ଦୀର୍ଘ ୪୮ ବର୍ଷ ପରେ ଆଜି ଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି । ଦୀର୍ଘ ୪୮ ବର୍ଷ ପରେ ଆଜି ଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି । ପ୍ରଥମ ଦିନରେ ଚଳନ୍ତି ରତ୍ନଭଣ୍ଡାର ଗଣତି ମଣତି କରାଯାଇଛି । ଆସନ୍ତା ୬ ତାରିଖରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଗଣତି । ସମୁଦାୟ ପ୍ରକ୍ରିୟାର ଫଟୋଗ୍ରାଫି ,ଭିଡ଼ିଓଗ୍ରାଫି ଓ 3 D MAPPING କରାଯାଇଛି । ଅତ୍ୟନ୍ତ […]
ସ୍କୁଲ ଛୁଟିକୁ ନେଇ ଆସିଲା ବଡ଼ ଖବର। ଆସନ୍ତା ଏପ୍ରିଲରେ ୧୦ ଦିନ ବନ୍ଦ ରହିବ ସ୍କୁଲ।ପିଲାମାନେ ସମୁଦାୟ ୧୦ ପବ୍ଲିକ ହୋଲିଡେ ପାଇବେ। ଏପ୍ରିଲ ମାସ ଆରମ୍ଭ ହେବା ସହିତ, ବିଭିନ୍ନ ପର୍ବ ଓ ଉତ୍ସବ ଆରମ୍ଭ ହେବ।ରାଜ୍ୟ ସରକାରଙ୍କ ସ୍କୁଲ ଶିକ୍ଷା ବିଭାଗ ଆଗାମୀ ମାସ ପାଇଁ ଛୁଟି ତାଲିକା ପ୍ରକାଶ କରିଛି, ଯେଉଁଥିରେ ଅନେକ ପ୍ରମୁଖ ପର୍ବପର୍ବାଣୀ ଯୋଗୁଁ ସ୍କୁଲଗୁଡ଼ିକରେ ଛୁଟି ସ୍ଥିର କରାଯାଇଛି। ମେ ମାସରେ ଗ୍ରୀଷ୍ମ ଅବକାଶ ପାଇବେ ଛାତ୍ରଛାତ୍ରୀ। […]
ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଚାଲେଞ୍ଜ କଲେ ଅସାମାଜିକ ବ୍ୟକ୍ତି । ଏକାସାଙ୍ଗରେ ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡିଲା ଦୁଇ ଦୁଇଟି ଡ୍ରୋନ । ଦୀର୍ଘ ସମୟ ଧରି ଶ୍ରୀମନ୍ଦିର ଚୂଡ଼ାରେ ଚକ୍କର କାଟିଲା ଦୁଇଟି ଡ୍ରୋନ। ଅପରାହ୍ନ ୫ଟା ୨୩ ମିନିଟରେ ଏହି ଡ୍ରୋନ ଉଡୁଥିବା ନେଇ ସୂଚନା ରହିଛି ।ଗୋଟିଏ ପଟରେ କଡ଼ା ସୁରକ୍ଷା ଭିତରେ ରତ୍ନ ଗଣତି ଚାଲିଥିବା ବେଳେ ଏପଟେ ଡ୍ରୋନ ଉଡ଼ିବାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । […]
ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ରୋକିବା ପାଇଁ ଟ୍ରମ୍ପ ପ୍ରଶାସନର ୧୫-ପଏଣ୍ଟ ଶାନ୍ତି ଯୋଜନା ପ୍ରସ୍ତାବ । ଯୁଦ୍ଧ ବନ୍ଦ ପାଇଁ ପାକିସ୍ତାନ ଜରିଆରେ ପଠାଗଲା ଚିଠା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ ମାସ ପାଇଁ ଯୁଦ୍ଧ ବିରତି କରିବାକୁ ଏବଂ ୧୫ଟି ସର୍ତ୍ତ ଉପରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି । ପାକିସ୍ତାନ ମାଧ୍ୟମରେ ଏହି ପ୍ରସ୍ତାବ ତେହେରାନ ପାଖକୁ ପଠାଯାଇଛି ।ଇରାନ ପାଇଁ ମୁଖ୍ୟ ସର୍ତ୍ତଗୁଡ଼ିକ ମଧ୍ୟରେ […]
