author

ପିକନିକ୍ ଆସି ସମୁଦ୍ରରେ ବୁଡ଼ି ଛାତ୍ରୀଙ୍କ ମୃତ୍ୟୁ

ପିକନିକ୍ ଆସି ସମୁଦ୍ରରେ ବୁଡ଼ି ଛାତ୍ରୀଙ୍କ ମୃତ୍ୟୁ । ମୃତ ଛାତ୍ରୀ କଟକ ବକ୍ସି ବଜାର ବଣିଆ ସାହିର ଶିଳ୍ପାଶ୍ରୀ ସାହୁ । ପୁରୀ ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ଘଟିଛି ଅଘଟଣ । ମୃତଦେହ ଜବତ କରାଯାଇ ସଦର ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି । କୋଚିଂ ସେଣ୍ଟର ପିଲାମାନେ ପିକନିକ୍ ଆସିଥିଲେ । ଶିକ୍ଷକ ବିଶ୍ୱଜିତ୍ ସାହୁ ମଧ୍ୟ ଗୁରୁତର ହୋଇଛନ୍ତି ।ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଆଇପିଏଲ-୨୦୨୬ରେ ନିଲାମ ହୋଇଥିବା ୧୦ ସବୁଠୁ ଦାମୀ ଖେଳାଳୀ

ଆଇପିଏଲ ୨୦୨୬ ପାଇଁ ଶେଷ ହେଲା ନିଲମୀ । ୩୬୯ ଖେଳାଳିଙ୍କ ମଧ୍ୟରୁ ୭୭ ଖେଳାଳିଙ୍କୁ ଫ୍ରାଞ୍ଚାଇଜ ମାନେ ନିଜ ନିଜ ଦଳରେ ସାମିଲ କରିଛନ୍ତି । ବୁଧବାର ଆବୁଧାବିରେ ଆୟୋଜିତ ମିନି ଅକ୍ସନରେ ୫ ଜଣ ଖେଳାଳିଙ୍କୁ ୧୦ କୋଟି କିମ୍ବା ତା’ଠାରୁ ଅଧିକ ଟଙ୍କା ମିଳିଛି । ଏମାନଙ୍କ ମଧ୍ୟରେ ୩ ଜଣ ବିଦେଶୀ ଖେଳାଳି ଥିବାବେଳେ ୨ ଜଣ ଭାରତୀୟ ଅନକ୍ୟାପଡ ଖେଳାଳି ସାମିଲ ଅଛନ୍ତି । ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି […]

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍‌ ଘଟଣାରେ ହେବ କଠୋର ଦଣ୍ଡବିଧାନ: ମନ୍ତ୍ରୀ

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍‌ ଘଟଣା ପରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ମନ୍ତ୍ରୀ କହିଛନ୍ତି କଠୋର ଦଣ୍ଡବିଧାନ ପାଇଁ ଚିନ୍ତା କରୁଛନ୍ତି ସରକାର । କଠୋର ପଦକ୍ଷେପ ନେଇ କିପରି ବନ୍ଦ କରାଯିବ ଆଲୋଚନା ଚାଲିଛି ।ମନ୍ଦିର ପ୍ରଶାସନର ସ୍ପଷ୍ଟ ଚେତାବନୀ ସତ୍ତ୍ୱେ ବାରମ୍ବାର ନିୟମ ଉଲଂଘନ ହେଉଛିମ ଯେଉଁ କାର୍ଯ୍ୟକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି। “କିଛି ଲୋକ ନିୟମକୁ ଅବମାନନା କରି ମନ୍ଦିର ଭିତରେ ମୋବାଇଲ୍ ଫୋନ୍, କ୍ୟାମେରା ଏବଂ […]

