ଜନଗଣନାରେ ନିୟୋଜିତ କର୍ମଚାରୀଙ୍କୁ ସୁରକ୍ଷା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଚିଠି ଲେଖିଛି । ଏପ୍ରିଲ ୧୬ରୁ ଆରମ୍ଭ ହୋଇଥିବା ଜନଗଣନା ମେ ୧୫ ଯାଏଁ ଚାଲିବ । ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁଥିବା ବେଳେ କାମାକ୍ଷାନଗରରେ ଜନଗଣନା କରିବାକୁ ଯାଇଥିବା ବେଳେ ମରଣାତ୍ମକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ଜଣ ଜନଗଣନା କର୍ମଚାରି ଆହତ ହୋଇଥିବା ବେଳେ ଏଥିରେ ୨ଜଣ ମହିଳା […]
କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ଖୁବ୍ଶୀଘ୍ର ବାଲି କଢ଼ାଯିବ ସୂଚନା ମିଳିଛି । ଏନେଇ ସମସ୍ତ ବୈଷୟିକ କାର୍ଯ୍ୟ ଶେଷ ହୋଇଥିବା ଏଏସ୍ଆଇ ପକ୍ଷରୁ କୁହାଯାଇଛି ।ପୂର୍ବରୁ ମନ୍ଦିରର ପଶ୍ଚିମ ପାଖ କାନ୍ଥରେ ଡ୍ରିଲିଂ କରାଯାଇ ବାଲିର ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ସେଠାରୁ ବାଲିର ନମୁନା ସଂଗ୍ରହ କରାଯାଇ ଗତବର୍ଷ ଡିସେମ୍ବର ୮ରେ ପରୀକ୍ଷା ପାଇଁ ଆଇଆଇଟି ମାଡ୍ରାସ୍ ଲ୍ୟାବ୍କୁ ପଠାଯାଇଥିଲା। ରିପୋର୍ଟ ଅନୁଯାୟୀ ଭିତରେ ଥିବା ବାଲିଗୁଡ଼ିକ ପୂର୍ବପରି ସୁରକ୍ଷିତ ରହିଛି ଏବଂ ବାଲି କାଢ଼ିଲେ ମନ୍ଦିର […]
ଆଜି ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଗୋଟିଏ ବର୍ଷ ପୂରିଛି । ଆକ୍ରମଣର ପ୍ରଥମ ବାର୍ଷିକୀରେ ଭାରତ ପହଲଗାମ ସହିଦଙ୍କୁ ଭୁଲିନାହିଁ ।ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରଥମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୀଡିତମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି, ସେମାନଙ୍କୁ କେବେ ଭୁଲି ହେବ ନାହିଁ। ଭାରତ କେବେ ବି କୌଣସି ପ୍ରକାରର ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ। ଆତଙ୍କବାଦୀଙ୍କ ଘୃଣ୍ୟ ଯୋଜନା କେବେବି ସଫଳ ହେବ ନାହିଁ। ଏହି ଦୁଃଖର ମୁହୂର୍ତ୍ତରେ, ତାଙ୍କର […]
OCACରେ ଦୁର୍ନୀତି ଅଭିଯୋଗ ମାମଲାରେ ରିପୋର୍ଟ ତଲବ । ଭର୍ଚୁଆଲ୍ କ୍ଲାସରୁମ୍ ସେଟଅପରେ ଘୋଟାଲା ଅଭିଯୋଗ ମାମଲାରେ ରିପୋର୍ଟ ମାଗିଲେ ବଭାଗୀୟ ମନ୍ତ୍ରୀ । ୭ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, OCACରେ ‘ଭର୍ଚୁଆଲ୍ କ୍ଲାସରୁମ୍’ ପ୍ରସ୍ତୁତିରେ ଆସିଥିବା ଦୁର୍ନୀତି ଅଭିଯୋଗ ନେଇ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସମ୍ପର୍କରେ ବିଭାଗୀୟ ସଚିବଙ୍କୁ ଆସନ୍ତା ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି ।ଆମ ସରକାର ଦୁର୍ନୀତିକୁ ପ୍ରଶୟ ଦିଏ […]
ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ଲହରୀ ଜାରି ରହିଛି। ସକାଳ ୯ଟା ବେଳକୁ ଖରା ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି। ତେବେ ଆସନ୍ତା ୪ଦିନ ଅର୍ଥାତ୍ ୨୫ ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ସେହିପରି ଆସନ୍ତା ୪ ଦିନ ଯାଏ ତାତି ଓ ଗୁଳୁଗୁଳିରୁ ନିସ୍ତାର ମିଳିବନି । ଏହାପରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସେହିଭଳି […]
ବାହାନ ଡାଟାବେସ୍ ବର୍ଗୀକରଣ ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟର ନୂଆ ନିୟମ । ଦୀର୍ଘବର୍ଷ ଧରି ବୀମା ଓ ପ୍ରଦୂଷଣ ପ୍ରମାଣପତ୍ର ହୋଇନଥିଲେ ଅଚଳ ହୋଇଯିବ ଗାଡ଼ିର ପଞ୍ଜୀକରଣ । ବାହନ ଡାଟାବେସ୍ର ହେବ ବର୍ଗୀକରଣ। ଯାହାଫଳରେ ରାଜ୍ୟରେ ଏବେ ପାଖାପାଖି ୮ଲକ୍ଷ ଗାଁଡ଼ି ଏହି ନୂଆ ନିୟମ ଦ୍ବାରା ପ୍ରଭାବିତ ହେବାକୁ ଯାଉଛନ୍ତି । ନୂଆ ନିୟମ ଅନୁସାରେ, ଗାଡ଼ିଗୁଡିକୁ ପରମାନେଣ୍ଟ ଆର୍କାଇଭ, ଟେମ୍ପରାରି ଆର୍କାଇଭ୍, ଆକ୍ଟିଭ୍ ନନ୍-କମ୍ପ୍ଲାଏଣ୍ଟ, ଆକ୍ଟିଲ୍ କମ୍ପ୍ଲାଏଣ୍ଟ ଏପରି ୪ […]
