author

ବଲାଙ୍ଗୀରରେ ଚାଞ୍ଚଲ୍ୟ; ନାବାଳକକୁ ହତ୍ୟା କଲା ନାବାଳକ

ବଲାଙ୍ଗୀର ଜିଲା ଆଗଲପୁର ଥାନା ରୋତ ଗାଁରେ ଚାଞ୍ଚଲ୍ୟ । ନାବାଳକଙ୍କୁ ଛୁରି ଭୁସି ହତ୍ୟା କଲେ ନାବାଳକ । ମୃତକ ହେଲେ ନାବାଳକ ସାହିଲ ପଟେଲ । କୌଣସି କାରଣକୁ ନେଇ ଦୁଇ ନାବାଳକଙ୍କ ମଧ୍ୟରେ ବଚସା ପରେ ଘଟିଥିଲା ଛୁରାମାଡ଼ । ଗୁରୁତର ଅବସ୍ଥାରେ ସାହିଲଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ତାଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଆଗଲପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।ତାସ ଖେଳ ବେଳେ କୌଣସି କଥାକୁ […]

ନେପାଳରେ ପ୍ରଳୟଙ୍କରୀ ବନ୍ୟା ପରେ ବିହାରରେ ହାଇ ଆଲର୍ଟ,ବାଲେନ ଶାହଙ୍କ ସହ କଥା ହେଲେ ମୋଦି

ତିବ୍ବତରୁ ଆସିଥିବା ଭୟଙ୍କର ବନ୍ୟା ନେପାଳର ରସୁଆ ଜିଲ୍ଲାର ଟିମୁରେ ଓ ସ୍ୟାଫ୍ରୁବେସି ଅଞ୍ଚଳରେ ବ୍ୟାପକ ଧ୍ୱଂସ ହୋଇଛି । ଭୋଟେକୋଶୀ ନଦୀରେ ହଠାତ୍ ଜଳସ୍ରୋତ ବଢ଼ିଯିବାରୁ ମାର୍କେଟ, ସ୍ଥାନୀୟ ଘରଦ୍ବାର, ଜଳବିଦ୍ୟୁତ ପ୍ରକଳ୍ପ ଓ ଅନ୍ୟାନ୍ୟ ଭିତ୍ତିଭୂମି ନଷ୍ଟ ହୋଇଛି । ଏଥିରେ ଏପର୍ଯ୍ୟନ୍ତ ୧୬ ଜଣକ ମୃତ୍ୟୁ ହୋଇଥିବା ଜଣାପଡ଼ିଥିବା ବେଳେ, ୧୦୫ ଭାରତୀଙ୍କ ସମେତ ହଜାର ହଜାର ଲୋକ ଭାସିଯାଇଥିବା ଆଶଙ୍କା କରାଯାଉଛି। । ତେବେ ଏନେଇ କିଛି ସ୍ପଷ୍ଟୋକ୍ତି ମିଳିନାହିଁ ।ନେପାଳରେ […]

କ୍ୟାନସର ରୋଗୀଙ୍କ ପାଇଁ ୧ ଲକ୍ଷ ଟଙ୍କାର ଇଞ୍ଜେକ୍ସନରେ କେବଳ ପାଣି ଆଉ ଜୀବାଣୁ

କ୍ୟାନସର ଇଞ୍ଜେକ୍ସନ୍ ନାଁରେ ବିକ୍ରି ହେଉଛି ପାଣି । ଲକ୍ଷେ ଟଙ୍କା ନେଇ କର୍କଟ ରୋଗୀଙ୍କୁ ଦେଉଛନ୍ତି ଧୋକା । କ୍ୟାନସର ଔଷଧ ନାଁରେ ଚାଲିଥିବା କଳବଜାରୀ ଉପରୁ ପରଦା ଉଠାଇଛି ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ।ବିକାନେରର ଏକ ସରକାରୀ କର୍କଟ ହସ୍ପିଟାଲ ସହିତ ଜଡିତ ଏହି କଥିତ ନେଟୱାର୍କର ତଦନ୍ତ ସମ୍ପର୍କରେ ଏବେ ବିବ୍ରତକାରୀ ବିବରଣୀ ସାମ୍ନାକୁ ଆସିଛି। ଦିଲ୍ଲୀରେ ଜବତ ହୋଇଥିବା ଇଞ୍ଜେକ୍ସନର ନମୁନାରେ କର୍କଟ ରୋଗ ସହିତ ଲଢ଼ିବା ପାଇଁ ଆବଶ୍ୟକୀୟ ସକ୍ରିୟ […]

