ଆଜିଠାରୁ ଦେଶରେ କେତେକ ନିୟମ ଲାଗୁ ହେବାକୁ ଯାଉଛି। ଯାହା ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାରରେ ପ୍ରଭାବିତ କରିବ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପାସପୋର୍ଟ ଫିରେ କରାଯାଇଥିବା ବୃଦ୍ଧି ଜୁଲାଇରୁ ଲାଗୁ ହେବ । ୩୬ ପୃଷ୍ଠା ବିଶିଷ୍ଟ ପାସପୋର୍ଟ ପାଇଁ ଫି ୧୫୦୦ ଟଙ୍କାରୁ ବଢ଼ି ୨୫୦୦ ଟଙ୍କା ଏବଂ ୬୦ ପୃଷ୍ଠା ବିଶିଷ୍ଟ ପାସପୋର୍ଟ ଫି ୨୦୦୦ ଟଙ୍କାରୁ ବଢ଼ି ୩୫୦୦ ଟଙ୍କା ହୋଇଛି । ତତ୍କାଳ ସେବା ଫି ଓ […]
ରାଜ୍ୟର ସବୁ ବ୍ରିଜର ହେବ ସ୍ଥିତି ଯାଞ୍ଚ । ମୁଖ୍ୟ ଶାସନ ସଚିବଙ୍କୁ ଦିଆଯିବ ରିପୋର୍ଟ । ଦେଶର ବିଭିନ୍ନ ସ୍ଥାନରେ ପୁରୁଣା ବ୍ରିଜ୍ ଗୁଡ଼ିକ ଭୁଶୁଡିବା ଘଟଣାକୁ ନେଇ ବଢ଼ୁଥିବା ଚିନ୍ତାରେ ଓଡ଼ିଶା ସରକାର । ରାଜ୍ୟର ସମସ୍ତ ବ୍ରିଜର ଢାଞ୍ଚାଗତ ସୁରକ୍ଷା ଆକଳନକୁ ଗୁରୁତ୍ୱ ଦେଇଛନ୍ତି। ପୂର୍ତ୍ତ ବିଭାଗ ଅଧୀନ ରାସ୍ତା ଓ ଜାତୀୟ ରାଜପଥରେ ଥିବା ସମସ୍ତ କ୍ଷୁଦ୍ର, ମଧ୍ୟମ ଓ ବଡ଼ ବ୍ରିଜର ବର୍ତ୍ତମାନ ସ୍ଥିତି ସମ୍ପର୍କିତ ସମନ୍ୱିତ ରିପୋର୍ଟ ସହ […]
ଜୁଲାଇ ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି। ମାର୍କେଟିଂ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜ୍ୟ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୩.୫୦ ହ୍ରାସ କରିଛନ୍ତି।ନୂଆ ଦର ଅନୁଯାୟୀ, ୧୯ କେଜି କମର୍ସିଆଲ୍ ସିଲିଣ୍ଡରର ମୂଲ୍ୟ ୨,୯୩୦ ଟଙ୍କା ହୋଇଛି । ଏହି ଦର ହ୍ରାସ ଫଳରେ ହୋଟେଲ, ରେଷ୍ଟୁରାଣ୍ଟ, ଢାବା, କ୍ୟାଟରିଂ ବ୍ୟବସାୟ ସହ କମର୍ସିଆଲ୍ ଗ୍ୟାସ୍ ଉପରେ ନିର୍ଭରଶୀଳ ବ୍ୟବସାୟୀମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି ।ତେବେ ସାଧାରଣ ଗ୍ରାହକଙ୍କ ପାଇଁ ଏଥର କୌଣସି ଆଶ୍ୱସ୍ତି […]
ମେଷଆଜି ଶୁଭ ଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ବେୟ ଅଧିକ ହେଲେମଧ୍ୟ କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଯାତ୍ରା, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର ମନ୍ଦ ହେବନି। ବୃଷରାଶିରେ ଉଚ୍ଚସ୍ଥ ଚନ୍ଦ୍ର ପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ। ଘରେ ହେଉ କିମ୍ବା ବାହାରେ ସବୁଠି ଆଜି ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇବେ। ଏକ ନୂତନ […]
