ଜାତୀୟ ଶିକ୍ଷା ନୀତି (NEP-2020)ର କାର୍ଯ୍ୟାନ୍ୱୟନ ନେଇ ସ୍ଥାନୀୟ କନଭେନସନ ସେଣ୍ଟରରେ ଆୟୋଜିତ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଶୈକ୍ଷିକ ପରିବେଶରେ ଏକ ‘ବୈପ୍ଲବିକ ପରିବର୍ତ୍ତନ’ର ଆହ୍ୱାନ ଦେଇଛନ୍ତି।ଉଚ୍ଚ ଶିକ୍ଷା ବିଭାଗରେ କାର୍ଯ୍ୟରତ ମହିଳା କର୍ମଚାରୀ ଓ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶକ୍ତିଶ୍ରୀ ଆପ୍ ଲଞ୍ଚ୍ କରିଛନ୍ତି।ମହିଳା ସଶକ୍ତିକରଣ ପାଇଁ ସରକାରଙ୍କର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଶୈକ୍ଷିକ ବାତାବରଣ ସହ କଲେଜ […]
ହିନ୍ଦୀ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଗୀତିକାର ତଥା କବି ପ୍ରସୂନ୍ ଯୋଶୀଙ୍କୁ ପ୍ରସାର ଭାରତୀର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ପ୍ରସୂନ୍ଙ୍କ ନାମ ଦେଶର ସାର୍ବଜନୀନ ପ୍ରସାରକର ମୁଖ୍ୟ ଭାବେ ଘୋଷଣା କରାଯାଇଛି।ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଆଶୁତୋଷ ଗୋୱାରିକରଙ୍କୁ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ର ନିର୍ଦ୍ଦେଶକ ଭାବରେ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଦିଆଯିବାର ଦିନକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଡିସେମ୍ବରରେ ପ୍ରଶାସକ ନବନୀତ କୁମାର ସେହଗଲଙ୍କ […]
ରାଜ୍ୟର ସୁଭଦ୍ରା ଯୋଜନାରୁ ବଞ୍ଚିତ ଥିବା ହିତାଧିକାରୀଙ୍କ ପାଇଁ ଆସିଛି ଏକ ଖୁସି ଖବର। ଆସନ୍ତା ମେ’ ୪ ତାରିଖରେ ବଞ୍ଚିତ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ପ୍ରଦାନ କରାଯିବ। ଏ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜର ଏକ୍ସରେ ସୂଚନା ଦେଇଛନ୍ତି।ବୈଷୟିକ ତ୍ରୁଟି କିମ୍ବା ବ୍ୟାଙ୍କ କେୱାଇସି (KYC) ଜନିତ ସମସ୍ୟା କାରଣରୁ ଯେଉଁ ଯୋଗ୍ୟ ମହିଳାମାନେ ପୂର୍ବରୁ ଟଙ୍କା ପାଇବାରୁ ବଞ୍ଚିତ ହୋଇଥିଲେ, ସେମାନଙ୍କୁ ଏହି ପର୍ଯ୍ୟାୟରେ ସାମିଲ କରାଯାଇଛି।ସୂଚନାଯୋଗ୍ୟ, ମାର୍ଚ୍ଚ ୮ ଅନ୍ତର୍ଜାତୀୟ […]
