author

ଇବୋଲା ଭୟ, ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର

ଆଫ୍ରିକାରେ ଇବୋଲା ଭାଇରସ ପ୍ରକୋପ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବେ ସତର୍କତା ବୃଦ୍ଧି କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା କଙ୍ଗୋ ଗଣତାନ୍ତ୍ରିକ ଗଣରାଜ୍ୟ ଏବଂ ଉଗାଣ୍ଡାରେ ଇବୋଲା ପ୍ରକୋପକୁ ଏମରଜେନ୍ସି ଅଫ ଇଣ୍ଟରନ୍ୟାସନାଲ କନସର୍ନ ଘୋଷଣା କରିବା ପରେ ମୋଦି ସରକାର ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ, ଇବୋଲା ପ୍ରଭାବିତ ଦେଶରୁ ଆସୁଥିବା କିମ୍ବା ପରିବହନ କରୁଥିବା […]

ଶୁଭେନ୍ଦୁ ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ ସବୁ ମଦ୍ରାସାରେ ‘ବନ୍ଦେ ମାତରମ୍’ ବାଧ୍ୟତାମୂଳକ !

ପଶ୍ଚିମବଙ୍ଗର ନବନିର୍ବାଚିତ ବିଜେପି ସରକାର ରାଜ୍ୟରେ ଏକ ବଡ଼ ଏବଂ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟର ସମସ୍ତ ମଦ୍ରାସାରେ ଦୈନିକ ପ୍ରାର୍ଥନା ସଭା ସମୟରେ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ଗାନ କରିବାକୁ ବାଧ୍ୟତାମୂଳକ କରିଛନ୍ତି ।ସଂଖ୍ୟାଲଘୁ ବ୍ୟାପାର ଏବଂ ମଦ୍ରାସା ଶିକ୍ଷା ବିଭାଗ ଏହାର ତଦାରଖ କରୁଛି । ଚଳିତ ବର୍ଷ ଫେବୃଆରୀ ମାସରେ କେନ୍ଦ୍ର ସରକାର ‘ବନ୍ଦେ ମାତରମ୍’ କୁ ଜାତୀୟ ସଙ୍ଗୀତ ସହ ସମାନ […]

ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ମୋଦି; ସମସ୍ତ ମନ୍ତ୍ରୀଙ୍କୁ ଦିଲ୍ଲୀରେ ରହିବାକୁ ନିର୍ଦ୍ଦେଶ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚଟି ରାଷ୍ଟ୍ର ଗସ୍ତ ଶେଷ କରି ଗୁରୁବାର ସକାଳେ ଦେଶକୁ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ, ସ୍ବିଡେନ, ନରୱେ ଏବଂ ଇଟାଲୀର ସଫଳ କୂଟନୈତିକ ଗସ୍ତ ପରେ ନୂଆଦିଲ୍ଲୀ ଫେରିଛନ୍ତି। ତେବେ ଆଜି ମୋଦିଙ୍କ ଅଧ୍ୟକ୍ଷତାରେ ସଂଧ୍ୟା ୫ଟାରେ ବସିବ ମନ୍ତ୍ରିପରିଷଦ ବୈଠକ। ସେବା ତୀର୍ଥରେ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ବସିବାକୁ ଯାଉଛି। ବୈଠକରେ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗର କାର୍ଯ୍ୟକାରିତା ବ୍ୟାପକ ସମୀକ୍ଷା କରାଯିବ। ସରକାରୀ […]

ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନାବାଳିକାଙ୍କୁ ଟେକି ନେଇ ଦୁଷ୍କର୍ମ

ଝାରସୁଗୁଡ଼ା ହସ୍ପିଟାଲରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା, ପ୍ରତିକ୍ରିୟା ଦେଲେ CWC ଅଧ୍ୟକ୍ଷା । କହିଲେ, ନାବାଳିକାଙ୍କ ଡାକ୍ତରୀ ମାଇନା କରାଯାଇଛି । ମୁଖ୍ୟ ଅଭିଯୁକ୍ତ ସମେତ ଜଣେ ଯୁବତୀ ଏବଂ ଜଣେ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା CWC ଅଧ୍ୟକ୍ଷା କହିଛନ୍ତି । ସୁଚନା ମୁତାବକ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନାବାଳିକାଙ୍କୁ ଟେକି ନେଇ ଦୁଷ୍କର୍ମ । ଏହି ଦୁଷ୍କର୍ମ ଘଟଣାରେ ଜଣେ ଯୁବତୀଙ୍କ ସଂପୃକ୍ତି ସାମ୍ନାକୁ ଆସିଛି । ଅଭିଯୋଗ […]

ଭଡ଼ା ଘରେ ଚାଲିଥିଲା ସେକ୍ସ ର‌୍ୟାକେଟ, ପୁଲିସର ରେଡ୍ ବେଳେ ୫ ଦେହଜୀବୀ ଉଦ୍ଧାର, କିଙ୍ଗପିନ୍‌ ସହ ୪ ଗ୍ରାହକ ଗିରଫ

