author

ରତ୍ନଭଣ୍ଡାର ଭିତରେ ବିଶୃଙ୍ଖଳା, ସେବାୟତ ନାରାୟଣ ମେକାପ ନିଲମ୍ବିତ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ଭଣ୍ଡାର ମେକାପ ସେବାୟତ ଦାଦା-ପୁତୁରା ହାତାହାତି ଘଟଣାରେ ଆକ୍ସନ୍। ବରିଷ୍ଠ ସେବାୟତ ନାରାୟଣ ମେକାପ ନିଲମ୍ବିତ କଲା ଶ୍ରୀମନ୍ଦିର ପ୍ରଶାସନ।ପ୍ରଥମ ଥର ପାଇଁ ରତ୍ନଭଣ୍ଡାର ଭିତରେ ବିଶୃଙ୍ଖଳା ହୋଇଛି । ବରିଷ୍ଠ ଅଧିକାରୀ, ତଦାରଖ କମିଟି ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଭଣ୍ଡାର ମେକାପ ସେବକ ଦାଦା କିଶନ ମେକାପ ଓ ପୁତୁରା କୁନୁ ମେକାପ ହାତାହାତି ହେଇଛନ୍ତି । ପାଳିକୁ ନେଇ ଉଭୟ ପରିବାର ଭିତରେ ବିବାଦ ଥିଲା । […]

ଆଜି ଆସିବ ଯୁକ୍ତ ଦୁଇ ଫଳାଫଳ : ଦିନ ୧୨ଟା ୩୦ରେ ରେଜଲ୍ଟ ଘୋଷଣା

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପାଠ୍ୟକ୍ରମ ଏବଂ କରେସପଣ୍ଡେସ୍‌ କୋର୍ସ ଫଳ ପ୍ରକାଶ ପାଇବ । ପରୀକ୍ଷା ଫଳ ମଧ୍ୟାହ୍ଣ ୧୨ଟା ୩୦ରେ ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ ।ଆଜି ଅପରାହ୍ଣ ୩ ଟାରୁ ଛାତ୍ରଛାତ୍ରୀମାନେ ୱେବସାଇଟରେ ରେଜଲ୍ଟ ଦେଖିପାରିବେ । ୱେବସାଇଟ୍ results.odisha.gov.in […]

ଆଜିର ରାଶିଫଳ (୨୦ ମଇ, ୨୦୨୬)

ମେଷ : ଆଜି କୋର୍ଟ-କଚେରୀ ବିଷୟରେ ନ ପଡ଼ିବା ଉତ୍ତମ ହେବ। ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ। ପରିବାରରେ ସୁଖ-ଶାନ୍ତି ରହିବ।କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ। ବୃଷ : ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର […]

ଟ୍ରମ୍ପଙ୍କ ଇରାନ ଉପରେ ସମ୍ଭାବ୍ୟ ସାମରିକ ଆକ୍ରମଣକୁ ସ୍ଥଗିତ ରଖିବା ପରେ ବଦଳିବ କି ପେଟ୍ରୋଲ, ଡିଜେଲ,ଏଲପିଜି ସିଲିଣ୍ଡର ଦାମ୍!

ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନା ମଧ୍ୟରେ ଅଶୋଧିତ ତୈଳର ଆକାଶଛୁଆଁ ମୂଲ୍ୟ ହଠାତ୍ ସ୍ଥଗିତ ହୋଇଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନ ଉପରେ ସମ୍ଭାବ୍ୟ ସାମରିକ ଆକ୍ରମଣକୁ ସ୍ଥଗିତ ରଖିବା କିମ୍ବା ରୋକିବା ନିଷ୍ପତ୍ତି ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ୨% ରୁ ଅଧିକ ହ୍ରାସ ପାଇଛି।ଯଦି ଆମେରିକା ଏବଂ ଇରାନ ମଧ୍ୟରେ କୂଟନୈତିକ ଆଲୋଚନା ଅଗ୍ରଗତି କରେ, ତେବେ ତୈଳ ଉତ୍ପାଦନକାରୀ ରାଷ୍ଟ୍ରଗୁଡ଼ିକ (OPEC+) ରୁ […]

ପେଟ୍ରୋଲରେ ଏବେ ମିଶିବ ୩୦% ଇଥାନଲ! ଏଥି ପାଇଁ ଯୋଜନା କରୁଛନ୍ତି ସରକାର !

