ରାୟଗଡ଼ା ତା ୨୮/୦୫ (ନିପ୍ର) ରାୟଗଡ଼ା ଜିଲ୍ଳା ସଦର ସ୍ଥିତ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର +୨ ସି ବି ଏସ ଇ ପରୀକ୍ଷାର ଫଳାଫଳ ବାହାରିଥିବା ବେଳେ ଉକ୍ତ ବିଦ୍ୟାଳୟର ମେଧାବୀ ଛାତ୍ର ସୌରେନ ପଣ୍ଡା ୯୪.୮ ପ୍ରତିଶତ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ବିଗତ ବର୍ଷରେ ମେଧାବୀ ଛାତ୍ର ସୋରେନ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ମଧ୍ୟ ୯୮.୬ ପ୍ରତିଶତ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଥିଲେ […]
ଏଣିକି ଓଡ଼ିଆରେ ପଢ଼ାହେବ ଯୁକ୍ତ ଦୁଇ ବିଜ୍ଞାନ । ଇଂରାଜୀ ଭାଷାର ଭୟ ହେବ ଦୂର । ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ +୨ ବା ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପାଠ୍ୟପୁସ୍ତକ ଓଡ଼ିଆ ଭାଷାରେ ଉପଲବ୍ଧ ହେବ । କେବଳ ଓଡ଼ିଆ ଭାଷାରେ ବିଜ୍ଞାନ ପଢ଼ିବେନି, ପରୀକ୍ଷା ବି ଦେଇପାରିବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ‘ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା’ର ମିଳିତ ପ୍ରୟାସରେ ଏହି ଐତିହାସିକ ନିଷ୍ପତ୍ତି ନିଆଯାଇଛି । […]
କର୍ନାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର କିଛି ଘଣ୍ଟା ପରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ସ୍ପଷ୍ଟ କରିଛନ୍ତି ଯେ ସେ ରାଜ୍ୟ ସଭାକୁ ଯିବେ ନାହିଁ। ୮୦ ବର୍ଷୀୟ ସିଦ୍ଧରାମାୟା ବିଧାନସଭାର ସଦସ୍ୟ (ଏମଏଲଏ) ଭାବରେ ରାଜ୍ୟ ରାଜନୀତିରେ ସକ୍ରିୟ ରହିବେ।ରିପୋର୍ଟରଙ୍କୁ ପ୍ରତିକ୍ରିୟା ଦେଇ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ ତାଙ୍କୁ ରାଜ୍ୟସଭା ଅଫର କରାଯାଉଥିଲା। ସେ କିନ୍ତୁ ରାଜ୍ୟ ରାଜନୀତିରେ ରହିବାକୁ ଚାହାଁନ୍ତି। ଏଥିପାଇଁ ସେ ରାଜ୍ୟସଭା ଅଫରକୁ ପ୍ରତ୍ୟାଖାନ କରିଛନ୍ତି ବୋଲି ସିଦ୍ଧରମେୟା […]
ବାଲିଅନ୍ତା କନେଷ୍ଟବଳ ସୌମ୍ୟରଞ୍ଜନ ହତ୍ୟା ଘଟଣାରେ ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ଅଶୋକ ଜେନା ଓରଫ ଗେଡାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ପଟିଆର ଏକ ହୋଟେଲରେ ଲୁଚିଥିବା ବେଳେ ଗେଡାକୁ ଗିରଫ କରିବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ମୋଟ୍ ୧୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆହୁରି ୧୦ ଜଣଙ୍କୁ ଚିହ୍ନଟ କରାଯାଇଛି । ଖୁବ୍ଶୀଘ୍ର ସେମାନଙ୍କୁ ଗିରଫ କରିବା ଟିମ୍ ଉଦ୍ୟମ କରୁଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଆଇଜି ।ଆଜି ଧରାପଡ଼ିଥିବା […]
