author

ପିଲାଙ୍କ ପାଇଁ ରାତିରେ ସୋସିଆଲ୍ ମିଡିଆ ବନ୍ଦ! ଫେସ୍‌ବୁକ୍-ଇନ୍‌ଷ୍ଟାଗ୍ରାମକୁ କୋର୍ଟର କଡ଼ା ନିର୍ଦ୍ଦେଶ

ଶିଶୁ ଓ କିଶୋରମାନଙ୍କୁ ସୋସିଆଲ ମିଡିଆ ନିଶାରେ ପକାଉଥିବା ଅଭିଯୋଗରେ ଛନ୍ଦି ହୋଇଥିବା ଫେସବୁକ-ଇନଷ୍ଟାଗ୍ରାମର ମାଲିକାନା ସଂସ୍ଥା ‘Meta’ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଆମେରିକାର ଶିଶୁ ଏବଂ କିଶୋରମାନଙ୍କ ସୁରକ୍ଷା ସହିତ ଜଡିତ ଏକ ବଡ଼ ମାମଲା ସମାପ୍ତ କରିବା ପାଇଁ ଏକ ସମାଧାନରେ ପହଞ୍ଚିଛି । ମେଟା ଏହି ମାମଲାରେ ପ୍ରାୟ ୧୭ ବିଲିୟନ ଡଲାର ଦେବା ସହ ପିଲାଙ୍କ ପାଇଁ ଏହାର ଆପ୍ସରେ ଅନେକ ପରିବର୍ତ୍ତନ କରିବ । ସେଥିପାଇଁ ଫେସବୁକ୍ ଓ […]

ସବୁ ରେକର୍ଡ ଭାଙ୍ଗିଲା ସୁନାଦର! ଅହେତୁକ ଭାବେ ବୃଦ୍ଧି ପାଇଛି ସୁନା ଦାମ୍

ସବୁ ରେକର୍ଡ ଭାଙ୍ଗିଲା ସୁନାଦର!୨ ଲକ୍ଷ ମୁହାଁ ୨୪ କ୍ୟାରେଟ୍ ସୁନାଦର। ଦେଢ଼ ଲକ୍ଷ ବି ଟପି ସାରିଛି ୨୨ କ୍ୟାରେଟ୍ ଗୋଲ୍ଡ। ଲଗାତର ହ୍ରାସ ଓ ବୃଦ୍ଧି ଭିତରେ ପୁଣି ଥରେ ଲଙ୍ଗଜମ୍ପ ମାରିଛି ସୁନାଦର। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୬୨,୯୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୯,୪୦୦ ଟଙ୍କା ଛୁଇଁଛି ।ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା […]

ଓସେନ୍‌ ୱିନର୍‌ ଜାହାଜ ବୁଡ଼ି ଘଟଣା, ଉଦ୍ଧାର ହୋଇଥିବା ୨ ଚାଇନିଜ୍ କ୍ରୁ ସଦସ୍ୟ ଆସିବେ ପାରାଦୀପ

ମଝି ସମୁଦ୍ରରେ ଜାହାଜ ସହିତ ଘଟିଲା କଣ? କାହିଁକି ବୁଡ଼ିଗଲା MV Ocean Winner? ଖୋଲିବ ଜାହାଜ ବୁଡ଼ି ଗୁମର। ବଙ୍ଗୋପସାଗରରେ MV Ocean Winner ବୁଡ଼ିବା ଘଟଣାରେ ଆସିଛି ବଡ଼ ଖବର। ଜାହାଜରୁ ଉଦ୍ଧାର ହୋଇଥିବା ୨ ଚାଇନିଜ୍ କ୍ରୁ ସଦସ୍ୟଙ୍କୁ ପାରାଦୀପ ଆସୁଛନ୍ତି । ଇମିଗ୍ରେସନ ବିଭାଗର ଯାଞ୍ଚ ପରେ ଜାହାଜ ଏଜେଣ୍ଟଙ୍କୁ ହସ୍ତାନ୍ତର ହେବେ ଏହି ଦୁଇ କ୍ରିୟୁ ସଦସ୍ୟ। ଉଭୟ ସଦସ୍ୟ ସୁସ୍ଥ ଥିବା ସୂଚନା ମିଳିଛି।ପାରାଦୀପ ବନ୍ଦରଠୁ ପ୍ରାୟ ୪୭୦ […]

