Whatsapp ୟୁଜର୍ସଙ୍କ ପାଇଁ ବଡ଼ ଖବର! ମୋବାଇଲ୍ ନମ୍ବର ନୁହେଁ,ୟୁଜରନେମ୍‌ରେ ହେବ ଚାଟ୍!

Whatsapp ଆପଣଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ଆଣିଛି ।ବ୍ୟବହାରକାରୀମାନେ କାହା ସହ ଚାଟ୍ ଆରମ୍ଭ କରୁଥିଲେ ତାଙ୍କୁ ମୋବାଇଲ୍ ନମ୍ବର ଆବଶ୍ୟକ ପଡୁଥିଲା। କିନ୍ତୁ ଏବେ ସେହି ବାଧ୍ୟତା ଧୀରେ ଧୀରେ ଶେଷ ହେବାକୁ ଯାଉଛି।ମେଟା ମାଲିକାନାରେ ଥିବା ହ୍ୱାଟ୍ସଆପ୍ ନୂତନ ୟୁଜରନେମ୍ ଫିଚର ଲଞ୍ଚ କରିଛି। ଏହି ଫିଚର ମାଧ୍ୟମରେ ୟୁଜରମାନେ ନିଜ ମୋବାଇଲ୍ ନମ୍ବର ପ୍ରକାଶ ନକରି କେବଳ ୟୁଜରନେମ୍ ବ୍ୟବହାର କରି ଅନ୍ୟମାନଙ୍କ ସହ ଚାଟ୍ କରିପାରିବେ। କମ୍ପାନୀ Android ଏବଂ iphone ୟୁଜର୍ସଙ୍କ ପାଇଁ ୟୁଜର୍ସନେମ୍ ରିଜରଭେସନ୍ ଫିଚର୍ସର ରୋଲ ଆଉଟ୍ ଆରମ୍ଭ କରିଛି । ହେଲେ ଏହି ଫିଚର୍ସ ଧୀରେ ଧୀରେ ସମସ୍ତ ୟୁଜରଙ୍କ ପାଖରେ ପହଞ୍ଚିବ ଏବଂ ଆଗାମୀ ମାସଗୁଡ଼ିକରେ ଏହାକୁ ସାରା ବିଶ୍ବରେ ଉପଲବ୍ଧ କରାଯିବ । ଯେତେବେଳେ ଏହି ସୁବିଧା ଆପଣଙ୍କ ଅଞ୍ଚଳରେ ଉପଲବ୍ଧ ହେବ, ସେତେବେଳେ ହ୍ୱାଟ୍ସଆପ୍ ମଧ୍ୟରେ ଏକ ବିଜ୍ଞପ୍ତି ମିଳିବ।ବିଶ୍ୱର ଲକ୍ଷ ଲକ୍ଷ ୟୁଜର ସମାନ କିମ୍ବା ମିଳିତ ୟୁଜରନେମ୍ ବାଛିବାକୁ ଚେଷ୍ଟା କରିପାରନ୍ତି। ତେଣୁ ଯେଉଁମାନେ ପ୍ରଥମେ ନିଜ ପସନ୍ଦର ୟୁଜରନେମ୍ ରିଜର୍ଭ କରିବେ, ସେମାନଙ୍କ ପାଇଁ ଇଚ୍ଛିତ ୟୁଜରନେମ୍ ପାଇବାର ସମ୍ଭାବନା ଅଧିକ ରହିବ।ଏହା ଫଳରେ ଆପଣଙ୍କ ଫୋନ୍ ନମ୍ବର ଅଧିକ ବ୍ୟକ୍ତିଗତ ରହିବ।

ଅଧିକ ପଢନ୍ତୁ