author

ଚିନି ଚାହିଦା ମେଣ୍ଟାଇବାକୁ ଓଡ଼ିଶାର ୪ ଚିନିକଳ ହେବ କାର୍ଯ୍ୟକ୍ଷମ- ମନ୍ତ୍ରୀ

ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।ଚଳିତ ବର୍ଷ ସାର ଯୋଗାଣ ସୁରୁଖୁରୁରେ ଚାଲିଥିବା ବେଳେ ସମବାୟ ବିଭାଗ ପକ୍ଷରୁ ୨ ଲକ୍ଷ ୪୮ ହଜାର ୬୭୬ ଟନ୍‌ ସାର ଦିଆଯାଇଛି। କୃଷି ବିଭାଗ ପକ୍ଷରୁ ଆଉ ୩ ଲକ୍ଷ ୨୦ ହଜାର ଟନ ସାର ଯୋଗାଇଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ସମବାୟ ମନ୍ତ୍ରୀ […]

ଭାଇରାଲ୍ ନିଶାରେ କାର୍‌କୁ ୩,୪୦୦ କିସ୍‌ କଲେ ଗଲଫ୍ରେଣ୍ଡ୍! ପ୍ରେମିକ ଗଣିଲେ ତଣ୍ଡ

ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାର ନିଶା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ମଧ୍ୟପ୍ରଦେଶର ଗ୍ୱାଲିଅର୍‌ରେ ଜଣେ ଯୁବକ ନିଜ କାର୍‌କୁ ‘କିସିଂ କାର୍’ରେ ପରିଣତ କରି ରିଲ୍‌ ତିଆରି କରିଥିଲେ। କାର୍‌ର ସାରା ଶରୀରରେ ଲାଗିଥିଲା ପ୍ରାୟ ୩,୪୦୦ଟି ଲିପଷ୍ଟିକ୍‌ର ଚୁମ୍ବନ ଚିହ୍ନ। ରିଲ୍‌ଟି ମଧ୍ୟ ଖୁବ୍‌ ଶୀଘ୍ର ଭାଇରାଲ୍ ହୋଇ ୨୪ ଘଣ୍ଟାରେ ୫୫ ଲକ୍ଷରୁ ଅଧିକ ଭ୍ୟୁ ପାଇଥିଲା। ବିଦେଶୀ ଟ୍ରେଣ୍ଡକୁ ଅନୁକରଣ କରି ଯୁବକ ଜଣକ ନିଜ ପ୍ରେମିକାଙ୍କ ଦ୍ୱାରା ପୂରା କାର୍ […]

ରାକ୍ଷୀ ବିଜ୍ଞାପନକୁ ନେଇ ବିବାଦରେ ଫସିଲେ କ୍ରିତି ସାନନ, କଙ୍ଗନାଙ୍କ ଟାର୍ଗେଟ୍

ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ ନେଇ ଅଭିନେତ୍ରୀ କ୍ରିତି ସାନନ ବିବାଦରେ ଫସିଛନ୍ତି। ଏହି ବିଜ୍ଞାପନ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଆସୁଛି।ବିଜ୍ଞାପନରେ କ୍ରିତି ନିଜ ଭାଇଙ୍କ ସହ ରକ୍ଷାବନ୍ଧନ ପାଳନ କରୁଥିବା ଦେଖାଯାଇଛି। ଏହାପରେ ସେ ନିଜ ପୋଷା କୁକୁରକୁ ମଧ୍ୟ ରାକ୍ଷୀ ବାନ୍ଧୁଛନ୍ତି। କିଛି ଲୋକଙ୍କୁ ଏହି ଅନ୍ଦାଜ ପସନ୍ଦ ଆସିଥିବା ବେଳେ ଅନେକ ୟୁଜର କ୍ରିତିଙ୍କ ପୋଷାକ, ପୂଜା ଥାଳି ନଥିବା ଏବଂ ପର୍ବକୁ ଦେଖାଯାଇଥିବା […]

ଥାର୍ କିଣା ଦୁର୍ନୀତିରେ ଭିଜିଲାନ୍ସ ତଦନ୍ତ, ୫୧ ଗାଡ଼ି କିଣାର ହେବ ପୁଙ୍ଖାନୁପୁଙ୍ଖ ଯାଞ୍ଚ: ମନ୍ତ୍ରୀ