ମୌସୁମୀ ଆଗମନକୁ ନେଇ ବଢ଼ିଲା ଅନିଶ୍ଚିତତା । ଜୁନ୍ ୧ ସୁଦ୍ଧା କେରଳ ଛୁଇଁବା ନେଇ ସଂଶୟ । ମେ ୨୬ରେ ମୌସୁମି ବାୟୁ କେରଳମ୍ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ କରିଥିଲା। ତେବେ ସଦ୍ୟତମ ବିଶ୍ଲେଷଣ ଅନୁଯାୟୀ ଜୁନ ପହିଲା ବେଳକୁ ମୌସୁମି ବାୟୁ କେରଳମ୍ରେ ପାଦ ଥାପିବାର ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ ବିଶ୍ବଜିତ୍ ସାହୁ କହିଛନ୍ତି।ପାଣିପାଗ ବିଶେଷଜ୍ଞ ଏବଂ ଘରୋଇ ସଂସ୍ଥା ‘ସ୍କାଏମେଟ୍’ ର ରିପୋର୍ଟ ଅନୁଯାୟୀ, ମୌସୁମୀ […]
ରାସ୍ତାର ଗୋଟିଏ ପାର୍ଶ୍ଵରେ ରଥଖଳା ଓ ଅନ୍ୟପଟେ ଲୋକଙ୍କ ଠେଲାପେଲା । ଭିଡ଼ ଭିତରୁ ହାତରେ ପୁଳା ପୁଳା ଖଜା ଧରି ହସି ହସି ବାହାରୁଥିଲେ ଲୋକେ । ସମସ୍ତେ ସେହି ଭିଡ଼ ଭିତରକୁ ମାଡ଼ି ଯାଉଥିଲେ । ଆଉ ଦୁଇ ହାତ ପୂର୍ଣ୍ଣ କରି ଖଜା ନେଇଆସୁଥିଲେ ।ସାଧାରଣତଃ ଯଦି ଆମେ କିମ୍ବା କୌଣସି ଲୋକ ଖଜା କିଣନ୍ତି । ତେବେ ସୀମିତ ଓଜନ ମଧ୍ୟରେ କିଣନ୍ତି । ହେଲେ ଏଠି ମାଗଣାରେ ଖଜା ଥୁଆ […]
ଓଡ଼ିଶାରେ ଚାଲିବ ଇଭି ବୋଟ୍ । ପ୍ରଥମ ପର୍ଯ୍ୟାୟରେ ୫ଟି ସ୍ଥାନରେ ହେବ ବ୍ୟବସ୍ଥା । ଏନେଇ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା। ରାଜ୍ୟର ୫ଟି ପର୍ୟ୍ୟଟନ ସ୍ଥଳୀ ପାଇଁ ଏବେ ଟେଣ୍ଡର ଡ଼କାଯାଇଛି। କୋଲାବ ଡାମ୍, ହୀରାକୁଦ ଡାମ୍, ଭିତରକନିକା ଓ ବରକୂଳ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ବର୍ତ୍ତମାନର ତେଲ ସଙ୍କଟ ଏବଂ ପ୍ରଦୂଷଣକୁ ରୋକିବା ପାଇଁ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ […]
ଭିଭିଆଇପି ଗସ୍ତ ସୂଚନା ଲିକ୍ ନେଇ କଡ଼ା ସତର୍କତା। ସୋସିଆଲ ମିଡିଆରେ ସୁରକ୍ଷା ସୂଚନା ସେୟାର୍ କଲେ କଡ଼ା କାର୍ଯ୍ୟାନୁଷ୍ଠାନ। ଗୃହ ବିଭାଗ ପକ୍ଷରୁ ଡିଜିପି ଓ ଆଇଜି, ଗୁପ୍ତଚର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।ଏନେଇ ସମସ୍ତ ଜିଲାପାଳ ଓ ଏସ୍ପିଙ୍କ ପାଇଁ ସତର୍କ ସୂଚନା ଜାରି ହୋଇଛି। ଭିଭିଆଇପିଙ୍କ ଗସ୍ତ ସମ୍ବନ୍ଧୀୟ ସୂଚନା ସୋସିଆଲ ମିଡିଆରୁ ଲିକ୍ ହେଉଥିବାରୁ ସରକାରଙ୍କ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।ଭିଭିଆଇପିଙ୍କ ମିନିଟ୍-ଟୁ-ମିନିଟ୍ କାର୍ୟ୍ୟକ୍ରମ, ସୁରକ୍ଷା ବ୍ୟବସ୍ଥା ଓ ଅପରେସନାଲ ତଥ୍ୟ […]