ପଞ୍ଜୀକରଣ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିୟମାନୁପାଳନ ସୁନିଶ୍ଚିତ କରିବାକୁ ରାଜସ୍ୱ ବିଭାଗର ନିର୍ଦ୍ଦେଶ

ରାଜ୍ୟରେ ଜମି ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ଦାୟିତ୍ୱସମ୍ପନ୍ନ ଏବଂ ନିୟମ ଅନୁପାଳନ ସୁନିଶ୍ଚିତ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଆସୁଛନ୍ତି। ପଞ୍ଜୀକରଣ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଦକ୍ଷତା ବୃଦ୍ଧି ପାଇଁ ଅନେକ ପ୍ରଯୁକ୍ତିଭିତ୍ତିକ ବ୍ୟବସ୍ଥା ମଧ୍ୟ ପ୍ରଚଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ପଞ୍ଜୀକରଣ କାର୍ଯ୍ୟାଳୟଗୁଡ଼ିକର କାର୍ଯ୍ୟକଳାପ ଉପରେ ନିୟମିତ ମନିଟରିଂ ତଥା କଡ଼ା ନଜର ରଖିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି l ପ୍ରଯୁକ୍ତି ବିଦ୍ଯାର […]

ଶ୍ରୀ ଜଗନ୍ନାଥଙ୍କ କାର୍ଟୁନକୁ ନେଇ ଶଙ୍କରାଚାର୍ଯ୍ୟ କ୍ଷୁବ୍ଧ,ଶ୍ରୀଜଗନ୍ନାଥଙ୍କୁ ବିକୃତ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ

ଶ୍ରୀଜଗନ୍ନାଥଙ୍କ ଆନିମେଟେଡ୍ ଫିଲ୍ମ ବିବାଦ ପ୍ରସଙ୍ଗ । ଏହା ଶାସ୍ତ୍ର, ପରମ୍ପରା ଓ ଇତିହାସ ବିରୋଧୀ ବୋଲି କହିଛନ୍ତି ଜଗଦଗୁରୁ ସ୍ବାମୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ଧାର୍ମିକ ଓ ଆଧ୍ୟାତ୍ମିକ ପ୍ରସଙ୍ଗରେ କୋର୍ଟଙ୍କ ହସ୍ତକ୍ଷେପ ଅନୁଚିତ।ଫିଲ୍ମରେ ଜଗନ୍ନାଥଙ୍କୁ ବିକୃତ ରୂପରେ ପ୍ରଦର୍ଶନ କରାଯାଇଛି। ଏହାଦ୍ବାରା ହିନ୍ଦୁ ଦେବାଦେବୀଙ୍କ ପ୍ରତି ପିଲାଙ୍କ ମନରେ ଭୁଲ ଧାରଣା ଆସିବ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ।ଏହି ପ୍ରସଙ୍ଗରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ମତାମତ ଓ ନିର୍ଣ୍ଣୟକୁ ଆଧାର କରି ଗଜପତି ମହାରାଜାଙ୍କୁ ଚିଠି ଲେଖି […]

ନଭେମ୍ବର ୨୪ରୁ ବାଲିଯାତ୍ରା! ଉପର ଓ ତଳ ପଡ଼ିଆରେ ହେବ ଆୟୋଜନ

ନଭେମ୍ବର ୨୪ରୁ ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା । ଆସନ୍ତା ନଭେମ୍ବର ମାସ ୨୪ ତାରିଖୁ ଆରମ୍ଭ ହେବାକୁ ଯାଉଛି କଟକ ଐତିହାସିକ ବାଲିଯାତ୍ରା । ଯାହା ଡିସେମ୍ବର ୧ ଯାଏଁ ଚାଲିବ ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ।। ଏଥର ଉପର ପଡ଼ିଆ ସହ ତଳ ପଡ଼ିଆରେ ମଧ୍ୟ ବାଲିଯାତ୍ରା ଆୟୋଜନ କରାଯିବ । ବାଲିଯାତ୍ରାକୁ ଆସୁଥିବା ଲୋକଙ୍କ ସୁବିଧା ପାଇଁ ଗତବର୍ଷ ତୁଳନାରେ ଚଳିତବର୍ଷ ପାର୍କିଂ ବ୍ୟବସ୍ଥା ବଢ଼ାଯିବ। ଭିଡ଼ ନିୟନ୍ତ୍ରଣ […]

