author

ଛତିଶଗଡ଼ରେ ପ୍ଲେନ୍ କ୍ରାସ୍, ହଠାତ୍ ପାହାଡ ସହ ମାଡ଼ ହୋଇଗଲା ଘରୋଇ ବିମାନ

ଛତିଶଗଡ଼ରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି । ଛତିଶଗଡ଼ ଜଶପୁର ଜିଲ୍ଲାରେ ଏକ ବିମାନ ଦୁର୍ଘଟଣା ଘଟିଛି । ଆରା ପାହାଡ଼ରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନଟି ଖୁରାସଗଡ଼ା ଗାଁ ନିକଟସ୍ଥ ଜଙ୍ଗଲରେ ଏକ ଗଛ ସହ ଧକ୍କା ହେବା ପରେ ଜଳିଯାଇଛି । ଦୁର୍ଘଟଣା ନେଇ ଖବର ମିଳିବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛି । ସୂଚନାମୁତାବକ ଗ୍ରାମବାସୀଙ୍କ ଅନୁଯାୟୀ, ଜଶପୁରର ନାରାୟଣପୁର ଅଞ୍ଚଳର ରତନପାହାଲି ଜଙ୍ଗଲରେ […]

ପ୍ଲାଷ୍ଟିକ ମଶିଣାରେ ଲୁଚାଇ ଗଞ୍ଜେଇ ଚାଲାଣ

ଗଞ୍ଜେଇ ଚାଲାଣର ନୂଆ ଟ୍ରିକ୍। ଫେରିବାଲା ସାଜି କରୁଥିଲା ଗଞ୍ଜେଇ ଚାଲାଣ। ପ୍ଲାଷ୍ଟିକ ମଶିଣାରେ ଲୁଚାଇ ଚାଲାଣ ବେଳେ ମାଡି ବସିଲା ପୋଲିସ। ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଂଚଳରୁ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।ଉକ୍ତ ଫେରୀଵାଲା ମଧ୍ୟ ପ୍ରଦେଶର ନିବାସୀ ହୋଇଥିବା ବେଳେ ସେ ପଡ଼ୋଶୀ ବୌଦ୍ଧ ଜିଲ୍ଲାରୁ ଏକ ମୋଟରସାଇକେଲରେ ଚାଲାଣ କରୁଥିଲା ।ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ କାର୍ଯ୍ୟ କରି, ତରଭା ଥାନାର ଏକ ଦଳ ତରଭା ଅଞ୍ଚଳରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକାଇଥିଲା। ଏକ […]

ଭୁବନେଶ୍ୱର ଫେରିଲେ  ନବୀନ ପଟ୍ଟନାୟକ

ଭୁବନେଶ୍ୱର ଫେରିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଗତ ୧୦ ତାରିଖରେ ଅସୁସ୍ଥ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିଲେ ।ନବୀନଙ୍କ ଦିଲ୍ଲୀ ଗସ୍ତ ସମୟରେ ମାନସ ମଙ୍ଗରାଜଙ୍କୁ ବିଜେଡି ସଂସଦୀୟ ଦଳ ନେତା ଦାୟିତ୍ବ ଦିଆଯାଇଥିଲା । ତାଙ୍କୁ ସଂଦଦୀୟ ଦଳ ନେତା ଭାବେ ଚୟନ କରିଥିଲେ ନବୀନ ପଟ୍ଟନାୟକ ।

ଅକ୍ଷୟ ତୃତୀୟାରେ କମିଲା ସୁନା ଦର

ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୁପାର ନୂଆ ଦର । ଓଡିଶାର ରାଜଧାନୀ ଭୁବନେଶ୍ଵରରେ ୨୪ କ୍ୟାରେଟ୍ ସୁନା ଦର ଦଶ ଗ୍ରାମ୍ ପ୍ରତି ୪୯୦ ଟଙ୍କା କମି ୧ ଲକ୍ଷ ୫୫ ହଜାର ୨୯୦ ଟଙ୍କା ହୋଇଛି। ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୪୫୦ ଟଙ୍କା କମି ୧ ଲକ୍ଷ ୪୨ ହଜାର ୩୫୦ ଟଙ୍କା ହୋଇଛି। ଗତକାଲି ଦର ୧ ଲକ୍ଷ ୪୨ ହଜାର […]

ଏତେ ସଂଖ୍ୟାରେ ଚାଷୀ କାହିଁକି ବାଦ୍ ପଡ଼ିଲେ । ୫୧ ଲକ୍ଷରୁ ଏକାଥରକେ ୪୧ ଲକ୍ଷକୁ ଆସିଗଲା: ପ୍ରସନ୍ନ

ରାଜ୍ୟ ସରକାରଙ୍କୁ ବିଜେଡିର ପ୍ରଶ୍ନ । ସିଏମ କିଷାନ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ହ୍ରାସକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି ।ଗତ ଥର ସିଏମ୍‌ କିଷାନ କିସ୍ତି ଜରିଆରେ ୫୧ ଲକ୍ଷରୁ ଅଧିକ ଚାଷୀଙ୍କ ସହାୟତା ରାଶି ବଣ୍ଟନ କରିଥିଲେ ରାଜ୍ୟ ସରକାର । କିନ୍ତୁ ଚଳିତ ଥର ୪୨ ଲକ୍ଷ ୬୮ ହଜାର ୫ ଶହ ୪୨ ଜଣ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି ସରକାର । ଗତ ଥର ତୁଳନାରେ ଏଥର ପାଖାପାଖି […]

ଆସନ୍ତାକାଲି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆସନ୍ତାକାଲି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁନ୍ଦରଗଡ ଜିଲ୍ଲା ରାଉରକେଲାରେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି । ରାଷ୍ଟ୍ରପତିଙ୍କ ଦିନିକିଆ ଗସ୍ତକୁ ନଜରରେ ରଖି କଟକଣା ଜାରି କରିଛନ୍ତି ଜିଲ୍ଲାପାଳ ।ରାଷ୍ଟ୍ରପତିଙ୍କ ଗସ୍ତକୁ ସଫଳ କରିବା ପାଇଁ ୬ ଜଣ ଏସ୍‌ପିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ୫୧ଜଣ ଇନ୍ସପେକ୍ଟର ନିୟୋଜିତ ହେବେ। ଏଥିସହ ୯ଜଣ ଅତିରିକ୍ତ ଏସ୍‌ପି, ୮ଶହ ହୋମଗାର୍ଡ ଏବଂ ୨ଶହରୁ ଊର୍ଦ୍ଧ୍ୱ ବିଭିନ୍ନ ପୋଲିସ କର୍ମଚାରୀ ଉପସ୍ଥିତ […]

ଚାଷୀଙ୍କ ପାଇଁ ବଡ଼ ଖୁସି ଖବର : ମିଳିଲା ସିଏମ୍‌ କିଷାନ ଟଙ୍କା

ଆଜି ହେଉଛି ଅକ୍ଷୟ ତୃତୀୟା । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସ୍ତରୀୟ କୃଷକ ଦିବସ ଉତ୍ସବ ପାଳନ ଅବସର‌ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ କିଷାନର ସହାୟତା ରାଶି ଚାଷୀଙ୍କୁ ପ୍ରଦାନ କରିଛନ୍ତି।୪୧ ଲକ୍ଷ ୬୮ ହଜାର ଚାଷୀଙ୍କୁ ମିଳିଲା ସିଏମ୍ କିଷାନ ଟଙ୍କା । ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟ ଗଲା ସିଏମ୍‌ କିଷାନ ଟଙ୍କା । କଟକରେ ରାଜ୍ୟସ୍ତରୀୟ କୃଷକ ଦିବସରେ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ । ମୋଟ […]

ଓଡ଼ିଶାରେ ଭୋଟର ତାଲିକାରୁ କଟିଗଲା ୯ ଲକ୍ଷରୁ ଅଧିକ ନାଁ

ବାଦ୍ ପଡ଼ିଥିବା ଭୋଟରଙ୍କୁ ଯାଞ୍ଚ ପାଇଁ ନିର୍ଦ୍ଦେଶ । ଭୋଟର ତାଲିକାରୁ ୯.୮ ଲକ୍ଷ ଭୋଟର କଟିବା ପରେ ଚିନ୍ତାରେ ପଡ଼ିଛି ଗୃହ ବିଭାଗ । ବିଭାଗ ପକ୍ଷରୁ କୁହାଯାଇଛି ଯେ, ଇଲେକ୍ଟର ମ୍ୟାପିଂ ପ୍ରକ୍ରିୟା ଆରମ୍ଭ ପରଠାରୁ ପ୍ରାୟ ୯.୮ ଲକ୍ଷ ନାମ କଟିଯାଇଛି। କିନ୍ତୁ ଏଥିରେ ଅନେକ ତୃଟି ନେଇ ଅଭିଯୋଗ ମିଳିଛି। ଅନେକ ମାମଲାରେ ଜୀବିତ ଓ ସ୍ଥାନୀୟ ଭୋଟରଙ୍କ ନାମ କଟାଯାଇଥିବା ସହିତ ବିଏଲଓ ମାନେ ତୃଣମୂଳ ସ୍ତରରେ ଯାଞ୍ଚ କରିନଥିବା […]

ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ

ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ । କଟକ ସ୍ଥିତ CRRI କ୍ୟାମ୍ପସ ମଧ୍ୟରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ମଧ୍ୟ ଉପସ୍ଥିତ ରହିଥିଲେ । ପୂଜାର୍ଚ୍ଚନା, ହୋମଯଜ୍ଞ ପରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଆଜି ଅକ୍ଷୟ ତୃତୀୟା ଅବସରରେ କଟକର ବିଦ୍ୟାଧରପୁରରେ ଥିବା କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ ବା CRRIରେ ରାଜ୍ୟସ୍ତରୀୟ କୃଷକ ଦିବସ ପାଳନ କରାଯାଇଛି ।ଯୋଗ୍ୟ ଚାଷୀଙ୍କୁ […]

ଜନଗଣନାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ

ଜନ ଗଣନା କରିବାକୁ ଯାଇ ନିଖୋଜ ଶିକ୍ଷୟତ୍ରୀ । ତିନି ଦିନ ହେଲାଣି ମିଳୁନି ପତ୍ତା। ଗତ ୧୮ ତାରିଖ ଶନିବାର ଠାରୁ ଜନଗଣନା କରିବାକୁ ଯାଇ ନିଖୋଜ ଅଛନ୍ତି ।ବାରିପଦା ବାଉତିଶୋଳ ଅଞ୍ଚଳରୁ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ ଶନିବାରଠୁ ନିଖୋଜ ଥିବା ନେଇ ସଦର ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଜ୍ୟୋତ୍ସ୍ନାରାଣୀଙ୍କ ଘର ପୁରୀ ଜିଲ୍ଲାରେ ହୋଇଥିବା ବେଳେ ସେ ୮ ବର୍ଷ ହେବ ବାରିପଦାରେ କାର୍ଯ୍ୟ କରୁଛନ୍ତି। ପୁଲିସ ତାଙ୍କ ମୋବାଇଲ ଟ୍ରାକିଂ […]

ଟ୍ରମ୍ପଙ୍କ ଧମକ ପରେ ଆଲୋଚନାରୁ ପଛକୁ ହଟିଲା ତେହେରାନ

ୱାଶିଙ୍ଗଟନ୍‌ର ଅତ୍ୟଧିକ ଦାବି, ଅବାସ୍ତବ ଆଶା, ସ୍ଥିତିରେ ନିରନ୍ତର ପରିବର୍ତ୍ତନ, ବାରମ୍ବାର ବିରୋଧାଭାସ ଏବଂ ଇରାନୀୟ ବନ୍ଦରଗୁଡ଼ିକର ଯୁକ୍ତରାଷ୍ଟ୍ର ନୌସେନା ଅବରୋଧ ଯୋଗୁ ତେହେରାନ୍ ଶାନ୍ତି ଆଲୋଚନାରେ ଅଂଶଗ୍ରହଣ କରିବ ନାହିଁ | ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନାରେ ସାମିଲ ହେବନି ଇରାନ । ପାକିସ୍ତାନ ଇସଲାମାବାଦରେ ଯୁକ୍ତରାଷ୍ଟ୍ର ସହ ଦ୍ୱିତୀୟ ଆଲୋଚନାରେ ଇରାନ୍ ଅଂଶଗ୍ରହଣ କରିବ ନାହିଁ ବୋଲି ଇରାନ ଷ୍ଟେଟ ମିଡ଼ିଆ ରିପୋର୍ଟ କରିଛି ।ରବିବାର ଏକ ଉଚ୍ଚସ୍ତରୀୟ ବୈଠକରେ ଇରାନ୍‌ର ପ୍ରଥମ ଉପ-ରାଷ୍ଟ୍ରପତି […]

ତତଲା ଖରାରୁ ମିଳିବନି ତ୍ରାହି,୨୩ ତାରିଖ ଯାଏଁ ଲାଗି ରହିବ ତାତିର ପ୍ରଭାବ

ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷୁଛି। ପ୍ରଚଣ୍ଡ ତାତିରେ ଆଉଟୁ ପାଉଟୁ ହେଉଛି ଅଧା ଓଡ଼ିଶା।ଆସନ୍ତା ୨୩ ତାରିଖ ଯାଏଁ ଲାଗି ରହିବ ତାତିର ପ୍ରଭାବ। ଆଭ୍ୟନ୍ତରୀଣ ଓଡ଼ିଶାରେ ୩୮ ରୁ ୪୦ ଡିଗ୍ରୀ ଟପିପାରେ ତାତି। ୨ରୁ ୩ ଡିଗ୍ରୀ ବଢ଼ିପାରେ ଦିନ ତାପମାତ୍ରା । ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ନୂଆପଡ଼ା ଓ ସମ୍ବଲପୁର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ।ପାଣିପାଗ ବିଭାଗ ସତର୍କ କରାଇ ଦେଇଛି, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ […]