author

ଚାଷୀଙ୍କ ପାଇଁ ବଡ଼ ଖବର , ଜୁଲାଇ ୩ ପର୍ଯ୍ୟନ୍ତ ବଢ଼ିଲା ଧାନ କିଣା ଅବଧି

ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଧାନକିଣା ଅବଧି । ଏ ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ରବି ଧାନ ସଂଗ୍ରହ ପ୍ରକ୍ରିୟା ଆଜି କଣ୍ଟ ପୂରୁଥିଲା । ଜୁନ୍ ୩୦ ଯାଏଁ ଧାନ କିଣା ନେଇ ପୂର୍ବରୁ ନିଷ୍ପତ୍ତି ନେଇଥିଲା ବିଭାଗ । ଚାଷୀଙ୍କ ବହୁ ଦାବି ପରେ ଆଜି ଅବଧି ବଢ଼ାଇଛନ୍ତି ସରକାର। ୫ଟି ଜିଲ୍ଲାରେ ଆହୁରି କିଛି ଚାଷୀ ଧାନ ବିକ୍ରି କରିପାରିନଥିବାରୁ ଅବଧି ବୃଦ୍ଧି କରିଛନ୍ତି ସରକାର । […]

ଜୁଲାଇରେ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ

ଜୁଲାଇ ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି ।ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଛୁଟିଦିନ ବିଷୟରେ ବ୍ୟାଙ୍କ ଗ୍ରାହକମାନଙ୍କୁ ସୂଚନା ଦେବା ପାଇଁ ଏକ ବିସ୍ତୃତ ମାସିକ ଛୁଟି ତାଲିକା ପ୍ରକାଶ କରିଛି । ତେବେ ବ୍ୟାଙ୍କ ଶାଖା ବନ୍ଦ ରହିବା ସତ୍ତ୍ୱେ, ଗ୍ରାହକମାନେ ସମସ୍ତ ଡିଜିଟାଲ୍ ମାଧ୍ୟମ, ଯେପରିକି UPI, ନେଟ୍ ବ୍ୟାଙ୍କିଂ, ମୋବାଇଲ୍ ବ୍ୟାଙ୍କିଂ ଏବଂ ATM ସେବା, ସପ୍ତାହର ସାତ ଦିନ, ୨୪ ଘଣ୍ଟା ବିନା ବାଧାରେ କାର୍ଯ୍ୟ କରିବ […]

ଧୀରଜ ସେଠ୍ ସ୍ଥଳସେନା ମୁଖ୍ୟ, ଅବସର ନେଲେ ସ୍ଥଳସେନା ଅଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦିୱେଦୀ

ଜେନେରାଲ ଉପନ୍ଦ୍ରେ ଦ୍ବିବେଦୀଙ୍କ ସ୍ଥାନ ନେଲେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ୍ । ଧୀରଜ ସେଠ୍ ସ୍ଥଳସେନା ମୁଖ୍ୟ । ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ ବା NDAର ପୂର୍ବତନ ସ୍ନାତକ ଜେନେରାଲ୍ ଧୀରଜ ସେଠ୍ ନୂଆ ସ୍ଥଳସେନା ମୁଖ୍ୟ ଦାୟିତ୍ବ ଗ୍ରହଣ କରିଛନ୍ତି । ସେ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ପରେ ଦେଶର ୩୧ତମ ସେନା ମୁଖ୍ୟ। ତାଙ୍କର କାର୍ଯ୍ୟକାଳ ୩୧ ଅଗଷ୍ଟ, ୨୦୨୮ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଧୀରଜ ସେଠ ପ୍ରାୟ ଚାରି ଦଶନ୍ଧିର ସାମରିକ […]