ଜଟଣୀ ରାମଚନ୍ଦ୍ରପୁର ବଜାର ଅଞ୍ଚଳରେ ଏକ ଭଡ଼ା ଘରୁ ସେକ୍ସ ରାକେଟ୍ ଠାବ ହୋଇଛି । ଜଟଣୀ ଥାନା ପୁଲିସ ସେଠାରୁ ୫ ଦେହଜୀବୀଙ୍କୁ ଉଦ୍ଧାର କରିଛି। ରାକେଟ୍‌ର କିଙ୍ଗପିନ୍ ସାଜିଥିବା ଜଣେ ବୃଦ୍ଧାଙ୍କ ସମେତ ୪ ଗ୍ରାହକଙ୍କୁ ପୁଲିସ ଗିରଫ କରିଛି ।ସୂଚନା ମୁତାବକ, କିଙ୍ଗପିନ୍ ଜଣକ ଉକ୍ତ ଘରେ ଦୀର୍ଘ ଦିନ ଧରି ଭଡ଼ାସୂତ୍ରରେ ରହୁଥିଲେ। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଯୁବତୀମାନଙ୍କୁ ଜବରଦସ୍ତି ଏହି ଘରେ ରହି ଦେହ ବେପାର କରିବାକୁ ବାଧ୍ୟ କରୁଥିଲେ […]

୨୪ ଯାଏ ଖରାରୁ ମିଳିବନି ନିସ୍ତାର । ଉପକୂଳ ଓଡ଼ିଶା ଗରମ ସହ ଗୁଳୁଗୁଳି

ରାଜ୍ୟରେ ଜାରି ରହିବ ଅସହ୍ୟ ତାତି । ଆସନ୍ତା ୨୯ କିମ୍ବା ୩୦ ତାରିଖରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେଇପାରେ ।ଗ୍ରୀଷ୍ମ ଲହରୀ ସାଙ୍ଗକୁ ଗୁଳୁଗୁଳି ଏବଂ ଉଷ୍ମ ରାତି ନେଇ ଜନସାଧାରଣଙ୍କୁ ସତର୍କ କରାଯାଇଛି । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲା ପ୍ରଶାସନ ଏବଂ ବିଭାଗକୁ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ କୁହାଯାଇଛି ।ଅନ୍ୟପଟେ ଜୁନ ୫ ତାରିଖ ପୂର୍ବରୁ ମୌସୁମୀ ଆସିବାର କୌଣସି ସମ୍ଭାବନା ନଥିବାରୁ ଆହୁରି କିଛି […]

୭ଟି ବିଭାଗର ୧୦ ଟି ପ୍ରସ୍ତାବକୁ ଅନୁମୋଦନ

ଆଜି ରାଜ୍ୟ ମନ୍ତ୍ରିମଣ୍ଡଳର ୪୦ ତମ ବୈଠକ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ୭ ଟି ବିଭାଗର ୧୦ ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୧ଟି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ୧ଟି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ୧ଟି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୧ଟି, […]

ଧାନମଣ୍ଡିରେ ଅଚଳାବସ୍ଥା କଲେ ଆଉ ତ୍ରାହି ନାହିଁ: ଯୋଗାଣ ମନ୍ତ୍ରୀ 

ଦୁଇ ବର୍ଷ ଭିତରେ ଯୋଗାଣ ବିଭାଗର କାର୍ୟ୍ୟଧାରାକୁ  ନେଇ ଲୋକଙ୍କ ଭିତରେ ଅସନ୍ତୋଷ ତେଜିଛି । ମଣ୍ଡି ଅବ୍ୟବସ୍ଥା, ଗ୍ୟାସ ଅଭାବ ପରେ ଏବେ ପଟ୍ରୋଲ ପାଇଁ  ଲମ୍ବାଧାଡ଼ି । ଏହାକୁ ନେଇ ସରକାର ମଧ୍ୟ ଅଡ଼ୁଆରେ ପଡ଼ିଛନ୍ତି ।ଧାନ ମଣ୍ଡିରେ କଟନୀ-ଛଟନିର ଗୋଲକ ଧନ୍ଧାରେ ବର୍ଷ ବର୍ଷ ଧରି ଧନ୍ଧି ହୋଇଛନ୍ତି  ଚାଷୀ । ରାଜ୍ୟରେ ଏବେ ବି ଚାଲିଛି କଟନି ଛଟନି। ଯୋଗାଣ ଅଧିକାରୀଙ୍କ ସମ୍ମିଳନୀରେ ଏହି କଥା କହି ଆଗକୁ ଯେମିତି କଟନି […]