ଆଉ କିଛି ଦିନ ପରେ ଆରମ୍ଭ ହେବ ଆଇପିଏଲ । ଏଥିପାଇଁ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି ସମସ୍ତ ଫ୍ରାଞ୍ଚାଇଜ୍ । ଏଥି ମଧ୍ୟରେ ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଆଇପିଏଲ ସିଜିନ୍-୧୯ ଆରମ୍ଭ ହେବା ପୂର୍ବରୁ ବିକ୍ରି ହୋଇଯାଇଛି RCB ।ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳକୁ ଆଦିତ୍ୟ ବିର୍ଲା ଗ୍ରୁପ୍ (ABG), ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପ୍ (TOI), […]
୨୦୨୫ ଅପରାଧିକ କାର୍ଯ୍ୟକଳାପକୁ ନେଇ ବିଧାନସଭାରେ ଶ୍ଵେତପତ୍ର ଉପସ୍ଥାପନ କଲା ଗୃହ ବିଭାଗ। ୨୦୨୪ ତୁଳନାରେ ୨୦୨୫ରେ ୭.୩୬% ବଢିଛି ଧର୍ତ୍ତବ୍ୟ ଅପରାଧ। ୨୦୨୪ରେ ୨ ଲକ୍ଷ ୧୪ ହଜାର ୧୧୩ ଅପରାଧ ହୋଇଥିଲା। ସେହିପରି ୨୦୨୫ରେ ଏହି ସଂଖ୍ୟା ୨ ଲକ୍ଷ ୨୯ ହଜାର ୮୮୧କୁ ବୃଦ୍ଧି ପାଇଛି। ରାଜ୍ୟର ୯ଟି ଜିଲ୍ଲା କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା, ବଲାଙ୍ଗୀର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ ରାଉରକେଲାର କିଛି ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପ ସାମାନ୍ୟ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲା ପ୍ରଶାସନ ଓ କ୍ରୀଡ଼ା ଏବଂ ଯୁବ ସେବା ବିଭାଗ, ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ନୟାଗଡ଼ ଦକ୍ଷିଣକାଳୀ ଖେଳ ପଡ଼ିଆଠାରେ ମଣ୍ଡଳ ସ୍ତରୀୟ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ – ୨୦୨୬ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ କ୍ରୀଡ଼ା ପ୍ରତିଭାକୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଉପଯୁକ୍ତ ମଞ୍ଚ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା।ଏହି ଶିବିରରେ ନୟାଗଡ଼ ମଣ୍ଡଳର ୧୦ଟି ବ୍ଲକରୁ ଅନଲାଇନ୍ ମାଧ୍ୟମରେ […]
ଇରାନ ଯୁଦ୍ଧ ନେଇ ଟ୍ରମ୍ପଙ୍କ ବଡ଼ ବୟାନ । କହିଛନ୍ତି, ଆମେ ଜିତି ସାରିଛୁ, ଇରାନ ଏବେ ବୁଝାମଣା ପାଇଁ ବ୍ୟାକୁଳ । ଇରାନରେ ଆମକୁ ବଡ଼ ସଫଳତା ମିଳିଛି । ସେମାନଙ୍କ ପାଖରେ ଏବେ ନା ଅଛି ନୌସେନା, ନା ବାୟୁସେନା କିମ୍ବା କୌଣସି ରାଡାର୍। ସେମାନଙ୍କର ନେତାମାନେ ମଧ୍ୟ ଆଉ ନାହାନ୍ତି। ଏହି ପରିସ୍ଥିତିରେ ସେମାନେ ଏକ ଚୁକ୍ତି ବା ବୁଝାମଣା କରିବାକୁ କେତେ ବ୍ୟାକୁଳ, ତାହା ଆପଣ କଳ୍ପନା କରିପାରିବେ ନାହିଁ। ତେବେ […]
