ଆପଲ୍ର ୧୫ ବର୍ଷ ଧରି ନେତୃତ୍ୱ ନେବା ପରେ ଟିମ୍ କୁକ୍ ସିଇଓ ପଦ ଛାଡିବା ନିଷ୍ପତ୍ତି ଘୋଷଣା କରିଛନ୍ତି । ୨୦୧୧ ମସିହାରେ ଷ୍ଟିଭ୍ ଜବସ୍ଙ୍କ ମୃତ୍ୟୁ ପରେ କମ୍ପାନିର ଦାୟିତ୍ୱ ନେଇଥିବା କୁକ୍ ଆପଲ୍କୁ ଏକ ଉଚ୍ଚତାରେ ପହଞ୍ଚାଇଛନ୍ତି । ଏବେ ସେପ୍ଟେମ୍ବର ୧ ତାରିଖରୁ, ହାର୍ଡୱେର୍ ଇଞ୍ଜିନିୟରିଂର ବରିଷ୍ଠ ଉପାଧ୍ୟକ୍ଷ ଜନ୍ ଟର୍ନସ୍ କମ୍ପାନିର ନୂତନ ସିଇଓ ହେବେ। ଏହି ଖବର ଆପଲ୍ର ଭବିଷ୍ୟତ ଏବଂ ଟେକ୍ ଜଗତରେ ଏକ ବଡ଼ ପରିବର୍ତ୍ତନର […]
ନାବାଳକ ପ୍ରେମିକର ହାଇଡ୍ରାମା। ପ୍ରେମ ପାଇଁ ପ୍ରାୟ ୧୦୦ ଫୁଟ ଉଚ୍ଚ ପଟାସ ଗଛର ଶୀର୍ଷରେ ଚଢିଗଲା ନାବାଳକ। ପ୍ରେମିକାକୁ ନଡାକିଲେ ଗଛ ଉପରେ ଗାମୁଛା ଲଗାଇ ଆତ୍ମହତ୍ୟା କରିବାକୁ ଦେଲା ଧମକ। ଆଜି ସକାଳୁ ସକାଳୁ ଏମିତି କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ସହରରେ। ସୂଚନା ଅନୁସାରେ ସମ୍ବଲପୁର ରେଢ଼ାଖୋଲ ଅଞ୍ଚଳର ଜଣେ ନାବାଳକ କିଛି ଦିନ ତଳେ ନିଜ ପ୍ରେମିକା ସହ ଘରୁ ଫେରାର ହୋଇଯାଇଥିଲା।ରେଳବାଇ ପୁଲିସ ଉଭୟଙ୍କୁ ଉଦ୍ଧାର କରି […]
ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଖରାକୁ ଦେଖି ସ୍କୁଲ ଛୁଟି ଘୋଷଣା । ୪୦ ଡିଗ୍ରୀ ଉପରେ ରହିଛି ଅଧା ଓଡ଼ିଶା ।ଦିନରେ ଗରମ ଓ ଗୁଳୁଗୁଳି, ଅପରାହ୍ନରୁ କାଳବୈଶାଖୀ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ତେବେ ଆସନ୍ତା ୪ ଦିନ ଧରି ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା […]
ମେଷ : ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ହାତକୁ ନେଇଥିବା ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ସୁଭଫଳ ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ ଶତ୍ରୁତା କରିଥିବା ଲୋକ ଠାରୁ ଦୂରେଇ ରୁହନ୍ତୁ ବୃଷ : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ […]
ପ୍ରକାଶ ପାଇଲା JEE ମେନ୍ ୨୦୨୬ ସେସନ୍ ୨ ଫଳାଫଳ । ସୋମବାର ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପରୀକ୍ଷା ଫଳ ଜାରି କରିଛି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଅଫିସିଆଲ୍ JEE ମେନ୍ ୱେବସାଇଟ୍ jeemain.nta.nic.in ଏବଂ nta.ac.inରୁ ଫଳାଫଳ ଜାଣିପାରିବେ।JEE ମେନ୍ ଦେଶର ସବୁଠାରୁ ବଡ଼ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ମଧ୍ୟରୁ ଗୋଟିଏ। ପ୍ରତିବର୍ଷ, ଲକ୍ଷ ଲକ୍ଷ ଛାତ୍ରୀଛାତ୍ର ଦେଶର ପ୍ରତିଷ୍ଠିତ ଇଞ୍ଜିନିୟରିଂ ପ୍ରତିଷ୍ଠାନରେ ପ୍ରବେଶ ପାଇଁ ଏହି ପରୀକ୍ଷା ଦିଅନ୍ତି।JEE ମେନ୍ ୨୦୨୬ ସେସନ୍ […]
ବ୍ରହ୍ମପୁର କୋର୍ଟରେ ଜଣେ ଯୁବକଙ୍କ ଆତଙ୍କରାଜ । ମାରଣାସ୍ତ୍ର ଧରି ଗୋଡାଉଥିବା ବେଳେ କାବୁ କରିଲେ ଆଇନଜୀବୀ । ଆଇନଜୀବୀ ମାନେ ଯୁକକକୁ କାବୁ କରିବା ପରେ ପୋଲିସ ହସ୍ତାନ୍ତର କଲେ । କିଛି ସମୟ ପାଇଁ କୋର୍ଟ ପରିସରରେ ଭୟର ବାତାବରଣ ଦେଖିବାକୁ ମିଳିଛି।ପ୍ରାଥମିକ ତଦନ୍ତରୁ ସେ ଜଣେ ଗଛ କଟାଳି ବୋଲି ଜଣାପଡିଛି । ସେ ମାତ୍ରାଧିକ ନିଶାପନ କରି ଏଭଳି କାଣ୍ଡ ଘଟାଇଥିବା ନେଇ ଅନୁମାନ କରାଯାଉଛି । ତେବେ ତାଙ୍କୁ କୋର୍ଟ […]
ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲରେ ଶୁଣାଣି । ଓଡିଶା ପାଇଁ ପକ୍ଷ ରଖିଲେ ଏଜି ପୀତାମ୍ବର ଆଚାର୍ଯ୍ୟ । ମହାନଦୀରେ କେତେ ଜଳ ସଂଗୃହୀତ ହେଉଛି ଜଣାଇବାକୁ କହିଥିଲେ । ତଥ୍ୟ ଦେବାକୁ କମ ସମୟ ଥିବାରୁ ଉଭୟ ରାଜ୍ୟ ସମୟ ମାଗିଛନ୍ତି । ଦୁଇ ରାଜ୍ୟ ମଧ୍ୟରେ ପାଖାପାଖି ସହମତି ହୋଇ ସାରିଛି । ମେ ୨ ତାରିଖରେ ଏନେଇ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।ଏହା ପୂର୍ବରୁ ଫେବୃଆରୀ ୨୬ରୁ […]
ଫିଲ୍ମ ନିର୍ମାତା ଆଟଲିଙ୍କ ଘରକୁ ଆଉ ଏକ ଖୁସି ଖବର ଆସିଛି । ଆଟଲି ଏବଂ ତାଙ୍କ ସ୍ତ୍ରୀ ପ୍ରିୟା ଆଟଲି ଘରକୁ କୁନି ଅତିଥିଙ୍କୁ ସ୍ବାଗତ କରିଛନ୍ତି । ଜାନୁଆରୀ ୨୦୨୩ରେ ସେମାନଙ୍କ ପୁଅ ମିରଙ୍କୁ ସ୍ୱାଗତ କରିବା ପରେ, ଦମ୍ପତି ଇନଷ୍ଟାଗ୍ରାମରେ ଘୋଷଣା କରିଛନ୍ତି ଯେ ଏପ୍ରିଲ ୨୦ ତାରିଖରେ ଏକ କନ୍ୟା ସନ୍ତାନ ସ୍ୱରୂପ ଆଶୀର୍ବାଦ ପାଇଛନ୍ତି ।ଏଟଲି ଓ ପ୍ରିୟା ଇନଷ୍ଟାଗ୍ରାମରେ ଏକ ସ୍ୱିଟ୍ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ […]
