ନୟାଗଡ଼ ଜିଲାର ଲାଠିପଡ଼ାରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚି ଗହ୍ମାପୂର୍ଣ୍ଣିମା ଅବସରରେ ୫ମ କିସ୍ତି ସୁଭଦ୍ରା ଅନୁଦାନ ପ୍ରଦାନ କରିଛନ୍ତି। ଆଜିର ସୁଭଦ୍ରା ମେଳାରେ ରାଜ୍ୟର ୧ କୋଟି ୩ ଲକ୍ଷ ୨୬ହଜାର ୧୬୨ ହିତାଧିକାରୀଙ୍କୁ ୫ ହଜାର କୋଟିରୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏଥିରେ ନୟାଗଡ଼ ଜିଲାର ୨ଲକ୍ଷ ୩୩ହଜାର ୫୮୫ ହିତାଧିକାରୀ ଅଛନ୍ତି। ଏ ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲା ସୁଭଦ୍ରା ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି।ଯେଉଁ ହିତାଧିକାରୀମାନଙ୍କର […]
ଯେଉଁ ଭିସା ରିଜେକ୍ସନ୍ ଦିନେ ଦୁଃଖ ଦେଇଥିଲା, ଆଜି ସେହି ଭିସା ରିଜେକ୍ସନ୍ ହିଁ ଜୀବନ ବଞ୍ଚାଇଦେଲା। କୈଳାସ ମାନସରୋବର ଯାତ୍ରା ପାଇଁ ଚୀନ୍ ଭିସା ନମିଳିବାରୁ ନେପାଳ ଯାଇପାରିନଥିଲେ ପଶ୍ଚିମବଙ୍ଗର ୬୧ ବର୍ଷୀୟ ତପତୀ ସିଂହ। ଏବେ ତାଙ୍କ ସହ ଯାତ୍ରା କରିବାକୁ ଥିବା ୩୨ ଜଣଙ୍କ ପତ୍ତା ମିଳୁନାହିଁ।ଭିଜା ନାମଞ୍ଜୁର ହେବା ପରେ ମନଦୁଃଖରେ ସେ ଲଦାଖ ଭ୍ରମଣରେ ଚାଲିଯାଇଥିଲେ। ଗୁରୁବାର ସାରେ ଲଦାଖ ଗସ୍ତ କାଟଛାଣ୍ଟ କରି ଦିଲ୍ଲୀ ଦେଇ କୋଲକାତା ଫେରୁଥିବା […]
ରେଭେନ୍ସାବିଶ୍ବବିଦ୍ୟାଳୟରେ ଅଧ୍ୟାପକ ମହଲରେ ସୃଷ୍ଟି ହୋଇଥିବା ବିବାଦ ଓ ଅସନ୍ତୋଷ ଘନେଇବାରେ ଲାଗିଛି। ଶିକ୍ଷକ ସଂଘ (ରୁଟା)ର ୮୦ରୁ ଅଧିକ ଅଧ୍ୟାପକ ଆଜି ସମୂହ ଛୁଟିରେ ଯିବା ସହିତ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସାମୂହିକ କ୍ଷୋଭ ଓ ନିଜ ଦାବି ପ୍ରତି ଦୃଢ଼ ସଂକଳ୍ପର ପରିପ୍ରକାଶ ସ୍ୱରୂପ ଏହି ଆନ୍ଦୋଳନ କରିବେ । ରକ୍ଷାବନ୍ଧନ ଅବସରରେ ଶିକ୍ଷକମାନେ କଳା ବ୍ୟାଜ୍ ପିନ୍ଧି ନିଜର ଏକତା ଓ ପ୍ରତିବାଦ ଜାହିର କରିବେ। ରେଭେନ୍ସାରେ ଚଳିତ ମାସ […]
SCB ମେଡିକାଲ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ । ଏସସିବି ମେଡିକାଲ କଲେଜରେ ଆର୍ଥିକ ହେରଫେର ଅଭିଯୋଗରେ ଗିରଫ କରାଯାଇଛି । ପୂର୍ବରୁ ଏସସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ମଙ୍ଗଳାବାଗ ଥାନା ପୋଲିସ । କଟକ ବଡ଼ ମେଡିକାଲର ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଗତ ୧୦ ବର୍ଷ ମଧ୍ୟରେ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବିଭିନ୍ନ ଭତ୍ତା ଓ ଆର୍ଥିକ ସୁବିଧା ବାବଦରେ ବଡ଼ ଧରଣର ଅନିୟମିତତା […]
