ବଙ୍ଗୋପସାଗର ପାର୍ଶବର୍ତ୍ତୀ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସକାଳ ୫ଟା ୩୦ପେଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବାର ଜଣାପଡ଼ିଛି। ଆଗାମୀ ୪୮ ଘଣ୍ଟା ଯାଏ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ। ଉତ୍ତର ଓଡ଼ିଶା-ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକାରେ ଗତି କରିବ ବୋଲି ଆକଳନ କରାଯାଉଛି। ଏହା ପ୍ରଭାବରେ ଆସନ୍ତା ୬ଦିନ ଅର୍ଥାତ୍ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।। ଆଜି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ […]
ମେଷଆଜିର ପାରିବାରିକ ଜୀବନରେ ଉତ୍ଥାନ ପତନ ଲାଗିରହିବ। ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର । ନିଜ ବାକିଆ କାମରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ। ବୃଷଆଜି ଆକସ୍ମିକ ଭାବରେ ମୋଟାଅଙ୍କ ର ଅର୍ଥ ଆବଶ୍ୟକ ହୋଇପାରେ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଯୋଗୁ ବିଚଳିତ ହେବେ।ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ।ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇ ପାରିବେ। ମିଥୁନଆଜି […]
ନେପାଳ ଜଳପ୍ରଳୟରେ ବଢ଼ିଚାଲିଛି ମୃତ୍ୟୁ ସଂଖ୍ୟା ।ଏବେ ମୃତ୍ୟୁସଂଖ୍ୟା ୫ଶହ ଟପିଥିବା ବେଳେ, ଶହ ଶହ ଲୋକ ନିଖୋଜ ଅଛନ୍ତି । ସେମାନଙ୍କ ମଧ୍ୟରେ ୪ଶହରୁ ଅଧିକ ଭାରତୀୟ ନାଗରିକ ଓ ଭାରତୀୟ ମୂଳ ରହିଛନ୍ତି । ନେପାଳ-ତିବ୍ବତରେ ବିଶାଳ ସର୍ଚ୍ଚ ଅପରେସନ୍ । ସେନା ହେଲିକପ୍ଟର ପ୍ରଭାବିତ ପାହାଡ଼ିଆ ଅଞ୍ଚଳରେ ଚକ୍କର କାଟୁଛି । ଡ୍ରୋନ୍ ଯୋଗେ ଦୁର୍ଗମ ସ୍ଥାନ ଯାଞ୍ଚ କରାଯାଉଛି । ସେନା ଓ ସୁରକ୍ଷାକର୍ମୀମାନେ ସ୍ନିଫର୍ ଡଗ୍ ସହ କାଦୁଅ ଓ […]
ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭାଇ ଟିଏ ନିଜ ଭଉଣୀକୁ କିଛି ଉପହାର ଦେଇଥାଏ। ଓଡ଼ିଶାର ଶାସନ ମୁଖ୍ୟ ଭାବେ ରକ୍ଷା ବନ୍ଧନରେ ସୁଭଦ୍ରା ସହାୟତା ପ୍ରଦାନ କରି ମତେ ଏକ ଭାଇର କର୍ତ୍ତବ୍ୟ ସମ୍ପାଦନ କରିବା ଭଳି ଅନୁଭବ ହେଉଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ଅବସରରେ କହିଛନ୍ତି । ନୟାଗଡ଼ ଜିଲ୍ଲା ଲାଠିପଡ଼ାଠାରେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ଉପମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ଗହଣରେ […]
