‘ନୟାଗଡ଼, (ଓଡିଶା ଦର୍ପଣ): ରହସ୍ୟ ରୋମାଞ୍ଚ ଭରା ଚଳଚିତ୍ର “ଭୂତ ସହ ରାତିଏ”ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି l ଶୁକ୍ରବାର ସଂନ୍ଧ୍ୟାରେ ମା ଦକ୍ଷିଣକାଳୀଙ୍କ ମନ୍ଦିର ପରିସରରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା ୧୨ ତାରିଖରୁ ଏହାର ସୁଟିଂ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା କହିଛି l ଏହି ଅବସରରେ ସିନେମାରେ ଅଭିନୟ କରୁଥିବା କଳାକାରଙ୍କ ସହ ବହୁ ବରିଷ୍ଠ ନାଟ୍ୟକାର ଓ ନାଟ୍ୟ ନିର୍ଦେଶକ ଯୋଗ ଦେଇ ଫିଲ୍ମ […]
ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ନୀତି ନିର୍ଦ୍ଧାରକ, ଶକ୍ତି ବିଶେଷଜ୍ଞ, ବିକାଶକାରୀ ଓ କୃଷି କ୍ଷେତ୍ରର ପ୍ରତିନିଧିମାନଙ୍କୁ ନେଇ “ଓଡ଼ିଶାରେ ଜଳବାୟୁ-ସହନଶୀଳ ଅଭିବୃଦ୍ଧି ପାଇଁ ଏଗ୍ରି-ପିଭି (AgriPV) ର ସମ୍ପ୍ରସାରଣ” ଶୀର୍ଷକ ଏକ ଉଚ୍ଚସ୍ତରୀୟ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି।ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏଥିରେ ରାଜ୍ୟରେ କୃଷି ଓ ଶକ୍ତି କ୍ଷେତ୍ରର ମିଳିତ ଅଭିବୃଦ୍ଧି ବିଷୟରେ ଆଲୋଚନା କରାଯାଇଛି। ନୀତି ନିର୍ଦ୍ଧାରକ, ଶକ୍ତି […]
ରାୟଗଡ଼ା- ବାଘ ଛାଲ କିଣାବିକା ବେଳେ ମାଡ଼ି ବସିଲା ବନ ବିଭାଗ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ରେଞ୍ଜ ଅଧୀନସ୍ଥ ରିଭଲକଣା ଠାରେ ଏହି ଡିଲ୍ ଚାଲିଥିଲା । ତେବେ ଏନେଇ ବନ ବିଭାଗ ଗତକାଲି ଠାରୁ ଖବର ପାଇ ଟ୍ରାପ ବିଛାଇ ବସିଥିଲା । ରାୟଗଡ଼ା ଜିଲାର ୫ଜଣ ଏବଂ କଳାହାଣ୍ଡି ଜିଲାର ୩ଜଣ ରିଭଲକଣା ଛକ ଠାରେ ଏହି ଡିଲ୍ କରୁଥିବା ବେଳେ ବନ ବିଭାଗ କର୍ମଚାରୀ ମାଡ଼ି ବସିଥିଲେ । ଗୋଟିଏ କଲରାପତରିଆ […]
ଦୁଇଦିନିଆ ସାମ୍ବିଧାନିକ ସମ୍ମିଳନୀ ଉଦଯାପିତ ନୟାଗଡ଼,(ଓଡ଼ିଶା ଦର୍ପଣ):ଗତ ଦୁଇଦିନ ଧରି ଚାଲିଥିବା ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ(ଆଲୋଷ୍ଟ)ର ୩୨ ତମ ରାଜ୍ୟସ୍ତରୀୟ ଦୁଇ ଦିନିଆ ସାମ୍ବିଧାନିକ ସମ୍ମିଳନୀ ଓ ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀଙ୍କ ୩୭ ତମ ଶ୍ରାଦ୍ଧ ବାର୍ଷିକୀ ଆଲୋଚନା ଚକ୍ର ଆଜି ଉଦଯାପିତ ହୋଇଯାଇଛି। ଏଥିରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ନିର୍ବାଚନ ପ୍ରକ୍ରିୟାରେ ପୁରୀ ଜିଲ୍ଲାର ସୁକାନ୍ତ କୁମାର ବେହେରା ତୃତୀୟ ଥର ପାଇଁ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ସର୍ବ ସମ୍ମତି […]
