋଇଯାଉଥିବା ନୟାଗଡ ଜୀବନ ପାଇବ । ଅନ୍ୟପଟେ […]
ଓଡ଼ିଶାରେ ବଲିଉଡ୍ କୁଇନ ତଥା ସାଂସଦ କଙ୍ଗନା ରଣାୱତ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦେଖିଲେ ଫିଲ୍ମ । ଉତ୍କଳ କନିକା ଗ୍ୟାଲେରିଆରେ ନିଜ ଅଭିନୀତ ‘ଭାରତ ଭାଗ୍ୟ ବିଧାତା’ର ସ୍ପେସାଲ ପ୍ରିମିୟର ସୋ ଦେଖିଲେ କଙ୍ଗନା । ଏହି ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ କାର୍ଯ୍ୟକ୍ରମରେ ‘ଭାରତ ଭାଗ୍ୟ ବିଧାତା’ ଚଳଚ୍ଚିତ୍ରର ପୁରା ଟିମ୍ ସଦସ୍ୟ, ଓଡ଼ିଶା ଚଳଚ୍ଚିତ୍ର ଜଗତର ଅନ୍ୟାନ୍ୟ ପ୍ରତିଭାବାନ ବ୍ୟକ୍ତିତ୍ୱ, ବହୁ ସଂଖ୍ୟାରେ ଗଣମାଧ୍ୟମର ପ୍ରତିନିଧି ଏବଂ ସ୍ଥାନୀୟ ସିନେପ୍ରେମୀ ଜନସାଧାରଣ ଏହି […]
ନୂଆଦିଲ୍ଲୀର ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସ (NBEMS) ଓଡ଼ିଶାରେ ଅତିରିକ୍ତ ସ୍ନାତକୋତ୍ତର ଡାକ୍ତରୀ ସିଟ୍ ପାଇଁ ମାନ୍ୟତା ପ୍ରଦାନ କରିଛି। କୋରାପୁଟର ସହିଦ ଲକ୍ଷଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ (SLNMCH)କୁ DNB (ଡିପ୍ଲୋମେଟ୍ ଅଫ୍ ନ୍ୟାସନାଲ ବୋର୍ଡ) ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗ (O&G) ୪ଟି ସିଟ୍କୁ ସ୍ୱୀକୃତି ମିଳିଛି।ପୁରୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶିଶୁରୋଗରେ ୨ଟି ଏମବିବିଏସ ଡିପ୍ଲୋମା ସିଟ୍ ସ୍ୱୀକୃତି ମିଳିଛି।ଏହା ଫଳରେ ରାଜ୍ୟରେ ଡାକ୍ତରୀ […]