ଶିମିଳିପାଳ ପାଇଁ ଖୁସି ଖବର । ଶିମିଳିପାଳ ଅଭୟାରଣ୍ୟର ପରିବେଶ ସହ ସମ୍ପୂର୍ଣ୍ଣ ଭାବେ ଖାପଖୁଆଇ ନିଜ ବାସସ୍ଥଳୀ ଗଢ଼ିବା ସହ ୪ଟି ଶାବକଙ୍କୁ ଜନ୍ମ ଦେଇଥିବା ମହାବଳ ବାଘୁଣୀ ‘ଜିନ୍ନତ୍’ ଉପରୁ ଏବେ ନଜର ହଟାଇ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନେଉଛନ୍ତି ବନ ବିଭାଗ । ମହାରାଷ୍ଟ୍ରର ତାଡ଼ୋବା-ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଅଣାଯାଇଥିଲା ବାଘୁଣୀ ‘ଜିନ୍ନତ୍’।ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ଗୋଗିନେନୀଙ୍କ ସୂଚନା ଅନୁଯାୟୀ, ଆଗାମୀ ଅକ୍ଟୋବର କିମ୍ବା ନଭେମ୍ବର ମାସରେ […]
ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟରେ ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ କରାଯାଉଛି । ଖାଦ୍ୟ ସୁରକ୍ଷା କମିଶନର ଡ଼ ପୋମା ଟୁଡୁଙ୍କ ତତ୍ୱାବଧାନରେ ଏହି ଅଭିଯାନରେ ରାଜ୍ୟର ବିଭିନ୍ନ ଜିଲ୍ଲା, ଉପଖଣ୍ଡ, ପୌରାଞ୍ଚଳ ଆଦି ଅଞ୍ଚଳରେ ଖାଦ୍ୟ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରେ ଯାଞ୍ଚ କରାଯାଇ ଅପମିଶ୍ରିତ ଖରାପ ଖାଦ୍ୟ ସାମଗ୍ରୀ ଗୁଡିକ ନଷ୍ଟ କରାଯାଉଛି । ଏପର୍ଯ୍ୟନ୍ତ ଅଭିଯାନରେ ମୋଟ ୩,୬୦୫ କିଲୋଗ୍ରାମ […]
ଜାହାଜ ଏମଭି ଓସେନ୍ ଓ୍ବିନର ବୁଡ଼ିବା ଘଟଣାରେ ଉଦ୍ଧାର ହୋଇଥିବା ୨ କ୍ରୁ ସଦସ୍ୟଙ୍କ ଠାରୁ ମିଳିଛି ବଡ଼ ସୂଚନା। ଭାଷା ଅନୁବାଦକଙ୍କ ମାଧ୍ୟମରେ ଅଧିକାରୀଙ୍କ ସାମ୍ନାରେ ବଡ଼ ଖୁଲାସା କରିଛନ୍ତି ଏହି କ୍ରୁ ସଦସ୍ୟ। ମିଳିଥିବା ସୂଚନା ଅନୁସାରେ, ଏହି ୨ କ୍ରୁ ମେମ୍ବର ଭାଷା ଅନୁବାଦକଙ୍କ ମାଧ୍ୟମରେ କହିଛନ୍ତି ଯେ, ଜାହାଜରେ ୨୪ କ୍ରୁ ମେମ୍ବର ଥିଲେ। ଜାହାଜଟି ପାରାଦୀପ ଠାରୁ ୨୩୦ ନଟିକାଲ ମାଇଲ ଦୂରରେ ହଠାତ୍ ବୁଡ଼ିବା ଆରମ୍ଭ କରିଥିଲା। ବୁଡ଼ିବାର […]
କଲେଜ କ୍ୟାଣ୍ଟିନ୍ରେ ପୁରି, ବରା, ଆଳୁଚପ୍ ମନା । ରନ୍ଧନ ତେଲ ବ୍ୟବହାର କମାଇବାକୁ କଲେଜ କ୍ୟାଣ୍ଟିନ୍ ଓ ହଷ୍ଟେଲକୁ ପରାମର୍ଶ ଦିଆଯାଇଛି । କ୍ୟାଣ୍ଟିନ୍ରେ ପ୍ରାୟତଃ ଗୋଟିଏ ତେଲକୁ ବାରମ୍ବାର ଗରମ କରି ବ୍ୟବହାର କରାଯାଉଥିବାରୁ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।ଏନେଇ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ଅପିଲ ମାନିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଖାଦ୍ୟ ପ୍ରସ୍ତୁତି ସମୟରେ […]
୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପାଟଣା ତହସିଲର କନିଷ୍ଠ ରାଜସ୍ୱ ସହାୟକ । ଜମି ମ୍ୟୁଟେସନ୍ ଫାଇଲ୍ ଆଗକୁ ବଢ଼ାଇବା ଏବଂ ଜମି ପଟ୍ଟା ଯୋଗାଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦୁଝର ଜିଲ୍ଲା ପାଟଣା ତହସିଲ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ (JRA) ବି.ଏଚ୍ ଉମାଶଙ୍କର । ସୂଚନାମୁତାବକ କେନ୍ଦୁଝର ଭିଜିଲାନ୍ସ ଡିଏସ୍ପି ସୁଧାଂଶୁ ଶେଖର ପୂଜାରୀଙ୍କ ନେତୃତ୍ୱରେ ଏକ ଟିମ୍ ପାଟଣା […]
ନେପାଳ-ଚାଇନା ସୀମାବର୍ତ୍ତୀ ଅଞ୍ଚଳରେ ହଠାତ୍ ଏବଂ ଭୟଙ୍କର ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତି ମଧ୍ୟରେ, ଆମେରିକା ନେପାଳକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ନେପାଳକୁ ଯେକୌଣସି ପ୍ରକାରର ସାହାଯ୍ୟ ଆବଶ୍ୟକ ହେଲେ ଆମେରିକା ତାହା ଯୋଗାଇବାକୁ ପ୍ରସ୍ତୁତ।ମଜବୁତ୍ କୋଠାବାଡ଼ିଗୁଡ଼ିକ ତାସ ଘର ପରି ଭାଙ୍ଗି ପଡ଼ିଛି, ଏଭଳି ଭୟଙ୍କର ଦୃଶ୍ୟ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା ।” ଅନ୍ୟପଟେ ଆମେରିକା ବୈଦେଶିକ ବିଭାଗ ନେପାଳର ଜରୁରୀ ଉଦ୍ଧାର କାର୍ଯ୍ୟ […]
ନେପାଳରେ ଆସିଥିବା ବିନାଶକାରୀ ବନ୍ୟାର ବିଭିନ୍ନ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି । ଏହି ଭିଡିଓରେ ବନ୍ୟା ଜଳରେ ଭାସି ଆସିଥିବା ମୃତଦେହରୁ ଅଳଙ୍କାର ଚୋରି ହେଉଥିବାର ଭାଇରଲ୍ ହେଉଛି । ଭିଡିଓ ଭାଇରଲ ହେବା ପରେ ନେପାଳ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ଏଭଳି ଅମାନବୀୟ କାର୍ଯ୍ୟ କରୁଥିବା ଲୋକଙ୍କୁ ଗିରଫ କରିଛି । ନେପାଳ ପୋଲିସ ହେଡକ୍ୱାର୍ଟର ପକ୍ଷରୁ ଏକ୍ସରେ ପୋଷ୍ଟ କରି ସୂଚନା ଦିଆଯାଇଛି ।ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତଗତିରେ […]
ତୀବ୍ର ହେବାରେ ଲାଗିଛି ସୁନ୍ଦରଗଡବିଜେପି ରାଜନୀତି | ସର୍କିଟ୍ ହାଉସ୍ରୁ ବନ୍ଧୁକ ଓ ଗୁଳି ସହ ପେସାଦାର ଅପରାଧୀ ଗିରଫ ଘଟଣାରେ ସମ୍ପୃକ୍ତ ଥିବା ନିଲମ୍ବିତ ବିଜେପି ଯୁବନେତା ତଥା ସୁନ୍ଦରଗଡ଼ ସାଂସଦଙ୍କ ରାଉରକେଲା ମହାନଗର ନିଗମ ପ୍ରତିନିଧି ପ୍ରକାଶ ପାଶୱାନଙ୍କୁ ଗିରଫ କରାଯାଇଛି | ଏହାକୁ ନେଇ ରାଉରକେଲା ସହରରେ ଚର୍ଚ୍ଚା ଜୋର ଧରିଥିବାବେଳେ ଆଜି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ନିଜ ଦଳର କିଛି ନେତାଙ୍କ ଉପରେ ଦୋଷ ଲଦିଛନ୍ତି | ସେ ଖୋଲା […]
