author

୨୦୨୭ ନିର୍ବାଚନ ପୂର୍ବରୁ ବଢ଼ିଲା ନେତାଙ୍କ ସୁରକ୍ଷା ବଢ଼ିଲା;ଯୋଗୀ, ଅଖିଳେଶ ପିନ୍ଧିବେ ୧୦ ଲକ୍ଷର ଜାକେଟ୍‌

୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନଜରରେ ରଖି ରାଜ୍ୟର ପ୍ରମୁଖ ରାଜନେତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଉଛି। ରିପୋର୍ଟ ଅନୁସାରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀଙ୍କ ସମେତ ପ୍ରାୟ ୫୨ ଜଣ ନେତାଙ୍କୁ ଅତିରିକ୍ତ ସୁରକ୍ଷା କବଚ ଭାବେ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌ ଯୋଗାଇ ଦିଆଯିବ।ପ୍ରତ୍ୟେକ ଜାକେଟ୍‌ର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ବୋଲି ରିପୋର୍ଟରେ କୁହାଯାଇଛି। ରାଜ୍ୟର ୧୧ ଜଣ […]

ସହରରେ ଜମି କିସମ ପରିବର୍ତ୍ତନ ନିୟମ ହେବ ସହଜ ! ଆସିପାରେ ଭୂ-ସଂସ୍କାର ସଂଶୋଧନ ବିଲ୍

ସହରାଞ୍ଚଳରେ କୃଷି ଜମିକୁ ଅଣକୃଷି କାର୍ଯ୍ୟରେ ବ୍ୟବହାର ପାଇଁ ଏଣିକି ଅଲଗା ଭାବେ ରାଜସ୍ୱ ବିଭାଗର ଅନୁମତି ନେବାକୁ ପଡ଼ିନପାରେ । ଜମି ବ୍ୟବହାର ପରିବର୍ତ୍ତନ ପ୍ରକ୍ରିୟାକୁ ସରଳ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଓଡ଼ିଶା ଭୂ-ସଂସ୍କାର ଆଇନ, ୧୯୬୦ରେ ସଂଶୋଧନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର । ସହରାଞ୍ଚଳରେ ଜମି ମାଲିକଙ୍କୁ ଗୃହ ନିର୍ମାଣ କିମ୍ବା ଲେଆଉଟ ଅନୁମୋଦନ ପାଇଁ ପୌରସଂସ୍ଥା ବା ବିକାଶ କର୍ତ୍ତୃପକ୍ଷଙ୍କ ନିକଟକୁ ଯିବାକୁ ପଡୁଛି […]

ଖରିଫ ଋତୁ ପାଇଁ ୭ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିସାରିଲେଣି: ଖାଦ୍ୟ ଯୋଗାଣ ମନ୍ତ୍ରୀ

ଖରିଫ ଋତୁ ପାଇଁ ୭ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିସାରିଲେଣି । ଏନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଆହୁରି କହିଛନ୍ତି, ଏହି ପ୍ରକ୍ରିୟାକୁ ସରଳ କରାଯାଇଛି । କୌଣସି ପ୍ରକାରର ବାଧା ନାହିଁ । କାଲି ଗୋଟିଏ ଦିନରେ ୧ ଲକ୍ଷ ୨୦ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି । ଅଗଷ୍ଟ ୩୧ ତାରିଖ ସୁଦ୍ଧା ଚାଷୀମାନେ ପଞ୍ଜୀକରଣ କରିନିଅନ୍ତୁ । ଆବଶ୍ୟକୀୟ ଦସ୍ତାବିଜ ନେଇ ପ୍ୟାକ୍ସ, […]

ଗୁଗୁଲ୍‌ ମ୍ୟାପ୍‌ରେ କୋଟିଆ ସୀମାର ଭୁଲ୍‌ ଚିତ୍ରଣ, ସଂଶୋଧନ ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ

କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳର ସୀମାକୁ ଗୁଗୁଲ ମ୍ୟାପ୍‌ରେ ଭୁଲ ଭାବେ ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ଏବେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପରିଣତ ହୋଇଛି। ଡିଜିଟାଲ ମାନଚିତ୍ରରେ କୋଟିଆର ପ୍ରଶାସନିକ ସୀମା ଓ ପରିଚୟ ସଠିକ୍‌ ଭାବେ ପ୍ରତିଫଳିତ କରିବା ପାଇଁ ରାଜ୍ୟ ସରକାରୀ ସ୍ତରରେ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି। କୋଟିଆର ଭୁଲ ଚିତ୍ରଣ ନେଇ ପ୍ରଥମେ ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚ ଗୁଗୁଲ୍ ଇଣ୍ଡିଆ ଓ ଗୁଗୁଲ ଏଲ୍ଏଲ୍‌ସିଙ୍କ ନିକଟରେ ଆପତ୍ତି ଜଣାଇଥିଲା । ସୀମା ସଂଶୋଧନ ଲାଗି […]

ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ସ୍ଥିତିର ନିରନ୍ତର ତଦାରଖ ପାଇଁ ୪ ଜିଲ୍ଲାରେ ବରିଷ୍ଠ ଅଧିକାରୀ ନିୟୋଜିତ

ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସ୍ଥିତିର ନିରନ୍ତର ତଦାରଖ ଓ ଆବଶ୍ୟକ ସହାୟତା ସୁନିଶ୍ଚିତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ବନ୍ୟାପ୍ରଭାବିତ ଜିଲ୍ଲାରେ ନିୟୋଜିତ କରାଯାଇଛି। ନିୟୋଜିତ ଅଧିକାରୀ ମାନେ ସକାଳୁ ନିଜ ନିଜ ଦାୟିତ୍ୱପ୍ରାପ୍ତ ଜିଲ୍ଲା ଅଭିମୁଖେ ଯାତ୍ରା କରି ସେଠାରେ ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସ୍ଥିତି ସମୀକ୍ଷା କରିବା ଆରମ୍ଭ କରିଛନ୍ତି । ଏଥିସହିତ, ବରିଷ୍ଠ ଅଧିକାରୀ ମାନେ […]

କାଲିଠାରୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା; କୁଞ୍ଜ ପ୍ରସ୍ତୁତ

ଶ୍ରୀକ୍ଷେତ୍ରରେ ରବିବାର ଠାରୁ ପବିତ୍ର ଝୁଲଣ ଯାତ୍ରା ଆରମ୍ଭ ହେବ । ଶ୍ରାବଣ ଶୁକ୍ଳ ଦଶମୀରୁ ଶ୍ରୀମନ୍ଦିର ସମେତ ବିଭିନ୍ନ ମଠବାଡ଼ିରେ ପ୍ରତିପଦା ଯାଏଁ ଏହି ଝୁଲଣ ଯାତ୍ରା ଚାଲିବ ।ଝୁଲଣ କୁଞ୍ଜ ତଥା ଦୋଳିକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରକାର ଝାଲର, ଫୁଲ, ନାଗାଫୁଲ, ଖମ୍ୱ ଝାଲର, ବାଙ୍କ ଝାଲର ଲଗାଯାଇଛି । ରାଧାକୃଷ୍ଣଙ୍କ ସହ ରାମସୀତା, ଲକ୍ଷ୍ମୀ ନୃସିଂହ ବିଭିନ୍ନ ଦିବସରେ ଦୋଳି ଖେଳିବେ । ରଙ୍ଗବେରଙ୍ଗ ଆଲୋକ ମାଳାରେ ସଜ୍ଜିତ ଝୁଲଣ […]

ମହଙ୍ଗା ପଡ଼ିଲା ପ୍ରେମ ପ୍ରତାରଣା । ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ SI ବାବୁ

ଖାକିରେ କଳଙ୍କ। ଆଇନ ରକ୍ଷା କରୁଥିବା ପୁଲିସ ବାବୁଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ଏବଂ ପରେ ପ୍ରତାରଣା କରିଥିବା ଅଭିଯୋଗରେ ବାରିପଦା ଟାଉନ ଥାନାରେ କାର୍ଯ୍ୟରତ ଏସ୍ଆଇ ପ୍ରଭାତ କୁମାର ନାୟକଙ୍କ ନାଁରେ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁଯାୟୀ, ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଫେସବୁକ୍ ଜରିଆରେ ଏସ୍ଆଇ ପ୍ରଭାତ ନାୟକଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ପରେ ପରିଚୟ ପ୍ରେମରେ ପରିଣତ ହୋଇଥିଲା। […]

ପୁଣି ଅଗଷ୍ଟ ୩୧ ରେ ହେବ ରତ୍ନଭଣ୍ଡାରରେ ଅଳଙ୍କାରର ଗଣତିମଣତି

ପୁଣି ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖରେ ହେବ ରତ୍ନଭଣ୍ଡାରରେ ଥିବା ରତ୍ନ ଓ ଅଳଙ୍କାରର ଗଣତିମଣତି । ଶ୍ରୀମନ୍ଦିରର ବିଭିନ୍ନ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଏବଂ କମାଣ୍ଡରଙ୍କ ପରାମର୍ଶ ଅନୁଯାୟୀ ଏହି ଗଣତି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ଏସ୍‌ଓପି ଅନୁସାରେ ସମ୍ପୂର୍ଣ୍ଣ ପ୍ରକ୍ରିୟା କରାଯିବ । ପୂର୍ବରୁ ଯେଉଁଭଳି ନିୟମ ଓ ସତର୍କତାର ସହ ଏହି କାର୍ଯ୍ୟ କରାଯାଇଥିଲା, ସେହିଭଳି ଏଥର ମଧ୍ୟ ପ୍ରକ୍ରିୟା ଅନୁଷ୍ଠିତ […]

