ରାଜ୍ୟରେ ବଢିଚାଲିଛି ଘରୋଇ ନର୍ସିଂ କଲେଜ ସଂଖ୍ୟା । ଏହା ଉପରେ ସରକାର ଅଂକୁଶ ଲଗାଇବାକୁ ଯାଉଛନ୍ତି । ଏଣିକି ଆଉ ନୂଆ ନର୍ସିଂ କଲେଜ ପ୍ରତିଷ୍ଠା କରିବାକୁ ଅନୁମତି ମିଳିବ ନାହିଁ । ଘରୋଇ ଏଏନ୍ଏମ୍, ଜିଏନ୍ଏମ୍, ବିଏସ୍ସି ନର୍ସିଂ କିମ୍ବା ନର୍ସିଂ ଅନୁଷ୍ଠାନ ପ୍ରତିଷ୍ଠ କରିବା ଲାଗି ରାଜ୍ୟ ସରକାର ନୂଆ ଅନୁମତି ତଥା ଏନ୍ଓସି (ଆପତ୍ତିବିହୀନ ପ୍ରମାଣପତ୍ର) ପ୍ରଦାନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ […]
ଚଳିତ ମାସ ୩୦ରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି SIR |ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟରେ ହେଲ୍ପଡେସ୍କ ଖୋଲିବ । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର, ସମସ୍ତ ଜିଲ୍ଲାପାଳ ଓ DEOଙ୍କୁ ଏନେଇ ପତ୍ର ଲେଖିଛନ୍ତି।ଏହି ହେଲ୍ପଡେସ୍କ ମାଧ୍ୟମରେ ଭୋଟରମାନେ SIR ସମୟସୀମା, ଯୋଗ୍ୟତା, ନାମ ଯୋଡ଼ା, ସଂଶୋଧନ କିମ୍ବା ବିଲୋପ ସମ୍ବନ୍ଧୀୟ ସୂଚନା ପାଇପାରିବେ। ସେଥିସହ ପୁରୁଣା ଭୋଟର ତଥ୍ୟ ସହ ଲିଙ୍କ କରିବା, ଅନଲାଇନ୍ ଓ ଅଫଲାଇନ୍ […]
୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ କମିଶନ ଶୁକ୍ରବାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ କମିଶନ କହିଛନ୍ତି ଯେ ୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ୨୦୨୬ ଜୁନ୍ ୧୮ ତାରିଖରେ ଅନୁଷ୍ଠିତ ହେବ। ୮ ଜୁନ୍ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯାଇପାରିବ ଏବଂ ୯ ଜୁନରେ ଯାଞ୍ଚ ଆରମ୍ଭ ହେବ । ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯିବ । ଜୁନ୍ […]
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ୨୩ ମେ’ ୨୦୨୬ରୁ ବ୍ୟାଙ୍କ ଶାଖାଗୁଡ଼ିକ ଛଅ ଦିନ ପାଇଁ ବନ୍ଦ ରହିବ ଏବଂ ଏହି ବନ୍ଦ ଦେଶବ୍ୟାପୀ ହୋଇପାରେ। ତେବେ ବ୍ୟାଙ୍କ ବନ୍ଦ ରହିଲେ ବି ଅନଲାଇନ କାମ ଜାରି ରହିବ। ଯାହା ମାଧ୍ୟମରେ ଆପଣ ନେଟ ବ୍ୟାଙ୍କିଙ୍ଗ, ମୋବାଇଲ ବ୍ୟାଙ୍କିଙ୍ଗ ଏବଂ ଅନ୍ୟ ସେବା ଗୁଡ଼ିକ ମଧ୍ୟ ଉପଯୋଗ କରିପାରିବେ। କିନ୍ତୁ ଯଦି ଆପଣ ଏସିବଆଇ ବ୍ରାଞ୍ଚକୁ ଯାଇକି କାମ ପୁରା କରିବାର ଅଛି ତେବେ […]
ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେଉଛି । ହାଇକୋର୍ଟଙ୍କ ଏହି ଗ୍ରୀଷ୍ମ ଛୁଟି ସମୟରେ ୮ ଦିନ ଅବକାଶକାଳୀନ ଅଦାଲତ ଚାଲିବ । ପୂର୍ବ ନିଷ୍ପତ୍ତି ଅନୁସାରେ ଅବକାଶକାଳୀନ ସମସ୍ତ ଅଦାଲତ ଭର୍ଚୁଆଲ୍ ମୋଡରେ କାର୍ଯ୍ୟ କରିବ । ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କୋର୍ଟ ବିଭିନ୍ନ ମାମଲାର ଶୁଣାଣି କରିବେ ।ଜୁନ୍ ୨୨ ତାରିଖରେ ପୁନର୍ବାର ଅଦାଲତ କାର୍ଯ୍ୟ ଆରମ୍ଭ ହେବ ବୋଲି ହାଇକୋର୍ଟ ପକ୍ଷରୁ ଜାରି ବିଜ୍ଞପ୍ତିରେ […]
ମଧ୍ୟପ୍ରାଚ୍ୟ ଯୁଦ୍ଧ, ହର୍ମୁଜ କଟକଣା ଓ ତୈଳ ସଙ୍କଟ ଭିତରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ । ଏହି ଗସ୍ତ ପୂର୍ବରୁ ବଡ଼ ବୟାନ ଦେଇଛନ୍ତି ରୁବିଓ । କହିଛନ୍ତି, ଭାରତ ଯେତେ ଇନ୍ଧନ କିଣିବାକୁ ଚାହୁଁଛି ତାହା ଦେବାକୁ ଆମେରିକା ପ୍ରସ୍ତୁତ ଅଛି ।ମିଆମୀଠାରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରିବା ସମୟରେ ରୁବିଓ ଭାରତକୁ ଆମେରିକାର ଏକ ଚମତ୍କାର ସହଯୋଗୀ ଏବଂ ସଂପର୍କୀୟ ଭାବେ ଅଭିହିତ କରିଛନ୍ତି । ସମାଚାର […]
ବାଲିଅନ୍ତା ବର୍ବରକାଣ୍ଡ କାଣ୍ଡ ଘଟଣା । ସୋମ୍ୟ ହତ୍ୟା ମାମଲାରେ ତରବରିଆ ଭାବେ ଭୁଲ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ଗିରଫ ୪ ଜଣଙ୍କ ପରିବାର କ୍ରାଇମବ୍ରାଞ୍ଚ ରେ ଦ୍ବାରସ୍ଥ ହୋଇଛି । ଘଟଣା ବେଳର ସିସିଟିଭି ଫୁଟେଜ୍କୁ ଦେଖାଇ ୪ଜଣ ଏହି ହତ୍ୟାକାଣ୍ଡରେ ସାମିଲ ନଥିବା ସଫେଇ ଦେଇଛନ୍ତି ।ଏହି ଘଣ୍ଟାଏ ସମୟ ଅବଧି ଭିତରେ ୪ଜଣ ଅଭିଯୁକ୍ତ ଅପରାଧସ୍ଥଳର ଆଖପାଖରେ ନଥିଲେ । ଜଣେ ମୋବାଇଲ୍ ସଜାଡ଼ିବା ପାଇଁ […]
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ଗରମ ଗୁଳୁଗୁଳିରେ ଜନ ଜୀବନ ଅସ୍ତବ୍ୟସ୍ତ । ୫ଦିନ ଲାଗି ହିଟ ୱେଭ ଜାରି କରିଛି ପାଣିପାଗ ବିଭାଗ । ଏବେ ଗ୍ରୀଷ୍ମ ପ୍ରବାହ ସହିତ ରାତିରେ ଗରମ ଓ ଗୁଳୁଗୁଳି ଲାଗି ରହିବ । ବଲାଙ୍ଗୀର, ସମ୍ବଲପୁର, ନୟାଗଡ଼ ଓ ଝରସୁଗୁଡା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି । ସେହିପରି ହିଟ ୱେଭ ଜିଲ୍ଲା ଗୁଡିକ ହେଉଛି ଅନୁଗୁଳ , ବଲାଙ୍ଗୀର, ବୌଦ୍ଧ, ସୋନପୁର, ଝାରସୁଗୁଡା, […]