ଆଜି ସୋସିଆଲ ମିଡିଆ ଦିବସ।  କଣ ଏହାର ଉଦ୍ଦେଶ୍ୟ

ଆମେ ଏକବିଂଶ ଶତାବ୍ଦୀରେ ଅଛୁ । ସମ୍ପ୍ରତି ଚାଲିଛି ଡିଜିଟାଲ ଯୁଗ, ଯେଉଁଠାରେ ସବୁକିଛି ସହଜରେ ଉପଲବ୍ଧ । ଏହି ଡିଜିଟାଲ ଯୁଗର ଗୋଟିଏ ପ୍ରମୁଖ ଅଂଶ ହେଉଛି ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମ । ଫେସ୍‌ବୁକ, ଇନ୍‌ଷ୍ଟାଗ୍ରାମ୍‌, ଏକ୍ସ, ୟୁଟ୍ୟୁବ୍‌, ହ୍ବାଟ୍ସଆପ୍‌, ଲିଙ୍କଡ୍‌ଇନ ଭଳି ପ୍ଲାଟଫର୍ମଗୁଡ଼ିକ କେବଳ ବନ୍ଧୁ ଓ ପରିବାର ସହ ଯୋଗାଯୋଗର ମାଧ୍ୟମ ନୁହେଁ ବରଂ ଶିକ୍ଷା, ବ୍ୟବସାୟ, ସାମ୍ବାଦିକତା, ମନୋରଞ୍ଜନ ଏବଂ ସାମାଜିକ ସଚେତନତାର ଏକ ଶକ୍ତିଶାଳୀ ମଞ୍ଚରେ ପରିଣତ […]

AI ବ୍ୟବହାର ଉପରେ ଲାଗିବ ବ୍ରେକ । ବଡ ବଡ ଟେକ୍ କମ୍ପାନୀ ଉପରେ ବଢୁଛି ଖର୍ଚ୍ଚ ବହନ ଚାପ 

AIକୁ ଭବିଷ୍ୟତର ପ୍ରଯୁକ୍ତି ବୋଲି କୁହାଯାଉଥିଲେ ମଧ୍ୟ, ବଡ଼ ବଡ଼ ଟେକ୍ କମ୍ପାନୀ ଏହାର ବ୍ୟବହାରକୁ ନେଇ ଏବେ ସତର୍କ। ମେଟା, ଆମାଜନ ଭଳି କମ୍ପାନୀ AIର ସମ୍ଭାବନାକୁ ସ୍ୱୀକାର କରୁଥିଲେ ମଧ୍ୟ, ନୂଆ ମଡେଲ୍ ବିକାଶ ଓ ପରିଚାଳନାର ବଢ଼ୁଥିବା ଖର୍ଚ୍ଚ ଚିନ୍ତା ବଢ଼ାଇଛି। ଉନ୍ନତ AI ମଡେଲ୍ ତିଆରି ପାଇଁ ଉଚ୍ଚ କ୍ଷମତାସମ୍ପନ୍ନ ଚିପ୍, ଡାଟା ସେଣ୍ଟର ଓ ବିପୁଳ ବିଦ୍ୟୁତ ଆବଶ୍ୟକ ହେଉଛି। ଏହା ଫଳରେ କମ୍ପାନୀମାନଙ୍କର ପରିଚାଳନା ଖର୍ଚ୍ଚ ଦ୍ରୁତ ଗତିରେ […]