ଗଛ ଲଗାଇବାକୁ ଯାଇଥିଲେ। ଲୋକଙ୍କ ଆକ୍ରୋଶର ଶିକାର ହୋଇ ମାଡ଼ ଖାଇଲେ ବନ କର୍ମଚାରୀ। ବୃକ୍ଷରୋପଣ ବେଳେ ବନ କର୍ମଚାରୀଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କଲେ ଲୋକ। ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଯୁବାମାଲ ଗାଁରୁ ସାମ୍ନାକୁ ଆସିଛି ଏହି ଘଟଣା। ସୁଚନା ଅନୁଯାୟୀ, ଗତ କିଛି ଦିନ ତଳେ ଯୁବାମାଲ ଗାଁର ମୁଣ୍ଡାପଡ଼ାରେ ଲୋକେ ଜଙ୍ଗଲ ଜମିକୁ ଦଖଲ କରିଥିବାବେଳେ ସେହି ସ୍ଥାନରେ ବୃକ୍ଷରୋପଣ ପାଇଁ ବନ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାଉଥିଲା। କାର୍ଯ୍ୟକୁ […]
ଜୁଲାଇ 1ରେ ସାରା ଓଡ଼ିଶାରେ ହେବ VB G RAM G ଯୋଜନାର ଶୁଭାରମ୍ଭ। କେନ୍ଦ୍ର ସରକାରଙ୍କ ନୂତନ ଗ୍ରାମୀଣ ରୋଜଗାର ଓ ଜୀବିକା ଯୋଜନା ହେଉଛି “ବିକଶିତ ଭାରତ–ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ (ଗ୍ରାମୀଣ)” ବା VB-G RAM G ।ଏହାର ଶୁଭାରମ୍ଭ ଉପଲକ୍ଷେ ଜୁଲାଇ ୨ରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ଜନ ସମ୍ମିଳନୀ ଓ ଲଞ୍ଚ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ସାରା ଦେଶରେ […]
UIDAI ଏକ ବଡ଼ ନିଷ୍ପତ୍ତି ନେଇଛି ଏବଂ ଆଜିଠାରୁ mAadhaar ଆପ୍ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଘୋଷଣା କରିଛି । ସରକାର mAadhaar ଆପ୍ ସ୍ଥାନରେ ଏକ ସମ୍ପୂର୍ଣ୍ଣ ନୂତନ ଏବଂ ହାଇଟେକ୍ ଆଧାର ଆପ୍ ଲଞ୍ଚ କରିଛନ୍ତି । ଆଧାରର ନୂଆ ଆପ୍କୁ Apple ୟୁଜର୍ସମାନେ App Store ରୁ ଡାଉନଲୋଡ୍ କରିପାରିବେ ଏବଂ Android ୟୁଜର୍ସମାନେ Google Play Store ରୁ ଏହାକୁ ଡାଉନଲୋଡ୍ କରିପାରିବେ । କୌଣସି ଆପ୍ ଡାଉନଲୋଡ୍ କରିବା ସମୟରେ […]
କେନ୍ଦ୍ର ସରକାରଙ୍କର ଇଥାନଲ ମିଶ୍ରଣ ପ୍ରୋଗ୍ରାମ ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ସରକାର ଆଜି କୋର୍ଟରେ ଏହାର ଜବାବ ରଖିଛନ୍ତି। ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ (ଇ-୨୦) ପ୍ରକ୍ରିୟା ବର୍ତ୍ତମାନ ସୁଦ୍ଧା ଏକ ଚଳିତ ପରୀକ୍ଷଣ ପର୍ଯ୍ୟାୟରେ ରହିଛି ଏବଂ ଆସନ୍ତା ବର୍ଷ ସୁଦ୍ଧା ଏହାର ପ୍ରକୃତ ପ୍ରଭାବ ସ୍ପଷ୍ଟ ହେବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। କର୍ଣ୍ଣାଟକ ହାଇକୋର୍ଟଙ୍କ ଏକ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସରକାରୀ ତୈଳ କମ୍ପାନି ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ […]