ପୁଣି ବଢ଼ିଲା ସୁନା ଏବଂ ରୂପା ଦର । ଯୁଦ୍ଧ ବନ୍ଦ ନେଇ ଟ୍ରମ୍ପଙ୍କ ଘୋଷଣା ପରେ ସୁନା, ରୁପା ମୂଲ୍ୟରେ ବୃଦ୍ଧି ଘଟିଛି । ଲକ୍ଷେ ୨୪ ହଜାରରୁ ଏକାଥରେ ଟପିଲା ଲକ୍ଷେ ୩୧ ହଜାର ।ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୬,୬୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୩୪,୪୫୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା […]
ମେଟାକୁ ବଡ଼ ଝଟକା । ୩୧ ଶହ କୋଟିର ଫାଇନ ଗଣିବ ମେଟା । ପିଲାଙ୍କ ପାଇଁ ଫେସବୁକ୍-ଇନଷ୍ଟାଗ୍ରାମ ନିୟମାବଳୀ ଉଲ୍ଲଂଘନ ଅଭିଯୋଗରେ ଜରିମାନା ଲଗାଇନ୍ତି କୋର୍ଟ ।ଆମେରିକାର ନ୍ୟୁ ମେକ୍ସିକୋ ରାଜ୍ୟର ଏକ କୋର୍ଟ ସୋସିଆଲ ମିଡିଆ କମ୍ପାନି ମେଟାକୁ ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇବା ଏବଂ ଏହାର ପ୍ଲାଟଫର୍ମରେ ଯୌନ ନିର୍ଯାତନାମୂଳକ ବିଷୟବସ୍ତୁ ଲୁଚାଇବା ଅଭିଯୋଗ ଆଧାରରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ପ୍ରାୟ ସାତ ସପ୍ତାହ ଧରି ଚାଲିଥିବା ବିଚାର ପରେ ଏହି […]
ଆଜିଠୁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହେବ । ରତ୍ନ ଅଳଙ୍କାର ଗଣତି ମଣତି ପାଇଁ ଶ୍ରୀମନ୍ଦିର ଭିତରେ ପ୍ରବେଶ କଲେ ଟିମ୍ । ୧୨ଟା ୯ରୁ ୧ଟା ୪୫ ମିନିଟ୍ ରହିଛି ଶୁଭ ମୁହୂର୍ତ୍ତ । ଯଥେଷ୍ଟ ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଟିମ୍ । ସମ୍ପୂର୍ଣ୍ଣ ପ୍ରକ୍ରିୟାର ଭିଡିଓଗ୍ରାଫି, ଫଟୋଗ୍ରାଫି ଓ ଥ୍ରୀଡି ମ୍ୟାପିଂ କରାଯିବ । କଡ଼ା ସୁରକ୍ଷା ବଳୟ ମଧ୍ୟରେ ହେବ ଅଳଙ୍କାର ଗଣତି ମଣତି । ଏହି ସମୟରେ […]
ବିଧାନସଭାରେ ବିରୋଧୀଙ୍କ ଅଭିନବ ପ୍ରତିବାଦ। କଳା ଟିସାର୍ଟ ପିନ୍ଧି ଗୃହକୁ ଆସିଲେ ବିରୋଧୀ । ଦୁର୍ବଳ ମୁଖ୍ୟମନ୍ତ୍ରୀ, ଶକ୍ତିଶାଳୀ ସ୍ବାସ୍ଥ୍ୟମନ୍ତ୍ରୀ ଲେଖା ଥିବା ଟି ସାର୍ଟ ପିନ୍ଧି ଗୃହରେ ହୋହଲ୍ଲା କରିଛନ୍ତି ବିରୋଧୀ ।ଏହାସହ ବିଧାନସଭା ଚାରିପଟେ ଏକାଠି ଚାଲିଥିଲେ ବିରୋଧୀ । ପ୍ରଶ୍ନ କାଳ ଆରମ୍ଭରୁ ଗୃହ ମଧ୍ୟ ଭାଗକୁ ଆସି ବିରୋଧୀଙ୍କ ନାରା ବାଜି ଦେଇଛନ୍ତି ।ସସିବି ଅଗ୍ନିକାଣ୍ଡ ଘଟଣାରେ ଲାଗାତାର ବିରୋଧ କରି ଆସୁଛନ୍ତି ବିରୋଧୀ । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି […]
