ପବିତ୍ର ରଥଯାତ୍ରାକୁ ନେଇ ଶ୍ରୀକ୍ଷେତ୍ର ପୁରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସମାଗମ ହେଉଥିବାବେଳେ ସକ୍ରିୟ ହୋଇପଡ଼ିଛନ୍ତି ସାଇବର ଅପରାଧୀ। ବିଶେଷକରି ହୋଟେଲ ବୁକିଂ ନାଁରେ ଅନଲାଇନ୍ ଠକେଇ ଘଟଣା ବଢ଼ୁଥିବାରୁ ପୁରୀ ପୋଲିସ ଏବଂ ଓଡ଼ିଶା କ୍ରାଇମବ୍ରାଞ୍ଚ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ ୨୩୮ଟି ନକଲି ୱେବସାଇଟ୍ ଏବଂ ୱେବପେଜ୍ ବ୍ଲକ୍ କରିଛି।ଭକ୍ତମାନଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପୁରୀ ପୋଲିସ ସହରର ୭୭ଟି ହୋଟେଲର ଅଧିକୃତ Google […]
ଦୀର୍ଘ ୮ ବର୍ଷ ଧରି ଚାଲିଆସୁଥିବା ମହାନଦୀ ଜଳ ବିବାଦ ମାମଲାରେ ଶୁକ୍ରବାର ଟ୍ରିବ୍ୟୁନାଲ ଶୁଣାଣିରେ ନୂଆ ମୋଡ଼। ଆଲୋଚନା ଓ ଆପୋଷ ବୁଝାମଣା ମାଧ୍ୟମରେ ବିବାଦର ସ୍ଥାୟୀ ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ ଉଭୟ ରାଜ୍ୟ ସହମତି ପ୍ରକାଶ କରିଛନ୍ତି।ଏହି ସୂଚନା ଦେଇଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ।ଶୁଣାଣି ସମୟରେ ଛତିଶଗଡ଼ ସରକାର ଟ୍ରିବ୍ୟୁନାଲଙ୍କୁ ସ୍ପଷ୍ଟ କରିଛନ୍ତି ଯେ,ଓଡ଼ିଶା ସହ ଆଲୋଚନା ମାଧ୍ୟମରେ ଏହି ଜଳ ବିବାଦର ସ୍ଥାୟୀ ସମାଧାନ କରିବାକୁ ସେମାନେ […]
ପାଠ୍ୟ ପୁସ୍ତକରେ ତ୍ରୁଟି, ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ହେବ । କ୍ରାଇମବ୍ରାଞ୍ଚ ଏସ୍.ପି.ଙ୍କ ନିକଟରେ ଏଫ୍.ଆଇ.ଆର୍ କରିବାକୁ SCERT ନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସମଗ୍ର ପ୍ରକ୍ରିୟା ଉପରେ ଅପରାଧିକ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ସୂଚନାନୁସାରେ,ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟିର କାରଣ ଅନୁସନ୍ଧାନ […]
ଆସନ୍ତା ଗୁରୁବାର ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା। ମହାପ୍ରଭୁଙ୍କ ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁରକ୍ଷିତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ, ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ସୁପରିଚାଳନା ନେଇ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ରହିଛି ପୋଲିସ ବିଭାଗର। ଏଣୁ ରଥଯାତ୍ରା ସୁରକ୍ଷା ଦାୟିତ୍ବରେ ନିୟୋଜିତ ହେବାକୁ ଥିବା ଏକ ସ୍ବତନ୍ତ୍ର ବୈଠକରେ ପୋଲିସର ଭୂମିକା ଏବଂ ଦାୟିତ୍ଵ ସମ୍ପର୍କରେ ପୋଲିସ ଅଧିକାରୀଙ୍କୁ ସଚେତନ କରାଇଛନ୍ତି ପୋଲିସ […]
