author

ମେଟାରୁ ୮୦୦୦ କର୍ମଚାରୀ ଛଟେଇ

ବିଶ୍ୱର ପ୍ରମୁଖ ସୋସିଆଲ ମିଡିଆ କମ୍ପାନି ”ମେଟା” ପକ୍ଷରୁ ପୁଣି ଥରେ ବଡ଼ ଧରଣର କର୍ମଚାରୀ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ନୂତନ ପଦକ୍ଷେପ ଦ୍ୱାରା କମ୍ପାନିର ବିଶ୍ୱସ୍ତରୀୟ କାର୍ଯ୍ୟବଳର ପ୍ରାୟ ୧୦ ପ୍ରତିଶତ ଅର୍ଥାତ୍ ୮,୦୦୦ କର୍ମଚାରୀ ପ୍ରଭାବିତ ହେବେ ।କମ୍ପାନୀ ପକ୍ଷରୁ ପ୍ରାୟ ୬,୦୦୦ ନୂତନ ନିଯୁକ୍ତି ପଦବୀକୁ ମଧ୍ୟ ବନ୍ଦ କରିଦିଆଯାଇଛି । ବିଶେଷ କରି ଇଞ୍ଜିନିୟରିଂ ଏବଂ ପ୍ରଡକ୍ଟ ଟିମ୍ ଉପରେ ଏହାର ସବୁଠାରୁ ଅଧିକ ପ୍ରଭାବ ପଡ଼ିଛି। […]

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ

ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ବର ଶବରଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ  ।   ଗିରଫ ପରେ ବୁଧବାର ତାଙ୍କୁ ଭବାନୀପାଟଣାର ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟକୁ ପଠାଯିବ । ଓଡିଶା ଭିଜିଲାନ୍ସ ଟିମ୍ ଯନ୍ତ୍ରୀଙ୍କର ୮୩ ଏକର ଜମି ସହିତ ସ୍ଥାବର/ଅସ୍ଥାବର ସମ୍ପତ୍ତିକୁ ଜବତ କରିଛି। ଖବର ଅନୁଯାୟୀ, ମଙ୍ଗଳବାର ଭିଜିଲାନ୍ସ ଟିମ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଭୁବନେଶ୍ବର ଶବରଙ୍କ ଘରେ ଚଢାଉ କରିଥିଲା । […]

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜାପାନ କନସୁଲ ଜେନେରାଲ

ଆଗାମୀ ଦିନରେ ବୃଦ୍ଧି ପାଇବ ଓଡ଼ିଶା ଓ ଜାପାନ ମଧ୍ୟରେ ଦ୍ୱିପାକ୍ଷିକ ସହଭାଗୀତା । ବାଣିଜ୍ୟ, ପର୍ଯ୍ୟଟନ, ପୁଞ୍ଜିନିବେଶ ଏବଂ ଶିକ୍ଷା କ୍ଷେତ୍ରରେ ସହଭାଗୀତାକୁ ସୁଦୃଢ କରିବା ପାଇଁ ଜାପାନ ଏବଂ ଓଡିଶା ସରକାର ଆଗେଇ ଆସିଛନ୍ତି ।କୋଲକାତାରେ ଅବସ୍ଥାପିତ ଜାପାନର କନସୁଲ୍ ଜେନେରାଲ ମିଷ୍ଟର ଇସିକାୱା ୟୋସିହିସା ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଜାପାନ ଓ ଓଡିଶା ମଧ୍ୟରେ ସହଭାଗୀତା ବୃଦ୍ଧି ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।ଏହି […]

ଆମେରିକା ସିନେଟ୍‌ରେ ଇରାନ ଯୁଦ୍ଧ ବନ୍ଦ କରିବା ପ୍ରସ୍ତାବକୁ ଅନୁମୋଦନ

ଆମେରିକା ସିନେଟ୍‌ରେ ମଙ୍ଗଳବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମରିକ ଶକ୍ତି ସୀମିତ କରିବାର ପ୍ରସ୍ତାବ ପାରିତ ହୋଇଯାଇଛି। ଭୋଟରେ ବିରୋଧୀ ଡେମୋକ୍ରାଟଙ୍କ ସହ ଚାରି ଜଣ ରିପବ୍ଲିକାନ ସାଂସଦ ସାମିଲ ହୋଇଥିଲେ। ତଥାପି ତିନି ଜଣ ରିପବ୍ଲିକାନ ସାଂସଦ ଭୋଟ ଦେବାରୁ ବିରତ ରହିଥିଲେ। ପ୍ରସ୍ତାବଟି ୫୦-୪୭ ଭୋଟରେ ଗୃହୀତ ହୋଇଛି, ଯଦିଓ ଏହାକୁ ଆଇନରେ ପରିଣତ ହେବା ପୂର୍ବରୁ ଆହୁରି ଅନେକ ପଦକ୍ଷେପ ଦେଇ ଯିବାକୁ ପଡିବ।ଯଦି ଏହା ଆଇନରେ ପରିଣତ ହୁଏ, ତେବେ ଇରାନ […]

ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ: ଗଣଶିକ୍ଷା ମନ୍ତ୍ରୀ

ଚଳିତ ବର୍ଷ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ । ରେଜଲ୍ଟ ପ୍ରକାଶ ପରେ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କୌଣସି ଗୋଟିଏ ବିଷୟରେ ଇମ୍ପୁଭମେଣ୍ଟ ପାଇଁ ସୁଯୋଗ ମିଳିପାରିବ । ପିଲା ଜଣଙ୍କ ପାସ କରିଥିଲେ ଇମ୍ପ୍ରୁଭମେଣ୍ଟ ପରୀକ୍ଷାର ସୁଯୋଗ ପାଇପାରିବେ । ଜୁଲାଇ ପ୍ରଥମ ସପ୍ତାହରେ ହେବ ଇମ୍ପୁଭମେଣ୍ଟ ପରୀକ୍ଷା । ସୂଚନାମୁତାବକ ପ୍ରକଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ। ଏକାସଙ୍ଗେ ବାହାରିଲା ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ […]

ଛାତ୍ରୀଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଦେବ ‘ଶକ୍ତିଶ୍ରୀ’ ଆପ୍! ଶିକ୍ଷାର୍ଥୀଙ୍କ ମୋବାଇଲ୍‌ରେ ଇନଷ୍ଟଲ କରିବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

ଛାତ୍ରୀଙ୍କୁ୨୪ ଘଣ୍ଟିଆ ସୁରକ୍ଷା ଦେବ ଶକ୍ତିଶ୍ରୀ ଆପ । ଆପକୁ ମୋବାଇଲରେ ଇନଷ୍ଟଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ପରାମର୍ଶ ଦେଇଛି । ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟ କୁଳସଚିବ ଓ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । କୌଣସି ଖରାପ ପରିସ୍ଥିତିରେ ଥିଲେ ଏହି ଆପରେ ତଥ୍ୟ ଦେଇପାରିବେ ଛାତ୍ରୀ । ଏହି ଆପ୍‌କୁ ଶିକ୍ଷାର୍ଥୀମାନେ ମୋବାଇଲ୍‌ରେ ଡାଉନ୍‌ଲୋଡ୍‌ କରି କିପରି ବ୍ୟବହାର କରିବେ ସେନେଇ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ଏହି ଆପ୍‌ରେ […]

ଜୁନ୍‌ରେ ଫ୍ରାନ୍ସରେ ଜି୭ ସମ୍ମିଳନୀରେ ଟ୍ରମ୍ପଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି! 

ଇରାନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଖୁବ ଶୀଘ୍ର ଏକ ବୈଠକ ହେବାର ସମ୍ଭାବନା ରହିଛି। ଏହା ଆସନ୍ତାମାସରେ ଫ୍ରାନ୍ସରେ ହେବାକୁ ଥିବା G-7 ଶିଖର ସମ୍ମିଳନୀ ସମୟରେ ହୋଇପାରେ| ଟ୍ରମ୍ପଙ୍କ ଅପ୍ରତ୍ୟାଶିତ ଶୈଳୀ ଦୃଷ୍ଟିକୋଣରୁ ଜି-୭ ସମ୍ମିଳନୀ ବୈଠକ ଅବସରରେ ମୋଦୀ-ଟ୍ରମ୍ପଙ୍କ ମଧ୍ୟରେ ସ୍ବତନ୍ତ୍ର ବୈଠକକୁ ଅସ୍ୱୀକାର କରାଯାଇ ପାରିବ ନାହିଁ। କିନ୍ତୁ ଏହି ବୈଠକ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ କ୍ଷେତ୍ରରେ ଦେଖାଦେଇଥିବା […]