ଭାରତ ଏବେ ପେଟ୍ରୋଲରେ ଇଥାନଲର ମିଶ୍ରଣ ବୃଦ୍ଧି କରିବା ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛି। ବିଦ୍ୟମାନ E20 ଯୋଜନାରୁ ଆଗକୁ ବଢ଼ି, ସରକାର E22, E25, E27, ଏବଂ E30 ଇନ୍ଧନ ମିଶ୍ରଣ ପାଇଁ ବୈଷୟିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି।ଏହାର ଅର୍ଥ ହେଉଛି, ଆଗାମୀ ଦିନରେ ପେଟ୍ରୋଲରେ ଯଥାକ୍ରମେ ୨୨%, ୨୫%, ୨୭% ଏବଂ ୩୦% ପର୍ଯ୍ୟନ୍ତ ଇଥାନଲ୍ ମିଶ୍ରଣ କରାଯାଇପାରେ ।ସରକାରଙ୍କ ଏହି ପଦକ୍ଷେପରୁ ସ୍ପଷ୍ଟ ସଙ୍କେତ ମିଳୁଛି ଯେ, ଭାରତ ଏବେ ବିଦେଶୀ […]

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଇ.ଏସ.ଆଇ ମେଡିକାଲ କଲେଜ

ଭୁବନେଶ୍ୱରର ଅନ୍ଧାରୁଆଠାରେ ଇ.ଏସ.ଆଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ସୋମବାର ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଏବଂ ଭାରତ ସରକାରଙ୍କ କର୍ମଚାରୀ ରାଜ୍ୟ ବୀମା ନିଗମ (ଇ.ଏସ୍.ଆଇ.ସି) ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି ।ଏହି ବୃହତ ପ୍ରକଳ୍ପର ସ୍ଥାୟୀ ଭିତ୍ତିଭୂମି ଅନ୍ଧାରୁଆଠାରେ ନିର୍ମାଣ ହେବାକୁ ଥିବାବେଳେ, ମେଡିକାଲ କଲେଜର କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରିବା ପାଇଁ ବର୍ତ୍ତମାନ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ଇ.ଏସ୍.ଆଇ ହସ୍ପିଟାଲକୁ ବ୍ୟବହାର […]

ପିଏମ କିଷାନର ୨୩ତମ କିସ୍ତି କେବେ ଆସିବ ?

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (PM-KISAN) ଲକ୍ଷ ଲକ୍ଷ ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଅପଡେଟ୍ |୧୩ ମାର୍ଚ୍ଚ, ୨୦୨୬ ରେ, ପ୍ରଧାନମନ୍ତ୍ରୀ ମୋଦୀ ଆସାମର ଗୌହାଟିରୁ ଏହି ଯୋଜନାର ୨୨ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇଥିଲେ । ସେହି ସମୟରେ, ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର (DBT) ମାଧ୍ୟମରେ ସାରା ଦେଶର ୯୩ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଦୁଇ ହଜାର ଟଙ୍କା ପଠାଯାଇଥିଲା ।ଏବେ, ଚାଷୀମାନେ ପୁଣି ଥରେ ପରବର୍ତ୍ତୀ ଅର୍ଥାତ୍ […]

ଯୁଦ୍ଧ ଭିତରେ ପୁଣି ଭାରତ ଆସିବେ ପୁଟିନ

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେପ୍ଟେମ୍ବର ୨୦୨୬ରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତ କରିବେ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସେପ୍ଟେମ୍ବର 12 ଏବଂ 13 ତାରିଖରେ ନୂଆଦିଲ୍ଲୀରେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ।ଏହି ଗସ୍ତ ଗୋଟିଏ ବର୍ଷ ମଧ୍ୟରେ ପୁଟିନଙ୍କ ଦ୍ୱିତୀୟ ଭାରତ ଯାତ୍ରା ହେବ।ଏହା ପୂର୍ବରୁ ରୁଷ ରାଷ୍ଟ୍ରପତି ଗତ ବର୍ଷ ଡିସେମ୍ୱର ୨୩ରେ ଭାରତ-ରୁଷ ବାର୍ଷିକ ସମ୍ମିଳନୀରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଆସିଥିଲେ […]