ରୋଷେଇ ଘରୁ ମିଳିଲା ଅସ୍ୱାସ୍ଥ୍ୟକର ଚିତ୍ର ! ମ୍ୟାକଡୋନାଲ୍ଡସ୍ ସମେତ ୮ଟି ପ୍ରମୁଖ ରେଷ୍ଟୁରାଣ୍ଟର ଫୁଡ୍ ଲାଇସେନ୍ସ ବାତିଲ

ମହାରାଷ୍ଟ୍ରରେ FDA ପକ୍ଷରୁ ବଡ଼ ଆକ୍ସନ । ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ରେଷ୍ଟୁରାଣ୍ଟ ଏବଂ ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୂଚନା ଅନୁସାରେ, ମହାରାଷ୍ଟ୍ରରେ ୮୯ଟି ହୋଟେଲ୍‌, ରେଷ୍ଟୁରାଣ୍ଟ ଓ ଢାବାରେ ଯାଞ୍ଚ କରିଥିଲା FDA । ଏଥିରୁ ୭୧ଟି ପ୍ରତିଷ୍ଠାନକୁ ସୁଧାର ପାଇଁ ନୋଟିସ୍‌ ଦିଆଯାଇଥିବା ବେଳେ ୧୩ଟିର ଫୁଡ୍ ବିଜନେସ୍ ଲାଇସେନ୍ସ ବାତିଲ୍‌ କିମ୍ବା ସ୍ଥଗିତ କରାଯାଇଛି । ମୁମ୍ବାଇର ବମ୍ବେ ପ୍ରେସିଡେନ୍ସି ରେଡିଓ କ୍ଲବ୍‌ର ରୋଷେଇ ଘରେ […]

ଆଇଫୋନ୍ ପାଇଁ ପାହାଡ଼ରୁ ଖସି ବାପା-ପୁଅ ମୃତ, ମା’ଙ୍କ ଆତ୍ମହତ୍ୟା

ଯେଉଁ ପୁଅ ପାଇଁ ଦିନରାତି ଏକ କରିଦେଲେ । ଆଜି ସେହି ପୁଅ ସାମାନ୍ୟ ଆଇ-ଫୋନ୍ ପାଇଁ ଜୀବନ ହାରିଦେଲେ ।ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗରରୁ ଆସିଛି ଛାତିଥରା ଘଟଣା। ପାହାଡ଼ରୁ ଖସି ପୁଅ ଓ ବାପାଙ୍କ ମୃତ୍ୟୁ ପରେ ମା’ ମଧ୍ୟ ହାରିଦେଲେ ଜୀବନ। ସହରର ତିସଗାଁଓ ଅଞ୍ଚଳରେ ଥିବା ପ୍ରସିଦ୍ଧ ଖବଡ଼୍ୟା ପାହାଡ଼ରୁ ଖସିପଡ଼ି ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ବାପାଙ୍କ ସାମାନ୍ୟ ଧମକକୁ ସହି ନପାରି ୧୮ ବର୍ଷୀୟ […]

ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ୫ ଶ୍ରମିକ ଗୁରୁତର

ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ NTPC ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ବଙ୍କର-ବି ରେ ଭୟଙ୍କର ବିସ୍ପୋରଣ। ବିଳମ୍ବିତ ରାତିରେ ହୋଇଥିବା ବିସ୍ପୋରଣରେ ପାଞ୍ଚଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ୩ ଶ୍ରମିକଙ୍କୁ ତାଳଚେର ଓ ୨ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଘଟଣା ପରେ ଅଗ୍ନିଶମ ବାହିନୀ ଓ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଯାଞ୍ଚ କରିଥିଲେ। ତେବେ ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

୩ ଘୂର୍ଣ୍ଣିବଳୟ ଘେରରେ ଓଡ଼ିଶା ! ସପ୍ତାହେ ପ୍ରବଳ ବର୍ଷିବ

ଏବେ ପୁଣି ତିନି ତିନିଟା ଘୂର୍ଣ୍ଣିବଳୟ। ଗୋଟିଏ ରହିଛି ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଉପରେ । କେନ୍ଦ୍ରୀୟ ମିଆଁମାର ଉପରେ ରହିଛି ଆଉ ଏକ ଘୂର୍ଣ୍ଣିବଳୟ । ସେହିପରି ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଉପରେ ବି ରହିଛି ଏକ ଘୂର୍ଣ୍ଣିବଳୟ । ଅପରପକ୍ଷରେ ପୂର୍ବ ମଧ୍ୟପ୍ରଦେଶ ଉପରେ ଲଘୁଚାପ ବି ଅଛି। ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ […]