ଆସନ୍ତାକାଲି ଅର୍ଥାତ୍ ବୁଧବାର, ୨୦ ମଇରେ ବନ୍ଦ ରହିବ ସମଗ୍ର ମେଡିସିନ ଦୋକାନ।ସଂଗଠନ କହିଛି ଯେ ଏହି ପ୍ରତିବାଦର ଲକ୍ଷ୍ୟ ନିୟାମକ ତୃଟିଗୁଡ଼ିକ ପ୍ରତି ଦୃଷ୍ଟି ଆକର୍ଷଣ କରିବା ଯାହା ଇ-ଫାର୍ମାସି ଏବଂ ତୁରନ୍ତ ଔଷଧ ବିତରଣ ପ୍ଲାଟଫର୍ମଗୁଡ଼ିକୁ ପର୍ଯ୍ୟାପ୍ତ ତଦାରଖ ବିନା କାର୍ଯ୍ୟ କରିବାକୁ ଅନୁମତି ଦେଇଛି।ସଂଗଠନ ଦାବି କରିଛି ଯେ ସରକାର ଦୁଇଟି ନିର୍ଦ୍ଦିଷ୍ଟ ବିଜ୍ଞପ୍ତି ପ୍ରତ୍ୟାହାର କରନ୍ତୁ: GSR 220(E) ଏବଂ GSR 817(E)। ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ […]
ଇତିହାସରେ ସର୍ବକାଳୀନ ସର୍ବନିମ୍ନ ସ୍ତରରେ ଟଙ୍କା । ଆମେରିକୀୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଖସିଛି । ୯୬ ଟଙ୍କା ୩୫ ପଇସାକୁ ଖସିଆସିଛି ଟଙ୍କାର ମୂଲ୍ୟ ।ସାମ୍ପ୍ରତିକ ସ୍ଥିତିରେ ଉପସାଗରୀୟ ଦେଶଗୁଡିକରୁ ତୈଳ ଯୋଗାଣ ସ୍ବାଭିବକ ହୋଇନାହିଁ। ଏହାମଧ୍ୟରେ ମିଳିତ ଆରବ ଏମିରେଟ୍ସ(ୟୁଏଇ)ର ଏକ ଆଣବିକ କେନ୍ଦ୍ର ଉପରେ ଆକ୍ରମଣ ହେବା ଖବର ଆସିବା ପରେ ଏହାର ପ୍ରଭାବ ପୁଞ୍ଜି ବଜାର ଉପରେ ଅନୁଭୂତ ହୋଇଛି। ଏହି ଘଟଣା ମଧ୍ୟପ୍ରାଚ୍ୟ ତୈଳ ଯୋଗାଣ କ୍ଷେତ୍ରକୁ ଆହୁରି […]
ବୁଲା କୁକୁର ସମସ୍ୟାକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି । ସାର୍ବଜନିନ ସ୍ଥାନରୁ ହଟିବେ ବୁଲା କୁକୁର ।ସୁପ୍ରିମକୋର୍ଟ କୁକୁର ପ୍ରେମୀଙ୍କ ଆବେଦନକୁ ଖାରଜ କରି ହସ୍ପିଟାଲ, ସ୍କୁଲ ଏବଂ ବସ୍ ଷ୍ଟେସନ ଭଳି ସାର୍ବଜନୀନ ସ୍ଥାନରୁ ବୁଲା କୁକୁରମାନଙ୍କୁ ହଟାଇବା ପାଇଁ ନଭେମ୍ବର ୨୦୨୫ରେ ଦେଇଥିବା ନିର୍ଦ୍ଦେଶକୁ ବଜାୟ ରଖିଛନ୍ତି। ପଶୁ ଅଧିକାର କର୍ମୀମାନେ ଯୁକ୍ତି ଦର୍ଶାଇଥିଲେ ଯେ କୁକୁରମାନଙ୍କ ସ୍ଥାନ ପରିବର୍ତ୍ତନ କଲେ ସେମାନେ ଦିଗହରା ଓ ଭ୍ରମିତ ହୋଇପାରନ୍ତି, ଯାହାଫଳରେ ସେମାନଙ୍କ […]
ଆଜି ସକାଳୁ ସକାଳୁ ଶ୍ରୀମନ୍ଦିରରେ ପହଞ୍ଚିଲେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ । କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର ମଧ୍ୟ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରିବା ସହ ପାର୍ଶ୍ଵ ଦେବାଦେବୀଙ୍କୁ ମଧ୍ୟ ଦର୍ଶନ କରି ନିଜକୁ ଧନ୍ୟମନେ କରିଛନ୍ତି । ଶ୍ରୀମନ୍ଦିରକୁ ଯିବା ସମୟରେ ବ୍ୟାରିକେଡ଼ରେ ଥିବା ଭକ୍ତମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।ଆଜି ବିହାର, ଝାଡ଼ଖଣ୍ଡ, […]