ସିଂହବାହିନୀରେ ନାଟକ ପରିବେଷଣ ବେଳେ ଅଘଟଣ। ମଞ୍ଚରେ ପଡ଼ି ଅଭିନେତା ପୀୟୁଷ ତ୍ରିପାଠୀ ଆହତ

ଯାତ୍ରା ଚାଲିଥିବା ବେଳେ ଘଟିଛି ଅଘଟଣ। ମଞ୍ଚରେ ନାଟକ ପରିବେଷଣ କରୁଥିବା ସମୟରେ ଆହତ ହୋଇଛନ୍ତି ଯାତ୍ରା ଅଭିନେତା ପିୟୁଷ ତ୍ରୀପାଠୀ। ମଞ୍ଚ ଉପରେ ପଡ଼ିଯିବାରୁ ତାଙ୍କୁ ଆଘାତ ଲାଗିଛି।ସୂଚନା ଅନୁସାରେ, ବୁଧବାର ଦେବଗଡ଼ ଜିଲ୍ଲା ବାସୁପାଲି ଗାଁରେ ‘ସିଂହବାହିନୀ ଯାତ୍ରା ପାର୍ଟି’ ପକ୍ଷରୁ ଏଡ଼ା ଯାତ୍ରା ପରିବେଷଣ ଚାଲିଥିଲା । ଏହି ସମୟରେ ଅଭିନେତା ପୀୟୁଷ ତ୍ରିପାଠୀ ଅଚାନକ ମଞ୍ଚରେ ପଡ଼ିଯାଇଥିଲେ । ଫଳରେ ସେ ଆହତ ହୋଇଥିଲେ । ତାଙ୍କ ମୁଣ୍ଡ ଓ କାନା […]

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା !ଗହ୍ମା ପୂର୍ଣ୍ଣିମାରେ ତିଥି ଦ୍ୱନ୍ଦ୍ୱ

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ।ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ । ଅନ୍ୟ ରାଜ୍ୟମାନଙ୍କରେ ଏହି ଶ୍ରାବଣ ପୂର୍ଣ୍ଣିମାର ପର୍ବ ଭିନ୍ନ ରୀତିରେ ପାଳିତ ହେଇଆସୁଛି । ତେବେ ଶ୍ରୀମନ୍ଦିରରେ ଆସନ୍ତାକାଲି ଶ୍ରାବଣ ପୂର୍ଣ୍ଣିମାରେ ରକ୍ଷା ବନ୍ଧନ ପାଳନ ହେବ । […]

ନେପାଳରେ ଜଳ ବିଭୀଷିକା । ନେପାଳରୁ ସୁରକ୍ଷିତ ଫେରିଲେ ପୁରୀର ୩ ଜଣ

ନେପାଳରୁ ସୁରକ୍ଷିତ ଭାବେ ଭାରତ ଫେରିଲେ ପୁରୀର ୩ ଜଣ । ନେପାଳରେ ବନ୍ୟା ଓ ବିପର୍ଯ୍ୟୟ ପରିସ୍ଥିତି ମଧ୍ୟରେ ଫସିଥିବା ପୁରୀର ୩ ଜଣ ନାଗରିକ ଶେଷରେ ସୁରକ୍ଷିତ ଭାବେ ଭାରତରେ ପ୍ରବେଶ କରିଛନ୍ତି । ସୂଚନା ଅନୁସାରେ, ଏହି ୩ ଜଣ ନେପାଳର କପିଳବସ୍ତୁ ଚେକ୍ ପୋଷ୍ଟ ଦେଇ ସୀମା ପାର୍ କରିଛନ୍ତି । ପରେ ସେମାନେ ଭାରତର ରକ୍ସୌଲ ଚେକ୍ ପୋଷ୍ଟରେ ପ୍ରବେଶ କରିଥିବା ଜଣାପଡ଼ିଛି ।ନେପାଳରେ ପ୍ରକୃତି ଦେଖାଇଛି ତା’ର କରାଳ […]

ଆଜିର ରାଶିଫଳ(୨୭ ଅଗଷ୍ଟ, ୨୦୨୬)

ମେଷଆଜି ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ । କଳା, ସାହିତ୍ୟ, କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଉନ୍ନତି ହେବ ।ପୂରାତନ ସମସ୍ୟାର ଅନ୍ତ ଘଟିବ। ନିଜଋଣ ପରିଶୋଧକରି ଆମତ୍ତୃପ୍ତି ଲାଭ କରିପାରନ୍ତି। ବୃଷଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସମ୍ପତ୍ତିକୁ କେନ୍ଦ୍ରକରି ବିବାଦ ଦେଖାଦେଇ ପାରେ ପ୍ରତିଯୋଗିତାରେ ସଫଳତା ପାଇବେ । କୌଣସି ଜିନିଷ କିମ୍ବା ଜମିଜମା କିଣିବା ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ମିଥୁନଆଜି ନୂତନ […]

e-KYC ଡେଡଲାଇନ୍ ଶେଷ : କ’ଣ ଆଉ ମିଳିବନି ଗ୍ୟାସ୍ ସିଲିଣ୍ଡର?