ପ୍ରକାଶ ପାଇଲା +୨ ପରୀକ୍ଷା ଫଳାଫଳ

ବାହାରିଲା ଯୁକ୍ତ ୨ ରେଜଲ୍ଟ । ଏକାସଙ୍ଗେ ବାହାରିଲା କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । ଫଳାଫଳ ଘୋଷଣା ହେବା ପରେ, ଅପରାହ୍ନ 3ଟାରେ ଛାତ୍ରଛାତ୍ରୀମାନେ CHSE ବୋର୍ଡ +2 ଫଳାଫଳ 2026 ସରକାରୀ ୱେବସାଇଟ୍: chseodisha.nic.in ଏବଂ results.odisha.gov.in ରେ ରେଜଲ୍ଟ ଦେଖିପାରିବେ । କଳାରେ ପାସ୍‌ ହାର ୮୪.୫୦ ପ୍ରତିଶତ । କଳାରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ ହାର ଅଧିକ ରହିଛି । ଛାତ୍ରଙ୍କ ପାସ୍‌ […]

ଲଭ୍, ସେକ୍ସ, ଧୋକା, ତାପରେ ଠକେଇ ଅଭିଯୋଗ । ଫସିଗଲେ ଓଡ଼ିଆ ଅଭିନେତା

ଲଭ୍, ସେକ୍ସ, ଧୋକା, ତାପରେ ଠକେଇ ଅଭିଯୋଗ । ଫସିଗଲେ ଓଡ଼ିଆ ଅଭିନେତା । ଜଣେ ଫିଲ୍ମ ଅଭିନେତ୍ରୀଙ୍କୁ ଧୋକ୍କା ଦେବା ସହ ତାଙ୍କଠାରୁ ୨୮ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତ ମହାକାଳପଡ଼ା ବଡ଼ମଠର ରଶ୍ମିକାନ୍ତ ଭୂୟାଁଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ ।ଅଭିନେତା ରଶ୍ମିକାନ୍ତଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବଡ଼ମଠ ଗାଁରେ। ସେ ବାଙ୍କୁଆରେ ରହୁଥିଲେ। ସିରିଏଲ୍ ଓ ରିଆଲିଟି ସୋ’ରେ କାମ କରନ୍ତି। ବଡ଼ଗଡ଼ ଥାନା ବିଜେବି ନଗରରେ ରହୁଥିବା ଜଣେ […]

ଇଟାଲୀରେ ମୋଦୀ ; ମେଲୋନିଙ୍କ ସହ ମୋଦୀଙ୍କ ସେଲଫି ଭାଇରାଲ

ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ (X) ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଏହି ପୋଷ୍ଟର କ୍ୟାପସନରେ ସେ ଲେଖିଛନ୍ତି, “ରୋମକୁ ସ୍ୱାଗତ, ମୋର ବନ୍ଧୁ!”। ତେବେ ଉଭୟଙ୍କ ଏକ ସେଲ୍ଫି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୂର୍ବରୁ ଏକ ସେଲ୍ଫି ଭିଡିଓ ସେୟାର ହେବା ପରେ ଏହା ଖୁବ୍ ଚର୍ଚ୍ଚାରେ ରହିଥିଲା। ପୁଣିଥରେ ସେଲ୍ଫି ଭାଇରାଲ୍ ହେବା ପରେ ବହୁଳ ଭାବରେ […]

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଆଜି ଜ୍ୟେଷ୍ଠ କୃଷ୍ଣ ମଳ ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ହେବ । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିବେ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ୬ରୁ ରାତି ୧୦ଟା ଅର୍ଥାତ୍‌ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତି ପାଇଁ ଜୟ ବିଜୟ […]

ଆଗାମୀ ୫ ଦିନ ମଧ୍ୟରେ ଦିନର ତାପମାତ୍ରା ୨-୩°C ବୃଦ୍ଧି ପାଇବାର ସମ୍ଭାବନା

ଆହୁରି ୭ ଦିନ ହେବ ଭୟଙ୍କର ଗରମ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ,ଗତକାଲି ଦିଲ୍ଲୀ, ଉତ୍ତର ପ୍ରଦେଶ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ମଧ୍ୟ ପ୍ରଦେଶ ଏବଂ ମହାରାଷ୍ଟ୍ରର ୨୨ଟି ସହରରେ ତାପମାତ୍ରା ୪୫ଡିଗ୍ରୀ ଅତିକ୍ରମ କରି ରେକର୍ଡ କରାଯାଇଛି। ତେବେ ଆଜିଠୁ ଆହୁରି ବଢ଼ିବ ତାତି। ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ପାଇଁ ପୂରା ରାଜ୍ୟକୁ ଆଲର୍ଟ ଜାରି କରାଯାଇଛି। ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ […]