ମେଷକର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ। ବୃଷଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ […]
ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ ଗାଁ ର ଲୋକେ। ବେନିୟମ ଭାବେ କାର ରେ ଥୋଇ ଏହ ଚାଉଳ ନେବା ଉଦ୍ୟମ ପାଇଁ ଆଠଗଡ଼ ବ୍ଲକ ଶିକ୍ଷା ଅଧିକାରୀ କବିରାଜ ଜେନା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୀନା ଦେଇଙ୍କୁ ନିଲମ୍ବିତ କରିଛନ୍ତି। ଅଭିଯୋଗ ଅନୁସାରେ, ଶୁକ୍ରବାର ସକାଳେ ଛଅଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରିନା ଦେଇ କାର୍ ଲଗାଇ ଚାଉଳ ନେଉଥିଲେ । ୫ ବସ୍ତା ପ୍ରାୟ ଅଢ଼େଇ କ୍ଵିଣ୍ଟାଲ୍ […]
ଔଷଧ କମ୍ପାନୀ ନୋଭୋ ନରଡିସ୍କ ଭାରତରେ ମଧୁମେହ ଔଷଧ ଓଜେମ୍ପିକ୍ ଲଞ୍ଚ କରିଛି। ଯାହା ଟାଇପ୍ ୨ ମଧୁମେହ ଚିକିତ୍ସାରେ ଏକ ପ୍ରମୁଖ ପଦକ୍ଷେପ। କମ୍ପାନି ଏହାର ୦.୨୫ ଏମଜିର ସାପ୍ତାହିକ ଡୋଜର ମୂଲ୍ୟ ୨୨୦୦ ଟଙ୍କା ଧାର୍ଯ୍ୟ କରିଛି ।Ozempic ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ ପାଇଁ ଏକ ସାପ୍ତାହିକ ଇଞ୍ଜେକ୍ସନ ଅଟେ, ଯାହା ୨୦୧୭ରୁ ଆମେରିକା ସମେତ ଦୁନିଆର ଅନେକ ଦେଶରେ ଉପଲବ୍ଧ ହେବ ।ଭାରତୀୟ ବଜାରରେ ଏହି ଔଷଧ ୦.୨୫ ଏମଜି, ୦.୫ ଏମଜି […]
ଦିନକୁ ଦିନ ବଢୁଥିଲା ପ୍ରେମିକର ଯନ୍ତ୍ରଣା। ଅଶ୍ଳୀଳ ମେସେଜ୍, ତା ସାଙ୍ଗକୁ ଧମକ। ଆଉ ସହିହେଲାନି। ଏହି ମେସେଜ୍ ସବୁ ଏତେ ଅଶ୍ଳୀଳ ଯେ ଏହାକୁ ଦେଖାଇବା ମଧ୍ୟ ଅସମ୍ଭବ। ଯୁବକଙ୍କ ନିର୍ଯାତନା ଏତେ ବଢିଗଲା ଯେ ବଞ୍ଚିବା ତୁଚ୍ଛ ହୋଇଗଲା। ଶେଷରେ ପଲଙ୍କ ବାଡାରେ ଓଢଣୀ ଲଗାଇ ପ୍ରେମିକା ଶେଷ କରିଦେଲା ଜୀବନ। ଏଭଳି ଏକ ହୃଦୟବିଦାରକ ଘଟଣା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ବୋଡକ ପଞ୍ଚାୟତର ମୁଆଜିବ ଗାଁରୁ ଆସିଛି। ଏକମାତ୍ର ଝିଅ ଚାଲିଯିବା […]
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଛି ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ଚଳିତ ବର୍ଷ ୫୫୦ଟି ଷ୍ଟଲ ରହିଥିବା ବେଳେ ପୁସ୍ତକ ମହୋତ୍ସବରେ ୨୦୦ରୁ ଉର୍ଦ୍ଧ୍ୱ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଭାଗ ନେଇଛନ୍ତି।ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ପୁସ୍ତକ ମହୋତ୍ସବ ପରିଦର୍ଶନରେ ଯାଇ ୧୦୦ରୁ ଅଧିକ ବହି କିଣିଛନ୍ତି।ଏଥିସହ ମନ୍ତ୍ରୀ ଓଡ଼ିଆ ଭାଷା ପ୍ରତିଷ୍ଠାନ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର, ଓଡ଼ିଶା ରାଜ୍ୟ ଅଭିଲେଖାଗାର, […]
କେନ୍ଦ୍ର ସରକାର ମନରେଗା ଯୋଜନାର ନାମ ପରିବର୍ତ୍ତନ କରିବେ। ଶୁକ୍ରବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତିକୁ ଅନୁମୋଦନ କରାଯାଇଛି। ସରକାର ମନରେଗାର ନାମ ପରିବର୍ତ୍ତନ କରି ପୂଜ୍ୟ ବାପୁ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା କରିବେ, ଯାହା ଗ୍ରାମୀଣ ଗରିବ ଲୋକଙ୍କ ପାଇଁ ପ୍ରତିବର୍ଷ 125 ଦିନର କାମ ସୁନିଶ୍ଚିତ କରିବ। ଏହି ଯୋଜନା ପାଇଁ ସରକାର ₹1.51 ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରିବେ।ଏପରିକି ସରକାର ଯୋଜନାରେ ସର୍ବନିମ୍ନ ନିଯୁକ୍ତି ଦିବସକୁ ମଧ୍ୟ ବୃଦ୍ଧି କରିଛନ୍ତି। […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ” ୨୦୨୭ ଜନଗଣନା ସମ୍ପର୍କରେ ଏକ ନିଷ୍ପତ୍ତି ନିଆଯାଇଛି । ଏହି ଉଦ୍ଦେଶ୍ୟରେ ୧୧,୭୧୮ କୋଟି ଟଙ୍କାର ବଜେଟ୍ ପାରିତ ହୋଇଛି ।ପ୍ରଥମ ଥର ପାଇଁ ସାରା ଦେଶରେ ଡିଜିଟାଲ ଜନଗଣନା ହେବ। ଏଥିପାଇଁ ୩୦ ଲକ୍ଷ କର୍ମଚାରୀଙ୍କୁ ନିୟୋଜିତ କରାଯିବ। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ୨୦୨୭ରୁ ସାରା ଦେଶରେ […]