ବୁର୍ଲା ଭିମସାରର ୨ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ବୁର୍ଲା ଭିମସାରର ଦୁଇ ଅଧିକାରୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ଚଢ଼ାଉ ହୋଇଛି । ଏହି ଚଢ଼ାଉରେ ଭିମସାରର ଏଷ୍ଟାବ୍ଲିସମେଣ୍ଟ ଅଫିସର ଧନୁର୍ଦ୍ଧର ବିଶ୍ୱାଳ ଏବଂ ଷ୍ଟିୱାର୍ଡ ସୁପରିନଟେଣ୍ଡେଣ୍ଟ ଅଶ୍ୱିନୀ ମେହେରଙ୍କ ନାମ ସାମ୍ନାକୁ ଆସିଛି ।ଅଶ୍ୱିନୀ ମେହେରଙ୍କ ୫ଟି ଓ ଧନୁର୍ଧର ବିଶ୍ୱାଳଙ୍କ ୪ ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ଧନୁର୍ଧର ବିଶ୍ୱାଳଙ୍କ  ସମ୍ଵଲପୁର ସ୍ଥିତ ଦୁଇ ମହଲା ଘର, ଗୁଡେସିଙ୍ଗା ସ୍ଥିତ ଘର, ଭିମସାର ସ୍ଥିତ ସରକାରୀ ବାସଭବନ ଓ ଅଫିସ୍ […]

ଆଧାର ସଂଯୋଗ ନଥିଲେ ମିଳିବନି ଭତ୍ତା, ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ବ୍ୟାଙ୍କ ଆକାଉଣ୍ଟରେ ଆଧାର ସଂଯୋଗ ନଥିଲେ ମିଳିବନି ଭତ୍ତା।୨୦୨୬-୨୭ରେ ‘ଏସ୍‌ଏନ୍‌ଏ-ସ୍ପର୍ଶ’ ପ୍ଲାଟଫର୍ମ ଜରିଆରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ(ଏନ୍‌ଏସ୍‌ଏପି) ହିତାଧିକାରୀଙ୍କୁ ପେନ୍‌ସନ୍‌ ପ୍ରଦାନ କରାଯାଉଛି। ପୋର୍ଟାଲର ରିପୋର୍ଟ ମୁତାବକ ୩,୩୫,୮୫୦ ଜଣ ହିତାଧିକାରୀ ଆକାଉଣ୍ଟ୍‌ ଜରିଆରେ ପେନସନ୍‌ ପାଉଛନ୍ତି। ମାତ୍ର ସେହି ହିତାଧିକାରୀମାନଙ୍କ ଆକାଉଣ୍ଟ୍‌ ସହିତ ଆଧାରକାର୍ଡ ମ୍ୟାପିଂ ହେଇନାହିଁ। ଫଳରେ ସେମାନଙ୍କୁ ଏସ୍‌ଏନ୍‌ଏ ସ୍ପର୍ଶ ପୋର୍ଟାଲ ଆଉ ଆକାଉଣ୍ଟ୍‌ ଜନିତ ପେମେଣ୍ଟ ବ୍ୟବସ୍ଥାକୁ ଗ୍ରହଣ କରିବ ନାହିଁ। ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଏନ୍ଏସ୍ଏପିରେ ଭତ୍ତା […]

ସାରା ଓଡ଼ିଶାରେ ମୌସୁମୀ ବାୟୁ ସକ୍ରିୟ । ସକାଳୁ ସକାଳୁ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା 

ସକାଳୁ ସକାଳୁ ଭୁବନେଶ୍ବର ଓ କଟକରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଏହାରି ଭିତରେ ଆଗକୁ ବର୍ଷାର ପରିମାଣ ଆହୁରି ବଢ଼ିପାରେ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। ତେବେ ବର୍ଷା ଯୋଗୁଁ ପରିବେଶ ଥଣ୍ଡା ହେବା ସହ ତାପମାତ୍ରାରେ ହ୍ରାସ ଘଟିଛି । ପାଣିପାଗରେ ଆସିଥିବା ଏହି ପରିବର୍ତ୍ତନ ଲୋକଙ୍କୁ ଖରା ଓ ଗୁଳୁଗୁଳିରୁ ସାମୟିକ ମୁକ୍ତି ଦେଇଛି । ଆଗାମୀ କିଛି ଘଣ୍ଟା ଯାଏଁ କଟକ ଓ ଭୁବନେଶ୍ୱର ସମେତ ଆଖପାଖ […]