ଗ୍ୟାସ୍ ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏଲପିଜି ଗ୍ୟାସ୍ ସଂଯୋଗରେ e-KYC କରିବାର ସମୟସୀମା ଶେଷ ହୋଇସାରିଛି। ତେଲ କମ୍ପାନୀ ଏବଂ ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ LPG ଉପଭୋକ୍ତାମାନଙ୍କ ପାଇଁ e-KYC କରିବାର ଶେଷ ତାରିଖ ୩୧ ଅଗଷ୍ଟ ସ୍ଥିର କରାଯାଇଛି। ଯଦି ଆପଣ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହି କାମ ପୂରଣ ନକରନ୍ତି, ତେବେ ଆପଣଙ୍କ ଗ୍ୟାସ କନେକ୍ସନର ସେବା ପ୍ରଭାବିତ ହୋଇପାରେ ଏବଂ ନୂଆ ସିଲିଣ୍ଡର […]

ଭିଜିଲାନ୍ସ ଜାଲରେ ପୂର୍ବତନ ଭାରପ୍ରାପ୍ତ ଅଧ୍ୟକ୍ଷ ;ସରକାରୀ ପାଣ୍ଠି ହେରଫେର ଅଭିଯୋଗ

ଓଡ଼ିଶା ଭିଜିଲାନ୍ସ ଆଜି (ବୁଧବାର) ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଲଇଡ଼ା ଗ୍ରାମର ଦୂତିକା ସାହୁ କଲେଜର ପୂର୍ବତନ ଇନ୍ ଚାର୍ଜ ପ୍ରିନସିପାଲ ଏବଂ ରାଜନୀତି ବିଜ୍ଞାନର ବର୍ତ୍ତମାନର ଅଧ୍ୟାପକ ଡକ୍ଟର ବସନ୍ତ କୁମାର ନାୟକଙ୍କୁ ଗିରଫ କରିଛି । ଡକ୍ଟର ନାୟକଙ୍କୁ ୨୦୧୯-୨୦ ରୁ ୨୦୨୪-୨୫ ଆର୍ଥିକ ବର୍ଷରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୭୩ ଲକ୍ଷ ୪୪ ହଜାର ୯୫୦ ଟଙ୍କା ସରକାରୀ ପାଣ୍ଠିର ଆର୍ଥିକ ହେରଫେର ମାମଲାରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ […]

ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ରାକ୍ଷୀ ପୂର୍ଣ୍ଣିମାରେ ମହିଳାଙ୍କ ପାଇଁ କ୍ରୁଟର ବଡ଼ ଅଫର। ରାକ୍ଷୀ ପୂର୍ଣ୍ଣିମା ଦିନ ଆମ ବସରେ ମାଗଣା ଯିବେ ମହିଳା। ୭ ସହରରେ ଉପକୃତ ହେବେ ୧ ଲକ୍ଷରୁ ଉର୍ଦ୍ଧ୍ଵ ମହିଳା ଯାତ୍ରୀ। ମହିଳାଙ୍କ ନିରାପଦ ଓ ସୁବିଧାଜନକ ଯାତାୟାତ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୃଢ଼ କରିବା ଉଦ୍ଦେଶ୍ୟରେ କମ୍ପ୍ରେହେନ୍ସିଭ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ ରକ୍ଷା ବନ୍ଧନ ଅବସରରେ ଅଗଷ୍ଟ ୨୭ରେ ସମସ୍ତ ମହିଳା ଯାତ୍ରୀଙ୍କ ପାଇଁ ଆମ ବସ୍ ରେ ମାଗଣା ଯାତ୍ରା […]

କର୍ଣ୍ଣାଟକରେ ଚାଞ୍ଚଲ୍ୟ, ହ୍ରଦରେ ଭାସି ଆସିଲା ମାଆ ସହ 5 ପିଲାଙ୍କ ମୃତଦେହ

ଉତ୍ତର କର୍ଣ୍ଣାଟକର ବିଜୟପୁରା ସହରରୁ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଛି। ବିଜୟପୁରା ସହର ବାହାରେ ଥିବା ଭୂତାନାଲ ହ୍ରଦରୁ ବୁଧବାର ଜଣେ ମହିଳା ଓ ତାଙ୍କର ପାଞ୍ଚଟି ପିଲାଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ହୁଏତ ଏହା ଆତ୍ମହତ୍ୟା ମାମଲା ହୋଇଥାଇପାରେ।ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏବେ ବି ରହସ୍ୟମୟ ହୋଇ ରହିଛି । ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକମାନେ […]

ବଲାଙ୍ଗୀରରେ ଚାଞ୍ଚଲ୍ୟ; ନାବାଳକକୁ ହତ୍ୟା କଲା ନାବାଳକ

ବଲାଙ୍ଗୀର ଜିଲା ଆଗଲପୁର ଥାନା ରୋତ ଗାଁରେ ଚାଞ୍ଚଲ୍ୟ । ନାବାଳକଙ୍କୁ ଛୁରି ଭୁସି ହତ୍ୟା କଲେ ନାବାଳକ । ମୃତକ ହେଲେ ନାବାଳକ ସାହିଲ ପଟେଲ । କୌଣସି କାରଣକୁ ନେଇ ଦୁଇ ନାବାଳକଙ୍କ ମଧ୍ୟରେ ବଚସା ପରେ ଘଟିଥିଲା ଛୁରାମାଡ଼ । ଗୁରୁତର ଅବସ୍ଥାରେ ସାହିଲଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ତାଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଆଗଲପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।ତାସ ଖେଳ ବେଳେ କୌଣସି କଥାକୁ […]