ନେପାଳରେ ପୁଣି ବଡ଼ ବନ୍ୟା ବିପଦ। ବ୍ୟାରିଅର୍ ହ୍ରଦରେ ୨୦ ଲକ୍ଷ ଘନମିଟର ପାଣି, ଆଗାମୀ ୩ ଦିନ ଅତ୍ୟନ୍ତ ବିପଦପୂର୍ଣ୍ଣ । ନେପାଳରେ ଭୟଙ୍କର ଫ୍ଲାସ୍ ଫ୍ଲଡ୍ ର ତାଣ୍ଡବ ମଧ୍ୟରେ ଏବେ ଆଉ ଏକ ବଡ଼ ବିପଦର ଆଶଙ୍କା ସୃଷ୍ଟି ହୋଇଛି । ଚୋଚେନ୍ ଖୋଲା ଓ ପୁରେପୁ ସାଙ୍ଗପୋ ନଦୀର ସଙ୍ଗମ ନିକଟରେ ମାଟି, ପଥର ଓ ଅନ୍ୟାନ୍ୟ ଆବର୍ଜନା ଜମି ଏକ ପ୍ରାକୃତିକ ବନ୍ଧ ସୃଷ୍ଟି ହୋଇଛି । ଏହା ପଛରେ […]
ପିଛା ଛାଡୁନି ଲଘୁଚାପ। ଗୋଟିଏ ପରେ ଆଉ ଗୋଟିଏ ଲଘୁଚାପ ଦାନା ବାନ୍ଧି ଓଡ଼ିଶା ମୁହାଁ ହେଉଛି। ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଅଧିକ ସଂଗଠିତ ହୋଇ ଅଗଷ୍ଟ ୨୯ରୁ ୩୦ ମଧ୍ୟରେ ଏକ ଲଘୁଚାପ କ୍ଷେତ୍ରର ରୂପ ନେଇପାରେ । ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ । ବିଶେଷକରି ଉତ୍ତର ଓଡ଼ିଶା ଓ […]
ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ । ଏଥିପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି । ମଧ୍ୟାହ୍ନଧୂପ ପରେ ଭଉଣୀ ସୁଭଦ୍ରା ଦୁଇଭାଇ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାଖି ପିନ୍ଧାଇବେ । ଭାଇ ଭଉଣୀର ପବିତ୍ର ସମ୍ପର୍କର ନିଦର୍ଶନ ସ୍ଵରୁପ ପାଟରା ବିଶୋୟୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ରାଖି ଓ ଗୁଆମାଳକୁ ମହାପ୍ରଭୁଙ୍କୁ ସିଂହାରୀ ସେବକମାନେ ଲାଗି କରାଇବେ ।ସେହିପରି ପ୍ରଭୁ ସୁଦର୍ଶନ ଚାରି ଆଶ୍ରମକୁ ବିଜେ କରାଯାଇ ମାର୍କଣ୍ଡ ପୁଷ୍କରିଣୀ […]
ମେଷ-ବ୍ୟବସାୟରେ କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ର କୃତକାର୍ଯ୍ୟ ହେବେ। ହରେଇଥିବା ଦ୍ରବ୍ୟ ଫେରି ପାଇବେ। ମହିଳାମାନେ ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମକରିଲେ ଭଲ ହେବ। ବୃଷ- ହସଖୁସିରେ ସମୟ ବିତାଇବେ। ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ। ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ । ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ। […]
