ରାଜ୍ୟ ସରକାର ନୂଆ ଅବକାରୀ ନୀତି ପ୍ରଣୟନ ସହ ଏହାକୁ ସଠିକ୍ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ନୂଆ ମଦ ଦୋକାନ ଖୋଲିବା କିମ୍ବା ଅଧିକ ମଦ ବିକ୍ରୟ କରିବା କେବେ ବି ରାଜ୍ୟ ସରକାରଙ୍କ ପ୍ରାଧାନ୍ୟ ନୁହେଁ। ସରକାର ମଦ୍ୟପାନକୁ ନିରୁତ୍ସାହିତ କରିବା ପାଇଁ ଅତିରିକ୍ତ ଡି-ଆଡ଼ିକ୍ସନ୍ ସେସ୍ ଲଗାଇବା ପାଇଁ ଯୋଜନା କରିଛନ୍ତି।ଏହା ଦ୍ୱାରା ମଦ୍ୟପାନ ନକରିବା ପାଇଁ ଏକ ସଚେତନତା ବାର୍ତ୍ତା ପ୍ରସାର କରିହେବ । ଏଥି ସହିତ ପୂର୍ବରୁ ଥିବା […]
ଏସ୍ସିବି ଅଗ୍ନିକାଣ୍ଡ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଅବସରପ୍ରାପ୍ତ ଜିଲ୍ଲା ଜଜ ଲକ୍ଷ୍ମୀଧର ବିଶ୍ୱାଳ ଏବଂ ଟିମ୍ ଏସ୍ସିବି ମେଡିକାଲ ଯାଇ ଅନେକଙ୍କୁ ପଚରାଉଚରା କରିଛନ୍ତି।ଟିମ୍ ଅଗ୍ନିକାଣ୍ଡ ସମ୍ପର୍କରେ ନର୍ସ ଓ କର୍ମଚାରୀଙ୍କୁ ପଚରାଉଚରା କରୁଛନ୍ତି। ସୂଚନା ଅନୁଯାଇ, ମାର୍ଚ୍ଚ ୧୬ ତାରିଖରେ ଏସ୍ସିବି ମେଡିକାଲ୍ ଆଇସିୟୁରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡରେ ଟ୍ରମା ବିଲ୍ଡିଂରେ ପ୍ରଥମ ମହଲାରେ ଥିବା ଆଇସିୟୁରେ ଛାରଖାର ହୋଇଯାଇଥିବା ବେଳେ ଏହାର ସମ୍ମୁଖରେ ଥିବା ଅପରେସନ୍ ଥିଏଟର (ଓଟି)ରେ […]
ଛେନା ପୋଡ଼ ଦିବସର ଦିନକ ପରେ ଛେନାପୋଡ଼କୁ ନେଇ ଆସିଲା ଖୁସି ଖବର । ନୟାଗଡ଼ ଛେନାପୋଡ଼କୁ ମିଳିବ GIଟ୍ୟାଗ୍ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ । ନୟାଗଡ଼ ଛେନାପୋଡ଼ GI ଟ୍ୟାଗ ମାନ୍ୟତା ଦେବା ପାଇଁ ଦୀର୍ଘ ଦିନ ହେବ ଦାବି ହୋଇଆସୁଛି । ଏହିକ୍ରମରେ ପୁରୀ ସାଂସଦ ସମ୍ବିତ ପାତ୍ର ଅପ୍ରେଲ୍ ୧୧ ତାରିଖରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ […]
ବିଜେଡି- କଂଗ୍ରେସ ମେଣ୍ଟ ନେଇ ପିସିସି ସଭାପତି ବଡ ସୂଚନା ଦେଇଛନ୍ତି । ପଞ୍ଚାୟତ ନିର୍ବାଚନରେ ବିଜେଡି ସହିତ କଂଗ୍ରେସ ମିଶିବାର ନାହିଁ । ଯଦି ଖଡ୍ଗେ ଜୀ ଏବଂ ରାହୁଲ ଗାନ୍ଧୀ ଚାହିଁବେ । ଆଉ ଏପଟେ ବିଜେଡି ସୁପ୍ରିମୋ ବି ଯଦି ଚାହିଁବେ । ତେବେ ମେଣ୍ଟ ନେଇ କିଛି ଘଟିପାରେ ।ରାଷ୍ଟ୍ରର ହିତ ପାଇଁ ବିଜେଡି ସହିତ କଂଗ୍ରେସ ମିଶି ଓଡ଼ିଶା ସେର୍କୁଲାର ପାର୍ଟି ତିଆରି ହେଲେ ଆମର କିଛି ଆପତ୍ତି ନାହିଁ […]
