ବଳାତ୍କାର ଅଭିଯୋଗ ନେଇ ରୁଜୁ ମାମଲାରେ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡ଼ୁଆ ବଢ଼ିଯାଇଛି । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି ନିମ୍ନ ଅଦାଲତଙ୍କ ପକ୍ଷରୁ ସୌରିନ୍ ଭଟ୍ଟଙ୍କ ବିରୋଧରେ ଲାଗୁ ହୋଇଥୁବା ଜାମିନ୍ ବିହୀନ ପରୱାନା( NBW) ଉପରେ ହାଇକୋର୍ଟ ଜାରି କରିଥିବା ରହିତାଦେଶକୁ ହଟାଇ ଦେଇଛନ୍ତି। ଅଦାଲତରେ କିପରି ସୌରିନ୍ ଭଟ୍ଟ ହାଜର ହେବେ ସେନେଇ ନିମ୍ନ ଅଦାଲତ ଦୃଢ଼ ପଦକ୍ଷେପ ନେବେ ବୋଲି ମାମଲାର […]
ଚିନି ଦର ବୃଦ୍ଧିକୁ ନେଇ ଚିନ୍ତାରେ ଗ୍ରାହକଙ୍କ ପାଇଁ ଆସିଲା ଆଶ୍ୱସ୍ତିର ଖବର । ଆଗାମୀ ୭ ଦିନ ମଧ୍ୟରେ ଚିନି ଦାମ କମିପାରେ ବୋଲି କହିଛି ଇଣ୍ଡିଆନ୍ ସୁଗାର ଆଣ୍ଡ ବାୟୋ-ଏନର୍ଜି ମ୍ୟାନୁଫାକ୍ଚରର୍ସ ଆସୋସିଏସନ୍ ବା ISMA ।ପ୍ରତିକୂଳ ପାଗ, ପାର୍ବଣଋତୁ, କିଛି ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କ କଳାବଜାରୀ ଯୋଗୁ ଚିନିଦର ୧୬ ପ୍ରତିଶତରୁ ୨୫ ପ୍ରତିଶତ ବୃଦ୍ଧି ପାଇଛି । ଅର୍ଥାତ କେଜି ପିଛା ୬୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି ବୋଲି ସ୍ପଷ୍ଟ କରିଛନ୍ତି […]
H-1B ଭିସା ହେବ ମହଙ୍ଗା । ପ୍ରାୟ ୧ ଲକ୍ଷ ଡଲାର ଫି’ ପ୍ରସ୍ତାବ କଲା ଆମେରିକା ।ପ୍ରସ୍ତାବିତ ନିୟମ ଅନୁସାରେ H-1B ଭିସା ପାଇଁ ଫି’ ୧ ଲକ୍ଷ ଡଲାରରୁ ଅଧିକ ହୋଇପାରେ । ଏହାର ପ୍ରଭାବ ଭାରତୀୟ ଟେକ୍ ପ୍ରଫେସନାଲ ଓ ଆମେରିକାରେ କର୍ମଚାରୀ ପଠାଉଥିବା IT କମ୍ପାନୀ ଉପରେ ପଡ଼ିବା ଆଶଙ୍କା ରହିଛି । H-1B ଭିସା ହେଉଛି ଆମେରିକାରେ ବିଦେଶୀ କୁଶଳୀ କର୍ମଚାରୀଙ୍କୁ ଚାକିରି କରିବାର ସୁଯୋଗ ଦେଉଥିବା ଏକ ପ୍ରମୁଖ […]
ଉତ୍ତର ଉପକୂଳ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଏବେ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ସଂଲଗ୍ନ ଅଞ୍ଚଳ ଉପରେ ରହିଛି। ଆଗାମୀ ୨୪ ଘଣ୍ଟାରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।ଗତ ୨୪ ଘଣ୍ଟାରେ ରାଜ୍ୟର ହାରାହାରି ୩୨.୯ ମିମି ବର୍ଷା ରେକର୍ଡ […]
ମେଷ:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ। ବୃଷ:-ଆଜି ଧନ ଓକାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ […]
ମେଷ : ଆଜି ଶୁଭ ଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ବେୟ ଅଧିକ ହେଲେମଧ୍ୟ କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଯାତ୍ରା, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର ମନ୍ଦ ହେବନି। ବୃଷ : ରାଶିରେ ଉଚ୍ଚସ୍ଥ ଚନ୍ଦ୍ର ପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ। ଘରେ ହେଉ କିମ୍ବା ବାହାରେ ସବୁଠି ଆଜି ଅନ୍ୟମାନଙ୍କଠାରୁ […]
TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର ତାଙ୍କର କୌଣସି ଇଚ୍ଛା ନାହିଁ। ସେ ଆହୁରି କହିଛନ୍ତି ଯେ, ଭାଜପାକୁ ତଳିତଳାନ୍ତ ନ କରିବା ପର୍ଯ୍ୟନ୍ତ ସେ ଚୁପ୍ ବସିବେ ନାହିଁ।ଲାଇଭ ଭିଡିଓରେ ମମତା ବାନାର୍ଜୀ ଦାବି କରିଛନ୍ତି ଯେ ରାଜ୍ୟରେ ସରକାର ପରିବର୍ତ୍ତନର ମାତ୍ର ୪ ମାସରେ ଜନତାଙ୍କୁ ବିଜେପିର ଅସଲ ଚେହେରା ଦେଖାଗଲାଣି। ଭିଡିଓରେ ମହିଳାଙ୍କ […]