ପରୋଲ୍ରେ ଜେଲରୁ ମୁକ୍ତି ପାଇବା ପରେ ଫେରାର ହୋଇଯାଇଥିବା ଜଣେ ଆଜୀବନ କାରାଦଣ୍ଡପ୍ରାପ୍ତ ଦୋଷୀଙ୍କୁ ଦୀର୍ଘ ୯ ବର୍ଷ ପରେ କମିଶନରେଟ୍ ପୋଲିସ ଗିରଫ କରିଛି। ଅଭିଯୁକ୍ତ ସାଜିତ ଖାନ୍ଙ୍କୁ ପଞ୍ଜାବର ଅମୃତସରରୁ ଗିରଫ କରାଯାଇଛି।ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ୨୦୦୮ ମସିହାରେ ଗିରଫ ହୋଇଥିବା ସାଜିଦ ଖାନ୍ ଚୌଦ୍ୱାର ଜେଲରେ ଆଜୀବନ ସଜା କାଟୁଥିଲା। ତେବେ ୨୦୧୭ ମସିହାରେ ତାକୁ ୧୪ ଦିନ ପାଇଁ ପାରୋଲ ମିଳିଥିଲା। କିନ୍ତୁ ପାରୋଲରେ ବାହାରିବା ପରେ ସେ ଆଉ […]
Whatsapp ଆପଣଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ଆଣିଛି ।ବ୍ୟବହାରକାରୀମାନେ କାହା ସହ ଚାଟ୍ ଆରମ୍ଭ କରୁଥିଲେ ତାଙ୍କୁ ମୋବାଇଲ୍ ନମ୍ବର ଆବଶ୍ୟକ ପଡୁଥିଲା। କିନ୍ତୁ ଏବେ ସେହି ବାଧ୍ୟତା ଧୀରେ ଧୀରେ ଶେଷ ହେବାକୁ ଯାଉଛି।ମେଟା ମାଲିକାନାରେ ଥିବା ହ୍ୱାଟ୍ସଆପ୍ ନୂତନ ୟୁଜରନେମ୍ ଫିଚର ଲଞ୍ଚ କରିଛି। ଏହି ଫିଚର ମାଧ୍ୟମରେ ୟୁଜରମାନେ ନିଜ ମୋବାଇଲ୍ ନମ୍ବର ପ୍ରକାଶ ନକରି କେବଳ ୟୁଜରନେମ୍ ବ୍ୟବହାର କରି ଅନ୍ୟମାନଙ୍କ ସହ ଚାଟ୍ କରିପାରିବେ। କମ୍ପାନୀ Android ଏବଂ […]
ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ଅଗଣନୀୟ ତ୍ରୁଟିକୁ ନେଇ ରାଜ୍ୟ ରାଜନୀତି ସରଗରମ । ସୋସିଆଲ ମିଡିଆରେ ସରକାର ନାହିଁ ନଥିବାର ଟ୍ରୋଲ ହେଉଥିବା ବେଳେ ଗଣମାଧ୍ୟମ ବି ସରକାରଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଛି । ଏହାରି ଭିତରେ ରାଜ୍ୟର ବିରୋଧୀ ଦଳ ବିଜେଡି ଆଜି ରାଜରାସ୍ତାକୁ ଓହ୍ଲାଇଛି । ବିଜେଡି ତରଫରୁ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବାସଭବନ ଘେରାଉ କରାଯାଇଛି । ଦଳ ତରଫରୁ କର୍ମୀମାନେ ଏକ ବିଶାଳ ଶୋଭାଯାତ୍ରାରେ ଆସି ଗଣଶିକ୍ଷାମନ୍ତ୍ରୀଙ୍କ ସରକାରୀ […]
ଆସୁଛି ଲଘୁଚାପ ।ସୃଷ୍ଟି ହେବାକୁ ଯାଉଛି ଚଳିତ ମୌସୁମୀ ଋତୁର ପ୍ରଥମ ଲଘୁଚାପ । ୩ ତାରିଖରେ ଲଘୁଚାପ ସମ୍ଭାବନା।ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ‘ଲଘୁଚାପ’ ସୃଷ୍ଟି ହେବାର ସମ୍ଭାବନା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଉତ୍ତର ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣି ବଳୟ ସକ୍ରିୟ ଅଛନ୍ତି । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଆଜିଠାରୁ ୬ ଜୁଲାଇ ପର୍ଯ୍ୟନ୍ତ ଓଡ଼ିଶାରେ […]