ଥାର୍ ଗାଡ଼ି କିଣାରେ ଅନିୟମିତତା ଅଭିଯୋଗକୁ ନେଇ ଏବେ ଆକ୍ସନ ମୋଡରେ ରାଜ୍ୟ ସରକାର ।ଓଡ଼ିଶା ବନ ବିଭାଗ ପକ୍ଷରୁ ୫୧ଟି ମହିନ୍ଦ୍ରା ଥାର୍‌ ଗାଡ଼ି କିଣା ଓ କଷ୍ଟମାଇଜେସନ୍‌ରେ ପ୍ରାୟ ୧୨ କୋଟି ଟଙ୍କାର ଅନିୟମିତତା ଅଭିଯୋଗର ତଦନ୍ତ ଚାଲିଛି । ତେବେ ଏହି ମାମଲାର ତଦନ୍ତ କ୍ରାଇମ୍‌ ବ୍ରାଞ୍ଚ ନୁହେଁ, ଭିଜିଲାନ୍ସ ବିଭାଗ କରୁଥିବା ନେଇ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।ଗଣମାଧ୍ୟମରେ ତଥ୍ୟ […]

ପରିବେଶ ସୁରକ୍ଷାର ବାର୍ତା ବାଣ୍ଟୁଛି ଗୋବର ,ଧାନ, ମାଣ୍ଡିଆରେ ତିଆରି ରାଖି

ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀର ପବିତ୍ର ସମ୍ପର୍କକୁ ଟିକେ ଭିନ୍ନ କରିବା ପାଇଁ ଏଥର ବଜାରରେ ଭଳିକି ଭଳି ପରିବେଶ ଭିତ୍ତିକ ରାକ୍ଷୀ ବିକ୍ରି ହେଉଛି । ଏହି କ୍ରମରେ ଭୁବନେଶ୍ୱରରେ ପ୍ରସ୍ତୁତ ହୋଇଛି ନିଆରା ଗୋବର ରାକ୍ଷୀ। ଗୋବରର ପବିତ୍ରତା ମଧ୍ୟରେ ଏଭଳି ନିଆରା ଇକୋ ଫ୍ରେଣ୍ଡଲି ରାକ୍ଷୀ ପ୍ରସ୍ତୁତ କରିଛନ୍ତି ସୁରଭି ପିଜି ମହିଳା ସମିତି ଏବଂ ଗୋ-ସେବକ ।ଏହି ରାକ୍ଷୀ କିଣି ଭାଇଙ୍କ ହାତରେ ବାନ୍ଧିବେ ଭଉଣୀ । […]

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ଦମ୍ପତିଙ୍କ ଜୀବନ

ଅନ୍ଧବିଶ୍ୱାସ ହେଉଛି ଅଜ୍ଞାନତା ଏବଂ ଭୟରୁ ଜନ୍ମ ନେଉଥିବା ଏକ ଅଯୌକ୍ତିକ ଓ ଭୁଲ୍ ଧାରଣା। ଏହା ସମାଜର ବିକାଶ ପାଇଁ ଏକ ବଡ଼ ବାଧା। କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଦମ୍ପତିଙ୍କ ଘର କନ୍ଧମାଳ ଜିଲା ନେଡ଼ିପଙ୍ଗାରେ। ସୂଚନା ମୁତାବକ, ନିଃସନ୍ତାନ ଦମ୍ପତି ବାଲିଗୁଡ଼ା ଅଞ୍ଚଳର ଜଣେ ଗୁଣିଆଠାରୁ ଔଷଧ ଆଣି ଖାଇଥିଲେ। […]