ବ୍ରହ୍ମପୁର ଘଟଣାକୁ ନେଇ ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କହିଛନ୍ତି,ଅରାଜକତାର ଭୟଙ୍କର ଚିତ୍ର ଓଡ଼ିଶା ଦେଖୁଛି । ବିଜେପିର ଶାସନ ନୁହେଁ ତ ଲାଗୁଛି ଗୁଣ୍ଡାରାଜ୍ ଚାଲିଛି । ବ୍ରହ୍ମପୁରର ବିଚ୍ ରାସ୍ତାରେ ଜଣେ ଯୁବକ ଏବଂ ମହିଳାଙ୍କୁ ସର୍ବସମ୍ମୁଖରେ ଅତି ନିର୍ମମ ଭାବେ ପିଟି ପିଟି ମରଣାନ୍ତକ ଆକ୍ରମଣ କରାଯିବାର ଦୃଶ୍ୟ ଅତ୍ୟନ୍ତ ଅମାନୁଷିକ। ସାରା ଓଡ଼ିଶାବାସୀଙ୍କୁ ଏହା ଆତଙ୍କିତ ଓ ବିଚଳିତ କରିଛି।। ଏହା ସହ କହିଛନ୍ତି, […]
ପାରିବାରିକ କଳହର ଉଗ୍ର ରୂପ। ୮୦ ବର୍ଷୀୟ ଶ୍ଵଶୁରଙ୍କ ଉପରକୁ ଗରମ ପାଣି ଓ ତେଲ ଛାଟିଦେଲା ବୋହୂ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ନାଉପାଳ କାଟେଣୀ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ କୌଣସି ଏକ କଥାକୁ ନେଇ ଘରେ ଥିବା ବିଧବା ବହୁ କୁସ୍ମିତା ଭୂତିଆ ଗରମ ପାଣି ସହ ରିଫାଇନ ତେଲ ମିଶାଇ ଗ୍ୟାସ ରେ ଗରମ କରି ଶ୍ବଶୁର ଶ୍ରୀକାନ୍ତ ଭୂତିଆ (୮୦)ଙ୍କ ଉପରେ ଢାଳି ଦେଇଥିଲେ । […]
ଆଜି ପୁଣି ଖୋଲିବ ରତ୍ନଭଣ୍ଡାର। ଆଜି ମଧ୍ୟାହ୍ନ ଧୂପ ପରେ ଭିତର ଭଣ୍ଡାରକୁ ଯିବ ଟିମ୍ । ମୋଟ ଉପରେ ଏକାଦଶ ଦିନରେ ଓ ଭିତର ଭଣ୍ଡାରରେ ଷଷ୍ଠ ଦିନରେ ହେବ ରତ୍ନ ଗଣତି । ଚଳିତ ମାସରେ ୧୯, ୨୧, ୨୩, ୨୬, ୨୮, ୨୯ ଓ ୩୦ ତାରିଖରେ ହେବ ଭିତର ଭଣ୍ଡାରର ରତ୍ନ ଅଳଙ୍କାର ଗଣତିମଣତି କାର୍ଯ୍ୟ ।ପୂର୍ବରୁ ଦଶ ଦିନର ଗଣତିରେ ମୋଟ ୬୦ ଘଣ୍ଟାର ଗଣତି ପ୍ରକ୍ରିୟା ସରିଛି । […]
ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପୁଣି ଥରେ ବୃଦ୍ଧି ଘଟିଛି । ଏହା ଗତ ପାଞ୍ଚ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମୂଲ୍ୟ ବୃଦ୍ଧି ପାଇଛି । ପେଟ୍ରୋଲର ମୂଲ୍ୟ ଲିଟର ପିଛା ୮୬ ପଇସା ବୃଦ୍ଧି ପାଇଛି, ଯେତେବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୮୩ ପଇସା ବୃଦ୍ଧି ପାଇଛି।ଗତ ଫେବ୍ରୁଆରି ୨୮ ତାରିଖ ଠାରୁ ଯୁଦ୍ଧ ପରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ସଙ୍କଟ ପୂରା ବିଶ୍ବରେ ଦେଖାଯାଇଛି। ରାଜଧାନୀ ଭୁବନେଶ୍ୱର ସମେତ […]
ପ୍ରବଳ ଗ୍ରୀଷ୍ମ ତାପରେ ଜଳୁଛି ସାରା ଓଡ଼ିଶା। ପଶ୍ଚିମରୁ ଉପକୂଳ ସବୁଠି ଅସହ୍ୟ ତାତି ସହ କଲବଲ କରୁଛି ଗୁଳୁଗୁଳି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ ଆସନ୍ତା ୧୫ ଦିନ ଛଟପଟ କରିବ ସାରା ଓଡ଼ିଶାକୁ । ପଶ୍ଚିମରୁ ଉପକୂଳ, ଆଭ୍ୟନ୍ତରୀଣ ସବୁ ଅଞ୍ଚଳ ଧୁ ଧୁ ଖରା, ଝାଞ୍ଜି ମାଡ଼ରେ ଜଳିବ ।ଆସନ୍ତା ୫ଦିନ ଅର୍ଥାତ୍ ୨୩ ତାରିଖ ପର୍ଯ୍ୟନ୍ତ ୧୪ ଜିଲା ଯଥା- ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ଖୋର୍ଦ୍ଧା, ପୁରୀ, […]
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଭୁବନେଶ୍ବର ଶବରଙ୍କ ଘରେ ଚଢାଉ। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସ୍ଥିତ ପୂର୍ତ୍ତ ବିଭାଗର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ଚାଲିଛି ।କୋଟି କୋଟି ଟଙ୍କା ଠୁଳ କରିଥିବା ଅଭିଯୋଗ ହୋଇଛି । ଅଫିସ୍, ଧର୍ମଗଡ଼ ଓ ଭବାନୀପାଟଣା ସ୍ଥିତ ବାସଭବନ ଓ ଫାର୍ମହାଉସରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରୁଛି ।ଏକକାଳୀୟ କଳାହାଣ୍ଡିର ୬ଟି ସ୍ଥାନରେ […]
ମେଷଆଜିର ପାରିବାରିକ ଜୀବନରେ ଉତ୍ଥାନ ପତନ ଲାଗିରହିବ। ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର । ନିଜ ବାକିଆ କାମରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ। ବୃଷଆଜି ଆକସ୍ମିକ ଭାବରେ ମୋଟାଅଙ୍କ ର ଅର୍ଥ ଆବଶ୍ୟକ ହୋଇପାରେ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଯୋଗୁ ବିଚଳିତ ହେବେ।ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ।ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇ ପାରିବେ। ମିଥୁନଆଜି […]
ମୁମ୍ୱାଇ ଏବଂ ଅହମ୍ମଦାବାଦ ମଧ୍ୟରେ ଚାଲିବାକୁ ଥିବା ପ୍ରଥମ ବୁଲେଟ୍ ଟ୍ରେନର ପ୍ରସ୍ତାବିତ ଡିଜାଇନ୍ ସାମନାକୁ ଆସିଛି । ରେଳ ମନ୍ତ୍ରଣାଳୟର ରାଷ୍ଟ୍ରୀୟ ରାଜଧାନୀ ସ୍ଥିତ କାର୍ଯ୍ୟାଳୟରେ ଏହି ଅତ୍ୟାଧୁନିକ ଟ୍ରେନର ପ୍ରଥମ ଫଟୋରୁ ପ୍ରଦର୍ଶିତ କରାଯାଇଛି ।ଭାରତର ପ୍ରଥମ ବୁଲେଟ ଟ୍ରେନ ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ଚାଲିବ, ଯାହା ୩୨୦ କିମି/ଘଣ୍ଟା ବେଗରେ ୫୦୮ କିଲୋମିଟର ଲମ୍ବା ହାଇ-ସ୍ପିଡ ରେଳ କରିଡର ଅତିକ୍ରମ କରିବ। ଏହି ଟ୍ରେନ ଅଗଷ୍ଟ ୧୫, ୨୦୨୭ ସୁଦ୍ଧା କାର୍ଯ୍ୟକ୍ଷମ […]
