ଭାରତୀୟ ଜନତା ପାର୍ଟିର ସଂସଦୀୟ ବୋର୍ଡ ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଚୟନ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛି। ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସହ-ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରାଯାଇଛି।ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ମେ ୯ ତାରିଖରେ ରବିନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଭାଜପା ବିଧାୟକ ଦଳ ନେତା ଚୟନ ନେଇ ଏହି ୨ ନେତାକୁ ବଡ଼ ଦାୟିତ୍ୱ […]
ଭିଜିଲାନ୍ସ ଜାଲରେ ତହସିଲ ଅଫିସ ଅମିନ । ୧୫ ହଜାର ଟଙ୍କା ନେବା ବେଳେ ଧରାପଡିଲେ ବଙ୍ଗୋମୁଣ୍ଡା ତହସିଲ ଅମିନ ନିର୍ମଳେନ୍ଦୁ କବି। ପାର୍ଟିସନ ସୁଟ୍ କେସ ବାବଦକୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଭାଲୁମୁଣ୍ଡାର ହରେକୃଷ୍ଣ ମେହେର ନାମକ ଜଣେ ବ୍ୟକ୍ତି ନିଜ ଜମିର ପାର୍ଟିସନ ପାଇଁ ଆସିଥିଲେ । ଅମିନ ବିଭିନ୍ନ ସମୟରେ ଲାଞ୍ଚ ମାଗୁଥିବାରୁ ସେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା […]
ଚିଲିକାରେ ନୌକା ଯାତ୍ରା ପାଇଁ କଡାକଡ଼ି ହେଲା ନିୟମ। ଏଣିକି ସବୁ ଯାତ୍ରୀଙ୍କୁ ଲାଇଫ୍ ଜାକେଟ୍, ସବୁ ବୋଟରେ ଲାଇଫ୍ ବୁଏ ବାଧ୍ୟତାମୂଳକ, ନିୟମ ଭାଙ୍ଗିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ଚିଲିକା ହ୍ରଦରେ ନୌକା ଚାଳନା ସମୟରେ ଯାତ୍ରୀ ମାନଙ୍କ ସୁରକ୍ଷା ନିମନ୍ତେ ଅଣ୍ଟା ଭିଡିଲେ ରାଜ୍ୟ ସରକାର । କଟକଣା ଲଗାଇଲେ ଖୋର୍ଦ୍ଧା ପ୍ରଶାସନ। ଚିଲିକାରେ ସମସ୍ତ ଯାତ୍ରୀବାହୀ ବୋଟ, ନୌକା, ଡଙ୍ଗା ନିୟମ ୨୦୦୪କୁ ବଳବତ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଏନେଇ […]
ମହଙ୍ଗା ପଡ଼ିଲା ପ୍ରେମ ନିବେଦନ । ପ୍ରେମ ପାଇଁ ପିଟି ପାଟି ମାରିଦେଲେ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଆସି ଏପରି ଘଟଣା ।ମୃତ ଯୁବକ ହେଲେ ସୁଦର୍ଶନ ସୂତାରଙ୍କ ପୁଅ ସୁବାସ । ସେ ଜଣେ ଝିଅକୁ ମୋବାଇଲରେ ପ୍ରେମ ନିବେଦନ କରିଥିବା ଅଭିଯୋଗ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ଜାଣିପାରି ଉତ୍ତକ୍ଷିପ୍ତ ହୋଇ ଝିଅର ପରିବାର ଲୋକ ଗାଡି ସାହାଯ୍ୟରେ ସୁବାସକୁ ଟେକି ନେଇଥିଲେ । ପରେ ବୀରବ୍ରହ୍ମପୁର ସ୍କୁଲ […]
ରାୟଗଡ଼ା ତା ୦୪/୦୫ (ନିପ୍ର) ରାୟଗଡ଼ ଜିଲ୍ଲା କାଶୀପୁର ବ୍ଳକ ପାଈଁ ଦଶମ ବୋର୍ଡ଼ ପରୀକ୍ଷାରେ ବ୍ଲକରେ ଶୀର୍ଷ ସ୍ଥାନରେ ରହି ଗର୍ବ ଆଣିଛନ୍ତି କାଶୀପୁର ର ଭାସ୍କର ଦାଶ ଓ ସୁନୀତା ଦାଶଙ୍କ ଝିଅ ସୁନୟନା ଦାଶ । ସେ କାଶୀପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପାଠ ପଢୁଥିବା ବେଳେ ଚଳିତ ବର୍ଷ ଦଶମ ଶ୍ରେଣୀର ବୋର୍ଡ଼ ପରୀକ୍ଷାରେ ସମୁଦାୟ ୬୦୦ ମାର୍କ ରୁ ୫୨୮ ମାର୍କ ରଖି ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। […]
ଯାଜପୁର ଦଶରଥପୁରରେ ଦହିବରା ଓ ଫାଷ୍ଟଫୁଡ ଖାଇ ଶତାଧିକ ଲୋକ ଆକ୍ରାନ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ ।ଯାଜପୁର ପୌରପାଳିକା ପକ୍ଷରୁ ବଡ଼ ପଦକ୍ଷେପ । ପୌରାଅଞ୍ଚଳରେ ସମସ୍ତ ଦହିବରା ଦୋକାନୀ, ବୁଲା ବିକାଳି, ଫାଷ୍ଟଫୁଡ ସେଣ୍ଟର ଉପରେ ଚଢାଉ କରିଛି ପ୍ରଶାସନ । ଏହାସହ ଆଗାମୀ ୭ ଦିନ ଯାଏଁ ଏହି ସବୁ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।ସେହିପରି ବୁଲା ବ୍ୟବସାୟୀଙ୍କୁ ବାରଣ ମଧ୍ୟ କରାଯାଇଛି । ଅନ୍ୟପଟେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି […]