ପୋଲିସ SI ପରୀକ୍ଷା ସ୍କାମ ମାମଲାରେ ୮ ଦଲାଲଙ୍କ ବିରୁଦ୍ଧରେ NBW ଜାରିକଲା CBI । ବାରମ୍ବାର ନୋଟିସ ପରେ ମଧ୍ୟ ହାଜର ହେଉ ନଥିବା ଦଲାଲଙ୍କ ବିରୋଧରେ ଜାରିହେଲା NBW ।ସେମାନଙ୍କ ମଧ୍ୟରେ ୩ ଜଣ ବିହାର ଦଲାଲ ରହିଛନ୍ତି। ଅନ୍ୱେଷ ନାୟକ, ଆଶିଷ କୁମାର, ବଳରାମ ପ୍ରଧାନ, ଧର୍ମେନ୍ଦ୍ର ପ୍ରଧାନ, ଗୋବିନ୍ଦ ତ୍ରିପାଠୀ, ଗୋପାଳ କୃଷ୍ଣ ଦାସ, ଗୋପି ରମଣ , ସଞ୍ଜୟ କୁମାରଙ୍କ ବିରୋଧରେ ଜାରି ହୋଇଛି ଜାମିନ ବିହୀନ ଗିରଫ ପରୱାନା। […]
ଆସନ୍ତା ସୋମବାର ମେ ୪ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ପ୍ରଚଣ୍ଡ ଖରା ଯୋଗୁଁ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ଯମ ଜରିଆରେ ଜଣାଇ ଦିଆଯିବ ବୋଲି କୁହାଯାଇଛି ।
ନୟାଗଡ଼,(ଓଡିଶା ଦର୍ପଣ): ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଶ୍ରମ ଦିବସ ଅବସରରେ ଏକ ପ୍ରତିବାଦ ସଭା ଓ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ଆବାହକତ୍ୱରେ ନୟାଗଡ଼ ସାମ୍ବାଦିକ ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର, ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ପବିତ୍ର ମହାରଥା ଯୋଗ ଦେଇଥିଲେ । […]
ମା ତାରିଣୀ ଙ୍କ ମନ୍ଦିର ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଘଟଗାଁରେ ଅବସ୍ଥିତ । । ପ୍ରବାଦରେ ଅଛି ଘଟଗାଁଠାରେ ଥିବା ମା ତାରିଣୀ ମନ୍ଦିରକୁ ୧୪୮୦ ମସିହାରେ କେନ୍ଦୁଝରର ତତ୍କାଳୀନ ରାଜା ଗୋବିନ୍ଦ ଭଞ୍ଜଦେଓ ନିର୍ମାଣ କରେଇଥିଲେ । ପୁରୀର ତତ୍କାଳୀନ ଗଜପତି ମହାରାଜାଙ୍କ ଆଦେଶକ୍ରମେ ମା ତାରିଣୀ ନୂଆ ମନ୍ଦିର ଘଟଗାଁଠାରେ ଶକ୍ତିପୀଠ ଭାବରେ ସ୍ଥାପିତ ହେଇପାରିଥିଲା । ମା ତାରିଣୀଙ୍କ ପାଖରେ ଯାହା ମାନସିକ କରାଯାଏ ତାହା ନିଶ୍ଚୟ ପୂରଣ ହୁଏ ବୋଲି ବିଶ୍ୱାସ […]
ଛତିଶଗଡ଼ କାଙ୍କେର ଜିଲ୍ଲାରେ ପୁଣି ମାଓ ହିଂସାକାଣ୍ଡ । କାଙ୍କେର ଜିଲ୍ଲା ଡିଆରଜିର ୩ ଯବାନ ସହିଦ ହୋଇଛନ୍ତି । ମାଓ ଦମନ ଅପରେସନରେ ଯାଇଥିବାବେଳେ ଏଭଳି ଅଘଟଣ ଘଟିଛି । ଯବାନ ମାନଙ୍କୁ ଟାର୍ଗେଟ୍ କରି ପୂର୍ବରୁ ଆଇଇଡି ଖଞ୍ଜାଯାଇଥିଲା । ଆଇଇଡି ବିସ୍ଫୋରଣ କୃଷ୍ଣ କୋମରା, ବସ୍ତର ଫାଇଟର୍ସ, ସୁଖରାମ ବଟ୍ଟୀ, ଡିଆରଜି ପ୍ରଭାରୀ ଟିଆଇ, ପରମାନନ୍ଦ କୋମରା ସହିଦ ହୋଇଛନ୍ତି ।। ଆହତ ପରମାନନ୍ଦଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।ପ୍ରକାଶ ଥାଉକି […]