ସେପ୍ଟେମ୍ବର 22ରୁ ମୌସୁମୀ ଅଧିବେଶନ; 9 କାର୍ଯ୍ୟ ଦିବସ

ସେପ୍ଟେମ୍ବର ୨୨ ତାରିଖରୁ ଚାଲିବ ବିଧାନସଭାର ମୌସୁମୀ ଅଧିବେଶନ । ଅକ୍ଟୋବର ୩ ତାରିଖ ଯାଏଁ ଚାଲିବ ଏହି ଅଧିବେଶନ । ଚଳିତ ମୌସୁମୀ ଅଧିବେଶନରେ ମୋଟ ୯ଟି କାର୍ଯ୍ୟଦିବସ ରହିଛି। ଏହି ସମୟ ମଧ୍ୟରେ ବିଭିନ୍ନ ବିଲ୍‌ ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ।ଅନ୍ୟପଟେ ମୋହନ ସରକାର ଘେରୁବାକୁ ବିରୋଧ ଦଳମାନେ ପ୍ରସ୍ତୁତ ହୋଇ ରହିଛି ।ମୌସୁମୀ ଅଧିବେଶନ ବିଜେପି ସରକାର ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ । କାରଣ ବିରୋଧୀଙ୍କ ହାତରେ ପୁଳାପୁଳା […]

ଅନଲାଇନରେ ଖାଦ୍ୟ ଭାବେ ”ଦୁଦୁରା” ବିକ୍ରି : ଆମାଜନ୍, ସ୍ବିଗି ଇନଷ୍ଟାମାର୍ଟ ଫୁଡ୍ ଲାଇସେନ୍ସ ରଦ୍ଦ

ଖାଦ୍ୟ କିମ୍ବା ମାନବ ବ୍ୟବହାର ପାଇଁ ଅତ୍ୟନ୍ତ ବିଷାକ୍ତ ‘ଦୁର୍ଦୁରା’ ଫଳ ଓ ମଞ୍ଜି ଅନଲାଇନରେ ବିକ୍ରି ହେଉଥିବା ଜଣାପଡ଼ିବା ପରେ କର୍ଣ୍ଣାଟକ ସରକାର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଆମାଜନ୍, ସ୍ବିଗି ଇଂଷ୍ଟାମାଟ୍ ଓ ବିଗବାସ୍କେଟର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ”ଫୁଡ୍ ସେଫ୍ଟି ଏଣ୍ଡ ଷ୍ଟାଣ୍ଡାର୍ଡସ ଆକ୍ଟ, ୨୦୦୬” ଅଧୀନରେ ଏହି ତିନୋଟି ପ୍ଲାଟଫର୍ମର ଫୁଡ୍ ଲାଇସେନ୍ସକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନିଲମ୍ବିତ କରିବା ସହ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି […]

ଏଣିକି ଧାନ କିଣାରେ ସାଟେଲାଇଟ ବ୍ୟବହାର, ସାର କଳାବଜାରୀ କଲେ କଡ଼ା ଆକ୍ସନ : ଉପମୁଖ୍ୟମନ୍ତ୍ରୀ

ଓଡ଼ିଶାର କୃଷି ବ୍ୟବସ୍ଥାକୁ ସଶକ୍ତ କରିବାରେ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି (OUAT)ର ଅବଦାନ ଦୀର୍ଘ ୬୫ ବର୍ଷର । OUATର ୬୫ତମ ପ୍ରତିଷ୍ଠା ଦିବସ ଅବସରରେ ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ । ସେ କହିଛନ୍ତି ଯେ ଓୟୁଏଟି କାରଣରୁ ରାଜ୍ୟର କୃଷି ଉତ୍ପାଦନ, ବିଶେଷକରି ଧାନ ଉତ୍ପାଦନ ଜାତୀୟ ହାର ଠାରୁ ଉପରକୁ ଯାଇପାରିଛି । ଚାଷୀଙ୍କ ଉତ୍ପାଦନ ଓ ଆୟକୁ ସୁରକ୍ଷା ଦେବା ସହ […]

ନିଜ ପସନ୍ଦ ଅନୁସାରେ ଡ୍ରେସ କୋଡ୍ ବଦଳାଇବା କୌଣସି ଛାତ୍ରଛାତ୍ରୀଙ୍କ ଅଧିକାର ନାହିଁ : ଆଲାହାବାଦ ହାଇକୋର୍ଟ