ସାତ ବର୍ଷର ରିପୋର୍ଟ କାର୍ଡ ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

ସାତ ବର୍ଷର ରିପୋର୍ଟ କାର୍ଡ ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ୬୦ ପୃଷ୍ଠାର ଏହି ରିପୋର୍ଟ କାର୍ଡରେ ନିଜ ସାତ ବର୍ଷର କାର୍ଯ୍ୟର ହିସାବ ଦେଇଛନ୍ତି ସାଂସଦ । ଭୁବନେଶ୍ୱର ପାଇଁ ୧୦୦ ପ୍ରତିଶତ ଚେଷ୍ଟା କରୁଥିବା କହିବା ସହ ନିଜ କାର୍ଯ୍ୟର ବିବରଣୀ ସମସ୍ତଙ୍କ ନିକଟରେ ପହଞ୍ଚାଇବାକୁ କହିଛନ୍ତି । ରିପୋର୍ଟ କାର୍ଡରେ ଦର୍ଶାଇଛନ୍ତି ଭୁବନେଶ୍ବରରେ ୫୫ ପ୍ରକାର କାର୍ଯ୍ୟ କରାଯାଇଛି । ସଂସଦୀୟ କ୍ଷେତ୍ରରେ ୮ ଟି ମୁଖ୍ୟ କାର୍ଯ୍ୟ ରହିଛି। […]

କ୍ରିତି ସାନନଙ୍କ ପୋଷାକକୁ ନେଇ ବିବାଦ : ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କଲା GIVA

ଅଳଙ୍କାର ବ୍ରାଣ୍ଡ GIVA ବଲିଉଡ ଅଭିନେତ୍ରୀ କୃତି ସାନନଙ୍କ ସହିତ ତାଙ୍କର ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କରିନେଇଛି। ବିଜ୍ଞାପନରେ କୃତି ସାନନ ପିନ୍ଧିଥିବା ପୋଷାକକୁ ନେଇ ବିବାଦ ଦେଖାଦେଇଥିଲା; ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କ ପୋଷାକକୁ ନେଇ ତାଙ୍କୁ ଟ୍ରୋଲ କରୁଥିଲେ। ଜିଭା ବୁଧବାର ଏକ ବିବୃତି ଜାରି କରି କହିଛି,ଆମେ ଭାରତୀୟ ସଂସ୍କୃତି, ପରମ୍ପରା ଏବଂ ପର୍ବଗୁଡ଼ିକୁ ଗଭୀର ଭାବରେ ସମ୍ମାନ କରୁ । ଏକ ବ୍ରାଣ୍ଡ ଭାବରେ, ଆମେ ସର୍ବଦା ସମଗ୍ର ପରିବାର […]

ଶ୍ରୀମନ୍ଦିର ଭିତରେ ଦୁଇଗୋଷ୍ଠୀ ମାଡ଼ଗୋଳ , ମଙ୍ଗଳ ଆଳତୀ ବେଳେ ବଚସା

ଶ୍ରୀମନ୍ଦିର ଭିତରେ ଦୁଇଗୋଷ୍ଠୀ ମଧ୍ୟରେ ମାଡ଼ଗୋଳକୁ ନେଇ ଚର୍ଚ୍ଚା । ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଚାଲିଥିବା ସମୟରେ ଦୁଇପକ୍ଷଙ୍କ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ଓ ଯୁକ୍ତିତର୍କ ହୋଇଥିବା ଜଣାପଡ଼ିଛି । ପରେ ଘଟଣା ମାଡ଼ଗୋଳ ପର୍ଯ୍ୟନ୍ତ ଯାଇଥିଲା । ଏହି ଘଟଣାରେ ସମ୍ପୃକ୍ତ ଉଭୟ ଗୋଷ୍ଠୀଙ୍କୁ ପ୍ରଶାସନ ପକ୍ଷରୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ଶ୍ରୀମନ୍ଦିର ଭଳି ଏକ ପବିତ୍ର ଓ ଆଧ୍ୟାତ୍ମିକ ପୀଠ ଭିତରେ ଏଭଳି ଉତ୍ତେଜନାମୂଳକ ପରିସ୍ଥିତିକୁ ନେଇ ସାଧାରଣ ଦର୍ଶନାର୍ଥୀ ଏବଂ ଶ୍ରଦ୍ଧାଳୁଙ୍କ […]