ଓଡ଼ିଶା ଉପକୂଳବର୍ତ୍ତୀ ସମୁଦ୍ରରେ ମତ୍ସ୍ୟଜୀବୀଙ୍କୁ ମାଛ ନ ଧରିବାକୁ ମତ୍ସ୍ୟ ନିର୍ଦ୍ଦେଶାଳୟ, ଓଡ଼ିଶା କଟକ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏପ୍ରିଲ ୧୫ ତାରିଖରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ଜଣାପଡିଛି ।ଏନେଇ ପାରାଦୀପ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ମାଛଧରା ବନ୍ଦର, ଷଣ୍ଢକୁଦରେ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଇଛି । ଏହି କଟକଣା ସମୟରେ ଯନ୍ତ୍ର ଚଳିତ ଡଙ୍ଗା ଓ ଟ୍ରଲର ସମୁଦ୍ର ମଧ୍ୟରେ ମାଛ ଧରି ପାରିବେ […]
ଖରାଦିନେ ଆଉ ଅସହ୍ୟ ତାତିରେ ଛଟପଟ ହେବେନି ଲୋକେ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସମୟରେ ଘଣ୍ଟା ଘଣ୍ଟା ଧରି କଟିବନି ବିଦ୍ୟୁତ ।ବିଦ୍ୟୁତ୍ ବିତରଣ କମ୍ପାନୀ ମାନଙ୍କୁ ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ କଡ଼ା ନିର୍ଦ୍ଦେଶ। ହିତାଧିକାରୀଙ୍କ ବିଲ ଅର୍ଥ ବାକି ଥିଲେ ମଧ୍ୟ ବିଦ୍ୟୁତ୍ ନ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ଘରୋଇ ଗ୍ରାହକଙ୍କ କ୍ଷେତ୍ରରେ ବିଲ୍ ଅନାଦେୟ ହେଲେ ବିଦ୍ୟୁତ୍ ବିଚ୍ଛିନ୍ନ […]
ମାନସ ରଞ୍ଜନ ମଙ୍ଗରାଜ ହେଲେ ବିଜେଡି ସଂସଦୀୟ ଦଳ ନେତା । ସୁଲତା ଦେଓଙ୍କୁ ବିଜେଡି ସଂସଦୀୟ ଦଳ ଉନେତା ସହ ମୁଖ୍ୟ ସଚେତକ ଦାୟିତ୍ୱ ଦିଆଯାଇଛି । ଉଭୟଙ୍କ ଚୟନକୁ ଅନୁମୋଦନ ଦେବାକୁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ସୂଚନାମୁତାବକ କିଛି ଦିନ ପୂର୍ବରୁ ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ର ଇସ୍ତଫା ଦେଇଥିଲେ। ତାଙ୍କର ଏହି ଇସ୍ତଫା ପତ୍ରକୁ […]
ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୪୦/୪ ରନର ବିଶାଳ ସ୍କୋର କରିଥିଲା । ତେବେ ବିରାଟ କୋହଲି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଅର୍ଦ୍ଧଶତକ ମାରିଛନ୍ତି । କିନ୍ତୁ ଏହି ମ୍ୟାଚରେ ନିଜ ଇନିଂସରେ ଖୁସି ନଥିଲେ କୋହଲି । ତେଣୁ ରାଗରେ ଆଉଟ ହେବା ପରେ ହଠାତ୍ ମୁଣ୍ଡରେ ପିନ୍ଧିଥିବା ହେଲମେଟକୁ କାଢି ଫିଙ୍ଗିଦେଲେ । ଯାହା ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି । । କୋହଲି ୩୮ ବଲ ସାମ୍ନା କରି ୫ […]