ଶିକ୍ଷାନୁଷ୍ଠାନ ଦ୍ୱାରା ନିର୍ଦ୍ଧାରିତ ଡ୍ରେସ କୋଡକୁ ନିଜର ବ୍ୟକ୍ତିଗତ ପସନ୍ଦ ଅନୁଯାୟୀ ବଦଳାଇବା କୌଣସି ଛାତ୍ରଛାତ୍ରୀଙ୍କ ଅଧିକାର ନୁହେଁ ବୋଲି ଆଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସ୍ପଷ୍ଟ କରିଛନ୍ତି ।ପ୍ରୟାଗରାଜର ଟାଗୋର ପବ୍ଲିକ୍ ସ୍କୁଲର ଜଣେ ମୁସଲିମ୍ ଛାତ୍ରୀଙ୍କ ଆବେଦନକୁ ଆଲ୍ଲାହାବାଦ ହାଇକୋର୍ଟ ଖାରଜ କରିଛନ୍ତି। ସ୍କୁଲ୍ ଡ୍ରେସ୍ କୋଡ୍କୁ ନେଇ ଛାତ୍ରୀ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଛାତ୍ରୀ ଜଣକ ସ୍କୁଲ ୟୁନିଫର୍ମ ରେ ହିଜାବ ଅନୁମତିକୁ ନେଇ ଯୁକ୍ତି ବାଢି ଥିଲେ Iବିଚାରପତି ଜେ.ଜେ. […]

ଶ୍ରୀକ୍ଷେତ୍ରରୁ ତୁଳସୀକ୍ଷେତ୍ରକୁ ଆସିଲା ପାଟରାକ୍ଷୀ , ରାକ୍ଷୀ ପିନ୍ଧିବେ ଶ୍ରୀବଳଦେବଜିଉ

ବାବା ବଳଦେବଜୀଉଙ୍କ ପାଖକୁ ଆସିଲା ପାଟ ରାଖି । ପୁରୀରୁ କେନ୍ଦ୍ରାପଡ଼ାକୁ ଆସିଛି ରାଖି । ଭଉଣୀ ସୁଭଦ୍ରା ବଡ଼ଭାଇ ବଳଭଦ୍ରଙ୍କ ପାଇଁ ରାଖି ପଠାଇଛନ୍ତି । ମା’ ସୁଭଦ୍ରାଙ୍କ ମୁଖ୍ୟ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ରଙ୍କ ନେତୃତ୍ବରେ ଶ୍ରୀଜଗନ୍ନାଥ ପାଟସେବା ସଂଘ ତରଫରୁ ଏକ ପ୍ରତିନିଧିମଣ୍ଡଳୀ ରାଖି ନେଇ ପହଞ୍ଚିବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ସ୍ବାଗତ କରାଯାଇଛି ।ଏହି ରାକ୍ଷୀକୁ ମନ୍ଦିର କାର୍ଯ୍ୟାଳୟ ପାଖରୁ  ଘଣ୍ଟ ଘଣ୍ଟା ଓ ସଂକୀର୍ତ୍ତନ ମଣ୍ଡଳୀଙ୍କ ସହ ମନ୍ଦିର […]

ଶ୍ରୀକ୍ଷେତ୍ରରେ ରଥ ଖୋଲା ଅନୁକୂଳ କଲେ ଭୋଇ ସର୍ଦ୍ଦାର। ଆରମ୍ଭ ହେଲା ରଥଭଙ୍ଗା କାର୍ଯ୍ୟ

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସରିବା ପରେ ରଥ ଖୋଲା ଆରମ୍ଭ ହୋଇଛି । ରଥ ନିର୍ମାଣରେ ଯେପରି ଅନୁକୂଳ ସେପରି ରଥ ଖୋଲା ସମୟରେ ଅନୁକୂଳ କରାଯାଇଛି ।ଏହି କାର୍ଯ୍ୟରେ ଶ୍ରୀମନ୍ଦିରର ଭୋଇ ସେବକମାନେ ନିୟୋଜିତ ହୋଇଛନ୍ତି । ତିନି ରଥ ଭଙ୍ଗା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୧୦ରୁ ୧୨ ଦିନ ସମୟ ଲାଗିବ ବୋଲି କୁହାଯାଇଛି । ସେପଟେ ରଥଭଙ୍ଗା କାର୍ଯ୍ୟକୁ ଦୃଷ୍ଟିରେ ରଖି ରଥ ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି […]