ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଭର୍ଚୁଆଲ ମୋଡରେ ଚାଲିବ ହାଇକୋର୍ଟ । ଆସନ୍ତା ୧୯ ଓ ୨୧ ତାରିଖରେ ଭର୍ଚୁଆଲ ମୋଡରେ ସମସ୍ତ ମାମଲାର ଶୁଣାଣି ହେବ । ଏହା ସହିତ ଗ୍ରୀଷ୍ମ ଅବକାଶକାଳୀନ କୋର୍ଟ ଭର୍ଚୁଆଲ ମୋଡରେ ହେବ । ତେଣୁ ଅବକାଶ ସମୟରେ ସମସ୍ତ ମାମଲାର ଅବକାଶ କାଳୀନ ଖଣ୍ଡପୀଠରେ ଭରଚୁଆଲ ବ୍ୟବସ୍ଥାରେ ଶୁଣାଣି କରାଯିବ ।ଏହି ସମୟରେ ମାତ୍ର ୫୦ ପ୍ରତିଶତ କର୍ମଚାରୀ କୋର୍ଟରେ ଉପସ୍ଥିତ ରହିବେ । ଭର୍ଚୁଆଲ ମୋଡ ନେଇ […]
ମାଟ୍ରିକ ସପ୍ଲିମେଣ୍ଟାରୀ ଫର୍ମ ଫିଲ୍ଅପ୍ ନେଇ ଆସିଲା ବଡ ଖବର! ମେ’ ୨୫ ତାରିଖ ଯାଏଁ ଅବଧି ବଢ଼ାଇଲା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ।ଆଜି ସରୁଥିଲା ମାଟ୍ରିକ ସପ୍ଲିମେଣ୍ଟାରୀ ଫର୍ମ ଫିଲ୍ଅପ୍ ଅବଧି। ତେବେ ପରୀକ୍ଷା ପାଇଁ ଫର୍ମ ପୂରଣ ମେ ୮ ରୁ ୧୮ ପର୍ଯ୍ୟନ୍ତ ଚାଲିବା ନେଇ ନିଷ୍ପର୍ତ୍ତି କରାଯାଇଥିଲା। କିନ୍ତୁ ଏହାର ଅବଧି ମେ’ ୨୫ ତାରିଖ ବଢ଼ାଇଲା ବୋର୍ଡ। ଅନ୍ଲାଇନ ଜରିଆରେ ବୋର୍ଡ ୱେବସାଇଟ୍ www.bseodisha.ac.inରେ ଫର୍ମ ପୂରଣ ଓ ଦେୟ […]
ରାୟଗଡ଼, ୧୮.୦୫.୨୦୨୬: ଭାରତ ସରକାରଙ୍କ ଜନଜାତି କାର୍ଯ୍ୟ ମନ୍ତ୍ରଣାଳୟ ପକ୍ଷରୁ ସମଗ୍ର ଦେଶରେ ଆୟୋଜିତ ହେଉଥିବା ବିସ୍ତୃତ ଆଇଇସି (IEC) ଅଭିଯାନ “ଜନ ଭାଗିଦାରୀ ସବ୍ସେ ଦୂର, ସବ୍ସେ ପହେଲେ” ଚଳିତ ମେ ୧୮ ତାରିଖରୁ ମେ ୨୪ ତାରିଖ ପର୍ଯ୍ୟନ୍ତ ରାୟଗଡ଼ ଜିଲ୍ଲାରେ ପାଳନ କରାଯିବ। ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରେସ ବ୍ରିଫିଂରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ଏହି ବିଷୟରେ ବିସ୍ତୃତ ସୂଚନା ପ୍ରଦାନ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମର ଭରପୂର ପ୍ରେକ୍ଷାଳୟରେ ମଇ ସତର ସନ୍ଧ୍ୟାରେ ନାଟ୍ୟପ୍ରେମୀ ଦର୍ଶକ ମାନଙ୍କୁ ଆରମ୍ଭରୁ ଶେଷ ଯାଏଁ ବାନ୍ଧି ରଖି ପାରିଥିଲା ଅଭ୍ଭୂତପୂର୍ବ ଉତ୍କଣ୍ଠାମୟ ମଞ୍ଚମାୟାରେ ! କମ୍ରେଡ୍ ବିଶ୍ଵନାଥ ମହାପାତ୍ରଙ୍କ ବଳିଷ୍ଠ କାହାଣୀକୁ ନେଇ ନାଟ୍ୟରୂପ ଦେବା ସହିତ ନିର୍ଦ୍ଦେଶନା ଦେଇଥିଲେ ବରିଷ୍ଠ ନାଟ୍ୟକାର ଗଦାଧର ନନ୍ଦ ! ବରିଷ୍ଠ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ନାଟକ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଜିଲ୍ଲା ପରିଷଦ […]
ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଖ୍ୟାତି ବଢ଼ାଇଲେ ଜଣେ ଓଡ଼ିଆ ମହିଳା । ଆମେରିକା ଫ୍ଲୋରିଡାର ଜ୍ୟାକସନଭିଲା ଠାରେ ଅନୁଷ୍ଠିତ ପ୍ରତିଯୋଗିତରେ ନିଜ ପାରଦର୍ଶିତା ଦେଖାଇ ଉମା ‘ଆଇରନ୍ ଓମ୍ୟାନ୍’ ଟାଇଟଲ୍ ହାସଲ କରିଛନ୍ତି ।ଆମେରିକାର ଜାକସନଭିଲରେ ଆୟୋଜିତ ‘ଆଇରନ୍ମ୍ୟାନ୍ ’ ପ୍ରତିଯୋଗିତାରେ ୩.୮ କି.ମି ସନ୍ତରଣ, ୧୮୦ କି.ମି ସାଇକେଲ ଚାଳନା ଏବଂ ୪୨ କି.ମି ଦୌଡକୁ ୪୦ ବର୍ଷୀୟା ଉମା ହାଜରା ୧୬ ଘଣ୍ଟା ୫୩ ମିନିଟ୍ ୧୬ ସେକଣ୍ଡରେ ସମ୍ପନ୍ନ କରିଥିଲେ । ଏଥିସହ […]
ଦେଶରେ ପେଟ୍ରୋଲ, ଡିଜେଲ୍ ଓ ସିଏନ୍ଜି ପରେ କେନ୍ଦ୍ରୀୟ ବିଦ୍ୟୁତ୍ କର୍ତ୍ତୃପକ୍ଷ ବା ସିଇଏ ପକ୍ଷରୁ ଧାର୍ଯ୍ୟ ଥିବା ମାସିକ ବିଦ୍ୟୁତ୍ ଶୁଳ୍କ ବଢ଼ାଇବାକୁ ପ୍ରସ୍ତାବ ଦିଆଯାଇଛି । ଏହା କାର୍ଯ୍ୟକାରୀ ହେଲେ ଅଳ୍ପ ବିଜୁଳି ବ୍ୟବହାର କରୁଥିବା ପରିବାରଗୁଡ଼ିକର ମଧ୍ୟ ବିଦ୍ୟୁତ୍ ବିଲ୍ ବଢ଼ିଯିବ । ବିଦ୍ୟୁତ୍ ବଣ୍ଟନ କମ୍ପାନି ସହୁଥିବା ବିପୁଳ କ୍ଷତି କମ୍ କରିବା ଲକ୍ଷ୍ୟ ନେଇ ସିଇଏ ଏହି ପ୍ରସ୍ତାବ ଦେଇଛି । ସିଇଏ ପକ୍ଷରୁ କୁହାଯାଇଛି ଯେ ଡିସ୍କମ୍ଗୁଡ଼ିକ ସେମାନଙ୍କ […]
କଟକ ବଡମ୍ବାରେ ବୀଭତ୍ସ ହତ୍ୟାକାଣ୍ଡ । ସ୍ୱାମୀର ଯୌନାଙ୍ଗ କାଟି ହତ୍ୟା କଲା ସ୍ତ୍ରୀ। ବଡମ୍ବା ଥାନାରେ ମାମଲା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।ପାରିବାରିକ କଳହକୁ କେନ୍ଦ୍ର କରି ଅଲରା ଗାଁର ଯୁବକ ମନୋଜ ମଲ୍ଲିକଙ୍କୁ ଶଶୁର ଘର ବଡମ୍ବା କରଡିବନ୍ଧ ଗାଁକୁ ଡାକି ସ୍ତ୍ରୀ ଲକ୍ଷ୍ମୀପ୍ରିୟା ରାଉତ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ମୃତକ ମନୋଜଙ୍କର ବାପା ବସନ୍ତ ମଲ୍ଲିକ ବଡମ୍ବା ଥାନାରେ ଅଭିଯୋଗ କରିଛନ୍ତି । ବଡମ୍ବା ପୋଲିସ ଶବ […]
ନୟାଗଡ଼,(ଓଡ଼ିଶା ଦର୍ପଣ ):ଶ୍ରମିକ ଶ୍ରମଜୀବୀ ଜନଗଣଙ୍କ ଅଗ୍ରଣୀ ଶ୍ରମିକ ନେତା, ସିଆଇଟିୟୁର ରାଜ୍ୟ ସାଧାରଣ ସମ୍ପାଦକ ଓ କେନ୍ଦ୍ରୀୟ ଉପ ସଭାପତି ତଥା ବିଶିଷ୍ଟ ବାମପନ୍ଥୀ ନେତା ବିଷ୍ଣୁ ଚରଣ ମହାନ୍ତିଙ୍କ ବିୟୋଗରେ ଆଜି ନୟାଗଡ଼ ଜିଲ୍ଲା ସିଆଇଟିୟୁ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଶିକ୍ଷକ ଭବନ ଠାରେ ସାଥୀ ଶରତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଉପସ୍ଥିତ ନେତୃତ୍ୱ ଓ ସମସ୍ତ ସାଥୀଗଣ ବିଷ୍ଣୁ ମହାନ୍ତିଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ପରେ ଏକ ମିନିଟି […]
ଡେଟିଂ ଆପ୍ ଜରିଆରେ ହୋଇଥିବା ବିବାହ। ମାତ୍ର ୬ ମାସରେ ହେଲା ଦୁଃଖଦ ଅନ୍ତ। ମୃତ୍ୟୁର ଫାଶରେ ଝୁଲିବା ଆଗରୁ ଜଣେ ବନ୍ଧୁଙ୍କୁ ମେସେଜ୍ ଦେଇଥିଲେ ନବବିବାହିତା ଯୁବତୀ । ଲେଖିଥିଲେ ‘ଆଇ ଆମ୍ ଟ୍ରାପଡ’ ବା ମୁଁ ଫସିଗଲି, ବାସ୍ ତୁ ଫସିବୁନି। ଅଧିକ କଥା ବି ହୋଇପାରିବିନି। ଯେତେବେଳେ ଠିକ୍ ସମୟ ଆସିବ ସେତେବେଳେ ମୁଁ କଲ୍ କରିବି। ଏ ଚାଟ୍ କୌଣସି ସାଧାରଣ ଝିଅର ନଥିଲା ନୋଏଡାର ଟ୍ୱିଶା ଶର୍ମାଙ୍କ ଥିଲା। ଯିଏକି […]
SEBI ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ SEBIର ଏକ ବ୍ରାଞ୍ଚ ଅଫିସ ଖୋଲିବା ନେଇ ସେ ପ୍ରକାଶ କରିଛନ୍ତି।ଓଡ଼ିଶାରେ ଏସଆଇପିର ଚାହିଦା ବଢ଼ିଛି। ୧୦ ବର୍ଷରେ ୧୦ ଗୁଣା ଅଧିକ SIP ଇନଭେଷ୍ଟମେଣ୍ଟ ବୃଦ୍ଧି ପାଇଛି। ହେଲେ ଇନଭେଷ୍ଟମେଣ୍ଟ କ୍ଷେତ୍ରରେ ଏବେବି ଓଡ଼ିଶା ପଛରେ ରହିଛି। ଏହାକୁ ବୃଦ୍ଧି କରିବା ପାଇଁ ସେବି ଅଣ୍ଟା ଭିଡ଼ିଛି। ଓଡ଼ିଶାରେ ମୁନିସିପାଲିଟି ବଣ୍ଡକୁ ଆରମ୍ଭ କରିବା ପାଇଁ ରାଜ୍ୟ ସରକାରଙ୍କୁ […]
ବାଲିଅନ୍ତାରେ GRP କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ। ଏନେଇ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି। ସିସିଟିଭି ଓ ଭିଡିଓ ଫୁଟେଜରୁ ମିଳିଛି ପ୍ରମାଣ। ଏବେ କ୍ରାଇମବ୍ରାଞ୍ଚ ଫୋକସରେ ଅଭିଯୁକ୍ତମାନଙ୍କ ଗିରଫଦାରୀ। କାହାକୁ ଛଡ଼ାଯିବନି ବୋଲି କହିଲେ କ୍ରାଇମବ୍ରାଞ୍ଚ ଡିଜି। ତଦନ୍ତ ବିଳମ୍ବ ପଛର କାରଣ ମଧ୍ୟ କହିଛନ୍ତି ଡିଜି ବିନୟତୋଷ ମିଶ୍ର। କ୍ରାଇମବ୍ରାଞ୍ଚ ଯେଉଁ ମାମଲାର ତଦନ୍ତ କରେ, ତାର ତଦନ୍ତ ଉପରେ ଯେପରି ପ୍ରଶ୍ନ ନଉଠେ […]
ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ ଜଣେ ରୋଗୀଙ୍କ ଜୀବନ। ସୁଚନା ମୁତାବକ ମାଲକାନଗିରି ଜିଲ୍ଲା କୁସୁମପୁଟ ଗାଁର ବସନ୍ତ ଖିଲଙ୍କର ମୃତ୍ୟୁ ହୋଇଛି। ମୃତ ବସନ୍ତ ଆମ୍ବ ତୋଳିବା ପାଇଁ ଗଛ ଉପରେ ଚଢି ଥିଲେ। ଆମ୍ବ ତୋଳୁଥିବା ସମୟରେ ହଠାତ ଗଛରୁ ପଡି ଯାଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ବାଇକ ଯୋଗେ ଚିକିତ୍ସାଳୟକୁ […]