ଶ୍ରେୟସ ଆୟର ଏବଂ ଶୁବମନ ଗିଲଙ୍କ ପରେ ଚେନ୍ନାଇ ଅଧିନାୟକ ଋତୁରାଜ ଗାୟକୱାଡଙ୍କ ଉପରେ ଜରିମାନା ଲଗାଇଲା ବିସିସିଆଇ । ଚେନ୍ନାଇ ସୁପରକିଙ୍ଗସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ସ୍ଲୋ ଓଭର ରେଟ ଯୋଗୁଁ ଋତୁରାଜଙ୍କ ଉପରେ ଏହି ଜରିମାନା ଲାଗିଛି । ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) […]
ମଧ୍ୟରେ ପ୍ରାଚ୍ୟ ଯୁଦ୍ଧକୁ ନେଇ ଅନିଶ୍ଚିତତା ଭିତରେ ଖସିଲା ସେୟାର ବଜାର। ୧୬୦୦ ପଏଣ୍ଟ ତଳକୁ ଖସିଲା ସେନସେକ୍ସ । ନିଫ୍ଟି ୪୦୦ ପଏଣ୍ଟ ହ୍ରାସ । ୧୦୦ ଟପିଲା କ୍ରୁଡ ଅଏଲ ଦର। ବିଶ୍ବ ଇନ୍ଧନ ପରିବହନର ପ୍ରମୁଖ ମାର୍ଗ ହର୍ମୁଜକୁ ବ୍ଲକ କରିବାକୁ ଭଭୟ ଇରାନ ଓ ଆମେରିକା ଧମକ ଦେବା ପରେ ସେୟାର ବଜାରରେ ହ୍ରାସ ଦେଖିବାକୁ ମିଳିଛି। ସେହିପରି ଡଲାର ତୁଳନାରେ ଦୁର୍ବଳ ହୋଇଛି ଭାରତୀୟ ମୁଦ୍ରା। ସୁନା ଓ ରୁପା […]
ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ୧୩ ଅପ୍ରେଲ ୧୯୧୯ରେ ପଞ୍ଜାବର ଅମୃତସରରେ ଘଟିଥିବା ଏକ ବ୍ରିଟିଶ ନୃଶଂସ କାଣ୍ଡ। ବୈଶାଖୀ ଦିନ ଜେନେରାଲ ଡାୟାରଙ୍କ ନିର୍ଦ୍ଦେଶରେ ଏକ ଆବଦ୍ଧ ପଡ଼ିଆରେ ନିରସ୍ତ୍ର ଭାରତୀୟଙ୍କ ଉପରେ ନିର୍ବିଚାର ଗୁଳିଚାଳନା କରାଯାଇଥିଲା, ଯେଉଁଥିରେ ଶତାଧିକ ନିରୀହ ଲୋକ ପ୍ରାଣ ହରାଇଥିଲେ। ଏହି ଗୁଳିଚାଳନା ବ୍ରିଟିଶ ଶାସନର ନିଷ୍ଠୁରତାର ପ୍ରମାଣ ଦେଇଥିଲା। ଘଟଣା ସେତେବେଳେ ଭାରତୀୟଙ୍କ ମଧ୍ୟରେ ବ୍ରିଟିଶ ଶାସନ ବିରୋଧରେ ତୀବ୍ର ଆକ୍ରୋଶ ସୃଷ୍ଟି କରିଥିଲା। ମହାତ୍ମା ଗାନ୍ଧୀ, ରବୀନ୍ଦ୍ରନାଥ ଟାଗୋର ପ୍ରମୁଖ […]
ସଙ୍ଗୀତ ଜଗତର ଆଶା ଭୋସଲେ ୯୨ ବର୍ଷ ବୟସରେ ଦୁନିଆରୁ ବିଦାୟ ନେିଇଛନ୍ତି। ଶନିବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପୁଅ ଆନନ୍ଦ କହିଛନ୍ତି ଯେ ତାଙ୍କର ଅନ୍ତିମ ସଂସ୍କାର ୧୩ ଏପ୍ରିଲ ଅପରାହ୍ନ ୪ଟାରେ ହେବ ଏବଂ ଲୋକମାନେ ସକାଳ ୧୧ଟାରୁ ତାଙ୍କ ମାତା ଆଶା ଭୋଁସଲେଙ୍କ ଘରେ ଶେଷ ଶ୍ରଦ୍ଧାଞ୍ଜଳି ଦେଇପାରିବେ। ଆଶା ଭୋଁସଲେ ୧୯୩୩ ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ପିତାଙ୍କ ମୃତ୍ୟୁ […]