ଟେଟ୍ରା ପ୍ୟାକ୍ ମଦ ବିକ୍ରି । କେନ୍ଦ୍ର ଓ ସବୁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ଟେଟ୍ରା ପ୍ୟାକ୍ ଏବଂ ସାଚେଟ୍ ଭଳି ଅସ୍ପଷ୍ଟ ପ୍ୟାକେଜ୍ ରେ ମଦ ବିକ୍ରୟ ଉପରେ ନିଷେଧ ପାଇଁ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ଜବାବ ମାଗିଛନ୍ତି । କହିଛନ୍ତି ଯେ ଏପରି ପ୍ୟାକେଜିଂ ଗ୍ରାହକମାନଙ୍କୁ ଭ୍ରମିତ କରିପାରେ ଏବଂ ନାବାଳକମାନଙ୍କୁ ମଦ୍ୟପାନ କରିବାକୁ ଉତ୍ସାହିତ କରିପାରେ।ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର ଏବଂ ସମସ୍ତ ରାଜ୍ୟର ଅବକାରୀ ବିଭାଗକୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି ।ଏହି ଟେଟ୍ରା ପ୍ୟାକ୍ ଗୁଡ଼ିକୁ […]

କମିଶନରେଟ୍ ପୁଲିସର ‘ଉଇ କେୟାର ସାଥୀ ଆପ୍’ ଲଞ୍ଚ୍, ଗୋଟିଏ ବଟନ୍ ଦବେଇଲେ ପହଞ୍ଚିବ ପୁଲିସ

ବାଲିଅନ୍ତା ବର୍ବରତା ପରେ ଶେଷରେ ଚେତିଛି କମିଶନରେଟ୍ ପୋଲିସ । ଟ୍ଵିନ୍ ସିଟିରେ ନାରୀ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ଆସିଛି ନୂଆ ମୋବାଇଲ୍ ଆପ୍ ‘ଉଇ କେୟାର ସାଥୀ’ (We Care Sathi) । ଏହାସହ ଅପରାଧୀ ଓ ସନ୍ଦିଗ୍ଧଙ୍କ ଉପରେ ନଜର ରଖିବାକୁ ‘ସରାଇ’ ଆପ୍‌ର ଅପଗ୍ରେଡେଡ୍ ଭର୍ସନ ‘ସରାଇ ୨.୦’ ମଧ୍ୟ ଲଞ୍ଚ କରାଯାଇଛି । ତତକ୍ଷଣାତ୍ SOS ଏବଂ ଫଟୋଗ୍ରାଫି: ଆପ୍‌ର SOS ବଟନ୍‌କୁ ଥରେ ଟ୍ୟାପ୍ କଲେ, ଫୋନ୍ […]

ପ୍ରେମାନନ୍ଦ ମହାରାଜଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ଅଛି ?

ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କର ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । ସେଥିପାଇଁ ତାଙ୍କ ପଦଯାତ୍ରା ଅନିଶ୍ଚିତ କାଳ ପାଇଁ ସ୍ଥଗିତ ରଖାଯାଥିଛି । ଏହାସହ ତାଙ୍କର ଏକାନ୍ତିକ ଦର୍ଶନ ବି ବନ୍ଦ ରଖାଯାଇଛି ।ପ୍ରେମାନନ୍ଦ ମହାରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପ୍ରଥମିକ ସୂଚନା ଅନୁଯାୟୀ, ସନ୍ଥ ପ୍ରେମାନନ୍ଦ ସୁସ୍ଥ ଅଛନ୍ତି ଏବଂ ଚିନ୍ତାର କୌଣସି କାରଣ ନାହିଁ । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧିରେ ଧିରେ ଉନ୍ନତି ଆସୁଛି ।ପ୍ରେମାନନ୍ଦ ମହାରାଜଙ୍କ ଭକ୍ତମାନେ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ […]

ସଙ୍ଗୀତଧାରା ଗ୍ରାଣ୍ଡ ଫାଇନାଲ:ଓମ ପ୍ରକାଶ ହେଲେ ନୟାଗଡ଼ ‘ସଙ୍ଗୀତ କଲ୍ଲୋଳ’

ନୟାଗଡ଼,(ଓଡ଼ିଶା ଦର୍ପଣ) : ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସ୍ବର୍ଣ୍ଣ ଜୟନ୍ତୀ ପ୍ରେକ୍ଷାଳୟରେ ଆଜି ଆୟୋଜିତ ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲରେ ଭାପୁର ବ୍ଲକର ଓମ ପ୍ରକାଶ ମହାରଣା ବିଜୟୀ ହୋଇ ୧୧ହଜାର ନଗଦ ରାଶି ସହିତ ‘ନୟାଗଡ଼ ସଙ୍ଗୀତ କଲ୍ଲୋଳ’ ଉପାଧିରେ ଭୂଷିତ ହୋଇଛନ୍ତି। ସେହିପରି ଦ୍ୱିତୀୟ ସ୍ଥାନରେ ଭାପୁର ବ୍ଲକର ସ୍ଵାଗତିକା ନାୟକ  ଏବଂ ତୃତୀୟ ସ୍ଥାନରେ  ଗଣିଆ ବ୍ଲକର ଓମକାର ମହାପାତ୍ର ବିଜୟୀ ହୋଇଛନ୍ତି। ସୂଚନାଯୋଗ୍ୟ […]