ଦୀର୍ଘ ଦିନର ଅପେକ୍ଷା ପରେ ବଡ଼ ପରଦାକୁ ଆସିଛି ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘Toxic’। ୟଶଙ୍କ ଆକ୍ସନ୍ ଅବତାର ସାଙ୍ଗକୁ ଫିଲ୍ମର ବିପୁଳ ବଜେଟ୍ ଏବଂ ହାଇପ୍କୁ ନେଇ ଦର୍ଶକଙ୍କ ମଧ୍ୟରେ ଭଲ ଉତ୍ସାହ ରହିଥିଲା । ତେବେ ଫିଲ୍ମ ଦେଖିବା ପରେ ସେହି ଉତ୍ସାହ ନିରାଶାରେ ପରିଣତ ହୋଇଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।ଫିଲ୍ମକୁ ନେଇ ଅଧିକାଂଶ ବ୍ୟାଡ୍ ରିଭ୍ୟୁ ଥିଲେ ବି ଆଡଭାନ୍ସ ବୁକିଂରେ ଫିଲ୍ମ ଜବରଦସ୍ତ ରେସ୍ପନ୍ସ ପାଇଛି । […]
ନେପାଳରେ ଆସିଥିବା ଜଳ ପ୍ରଳୟରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ଏବେବି ହଜାର ହଜାର ଲୋକ ଫସିଥିବା ଆଶଙ୍କା କରାଯାଉଛି। ନେପାଳର ରାସୁୱା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି ବନ୍ୟା। ଏପର୍ଯ୍ୟନ୍ତ ପ୍ରଳୟଙ୍କାରୀ ବନ୍ୟାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ନିଖୋଜ ଅଛନ୍ତି।ନେପାଳରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଏବେ ବିହାରର ଗଣ୍ଡକ ନଦୀ କୂଳରେ ରହୁଥିବା ଲୋକଙ୍କ ପାଇଁ ରୋଜଗାରର ମାଧ୍ୟମ ପାଲଟିଛି। ବଡ଼ କଥା ହେଲା ନିଜ ଜୀବନକୁ ବାଜି […]
ଚାକିରିର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଅନ୍ୟ ରାଜ୍ୟକୁ ଚାଲାଣ ଅଭିଯୋଗରେ ଗଜପତି ପୋଲିସକୁ ବଡ଼ ସଫଳତା ମିଳିଛି । ତେଲେଙ୍ଗାନାର ହାଇଦ୍ରାବାଦରୁ ଅଡ଼ବା ପୋଲିସ ୫ ଜଣ ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ଘଟଣାର ମୁଖ୍ୟ ଦଲାଲ ରାଜକୁମାର ବସ୍ତ୍ରରାୟଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରାଥମିକ ତଦନ୍ତ ଅନୁସାରେ, ରାୟଗଡ଼ା-କନ୍ଧମାଳ-ଗଜପତି ସୀମାନ୍ତ ଅଞ୍ଚଳର ଆର୍ଥିକ ଦୁର୍ବଳ ପରିବାରର ନାବାଳିକାମାନଙ୍କୁ ଅଧିକ ରୋଜଗାରର ପ୍ରଲୋଭନ ଦେଖାଇ ହାଇଦ୍ରାବାଦ ନିଆଯାଇଥିଲା । ପ୍ରତ୍ୟେକ […]
ରାଜ୍ୟର ମହାବିଦ୍ୟାଳୟ ଗୁଡିକରେ ପରୀକ୍ଷାମୂଳକ ଭାବେ ଛାତ୍ରଛାତ୍ରୀ ମାନଙ୍କର ବାୟୋମେଟ୍ରିକ ଉପସ୍ଥାନ (ଜୈବିକ ପରିଚୟ ଆଧାରିତ ଉପସ୍ଥାନ) କରାଯିବ ବୋଲି ରାଜ୍ୟ ସରକାରଙ୍କ ଘୋଷଣାକୁ ତୀବ୍ର ସମାଲୋଚନା କରିଛି ବିଜୁ ଜନତା ଦଳ । ବିଜେପି ସରକାରଙ୍କ ଗତ ଦୁଇ ବର୍ଷର ଶାସନରେ ରାଜ୍ୟର ମହାବିଦ୍ୟାଳୟ ଗୁଡିକରେ ଶୈକ୍ଷିକ ବାତାବରଣ ନଷ୍ଟ ହୋଇଛି ଓ ଛାତ୍ରଛାତ୍ରୀ ମାନଙ୍କର ମୌଳିକ ଆବଶ୍ୟକତା ପୂରଣ ହୋଇପାରି ନଥିବା ବେଳେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଆରମ୍ଭ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି […]