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅପରାହ୍ନ ୪ଟାରେ ବିଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା ହୋଇଛି। ସନ୍ଧ୍ୟା ୬ଟା ପରଠାରୁ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ବୋର୍ଡର ୱେବସାଇଟ www.bseodisha.ac.in ଓ www.bseodisha.nic.in ରେ ପରୀକ୍ଷା ଫଳ ଦେଖିପାରିବେ । ଇଣ୍ଟରନେଟ୍ ସୁବିଧା ନଥିଲେ ମଧ୍ୟ ମୋବାଇଲ୍ ମେସେଜ୍ ମାଧ୍ୟମରେ ରେଜଲ୍ଟ ଜାଣିହେବ । ଏଥିପାଇଁ ମୋବାଇଲରେ OR 10 ଲେଖି ନିଜର ରୋଲ ନମ୍ବର ଲେଖି 5676750 […]
ଖଣ୍ଡପଡ଼ା ଏସ୍ଡିପିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଖଣ୍ଡପଡ଼ା ଏସଡିପିଓ ମଦନ ମୋହନ ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ପୁଲିସ ଡିଜି ୱାଇ.ବି. ଖୁରାନିଆ ସସ୍ପେଣ୍ଡ କରିଛନ୍ତି । ଥାନାକୁ ସାକ୍ଷୀ ପାଇଁ ଡାକି ମହିଳାଙ୍କୁ ଅଶାଳୀନ ମନ୍ତବ୍ୟ, ମାନସିକ ନିର୍ଯାତନା ଦେବା ଅଭିଯୋଗ ହୋଇଥିଲା ।କେବଳ ଅଭିଯୋଗ ନୁହେଁ ବାର୍ତ୍ତାଳାପର ଏକ ଅଡିଓ କଲ ରେକର୍ଡ ସାଧାରଣରେ ଭାଇରାଲ ହୋଇଥିଲା । ଏ ସମ୍ପର୍କରେ ପୁଲିସ ଡିଜିଙ୍କ ନିକଟରେ ଫେରାଦ ହୋଇଥିଲେ ସଂପୃକ୍ତ ମହିଳା । ଶେଷରେ […]
ମହାନଦୀ ଜଳ ବିବାଦ ଆସନ୍ତା ୩୦ରେ ପରବର୍ତ୍ତୀ ଶୁଣାଣି ହେବ ।ଗତ ୨୦ ଏପ୍ରିଲ ଶୁଣାଣିରେ ଟ୍ରିବ୍ୟୁନାଲ ଦୁଇ ରାଜ୍ୟକୁ ମହାନଦୀ ଜଳ କୁ ନେଇ ସହମତି ଭିତ୍ତିକ ପ୍ରସଙ୍ଗ ଚୂଡ଼ାନ୍ତ କରିବା ପାଇଁ ଶେଷ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ, ଦୁଇ ରାଜ୍ୟ ପ୍ରସଙ୍ଗ ନିର୍ଣ୍ଣୟ କରିବାରେ ଯଦି ସକ୍ଷମ ନ ହୁଅନ୍ତି ତେବେ ଟ୍ରିବ୍ୟୁନାଲ ଯୋଗ୍ୟତା ଅନୁସାରେ ଆଗାମୀ ପ୍ରକ୍ରିୟା ଜାରି ରଖିବେ। ଜଷ୍ଟିସ ବେଲା ତ୍ରିବେଦୀଙ୍କ ଅଧ୍ୟକ୍ଷତା ରେ […]
ଭୋଟ ଗଣତି ପୂର୍ବରୁ ଦିଦିଙ୍କୁ ସୁପ୍ରିମ ଝଟକା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦାବିକୁ ଅଗ୍ରାହ୍ୟ କରିଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ। ମତଗଣନା ବେଳେ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ନିୟୋଜିତକୁ ବିରୋଧ କରି ମମତା ଯେଉଁ ଆବେଦନ କରିଥିଲେ, ତାକୁ କୋର୍ଟ ‘ଯୁକ୍ତି ସମ୍ମତ ନୁହେଁ’ ବୋଲି କହିଛନ୍ତି। ଆଉ ଦୁଇ ଦିନ ପରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ହେବ । ୨୯୪ ସିଟରେ ନୂଆ ବିଧାୟକ ବାଛିବେ ବଙ୍ଗ ଭୋଟର । […]