ମେଷଆଜିର ଦିନଟିରେ ଆପଣଙ୍କ ଆତ୍ମିଅଙ୍କ ସହଯୋଗ କରିବାରୁ ଆନନ୍ଦିତ ରହିବେ । ବସ୍ତ୍ରଭୂଷଣ ପ୍ରାପ୍ତି ମାଧ୍ୟମରେ ଦିନଟି ଖୁସିରେ ଅତିବାହିତ କରିବେ। ସ୍ବାସ୍ଥ୍ୟ ସ୍ଥିତିରେ ସମ୍ପୂର୍ଣ୍ଣ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ କିନ୍ତୁ କୌଣସି କ୍ଷେତ୍ରରୁ ବାଧା ଦେଇପାରିବେ ନାହିଁ । ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରୁ ଶୁଭଫଳ ମିଳିବ। ବୃଷସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଭୁଲ୍ ବୁଝାମଣା ବଶତଃ କ୍ଷୁବ୍ଧ ହୋଇ ସ୍ତ୍ରୀ ମୁହଁ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଚିକିତ୍ସାଳୟରେ ଦେଖାଦେଇଥିବା ଚରମ ଅବ୍ୟବସ୍ଥା ଓ ଅଚଳାବସ୍ଥାକୁ ନେଇ ଆଜି ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ତୀବ୍ର ଉଦବେଗ ପ୍ରକାଶ ପାଇବା ସହ ମେଡିକାଲ ପରିସରରେ ଧାରଣା ଦିଆଯାଇଥିଲା । ସାମ୍ବାଦିକ ସଂଘର ଏକ ପ୍ରତିନିଧି ଦଳ ଆଜି ହସ୍ପିଟାଲରେ ଅଚାନକ ପର୍ଯ୍ୟବେକ୍ଷଣ କରିବା ସମୟରେ ଅନେକ ସଂଘାତିକ ଚିତ୍ର ପଦାକୁ ଆସିଛି।୧ ଶହ ଶଯ୍ୟା ବିଶିଷ୍ଟ ଏହି ଆଧୁନିକ କୋଠାରେ […]
ଭୁବନେଶ୍ୱର: ସାମ୍ପ୍ରତିକ ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ଦେଶରେ ପେଟ୍ରୋଲ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସଚିବାଳୟ ଠାରୁ ଆରମ୍ଭ କରି ସମସ୍ତ ସରକାରୀ ବିଭାଗର ଉପଖଣ୍ଡ, ତହସିଲ, ବ୍ଲକ୍ସ୍ତର ସହିତ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଉଦ୍ୟୋଗ, ସଂସ୍ଥା, ବିଶ୍ୱବିଦ୍ୟାଳୟ, ସମିତିମାନଙ୍କରେ ନିର୍ଦ୍ଦେଶାବଳୀ କଡ଼ାକଡ଼ି ଅନୁପାଳନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନକୁ […]
ଆସନ୍ତା ଜୁଲାଇ ୧୬ରେ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ଶୃଙ୍ଖଳିତ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ଆଜି (ଗୁରୁବାର) କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ଡିଜିପି ଶ୍ରୀ ଖୁରାନିଆ ରଥଯାତ୍ରା ସମୟରେ ସମସ୍ତ ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ତୃଣମୂଳ ସ୍ତରରୁ ସମନ୍ୱିତ […]