ଆଜି ଧର୍ମଗୁରୁ ମହମ୍ମଦଙ୍କ ଜୟନ୍ତୀ । ମିଲାଦ-ଉନ-ନବି (ଇଦ) ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ 

ମହମ୍ମଦ ଜୟନ୍ତୀ ବା ଇଦ୍ ମିଲାଦ୍ ଉନ୍ ନବି ହେଉଛି ଇସଲାମ ଧର୍ମର ପ୍ରତିଷ୍ଠାତା ମହାପୁରୁଷ ହଜରତ ମହମ୍ମଦଙ୍କର ଜନ୍ମଦିନ।ଏହି ଦିନ ମୁସଲମାନ ଭାଇଭଉଣୀମାନେ ମସଜିଦ୍ ଓ ଘରେ ବିଶେଷ ନମାଜ ପାଠ କରନ୍ତି, କୁରାନ୍ ପାଠ କରନ୍ତି ଏବଂ ମହମ୍ମଦଙ୍କ ଜୀବନୀ ଓ ଶିକ୍ଷା ସମ୍ପର୍ଣ୍ଣରେ ଆଲୋଚନା କରନ୍ତି।ସ୍ଥାନରେ ମହମ୍ମଦଙ୍କ ସ୍ମୃତିରେ ‘ଜୁଲୁସ୍’ ବା ଶୋଭାଯାତ୍ରା ବାହାର କରାଯାଏ।ଏହି ପର୍ବ ଶାନ୍ତି, ଭାଇଚାରା, ଦୟା ଏବଂ ମାନବିକତାର ବାର୍ତ୍ତା ଦିଏ।ମୁସଲମାନମାନଙ୍କର ସାମୁହିକ ଲଂଗର କାର୍ଯ୍ୟକ୍ରମ ମଧ୍ୟ […]

ପୋଲିସକୁ ଚକମା ଦେଇ ଜିଲା ମୁଖ୍ୟ ଡାକ୍ତରଖାନାରୁ ହତ୍ୟା ଅଭିଯୁକ୍ତ ଫେରାର

ଫେରାର ମାରିଲା ଦୁର୍ଦ୍ଦାନ୍ତ ହତ୍ୟା ଅଭିଯୁକ୍ତ। ପରିସ୍ରା ଯିବା ବାହାନାରେ ଚକମା ଦେଇ ଅଭିଯୁକ୍ତ ଫେରାର। ସୁନ୍ଦରଗଡ଼ ଜେଲର ବିଚାରାଧୀନ ଅଭିଯୁକ୍ତ ଟେକଚାନ୍ଦ ବେହେରା ମେଡିକାଲରୁ ଫେରାର ହୋଇଯାଇଛି।ପୋଲିସ ଏକ ମାମଲା ରୁଜୁ କରି ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଚଳାଇଛି।ଅଭିଯୁକ୍ତ ହେଲେ ଟେକଚାନ୍ଦ ବେହେରା । ସୂଚନା ଅନୁଯାୟୀ, ସଦର ଥାନା ଅନ୍ତର୍ଗତ ରୂପାବାହାଲ ଗ୍ରାମର ଟେକଚାନ୍ଦ ଏକ ହତ୍ୟା ମାମଲାରେ ଗତ ଏପ୍ରିଲ ମାସରୁ ଗିରଫ ହୋଇ ସୁନ୍ଦରଗଡ଼ ଜେଲ୍‌ରେ ଥିଲେ। ସ୍ୱାସ୍ଥ୍ୟଗତ […]

OSSTET ଆବେଦନ ଅବଧି ବୃଦ୍ଧି : ଅଗଷ୍ଟ ୩୦ ଯାଏଁ ସୁଯୋଗ

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ ୩୦ ତାରିଖ ମଧ୍ୟରାତ୍ରି ଯାଏ ବଢ଼ାଇ ଦିଆଯାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜର ନାମ ପଞ୍ଜୀକରଣ କରିପାରିବେ। ଉକ୍ତ ପରୀକ୍ଷା ପାଇଁ ଆବେଦନର ଶେଷ ସମୟ ୨୩ ଅଗଷ୍ଟ ଯାଏ ଥିଲା। ରାଜ୍ୟର ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ସମେତ ବିଭିନ୍ନ ବନ୍ୟା ପ୍ରଭାବିତ ଜିଲ୍ଲାର ଅନେକ ଶିକ୍ଷକ […]