ରାଜ୍ୟରେ ବନ୍ୟାର ଦ୍ୱିତୀୟ ପର୍ଯ୍ୟାୟକୁ ନଜରରେ ରଖି ପଶୁସମ୍ପଦ ବିକାଶ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ପଶୁପକ୍ଷୀଙ୍କ ସୁରକ୍ଷା, ଚିକିତ୍ସା, ଟିକାକରଣ ଓ ଖାଦ୍ୟ ଯୋଗାଣ ଉପରେ ବିଭାଗ ଗୁରୁତ୍ୱ ଦେଇଛି । ଅଗଷ୍ଟ ୨୩ ତାରିଖ ସୁଦ୍ଧା ୭ଟି ଜିଲ୍ଲାର ୩୩ଟି ବ୍ଲକ ଅଧୀନ ୩୭୦ଟି ଗ୍ରାମ ପଞ୍ଚାୟତର ୧୪୯୩ଟି ଗାଁ ବନ୍ୟା ପ୍ରଭାବିତ ହୋଇଛି ।ବନ୍ୟା ଯୋଗୁଁ ୧,୦୪,୬୬୩ ଜଣ ଚାଷୀଙ୍କର ମୋଟ ୫,୪୮,୫୩୫ଟି ପଶୁପକ୍ଷୀ […]
ମହାରାଷ୍ଟ୍ରର ପୁଣେରେ ଆୟୋଜିତ “ଛାତ୍ରୋଁ କି ଗୁଞ୍ଜ” (Chaatron ki Gunj) କାର୍ଯ୍ୟକ୍ରମରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଭିଡିଓରେ ଜଣେ ଛାତ୍ରୀ ସେଲ୍ଫି ନେବା ପରେ ହଠାତ୍ ରାହୁଲ ଗାନ୍ଧୀଙ୍କ ଗାଲରେ କିସ୍ କରୁଥିବା ଦେଖାଯାଉଛି । ଏହାପରେ ରାହୁଲ ଗାନ୍ଧୀ କିଛି ସମୟ ଛାତ୍ରୀଙ୍କ ସହ କଥା ହୋଇଥିଲେ । ପରେ ସୁରକ୍ଷାକର୍ମୀଙ୍କ ସହ ମଞ୍ଚରୁ ତଳକୁ ଚାଲିଯାଇଥିଲେ।ଘଟଣାର ଭିଡିଓ ‘ଏକ୍ସ’ରେ ସେୟାର ହେବା ପରେ […]
ମାଆକୁ ମାରି ଘରେ ପ୍ଲାଷ୍ଟର କରିଦେଲା ପୁଅ।ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ପୁରୀ କୁମ୍ଭାରପଡ଼ା ସାହିରେ । ସାହିର ଜଣେ ବ୍ୟକ୍ତିଙ୍କ ଘରେ ଭଡ଼ା ରହୁଥିବା ବ୍ୟକ୍ତି ନିଜ ମାଆଙ୍କୁ ମାରି ପ୍ଲାଷ୍ଟର କରିଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣାସ୍ଥଳରେ ସିଟି ଡିଏସପି ଏବଂ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ଆରମ୍ଭ କରିଥିବା ବେଳେ, ଅଭିଯୁକ୍ତ ପୁଅ ଫେରାର ମାରିଥିବା ଜଣାପଡ଼ିଛି।ଘର ମାଲିକ ମନୋରମା ସାହୁଙ୍କ ସୂଚନା ଅନୁଯାୟୀ ଦୁଇ ମାସ ତଳେ ଜଣେ […]
ଅନଲାଇନ୍ ଅଟୋ ଚାଳକ ଆନ୍ଦୋଳନରେ ନୂଆ ମୋଡ। ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ବାତିଲ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଦୀର୍ଘଦିନ ଧରି ଫିଟନେସ୍ ସାର୍ଟିଫିକେଟ୍ ନଥିବା, ଚାଲାଣ ପେଣ୍ଡିଂ ଥିବା ଏବଂ ଇନ୍ସୁରାନ୍ସ ନଥିବା ଗାଡ଼ିଗୁଡ଼ିକର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ RC ବାତିଲ ପାଇଁ ପରିବହନ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି।ଏନେଇ ଆରଟିଓ ମାନସ ମିଶ୍ର କହିଛନ୍ତି, ନିୟମ ଉଲ୍ଲଂଘନ କରୁଥିବା ଗାଡ଼ିଗୁଡ଼ିକୁ ଚିହ୍ନଟ କରି ଆରସି ବାତିଲ ପାଇଁ ନୋଟିସ୍ ଦିଆଯିବ। ଆନ୍ଦୋଳନ ପରେ ପୋଲିସ ପକ୍ଷରୁ […]
ସାମ୍ନାକୁ ଆସିଛି ଅକ୍ଷୟ ଖନ୍ନାଙ୍କ ଫିଲ୍ମ ମହାକାଳୀର ପ୍ରଥମ ଝଲକ । ଏହି ଫିଲ୍ମକୁ ପ୍ରଶାନ୍ତ ବର୍ମା ନିର୍ଦ୍ଦେଶନା ଦେଉଛନ୍ତି ଏବଂ ଏଥିରେ ଅକ୍ଷୟ ଖନ୍ନା ଶୁକ୍ରାଚାର୍ଯ୍ୟଙ୍କ ଭୂମିକାରେ ଅଭିନୟ କରିଛନ୍ତି । ‘Shukracharya’s War Cry’ ଶୀର୍ଷକରେ ଆସିଥିବା ପ୍ରାୟ ୨ ମିନିଟ୍ ୫୩ ସେକେଣ୍ଡର ଏହି ଭିଡିଓକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଶାନଦାର VFX, ଦମଦାର୍ ଭିଜୁଆଲ୍ସ ଏବଂ ପୌରାଣିକ କାହାଣୀର ବିଶାଳ କ୍ୟାନଭାସ୍ ଏହି ଫିଲ୍ମକୁ ଏକ ବଡ଼ ପରଦାର […]