ସୁଭଦ୍ରା ହିତାଧିକାରୀଙ୍କ ସ୍କିଲ ମ୍ୟାପିଂ ହେଉଛି । ଯାହା ପାଖରେ ଦକ୍ଷତା ଥିବ ଏଆଇ ଆଧାରରେ ଅନୁଧ୍ୟାନ କରି ଅନ୍ୟ ବିଭାଗ ସହ ମିଶି ମହିଳାଙ୍କ ଅର୍ଥନୈତିକ ପ୍ରଗତି ପାଇଁ କାମ କରାଯିବ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବ୍ୟବସ୍ଥାରେ ଲକ୍ଷପତି ଦିଦି ଯେମିତି ସୃଷ୍ଟି କରାଯାଇଛି, ସେମିତି ସୁଭଦ୍ରା ହିତାଧିକାରୀଙ୍କ ଅର୍ଥନୈତିକ ପ୍ରଗତି ପାଇଁ ବିଭିନ୍ନ ବିଭାଗ ସହ ଯୋଡି ହୋଇ ଉଦ୍ୟୋଗୀ ସୃଷ୍ଟି କରିବାକୁ ବିଭାଗ ଚୁକ୍ତିନାମା କରିଛୁ। ସେହିଭଳି ଯେଉଁ ସୁଭଦ୍ରା […]
ଚାଷୀଙ୍କ ବିଦ୍ୟୁତ ଖୁଣ୍ଟ ବଦଳାଇବାକୁ ନେଉଥିଲେ ଲାଞ୍ଚ । ନରସିଂହପୁର TPCODL ଲାଇନ୍ ମ୍ୟାନ୍ ଲାଞ୍ଚ ନେବା ବେଳେ ଧରାପଡିଲେ । ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିବା ଲାଇନ୍ ମ୍ୟାନ୍ ଜଣଙ୍କ ହେଲେ ଧର୍ମ ନିରଞ୍ଜନ ଚୌଧୁରୀ ।ସୂଚନା ଅନୁଯାୟୀ, ଅଭିଯୋଗକାରୀ ଚାଷୀଙ୍କ ଚାଷଜମି ଦେଇ ଏକ ୧୧ କେଭି ବିଦ୍ୟୁତ୍ ଲାଇନ୍ ଯାଇଥିଲା। ସେଠାରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟ ନଷ୍ଟ ହୋଇଯାଇଥିଲା ଏବଂ ବିପଜ୍ଜନକ ଅବସ୍ଥାରେ ଥିଲା। କୌଣସି ଦୁର୍ଘଟଣାର ଆଶଙ୍କା କରି ଉକ୍ତ ଖୁଣ୍ଟ […]
ଏଆଇରେ ନିର୍ମିତ ପୋଷ୍ଟରରେ ରାଜ୍ୟ ସରକାରଙ୍କ ‘ଓଡ଼ିଶା ଶାସନ’ ଲୋଗୋ ବିକୃତ ହୋଇଛି । ଏହାକୁ ନେଇ ଏବେ ସାମାଜିକ ଗଣମାଧ୍ୟମରେ ଟ୍ରୋଲ୍ର ଶିକାର ହୋଇଛି ଉଚ୍ଚଶିକ୍ଷା ବିଭାଗ । ଅମିତ୍ କିଲ୍ହୋର ନାମକ ଜଣେ ଜଣାଶୁଣା ଜାତୀୟସ୍ତରର ଭିଡିଓ କଣ୍ଟେଣ୍ଟ କ୍ରିଏଟର ଉଚ୍ଚଶିକ୍ଷା ବିଭାଗର ଏପରି ତ୍ରୁଟିକୁ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ତାଙ୍କ ସୋସିଆଲ୍ ମିଡିଆ ‘ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରି କିପରି ଏଆଇ ବ୍ୟବହାର କରି ଉଚ୍ଚଶିକ୍ଷା ବିଭାଗ ନିଜର […]
ପ୍ରବଳ ଗରମ ଓ ଗୁଳୁଗୁଳିରୁ ଶୀଘ୍ର ମିଳିପାରେ ମୁକ୍ତି। ଆଗାମୀ ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଏନେଇ ଆକଳନ କରାଯାଇଛି।ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ବାୟୁମଣ୍ଡଳୀୟ ପରିସ୍ଥିତି ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଯଦି ସବୁ କିଛି ଠିକ ରହେ, ତେବେ ଚଳିତ ବର୍ଷ ପବିତ୍ର ରଜ ସମୟକୁ ଅର୍ଥାତ ଆସନ୍ତା ଜୁନ […]
ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢ଼ା ନିମନ୍ତେ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ଖୁବଶୀଘ୍ର ସୂର୍ଯ୍ୟମନ୍ଦିରରୁ ବାଲି କଢ଼ା ଯିବ । ଏନେଇ ଶୁକ୍ରବାର ଏଏସ୍ଆଇ ସୁପରିଣ୍ଟେଣ୍ଡେଣ୍ଟ ଡ. ମିଲନ ଚାଓଲେ ଅନୁଧ୍ୟାନ କରିଛନ୍ତି ।ବୈଷୟିକ ଟିମ ଓ ସୂର୍ଯ୍ୟମନ୍ଦିର କୋର କମିଟି ର ସଦସ୍ୟଙ୍କ ସମେତ ଆଇଆଇଟି ଦିଲ୍ଲୀ ଓ ଆଇଆଇଟି ମାଡ୍ରାସର ପ୍ରଫେସରଙ୍କ ସମେତ ଏଏସଆଇର ବରିଷ୍ଠ ଇଂଜିନିୟର ମାନେ ଅନୁଧ୍ୟାନ କରିଛନ୍ତି।ମନ୍ଦିର ଗର୍ଭଗୃହ ମଧ୍ୟକୁ ହୋଇଥିବା ଦୁଇଟି କୋର ଡ୍ରିଲର ସ୍ଥାନକୁ ଦେଖିବା […]
ଜେଲ୍ରୁ ଫେରିବା ପରେ ପୁଣି ଚାକିରିରେ ଯୋଗ ଦେଲେ ଆଇଏଏସ୍ ଧିମାନ ଚକମା । ରାଜସ୍ୱ ବିଭାଗର ଉପ-ସଚିବ ଭାବେ ନିଯୁକ୍ତି ପାଇଛନ୍ତି ଆଇଏଏସ ଧିମାନ ଚକମା ।୨୦୨୧ ବ୍ୟାଚର ଏହି ଆଇଏଏସ ଅଧିକାରୀ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । କଳାହାଣ୍ଡି ଜିଲ୍ଲା ଧର୍ମଗଡର ସବ କଲେକ୍ଟର ଥିବା ବେଳେ ତାଙ୍କ ସରକାରୀ ବାସଭବନରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ। ଏପରିକି ସର୍ଚ୍ଚ ବେଳେ […]
ରାଜଧାନୀ ଭୁବନେଶ୍ବରରେ ବିବାହର ପ୍ରତିଶ୍ରୁତି ଦେଇ ପ୍ରେମ, ଶାରୀରିକ ସମ୍ପର୍କ ଓ ପରେ ପ୍ରତାରଣା କରିଥିବା ଅଭିଯୋଗ ଆସିଛି। ଏନେଇ ପାହାଳ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ଯୁବତୀ।ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ସର୍ବେଶ୍ୱର ମଲ୍ଲିକ ନାମକ ଜଣେ ଯୁବକ ପ୍ରଥମେ ଏହି ଯୁବତୀଙ୍କୁ ଏକ ଆପାର୍ଟମେଣ୍ଟକୁ ନେଇ ତାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିଲେ। ପରେ ପ୍ରେମ ଓ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ଭୁବନେଶ୍ୱରର […]
EV ଚାର୍ଜିଂ ଷ୍ଟେସନ ପାଇଁ ପରିବହନ ବିଭାଗ ଆଣିଲା ଏସଓପି । ରାଜ୍ୟର ସମସ୍ତ ପୌରାଞ୍ଚଳରେ ହେବ EV ଚାର୍ଜିଂ ଷ୍ଟେସନ । ଚାର୍ଜିଂ ଷ୍ଟେସନ ନିର୍ମାଣ ପାଇଁ ଏସଓପି ଆଣିଲା ପରିବହନ ବିଭାଗ ।ସହରାଞ୍ଚଳରେ ଜମି ଚିହ୍ନଟ କରିବ ପୌର ପ୍ରଶାସନ। ସରକାରୀ ବିଲଡିଂ, ପାର୍କିଙ୍ଗ ହବ୍ ଏବଂ ବଜାରରେ ଜାଗା ଚିହ୍ନଟକୁ ମିଳିବ ପ୍ରାଥମିକତା। ସ୍ଥାନ ଚୟନ କରିବା ସମୟରେ, ସହର ଗୁଡ଼ିକ ପର୍ଯ୍ୟାପ୍ତ ଜମି/ସ୍ଥାନର ଉପଲବ୍ଧତା, ଜନସାଧାରଣଙ୍କ ପାଇଁ ସୁଗମତା, ବୈଦ୍ୟୁତିକ ସଂଯୋଗୀକରଣର […]