କୋରାପୁଟରେ ହେବ ୧ ଲକ୍ଷ ଏକରରେ କଫି ଚାଷ

କୋରାପୁଟରେ ହେବ ୧ ଲକ୍ଷ ଏକରରେ କଫି ଚାଷ । ପ୍ରାକୃତିକ ପ୍ରଣାଳୀରେ ଚାଷ ଆପଣାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଧାନ ଉତ୍ପାଦନ ପରିମାଣ ବଢିଛି। କେରଳ, ବିହାର ଆମଠୁ ଚାଉଳ ନେଉଥିଲେ, ଏବେ ତାଙ୍କ ଉତ୍ପାଦନ ବଢିଥିବାରୁ ଅନ୍ୟ ରାଜ୍ୟକୁ ଚାଉଳ ଦେବା ପାଇଁ କେନ୍ଦ୍ର ସହ ଆଲୋଚନା କରାଯାଉଛି।ବର୍ତ୍ତମାନ ଅର୍ଗାନିକ ଚାଉଳରୁ ପ୍ରସ୍ତୁତ ଭୋଗ ଶ୍ରୀମନ୍ଦିରରେ ଲାଗୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏପରକି ରାଜ୍ୟରେ କୃଷକ ସମୃଦ୍ଧ ଯୋଜନାରେ ଚାଷୀଙ୍କୁ […]

ଯାତ୍ରା ମାଲିକାଣୀ ରାଣୀ ପଣ୍ଡାଙ୍କ ନାଁରେ ସଙ୍ଗୀନ ଅଭିଯୋଗ

ଅଡୁଆରେ ଜଣାଶୁଣା ଯାତ୍ରା ଅଭିନେତ୍ରୀ ତଥା ‘ନାଟ୍ୟମଣ୍ଡପ’ ଯାତ୍ରା ପାର୍ଟିର ମାଲିକାଣୀ ରାଣୀ ପଣ୍ଡା । ନିଜ ପାର୍ଟିର ଡ୍ୟାନ୍ସ ଗ୍ରୁପ କଳାକାରମାନଙ୍କୁ ପ୍ରାପ୍ୟ ପାରିଶ୍ରମିକ ନଦେଇ ଦୁର୍ବ୍ୟବହାର କରିଥିବା ଅଭିଯୋଗ । ଏନେଇ ନିମାପଡା ଥାନରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଆଣିଛନ୍ତି ପାର୍ଟିର ସହ କଳାକାର ତଥା ଡ୍ୟାନ୍ସ ଗ୍ରୁପ ଚଳାଉଥିବା ସୁଧାଂଶୁ ଦାସ ।ନିମାପଡ଼ା ଖେଲାର ସ୍ଥିତ ରକ୍ଅନ ଡ୍ୟାନ୍ସ ଗ୍ରୁପ ସଂସ୍ଥାର ମୁଖ୍ୟ ସୁଧାଂଶୁ ଦାସଙ୍କ ସହ ନାଟ୍ୟ ମଣ୍ଡପ […]

ଭୋଟିଂର ଦିନକ ପୂର୍ବରୁ ଓହରିଲେ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ

ପଛଘୁଞ୍ଚା ଦେଲେ ମମତା ବାନାର୍ଜୀଙ୍କ ପୁଷ୍ପା ଜାହାଙ୍ଗିର ଖାନ। ଫାଲଟା ବିଧାନସଭା ଆସନରେ ମେ ୨୧ ତାରିଖରେ ପୁଣି ମତଦାନ ହେବ । କିନ୍ତୁ ନିର୍ବାଚନର ମାତ୍ର ୪୮ ଘଣ୍ଟା ପୂର୍ବରୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାନ ନିର୍ବାଚନ ମଣ୍ଡଳିରୁ ଓହରି ଯାଇଛନ୍ତି । ଜାହାଙ୍ଗୀର ଖାନ ବ୍ୟକ୍ତିଗତ କାରଣରୁ ନାମ ପ୍ରତ୍ୟାହାର କରୁଛନ୍ତି ବୋଲି ଟିଏମସି କହିଛି । ତାଙ୍କର ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି ।ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଫାଲ୍ଟା ନିର୍ବାଚନ […]

ସାର କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ: ଶିବରାଜ ସିଂ ଚୌହାନ

କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବଡ଼ ବୟାନ । ଅନ୍ତର୍ଜାତୀୟ ସ୍ଥିତି ଯୋଗୁଁ ସାର ପାଇଁ ଦେଶରେ ଚିନ୍ତା ବଢିଛି । ନକଲି ପେଷ୍ଟିସାଇଡ୍‌ ବଜାରରେ ବିକ୍ରି ହେଉଛି । ସାର କଳାବଜାରୀ ହେଲେ କାହାକୁ ଛଡ଼ାଯିବନି ।ଏଥିପାଇଁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ପୂର୍ବାଞ୍ଚଳ କୃଷି ସମ୍ମିଳନୀରେ ଯୋଗ ଦେଇ କିଛି ଏଭଳି କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବ ରାଜ ସିଂ ଚୌହ୍ୱାନ । ସେ ଆହୁରି ମଧ୍ୟ କହିଛନ୍ତି, ଚାଷୀ ପାଇଁ ତିଆରି ହେବ […]