ରବିବାର ଓଡିଶା ଆସିବେ ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ । ସିଜେଆଇ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି । କଟକ ସହିଦ ଭବନରେ ହେବାକୁ ଥିବା ଆଲୋଚନା ଚକ୍ରରେ ଯୋଗଦେବେ । ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଆୟୋଜନ ହେବ ଆଲୋଚନା ଚକ୍ର ।କଟକ ଶହୀଦ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ମୁଖ୍ୟ ବକ୍ତା, ଆଡଭୋକେଟ ଜେନେରାଲ ବରିଷ୍ଠ ଆଇନଜୀବୀ […]
ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଉଭୟ ଜଣେ ଓଏଏସ୍ ଅଧିକାରୀଙ୍କଠାରୁ ୪ ଲକ୍ଷ ଟଙ୍କା ଠକି ନେଉଥିବାବେଳେ ଗିରଫ କରାଯାଇଛି। ଅଭିଯୁକ୍ତ ଦୁଇ ଜଣକ ସୁବର୍ଣ୍ଣପୁରର ଗଣେଶ ନନ୍ଦ ଏବଂ ପ୍ରଦୀପ ପଣ୍ଡା ବୋଲି ଜଣାପଡିଛି। ଗତକାଲି ଓଡ଼ିଶା ଭିଜିଲାନ୍ସ ଓ ରାଉରକେଲା ପୋଲିସର ମିଳିତ ଟିମ ଠକେଇ ଓ ଧମକ ଦେଇ ଟଙ୍କା ଆଦାୟ ଅଭିଯୋଗରେ ବୀରମହାରାଜପୁରରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏନେଇ ବଣେଇ […]
ମାଲକାନଗିରି ଏମଭି-୨୬ ହିଂସା ଘଟଣା , ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ । କେଭି ସିଂହଦେଓଙ୍କ ସହିତ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରିପୋର୍ଟ ଦେଇଛନ୍ତି । ଗତକାଲି ମାଲକାନଗିରି ଗସ୍ତରେ ଯାଇଥିଲେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଦୁଇ ଗୋଷ୍ଠୀ ସହ ଆଲୋଚନା କରିଥିଲେ । ଏବେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କଲେ ଦକ୍ଷିଣାଞ୍ଚଳ ଆରଡିସି […]
ରାଜ୍ୟରେ ବଢୁଛି ନାରୀ ନିର୍ଯାତନା। ବିଜେପି ଶାସନ କ୍ଷମତା ଆସିବା ପରଠାରୁ ପ୍ରତିଦିନ ଘଟିଚାଲିଛି ଅମାନବୀୟ ଘଟଣା। ହେଲେ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଆଜି ଏହି ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଛି ବିଜେଡି ଟିମ। ମହିଳାଙ୍କ ଉପରେ ବଢୁଥିବା ଅତ୍ୟାଚାର ସମ୍ପର୍କରେ ରାଜ୍ୟପାଳଙ୍କୁ ଦଳ ଅବଗତ କରାଇଛି । ଅନ୍ୟପଟେ ମାଲକାନଗିରିରେ ଦେଖାଦେଇଥିବା ହିଂସାତ୍ମକ ଘଟଣାର ଅନୁଧ୍ୟାନ ପାଇଁ ଯିବ ବିଜେଡି ପ୍ରତିନିଧିଦଳ । ଏହି ପ୍ରତିନିଧି ଦଳରେ ଜିଲ୍ଲା ସଭାପତି ମାନସ ମାଡ଼କାମୀ, ବରିଷ୍ଠ ନେତା […]
ଦିଲ୍ଲୀର ଅନେକ ଲୋକଙ୍କ ଠିକଣା ଏବେ ବଦଳିବାକୁ ଯାଉଛି । କାହିଁକି ନା ଦିଲ୍ଲୀରେ ଏବେ ଆଉ ୧୧ ଜିଲ୍ଲା ନୁହେଁ ବରଂ ରହିବ ୧୩ ଜିଲ୍ଲା । ଏହା ବ୍ୟତୀତ, ରାଜସ୍ୱ ଜିଲ୍ଲା ଏବଂ ନଗର ନିଗମର ସୀମା ଏବେ ସ୍ଥିର ରହିବ । ଦିଲ୍ଲୀରେ ଜିଲ୍ଲା ସଂଖ୍ୟା ବୃଦ୍ଧି ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ ଏହା ଶାସନକୁ ଆହୁରି ସୁଗମ କରିବ। ଦିଲ୍ଲୀରେ ଯୋଡ଼ା ଯାଇଥିବା ତିନୋଟି ନୂଆ ଜିଲ୍ଲା […]