ପବିତ୍ର ଅକ୍ଷୟ ତୃତୀୟା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଏହି ଅବସରରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରାଯାଇଛି। ମଧ୍ୟାହ୍ନ ଧୂପ ବଢିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ପୂଜାପଣ୍ଡା ସେବାୟତମାନେ ରଥଖଳା ଠାରେ ପହଞ୍ଚିବା ପରେ ସେଠାରେ ସୁନା କୁରାଢିରେ ରଥନିର୍ମାଣ କାର୍ଯ୍ୟର ଅନୁକୂଳ କରିଥିଲେ। ସେହିପରି ଆଜିଠୁ ଚନ୍ଦନ ଯାତ୍ରା ଆରମ୍ଭ ହେବ । ଶ୍ରୀବିଗ୍ରହଙ୍କ ଚଳନ୍ତି ପ୍ରତିମା ମଦନ ମୋହନ , ରାମ ,କୃଷ୍ଣ, ଶ୍ରୀଦେବୀ ,ଭୂଦେବୀ ଓ […]
ଏକତରଫା ଭାବେ ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା ପରେ ପ୍ରତିହିଂସା ପରାୟଣ ହୋଇ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଛି ଯୁବକ ।ପୀଡ଼ିତା ନାବାଳିକା ଟିଉସନରୁ ଫେରୁଥିବା ବେଳେ ତାଙ୍କୁ ଟେକି ନେଇ ଦୁଷ୍କର୍ମ | ନାବାଳିକାଙ୍କ ପାଟି ଶୁଣି ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି କାମାନ୍ଧ ଯୁବକକୁ କାବୁ କରି ପୁଲିସ ଜିମା ଦେବା ସହ ମୁମୂର୍ଷୁ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି ବଡ଼ମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । […]
ରାଜସ୍ଥାନର ବାଲୋତରା ଜିଲ୍ଲାରେ ଥିବା ପଚପଦରା ତୈଳ ବିଶୋଧନାଗାରରେ ଭୟଙ୍କର ଅଗ୍ନିକାଣ୍ଡ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୨୧ ତାରିଖରେ ଏହାକୁ ଉଦଘାଟନ କରିବା ନେଇ କାର୍ଯ୍ୟକ୍ରମ ରହିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ଘଟଣା ସ୍ଥଳରେ ଦମକଳ ଗାଡ଼ି ନିଆଁ ଲିଭାଇବାକୁ ଚେଷ୍ଟା କରୁଛି । ମୁଖ୍ୟମନ୍ତ୍ରୀ ଭଜନ ଲାଲ ଅପରାହ୍ନ ୪:୩୦ରେ ରିଫାଇନାରୀରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ଏହାର କିଛି ସମୟ ପୂର୍ବରୁ ଏହି ଦୁର୍ଘଟଣା ଘଟିଥିଲା। […]
ଛତିଶଗଡ଼ରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି । ଛତିଶଗଡ଼ ଜଶପୁର ଜିଲ୍ଲାରେ ଏକ ବିମାନ ଦୁର୍ଘଟଣା ଘଟିଛି । ଆରା ପାହାଡ଼ରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନଟି ଖୁରାସଗଡ଼ା ଗାଁ ନିକଟସ୍ଥ ଜଙ୍ଗଲରେ ଏକ ଗଛ ସହ ଧକ୍କା ହେବା ପରେ ଜଳିଯାଇଛି । ଦୁର୍ଘଟଣା ନେଇ ଖବର ମିଳିବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛି । ସୂଚନାମୁତାବକ ଗ୍ରାମବାସୀଙ୍କ ଅନୁଯାୟୀ, ଜଶପୁରର ନାରାୟଣପୁର ଅଞ୍ଚଳର ରତନପାହାଲି ଜଙ୍ଗଲରେ […]