ସରକାରଙ୍କ ବିରୁଦ୍ଧରେ ତୃଣମୂଳ ସ୍ତରରେ ଲଢେଇ କରିବାକୁ ନବୀନ ଆହ୍ୱାନ

ନବୀନ ନିବାସରେ ନୂଆପଡ଼ା ପରାଜୟର ଚର୍ଚ୍ଚା । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କଲେ ନୂଆପଡ଼ା ଜିଲ୍ଲା ସଭାପତି, ପ୍ରାର୍ଥିନୀ ଓ ଜିଲ୍ଲା ସ୍ତରୀୟ ସମସ୍ତ ନେତୃତ୍ୱ ।ଏହି ଅବସରରେ ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାମାନଙ୍କୁ ସାହସର ସହ କାମ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନର ସରକାରଙ୍କୁ ଭୟ ନକରି ସଙ୍ଗଠନକୁ ଅଧିକ ସୁଦୃଢ଼ କରିବା ଆବଶ୍ୟକ। ସରକାରଙ୍କ ବିରୋଧରେ ତୃଣମୂଳ ସ୍ତରରୁ ଲଢେଇ ଜାରି ରଖିବାକୁ ପଡ଼ିବ। […]

ଗ୍ୟାରେଣ୍ଟର ପଡି ସର୍ବସ୍ୱାନ୍ତ ହେଲେ ଜଣେ ବ୍ୟକ୍ତି

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବେଣୁଦା ଗାଁର ଯାଦବେନ୍ଦ୍ର ପ୍ରଧାନ ଶିଳ୍ପପତି ହେବା ପାଇଁ ବାଲେଶ୍ୱର କାନାଡା ବ୍ୟାଙ୍କରୁ ଋଣ ମଞ୍ଜୁର ପାଇଁ ଚିନ୍ତା କରିଥିଲେ। ଗ୍ୟାରେଣ୍ଟର ଦରକାର ହେବାରୁ ସେ ଖରିଦଚକ ଗାଁର ପ୍ରଭୁରାମ ଦେଙ୍କୁ ସାହାଯ୍ୟ ମାଗିଥିଲେ।ପ୍ରଭୁରାମଙ୍କ ଶ୍ୱଶୁର ଯୋଗେନ୍ଦ୍ର ନାଥ ପାଳଙ୍କ ଜରିଆରେ ୧୨ ଡିସିମିଲ ଘରବାଡିକୁ ବନ୍ଧା ପକାଇ ସେ ଋଣ କରିଥିଲେ। ଋଣ ନେବା ପରେ ଯାଦବେନ୍ଦ୍ର ପ୍ରଧାନ ଆଉ ଟଙ୍କା ବ୍ୟାଙ୍କକୁ ଦେଇପାରିନଥିଲେ। ଏହାପରେ ବ୍ୟାଙ୍କ ପ୍ରଭୁରାମଙ୍କୁ ବକେୟା […]

ସମୁଦ୍ରରେ କମିବ ପ୍ରଦୂଷଣ: କୋଷ୍ଟଗାର୍ଡର ଆଉ ଏକ ଅପରେସନ୍

ସମୁଦ୍ରରେ ପ୍ରଦୂଷଣ ରୋକିବାକୁ ଭାରତୀୟ ତଟ ରକ୍ଷକ ବାହିନୀ ଉତ୍ତର-ପୂର୍ବ ଅଞ୍ଚଳ ପକ୍ଷରୁ ବୁଧବାର ପ୍ରଦୂଷଣ ପ୍ରତିକ୍ରିୟା ଅଭ୍ୟାସ (ମକ ଡ୍ରିଲ) କରାଯାଇଛି। ପାରାଦୀପ ଉପକୂଳ ଠାରୁ ୩୫ କିମି ଗଭୀର ସମୁଦ୍ରରେ ଏହି ମକ୍ ଡ୍ରିଲ ଅନୁଷ୍ଠିତ ହୋଇଛି।ସ୍ବତନ୍ତ୍ର ଜାହାଜ ଓ ଡୋର୍ନିଅର ବିମାନ ସହ ଅତ୍ୟାଧୁନିକ ଯନ୍ତ୍ରପାତି ସହାୟତାରେ ଗଭୀର ସମୁଦ୍ରରୁ କିପରି ଅପରେସନ କରାଯିବ ସେ ନେଇ ଏକ୍ସରସାଇଜ୍ କରାଯାଉଛି। ଗଭୀର ସମୁଦ୍ରରୁ ଆରମ୍ଭ କରି ସମୁଦ୍ର ତଟ ପର୍ଯ୍ୟନ୍ତ ସ୍ବଚ୍ଛତା ବଜାୟ […]