ହର୍ମୁଜ୍ ପ୍ରଣାଳୀ ଉପରେ ଘନିଷ୍ଠ ହେଉଥିବା ସଙ୍କଟ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ସେ ଘୋଷଣା କରିଛନ୍ତି ଯେ ଇରାନ ଆମେରିକା ନିକଟରେ ପ୍ରସ୍ତାବ ଉପସ୍ଥାପନ ନ କରିବା ପର୍ଯ୍ୟନ୍ତ ଏବଂ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଏହି ଯୁଦ୍ଧବିରତି ବଳବତ୍ତର ରହିବ। କିନ୍ତୁ ସାମୁଦ୍ରିକ ନାକାବନ୍ଦୀ ଜାରି ରହିବ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ […]
ମେଷ : ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ। ବୃଷ : ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର […]
ଏଥର ଖରା ଛୁଟିରେ ପିଲାଏ ପଢ଼ିବେ ହ୍ବାଟ୍ସଆପ୍ ମାଧ୍ୟମରେ ପାଠ। ପିଲାଙ୍କୁ ହ୍ବାଟ୍ସଆପରେ ଦିଆଯିବ ସମର ଲର୍ଣ୍ଣିଂ। ଏନେଇ ମଙ୍ଗଳବାର ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ବା ଓସେପା ତରଫରୁ ଜାରି ହୋଇଛି ମାର୍ଗଦର୍ଶିକା।ହ୍ବାଟ୍ପଆପ୍ ଜରିଆରେ କ୍ଲାସ ଅନୁସାରେ ଦିଆଯିବ ପାଠ ଏବଂ ଅଡିଓ ଭିଜୁଆଲ ତଥ୍ୟ । ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ଯାଏଁ ସମର ଲର୍ଣ୍ଣିଂ ପ୍ରୋଗ୍ରାମ ଫର ଷ୍ଟୁଡେଣ୍ଟସ କାର୍ଯ୍ୟକ୍ରମର ଟାଇମ ଟେବୁଲ ପ୍ରକାଶିତ । ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ […]
ନୟାଗଡ଼, (ଓଡ଼ିଶା ଦର୍ପଣ):ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ସଭାକକ୍ଷରେ କଳା, ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ତଥାସ୍ତୁ ଓ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର ଓଡ଼ିଆ ଭାଷା, ସାହିତ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଉଦ୍ଘାଟିତ ହୋଇଯାଇଛି ଶିକ୍ଷାନବିଶ କାର୍ଯ୍ୟକ୍ରମ। ଓଡ଼ିଆ ଭାଷାରେ ସୃଜନ ଓ ବ୍ୟାକରଣ ଦକ୍ଷତା ଅଭିବୃଦ୍ଧି ପ୍ରଶିକ୍ଷଣ ଆଧାରିତ ଏହି ଶିକ୍ଷାନବିଶ କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସ୍ମିତାରାଣୀ ରାଉତରାୟ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ। ବିଭାଗୀୟ ମୁଖ୍ୟ ବିକେଶ କୁମାର ସାହୁ କାର୍ଯ୍ୟକ୍ରମ […]
ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ପରେ ଆଜି ପ୍ରଥମ ଦିନରେ ପୁରୀରେ ବିଧିବଦ୍ଧ ଭାବରେ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । କରତ ଶବ୍ଦରେ ଚଳଚଞ୍ଚଳ ହେଉଛି ରଥଖଳା । ଗତକାଲି ପବିତ୍ର ଅକ୍ଷୟ ତୃତୀୟାରେ ପରମ୍ପରା ଅନୁଯାୟୀ ରଥନିର୍ମାଣ ଅନୁକୂଳ ହୋଇଥିଲା ।ପ୍ରଥମ ଦିନରେ ମହଜୁଦ ଥିବା ୨୨ ଗୋଟି ତୁମ୍ବ କାଠକୁ କରତରେ ମାପ ଅନୁଯାୟୀ କାଟିବେ କରତିଆ ସେବକ।୪୨ ଟି ତୁମ୍ବ ପ୍ରସ୍ତୁତ ହେବ ।ଏହାପରେ ସୂତା ବାଡିଆ ହୋଇ […]
ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଥାନା ଅଞ୍ଚଳର ବହୁଚର୍ଚ୍ଚିତ ମୂକ ବଧିର,ମାନସିକ ଭିନ୍ନକ୍ଷମ ନାବାଳିକାଦୁଷ୍କର୍ମଘଟଣାର ଅଭିଯୁକ୍ତକୁ ଗୋବିନ୍ଦପୁର ପୁଲିସ ତାଙ୍କ ଘରୁ ଗିରଫ କରିଛି । ଅଭିଯୁକ୍ତ ପୀଡ଼ିତାର ନିଜର ବଡ଼ବାପା।ସୂଚନାଯୋଗ୍ୟ, କିଛି ଦିନ ତଳେ ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ସମେତ ମୋଟ ୭ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱର ସ୍ଥିତ ଲ୍ୟାବକୁ ପଠାଯାଇଥିଲା। ସେଥିରୁ ପ୍ରମାଣ ମିଳିବା ପରେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତକୁ ପୁଲିସ କୋର୍ଟ ଚାଲାଣ କରିବ।