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରି ଇରାନକୁ ଖୋଲା ଚେତାବନୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଯଦି ଇରାନ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଆମେରିକୀୟ ଜାହାଜ ଉପରେ ଆକ୍ରମଣ କରେ, ତେବେ ଇରାନକୁ ପୃଥିବୀ ପୃଷ୍ଠରୁ ନିଶ୍ଚିହ୍ନ କରିଦିଆଯିବ। ପ୍ରୋଜେକ୍ଟ ଫ୍ରିଡମ୍ ଅଧୀନରେ ବ୍ୟବସାୟିକ ଜାହାଜଗୁଡ଼ିକୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଆମେରିକା ସାମରିକ ଅଭିଯାନ ଆରମ୍ଭ କରିଥିବା ବେଳେ ଇରାନ ଏଥିରେ ବାଧା ସୃଷ୍ଟି କରୁଥିବା ଟ୍ରମ୍ପ […]
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ କାଲିଘାଟ ବାସଭବନ ଏବଂ ରାଜ୍ୟ ସଚିବାଳୟ, ନବାନ୍ନାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତାଙ୍କ ବାସଭବନ ନିକଟରେ କିଛି ଲୋକ ‘ଜୟ ଶ୍ରୀ ରାମ’ ସ୍ଲୋଗାନ ଦେବା ପରେ ଏହି ପଦକ୍ଷେପ ନିଆଯାଇଛି। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ନିର୍ବାଚନ କମିସନ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।୨୦୦ରୁ ଅଧିକ ବିଧାନସଭା ଆସନରେ ଜିତି ଭାଜପା ବହୁମତ ହାସଲ କରିଛି । ଦୀଘା ଜଗନ୍ନାଥ ମନ୍ଦିରରେ […]
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରାଜ୍ୟ ରାଜନୀତିରେ ବଡ଼ ପରିବର୍ତ୍ତନ ଆଣିଛି। ଏଠାରେ ଭାଜପା ବିପୁଳ ବିଜୟ ହାସଲ ସହ ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଢ଼ିବାକୁ ଯାଉଛି। ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମ୍ୟାଜିକ୍ ସଂଖ୍ୟା ୧୪୮ ହୋଇଥିବାବେଳେ ଗୈରିକ ଦଳ ୨୦୦ରୁ ଊର୍ଦ୍ଧ୍ୱ ଆସନରେ ଆଗୁଆ ରହି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍ସି)ର ୧୫ ବର୍ଷ ଶାସନର ଅନ୍ତ ଘଟାଇବାକୁ ଯାଉଛି। କିନ୍ତୁ ପଶ୍ଚିମବଙ୍ଗରେ ଫଳାଫଳ ଘୋଷଣା […]
ଦେଶରେ କାଳବୈଶାଖୀ ବର୍ଷା ଜାରି ରହିଥିବାବେଳେ ଅଧିକାଂଶ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି।ତେବେ ଆଜି ପାଣିପାଗ ବିଭାଗ ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ହରିୟାଣା, ରାଜସ୍ଥାନ, ପଞ୍ଜାବ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜମ୍ମୁ କଶ୍ମୀର, ପଶ୍ଚିମବଙ୍ଗ, ଓଡ଼ିଶା, ଆସାମ, ତାମିଲନାଡୁ ଏବଂ କେରଳ ସମେତ ୧୪ଟି ରାଜ୍ୟରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ପାଇଁ ସତର୍କତା ଜାରି କରିଛି। ଘଣ୍ଟା ପ୍ରତି ୭୦ କିଲୋମିଟର ବେଗରେ ପବନ ବହିବା ସହିତ ଝଡ଼ ପାଇଁ ମଧ୍ୟ ସତର୍କତା ଜାରି […]
ମେଷ: ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ । ବୃଷ : ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ […]
ପଶ୍ଚିମବଙ୍ଗ ରାଜନୀତିରେ ବିଜେପିର ଐତିହାସିକ ବିଜୟ । କଡ଼ା ମୁକାବିଲାରେ ଶାସକ ଟିଏମସି ୮୩ ଆସନରେ ବିଜୟୀ ହେବାକୁ ସକ୍ଷମ ହୋଇଛି । ବିଜେପି ୨୦୪ ଆସନ ହାତେଇବାରେ ସକ୍ଷମ ହୋଇଛି । ପ୍ରଥମ ଥର ପାଇଁ ବଙ୍ଗରେ ବିଜେପି ସରକାର ଗଠନ କରିବାକୁ ଯାଉଥିବାରୁ ଦଳୀୟ ଶିବିର ଉତ୍ସବ ମୁଖର ।ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି, ଆଜି ଏକ ଐତିହାସିକ ଦିନ। ଯେତେବେଳେ ବର୍ଷ ବର୍ଷର ସମର୍ପଣ ଏବଂ କଠିନ ପରିଶ୍ରମ […]