ହୋମ ଗାର୍ଡ ପଦବୀ ପାଇଁ ପରୀକ୍ଷା ଦେଲେ ୮୦୦୦ ପରୀକ୍ଷାର୍ଥୀ

ବେକାରୀ ସମସ୍ୟାର ବିକଳ ଚିତ୍ର । ହୋମଗାର୍ଡ ପାଇଁ ବି-ଟେକ ଓ ଏମ-ଟେକ ଡିଗ୍ରୀଧାରୀ ପିଲା । ୧୮୭ ପଦବୀ ପାଇଁ ୮ ହଜାରରୁ ଅଧିକ ପରୀକ୍ଷାର୍ଥୀ । ତେବେ ସମସ୍ତେ ଗୋଟିଏ ସିଟିଂରେ ପରୀକ୍ଷା ଦେଇଥିବା ଜଣାପଡିଛି । ଆଶାୟୀଙ୍କୁ କୌଣସି ଲିଖିତ ପ୍ରଶ୍ନପତ୍ର ଦିଆଯାଇନଥିବାବେଳେ ପ୍ରଶ୍ନ ଡକାଯାଇଥିଲା । ସବୁଠାରୁ ବଡ଼ କଥା ହେଉଛି ହୋମଗାର୍ଡ ଚାକିରି ପାଇଁ ପଞ୍ଚମ ଶ୍ରେଣୀ ପାଠ ଶିକ୍ଷାଗତ ଯୋଗ୍ୟତା ଥିବା ବେଳେ ଗ୍ରାଜୁଏଟ ପିଲା ମଧ୍ୟ ପରୀକ୍ଷା […]

ଦିଲ୍ଲୀ ବାସଭବନ ନେଇ ସରକାରଙ୍କୁ ଘେରିଲା ବିଜେଡି

ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସଭବକୁ ନେଇ ପୁଣି ପ୍ରଶ୍ନ ଉଠାଇଲା ବିଜେଡି । ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ସ୍ୱାଧୀନତା ପରଠାରୁ ଓଡ଼ିଶାର କୌଣସି ମୁଖ୍ୟମନ୍ତ୍ରୀ ଏଭଳି ବାସଭବନ ନେଇ ନାହାନ୍ତି । କିନ୍ତୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କାହିଁକି ଏଭଳି ବ୍ୟବସ୍ଥା କରାଯାଇଛି । ଯାହାର ଅର୍ଥ ଓଡ଼ିଶା ତହବିଲରୁ ଯାଉଛି , ଯାହା ଦ୍ୱାରା ଓଡ଼ିଶାର କ୍ଷତି ହେବ । ବିଗତ ୨୪ ବର୍ଷ ଧରି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରହିଲେ। ସେ […]