ଏକ ପକ୍ସୋ ମାମଲାରେ ଜାମିନରେ ଆସିବା ପରେ ଜଣେ ଯୁବକ ୧୭ ବର୍ଷୀୟା ଅଭିଯୋଗକାରିଣୀ, ତାଙ୍କ ପରିବାର ସଦସ୍ୟ ଏବଂ ନିଜ ସ୍ତ୍ରୀ ଏବଂ ଦୁଇ ପିଲାଙ୍କ ସମେତ ଛଅ ଜଣଙ୍କୁ ହତ୍ୟା କରିଛି । ଏବେ ଫେରାର୍ ହୋଇଯାଇଛି।ପୋଲିସର ସୂଚନା ଅନୁଯାୟୀ, ୩୫ ବର୍ଷୀୟ ଅଭିଯୁକ୍ତ ରାଜୁ କୁମାର ପୂର୍ବରୁ ଏକ ନାବାଳିକା ଝିଅକୁ ଅସଦାଚରଣ କରି ପୋକ୍ସୋ ଆକ୍ଟରେ ଗିରଫ ହୋଇଥିଲା। ବର୍ତ୍ତମାନ ସେ କୋର୍ଟରୁ ଜାମିନ ପାଇ ଜେଲ୍ରୁ ବାହାରକୁ ଆସିଥିଲା। ହେଲେ […]
ସାରା ରାଜ୍ୟରେ ପୁଲିସ ନିନ୍ଦା ଅପବାଦ ମୁଣ୍ଡାଇ ଚାଲିଥିବା ବେଳେ ନୟାଗଡ଼ ପୁଲିସକୁ ଶନିଦଶା ପଡ଼ିଥିବା ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ଚେରାପୀରତି କରି ହରଡ଼ଘଣାରେ ପୁଲିସ ଏଏସ୍ଆଇ। ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ଘରେ ପଶିଥିବା ବେଳେ ଧରିଲେ ପରିବାର ଓ ସ୍ଥାନୀୟଲୋକ। ପରେ ସଂପୃକ୍ତ ପୁଲିସ ବାବଙ୍କୁ ଉତ୍ତମମଧ୍ୟମ ଦେଇଥିବା ଜଣାପଡିଛି। ଏଭଳି ଚକିତ କରିଦେଲା ଭଳି ଘଟଣା ରଣପୁର ଥାନା ଅଞ୍ଚଳରେ ଘଟିଛି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।। ସମ୍ପୃକ୍ତ ମହିଳାଙ୍କ ଘରେ […]
ଇଲିସି ମାଛ ଧରିବାକୁ ଯାଇ ସମୁଦ୍ରରେ ନିଖୋଜ ହୋଇଥିବା ୧୬ ମତ୍ସ୍ୟଜୀବୀଙ୍କ ପତ୍ତା ମିଳିଛି । ପଶ୍ଚିମବଙ୍ଗ କାକଦ୍ୱୀପର ୨ କି.ମି. ଦୂରରେ ଠାବ ହେଲେ ମତ୍ସ୍ୟଜୀବୀ ।। ଗତ ଜୁଲାଇ ୨ ତାରିଖରୁ ପଶ୍ଚିମବଙ୍ଗର ଶଙ୍କରପୁର ବେଳାଭୂମିରୁ ମାଆକାଳୀ ନାମକ ଟ୍ରଲର ନେଇ ମାଛ ଧରିବାକୁ ଯାଇ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଥିଲେ । ସୂଚନା ଅନୁସାରେ ଜୁଲାଇ ୩ ତାରିଖରେ ପାଣିପାଗ ବିଭାଗ ପକ୍ଷରୁ ସାମୂଦ୍ରିକ ଝଡ ସମ୍ପର୍କରେ ସତର୍କ ସୂଚନା ଜାରି କରାଯିବା […]
ଲାଞ୍ଚ ନେଇ ବନ୍ଧାହେଲେ ଏଏସ୍ଆଇ। ଖୋର୍ଦ୍ଧା ନାଚୁଣୀ ଥାନା ଏଏସ୍ଆଇ | ଜମି ବିବାଦର ସମାଧାନ ପାଇଁ ଲାଞ୍ଚ ନେଉଥିଲେ ASI ଅକ୍ଷୟ ସେଠୀ । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ରେଡ୍ କରିଥିଲା। ଅଭିଯୋଗକାରୀ ଜଣକ ଏଏସ୍ଆଇଙ୍କ ବିରୋଧରେ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । । ଗିରଫ ପରେ ତାଙ୍କର ଆୟ ବହିର୍ଭୂତ ସଂପତ୍ତି ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । ସୂଚନାମୁତାବକ […]
ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟ। ଏହା କେବଳ ଆଇନର ଏକ ମନ୍ଦିର ନୁହେଁ, ବରଂ ଗଣତନ୍ତ୍ରରେ ନ୍ୟାୟ ପାଇଁ ସବୁଠାରୁ ବଡ଼ ଭରସା। ହେଲେ ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟର ସବୁ ଗାରିମାର ଖୋଲାଖୋଲି ଉଲ୍ଲଂଘନ ହୋଇଛି। ଜଣେ ଆବେଦନକାରୀ ନିଜ ମାମଲାକୁ ନେଇ କୋର୍ଟର ଦ୍ବାରସ୍ତ ହୋଇଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ମାମଲାର ଶୁଣାଣି ଆରମ୍ଭ କରିବା ବେଳେ କିଛି ଅରୁଚିକର ସ୍ଥିତି ଘଟିଥିଲା। ଆବେଦନକାରୀ କୋର୍ଟର ସମସ୍ତ ମର୍ଯ୍ୟାଦା ଉଲ୍ଲଂଘନ କରିଛନ୍ତି। ନା […]
ପୁଣି ବଙ୍ଗୋପସାଗରରେ ଆସୁଛି ଲଘୁଚାପ। ଉତ୍ତର ଓଡ଼ିଶା-ଝାଡ଼ଖଣ୍ଡ ପାଖରେ ସ୍ଥଳଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ୧୨/୧୩ ତାରିଖବେଳକୁ । ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ୧୪ ତାରିଖବେଳକୁ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ଅଧିକ ସମୟ ରହିବନି । ତଥାପି ୧୩ରୁ ୧୫ ଭଲ ବର୍ଷା ହେବ । ବିଶେଷ କରି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିପାରେ । ଏହା ପରେ ବର୍ଷା କମିଲେ ମଧ୍ୟ […]
Date-10-07-26-ବରିଷ୍ଠ ନେତା ଏନ୍.ଭାସ୍କର ରାଓଙ୍କୁ ଶକ୍ତଧକ୍କା ଲାଗିଛି । ରାୟଗଡା ଟ୍ରକ୍ ମାଲିକ ସଂଘ ର ଆର୍ଥିକ ଅନିୟମିତତା ଘଟଣାରେ ଟାଉନ୍ ଥାନାରେ ଦିଆଯାଇଥିବା ଅଭିଯୋଗକୁ ପୁଲିସ ପଞ୍ଜିକୃତ କରିଛି । ତାଙ୍କ ସହ ତାଙ୍କ ପୁଅ ଏନ୍.କ୍ରିଷ୍ଣା ଚୈତନ୍ୟ,ପୂର୍ବତନ ଟ୍ରକ୍ ମାଲିକ ସଂଘର ସଭାପତି ବି.ମନ୍ମଧା ରାଓ ଓ କୋଷାଧକ୍ଷ୍ୟ ଜି.କ୍ରିଷ୍ଣାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି । ଗତ 2003 ମସିହାରୁ 2023 ମସିହା ପର୍ଯ୍ୟନ୍ତ ସଂଘର ଆର୍ଥିକ ଅନିୟମିତତା ହୋଇଛି । […]
ବାହାମାସର ନର୍ଥ ଆଣ୍ଡରସରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ପ୍ଲେନ କ୍ରାସରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ସରକାରଙ୍କୁ ଫ୍ଲେମିଙ୍ଗୋ ଏୟାରର ଉଡ଼ାଣକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ପଡିଲା । ସମସ୍ତଙ୍କ ପରିଚୟ ଏଯାଏଁ ଅସ୍ପଷ୍ଟ ରହିଛି ।ବାହାମାସର ପ୍ରଧାନମନ୍ତ୍ରୀ ଫିଲିପ୍ ବ୍ରେଭ୍ ଡେଭିସ୍ ପ୍ରଥମେ ଜଣେ ବ୍ୟକ୍ତି ବଞ୍ଚି ଯାଇଥିବା କହିଥିଲେ` କିନ୍ତୁ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ନିଶ୍ଚିତ କରିଥିଲେ ଯେ ସେହି ବ୍ୟକ୍ତି […]