ଆଜିଠୁ ଅଣସର ଦର୍ଶନ ; ଅଲାରନାଥ ପୀଠରେ ଭକ୍ତଙ୍କ ଭିଡ଼

ସରିଲା ସ୍ନାନଯାତ୍ରା, ଆଜିଠୁ ଅଣସର ଦର୍ଶନ । ଗତକାଲି ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ଦିବ୍ୟ ସ୍ନାନ କରିବା ପରେ ବିଳମ୍ବିତ ରାତି ଯାଏଁ ହାତୀବେଶରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଶ୍ରୀଜିଉ । ଆଜିଠୁ ୧୫ଦିନ ଅଣସର ଦର୍ଶନ ଚାଲିବ । ଏହି ୧୫ ଦିନ ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥଙ୍କ ପୀଠରେ ଲାଗିବ ଭକ୍ତ ମାନଙ୍କ ଗହଳିଚହଳି ।ଏଥିପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ମନ୍ଦିର ପରିଚାଳନା […]

ଆଜିର ରାଶିଫଳ(୩୦ ଜୁନ, ୨୦୨୬)

ମେଷଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ | ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ | ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ | କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ | ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ | ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିବ। ବୃଷଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବାରୁ ନୂଆ କାର୍ଯ୍ୟ କରିବେ | ନିଜ ବାଣୀ ଦ୍ୱାରା ମନ୍ତ୍ରମୁଗ୍ଧ କରି ନୂତନ ସମ୍ପର୍କ […]

୫ ମାସ ପରେ ଖୋଲିଲା ମଝିଘରିଆଣୀ ମନ୍ଦିର ୯ ଦାନ ହୁଣ୍ଡି ଦାନହୁଣ୍ଡିରୁ ବାହାରିଲା ସର୍ବକାଳୀନ ରେକର୍ଡ ଦାନ ଅର୍ଥ

ରାୟଗଡା ତା ୨୯/୦୬/୨୬ (ନିପ୍ର) ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି କରାଯାଇଛି। ସକାଳ ୯ଟାରେ ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ମନ୍ଦିର ପରିଚାଳନା କମିଟି ତରଫରୁ ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ ହୋଇଥିଲା। ଏହି ଗଣତି କାର୍ଯ୍ୟରେ ବ୍ୟାଙ୍କ କର୍ମଚାରୀଙ୍କ ସମେତ ପ୍ରାୟ ୨୫୦ ଜଣ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ। ହୁଣ୍ଡି ଖୋଲିବା ଓ ଗଣତି ବେଳେ ପୋଲିସ ଓ ମନ୍ଦିର ସୁରକ୍ଷା କର୍ମୀଙ୍କ ଦ୍ବାରା […]

ଅଲିଗଡ଼ରେ ଖସିପଡିଲା ପ୍ରଶିକ୍ଷଣ ବିମାନ, ମହିଳା ପାଇଲଟ ଗୁରୁତର

ଉତ୍ତରପ୍ରଦେଶ ଅଲିଗଡ଼ରେ ଏକ ପ୍ରଶିକ୍ଷଣ ବିମାନ କାସଗଞ୍ଜ ପୋଲିସ୍ ଲାଇନ ପଛପଟ ହାଇୱେ ଉପରେ ଖସି ପଡିଛି। ଏହି ଦୁର୍ଘଟଣାରେ ବିମାନ ଚାଳନା କରୁଥିବା ମହିଳା ପାଇଲଟ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଏୟାରକ୍ରାଫ୍ଟରେ ଜଣେ ମହିଳା ଟ୍ରେନି ପାଇଲଟ୍ ଥିଲେ । ଦୁର୍ଘଟଣାରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସୂଚନା ପରେ ପୋଲିସ ଓ ପ୍ରଶାସନ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ପାଇଲଟଙ୍କୁ ପ୍ରଥମିକ ଚିକିତ୍ସା ପରେ ଜିଲ୍ଲା […]