ସାଇକେଲ ଧରି କାର୍ଯ୍ୟାଳୟରେ ପହଞ୍ଚିଲେ ଭଦ୍ରକ ଜିଲ୍ଲାପାଳ

ଆଜି ଭଦ୍ରକ ସହରରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ରାସ୍ତାରେ ସାଇକେଲରେ ଯାଉଥିଲେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ। ଲୋକେ ଏହି ଦୃଶ୍ୟକୁ ବେଶ୍ ଉପଭୋଗ ମଧ୍ୟ କରୁଥିଲେ।। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ବିଭିନ୍ନ ସମୟରେ ନୂଆ ନୂଆ କାର୍ଯ୍ୟକ୍ରମ କରି ବେଶ ଚର୍ଚ୍ଚାରେ ଥିଲାବେଳେ ଆଜି ସାଇକେଲରେ ନିଜ କାର୍ଯ୍ୟାଳୟକୁ ଆସି ପୁଣି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଛନ୍ତି । ସାଇକେଲ ଚଢି ନିଜ କର୍ମଚାରୀଙ୍କ ସହିତ ଜିଲ୍ଲାବାସୀଙ୍କୁ ନୂଆ ବାର୍ତ୍ତା ଦେଇଛନ୍ତି ଭଦ୍ରକ […]

ଋଣ ବୋଝରେ ଚାପି ହୋଇ ବିକିଦେଲେ କିଡ୍‌ନି

ଋଣ ବୋଝରେ ଚାପି ହୋଇ ଜଣେ ଚାଷୀ କିଡନି ବିକ୍ରି କରିବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାର ଏହି ଘଟଣା । ପୀଡ଼ିତ ଚାଷୀଙ୍କ ନାଁ ହେଉଛି ରୋଶନ ସଦାଶିବ କୁଡେ । ରୋଶନଙ୍କ ଅଭିଯୋଗ ସାହୁକାର ଋଣ ସୁଝିବା ଚାପରେ ତାଙ୍କୁ ନିଜର କିଡନି ବିକ୍ରି କରିବାକୁ ପଡ଼ିଛି । ପୁଲିସ ମୁତାବକ ଗତ ୨୦୨୧ରେ ଚିକିତ୍ସା ଓ ବ୍ୟବସାୟ ପାଇଁ ରୋଶନ ସୁଧରେ ଏକ ଲକ୍ଷ ଟଙ୍କା […]

ରାଜ୍ୟରେ ଜାନୁଆରୀ ୬ରୁ ଆରମ୍ଭ ହେବ ପକ୍ଷୀ ଗଣନା

ଆସନ୍ତା ଜାନୁଆରୀ ୬ ତାରିଖରୁ ହେବ ପକ୍ଷୀ ଗଣନା । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି, ଚିଲିକା, ନଳବଣ, ମଙ୍ଗଳାଯୋଡ଼ି, ହୀରାକୁଦ, ନନ୍ଦନକାନନ ପରି ସ୍ଥାନରେ ବିଦେଶୀ ପକ୍ଷୀଙ୍କ ଆଗମନକୁ ନେଇ ଗଣତି କରିବ ଜଙ୍ଗଲ ଓ ପରିବେଶ ବିଭାଗ । ପର୍ଯ୍ୟଟନ ବିଭାଗର ବି ସହଯୋଗ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।ଚଳିତ ବର୍ଷ ପକ୍ଷୀ ଗଣନା କାର୍ଯ୍ୟରେ ଜଙ୍ଗଲ […]

ଦିଲ୍ଲୀ ପ୍ରଦୂଷଣ: ଏବେ ଘରେ କାମ କରିବେ ୫୦% ସରକାରୀ କର୍ମଚାରୀ

ଦିଲ୍ଲୀ ସରକାର ରାଜଧାନୀରେ ନିରନ୍ତର ଭାବରେ ଉଚ୍ଚ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସରକାର ସମସ୍ତ କାର୍ଯ୍ୟାଳୟରେ 50% ଘରୁ କାମ କରିବା ବ୍ୟବସ୍ଥା ଲାଗୁ କରିଛନ୍ତି। ନିୟମ ଉଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । କିଛି ଦିନ ହେଲା ଦିଲ୍ଲୀ-ଏନସିଆରରେ ବାୟୂ ପ୍ରଦ୍ୟୁଷଣ ବଢ଼ିଚାଲିଛି । ପୂର୍ବରୁ ଅନଲାଇନରେ ନର୍ସରୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।ଦିଲ୍ଲୀର ବାୟୁ ଗୁଣବତ୍ତା […]