ଡିଆରଡିଏ ମହିଳା ୱାସରୁମରେ ଲଗାଇଯାଇଥିଲା ସିକ୍ରେଟ କ୍ୟାମେରା। କ୍ୟାମେରା ଉଦ୍ଧାର ହେବା ପରେ ଏବେ ଚାଞ୍ଚଲ୍ୟ। ଏଭଳି ଘଟଣା ଘଟଣା ଘଟିଛି ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳରେ। ଘଟଣା ଜଣାପଡିବା ପରେ ତିର୍ତ୍ତୋଲ ଥାନାରେ ଏତଲା ଦିଆଯାଇଛି।ଏତଲା ପାଇ ପୋଲିସ କ୍ୟାମେରା ଟିକୁ ଜବତ କରି ତଦନ୍ତ ଚଳାଇଛି ।ଗତ ୨୫ତାରିଖ ଦିନ ଡିଆରଡିଏର ଜଣେ ମହିଳା କର୍ମଚାରୀ ୱାସରୁମ ଯାଇଥିବା ବେଳେ କ୍ୟାମେରାଟି ଖସି ପଡ଼ିଥିଲା। ତାକୁ ଦେଖି ମହିଳା ଜଣକ ଅତିରିକ୍ତ ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ […]
ସିବିଏସ୍ଇ ଅନ୍-ସ୍କ୍ରିନ୍ ମାର୍କିଂ ସିଷ୍ଟମକୁ ନେଇ ଅସନ୍ତୋଷ ଜାରି ରହିଥିବାବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିପାଇଁ ନିଜକୁ ଦାୟୀ କରିଛନ୍ତି ଓ ଏହାର ସମାଧାନ କରାଯିବ ବୋଲି କହିଛନ୍ତି। ଗୁରୁବାର ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ସେ ତ୍ରୁଟି ପାଇଁ ଦାୟିତ୍ୱ ନେଉଛନ୍ତି। ଛାତ୍ର ଓ ଅଭିଭାବକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ଯଦି ମୂଲ୍ୟାଙ୍କନ ପ୍ରକ୍ରିୟାରେ ଅନିୟମିତତା ଦେଖାଯାଏ ତେବେ କାହାକୁ ଛଡାଯିବ ନାହିଁ।ବୁଧବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ […]
କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ତାଙ୍କ ପଦ ଛାଡିଛନ୍ତି। ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ତାଙ୍କ ମନ୍ତ୍ରୀମାନଙ୍କ ସହିତ ଏକ ପ୍ରାତଃଭୋଜନ ବୈଠକରେ ସେ ଏହି ଘୋଷଣା କରିଛନ୍ତି। ସେ ତାଙ୍କ ନିଷ୍ପତ୍ତି ବିଷୟରେ ମନ୍ତ୍ରୀମାନଙ୍କୁ ଅବଗତ କରାଇଛନ୍ତି। ଅପରାହ୍ନ ୩.୦୦ଟାରେ ସିଦ୍ଦରାମାୟା ଲୋକଭବନ ଯିବାର କାର୍ଯ୍ୟକ୍ରମ ରହିଛି। ସେ ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ଇସ୍ତଫା ପ୍ରଦାନ କରିବେ । ସିଦ୍ଦରମୈୟା ତାଙ୍କ ମନ୍ତ୍ରୀମାନଙ୍କୁ ଅବଗତ କରାଇଛନ୍ତି ଯେ, କଂଗ୍ରେସ ହାଇକମାଣ୍ଡ ତାଙ୍କୁ ଜାତୀୟ ରାଜନୀତିରେ ପ୍ରବେଶ କରିବାକୁ ଏବଂ […]
ଆଜି ହେଉଛି ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଋତୁସ୍ରାବ ସମୟରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ଏବଂ ଏହାକୁ ନେଇ ସମାଜରେ ଥିବା ଅନ୍ଧବିଶ୍ୱାସ ତଥା ଲଜ୍ଜାବୋଧକୁ ଦୂର କରି ସଚେତନତା ସୃଷ୍ଟି କରିବା | ମାସିକ ଋତୁଚକ୍ର ସାଧାରଣତଃ ୨୮ ଦିନର ହୋଇଥାଏ ଏବଂ ମାସର ୫ ତମ ମାସ ହେଉଛି ମେ’। ତେଣୁ ପ୍ରତିବର୍ଷ ମେ’ ୨୮ ତାରିଖକୁ ଏହି ଦିବସ ପାଇଁ ଚୟନ କରାଯାଇଛି […]
