author

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ୨୭ ତାରିଖରେ ଓଡ଼ିଶା ଆସୁଛନ୍ତି

ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ। ତେବେ ବିଧାନସଭାର ଶୀତ ଅଧିବେଶନରେ ମୋହନ ସରକାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥର ବିଧାନସଭାର ଶୀତ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ୨୭ ତାରିଖରେ ଓଡ଼ିଶା ଆସୁଛନ୍ତି । ପୂର୍ବାହ୍ନ ୧୧ଟା ୫୦ ମିନିଟରେ ରାଷ୍ଟ୍ରପତି ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନରେ ବାହାରିବେ । ଦିନ ୨ଟାରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରି […]

ବିଜେପି ଏକକ ସର୍ବବୃହତ ଦଳ, ବହୁମତ ଅତିକ୍ରମ କଲା ଏନଡ଼ିଏ

ବିହାରରେ ପୁଣି ଚାଲିଲା ମୋଦୀ ମ୍ୟାଜିକ୍ । ଏନଡିଏ ଉପରେ ଭରସା କଲେ ଭୋଟର । କିଛି ଏମିତି ଚିତ୍ର ସାମ୍ନାକୁ ଆସୁଛି ବିହାର ବିଧାନସଭା ନିର୍ବାଚନରେ । ବିଜେପି-ଜେଡିୟୁ ମେଣ୍ଟ ବଡ ବିଜୟ ଅଭିମୁଖେ ମୁହାଁଉଛନ୍ତି । ଅନ୍ୟ ଦିଗରେ ଆରଜେଡି ଏବଂ କଂଗ୍ରେସ ମାଟି କାମୁଡିଥିବା ଦେଖିବାକୁ ମିଳିଛି ।ସରକାରୀ ସୂଚନା ଅନୁଯାୟୀ ଏନଡିଏ କ୍ଷମତା ବଜାୟ ରଖିବାକୁ ଯାଉଛି, ବର୍ତ୍ତମାନ ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରୁ ୮୪ଟି ଆସନରେ ବିଜେପି, ୭୬ଟି […]

ଆଜି ବିଶ୍ଵ ମଧୁମେହ ଦିବସ

ଆଜି ବିଶ୍ଵ ମଧୁମେହ ଦିବସ । ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ବିଶ୍ଵ ମଧୁମେହ ଦିବସ ପାଳନ କରାଯାଏ । ମଧୁମେହ ରୋଗ ବିଷୟରେ ସଚେତନା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ।। ବିଶ୍ବର ପ୍ରାୟ ୪୦ କୋଟି ଲୋକ ମଧୁମେହରେ ପୀଡିତ ଥିବାବେଳେ ଏହି ଦିବସ ସଚେତନତା ଲାଗି ବାର୍ତ୍ତା ଦେଇଛି । ଉଚ୍ଚ ରକ୍ତ ଶର୍କରା କାରଣରୁ ଏହାର ପ୍ରଭାବ ଶରୀର ଉପରେ ପଡିଥାଏ । ସଚେତନ ନହେଲେ ଦୃଷ୍ଟିହୀନତା, ଅଙ୍ଗଛେଦନ, […]

ଦେଶର ସବୁ ପ୍ରମୁଖ ବ୍ୟାଙ୍କମାନଙ୍କୁ ମିଳିଲା ନୂଆ ଡୋମେନ୍ ‘.bank.in’

ଦେଶର ସବୁ ପ୍ରମୁଖ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ ଓ ଆକ୍ସିସ ବ୍ୟାଙ୍କ ନିଜ ଅଫିସିଆଲ୍ ୱେବସାଇଟକୁ ପୁରୁଣା ‘.com’ କିମ୍ୱା ‘.co.in’ ଡୋମେନରୁ ବଦଳାଇ ଏବେ ‘.bank.in’କୁ ସ୍ଥାନାନ୍ତରିତ କରାଯାଇଛି । ଏହି ପଦକ୍ଷେପ ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ପରେ ନିଆଯାଇଛି |ଆରବିଆଇ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇ ଅକ୍ଟୋବର ୩୧ ସୁଦ୍ଧା ନିଜ ଇଣ୍ଟରନେଟ୍ ବ୍ୟାଙ୍କିଂ ପୋର୍ଟାଲ୍ସକୁ ବିଶେଷ ‘.bank.in’ ଡୋମେନକୁ ସ୍ଥାନାନ୍ତରିତ କରିବା ପାଇଁ […]

ସରିଲା ଐତିହାସିକ କଟକ ବାଲିଯାତ୍ରା: ବାଲିଯାତ୍ରା ପ୍ରଶଂସାରେ ଶ୍ରେୟା ଘୋଷାଲ

ସରିଲା ଐତିହାସିକ ବାଲିଯାତ୍ରା 2025 । ପ୍ରତିବର୍ଷ ପରି ଏଥର ମଧ୍ୟ ଧୁମଧାମରେ ପାଳିତ ହୋଇଛି ବାଲିଯାତ୍ରା ମହୋତ୍ସବ । ଏହି ଅବସରରେ ବଲିଉଡରୁ ଓଲିଉଡ ଗାୟିକା ଓ ତାରକା ନିଜ ପରଫର୍ମରେ ଦର୍ଶକଙ୍କୁ ମତୁଆଲା କରିଛନ୍ତି । ସମାପନୀ ଉତ୍ସବରେ ବଲିଉଡ୍ ପ୍ରଚ୍ଛଦପଟ୍ଟ ଗାୟିକା ଶ୍ରେୟା ଘୋଷାଲଙ୍କ ବୈଷ୍ଣବ ପାଣି ମଞ୍ଚରେ ଥିବା ଲାଇଭ୍ କାର୍ଯ୍ୟକ୍ରମ ଅବ୍ୟବସ୍ଥାରେ ପରିଣତ ହୋଇଥିଲା । ନାହିଁ ନଥିବା ଭିଡ଼ରୁ ଠେଲାପେଲା ଦଳଚକଟା ଭଳି ସ୍ଥିତି ଉପୁଜିଥିଲା । ବ୍ୟାରିକେଡ଼ […]

ଆଜି ହେଉଛି ନଭେମ୍ବର ୧୪ ଅର୍ଥାତ ଶିଶୁ ଦିବସ

ଆଜି ହେଉଛି ନଭେମ୍ବର ୧୪ ଅର୍ଥାତ ଶିଶୁ ଦିବସ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ। ସେ ଶିଶୁମାନଙ୍କୁ ଖୁବ୍ ଭଲ ପାଉଥିବାରୁ ତାଙ୍କ ଜନ୍ମଦିନକୁ ଦେଶବ୍ୟାପୀ ଶିଶୁ ଦିବସ ଭାବେ ପାଳନ କରାଯାଉଛି।ନେହରୁଙ୍କ ଜନ୍ମ ୧୮୮୯ ମସିହାରେ ଆଲ୍ଲାବାଦରେ ହୋଇଥିଲା । ନେହେରୁଙ୍କ ଛୋଟ ପିଲାଙ୍କ ପ୍ରତି ବହୁତ ଭଲପାଇବା, ସ୍ନେହ ଓ ଶ୍ରଦ୍ଧା ଥିଲା, ଯେଉଁଥିପାଇଁ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ସେ […]

ଆଜି ଭୋଟ୍ ଗଣତି: ନୂଆ ବିଧାୟକ ପାଇବେ ନୂଆପଡ଼ାବାସୀ

ଆଜି ନୂଆପଡା ଉପନିର୍ବାଚନ ଫଳ । ସକାଳୁ ଷ୍ଟ୍ରଙ୍ଗରୁମରେ ଖୋଲାହୋଇଛି ପୋଷ୍ଟାଲ୍‌ ବାଲାଟ୍ । ଆରମ୍ଭ ହୋଇ ଗଲାଣି କାଉଣ୍ଟ ଡାଉନ୍ । ସକାଳ ୮ଟାରୁ ଗଣତି ଆରମ୍ଭ । ୧୪ଟି ଟେବୁଲରେ ୨୬ ରାଉଣ୍ଡ ଗଣତି ପରେ ଜଣାପଡିବ ରାଜନୈତିକ ଜିତ୍ କାହାର ।ପ୍ରଥମେ ପୋଷ୍ଟାଲ୍‌ ବାଲାଟ୍, ପରେ ଇଭିଏମ୍‌ ଗଣତି ହେବ । ପ୍ରତି ରାଉଣ୍ଡରେ ରେଜଲ୍ଟ ଘୋଷଣା କରାଯିବ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଭୋଟ୍ ଗଣତି ହେବ । ଗଣତି […]

ଆଜିର ରାଶିଫଳ(୧୪ ନଭେମ୍ବର, ୨୦୨୫)

ମେଷ : ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ। ବୃଷ:ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି। ମିଥୁନ: ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି […]

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ

ଭୁବନେଶ୍ୱରର ବାଲିଅନ୍ତାରେ ନିୟୋଜିତ ଜଣେ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (ଏଏସଆଇ) ଗୁରୁବାର ଦିନ ଜଣେ ବ୍ୟକ୍ତିଙ୍କ ଠାରୁ ୪,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଦ୍ୱାରା ଗିରଫ ହୋଇଛନ୍ତି। ଅଭିଯୁକ୍ତ ଅଧିକାରୀ ଜଣକ ସୋମନାଥ ପଲେଇ ବୋଲି ଚିହ୍ନଟ ହୋଇଛନ୍ତି। ପାରିବାରିକ ବିବାଦ ମାମଲାରେ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇ ପ୍ରତି ବଦଳରେ ୪,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଟ୍ରାପ ପରେ ସୋମନାଥଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ତିନୋଟି ସ୍ଥାନରେ ଏକକାଳୀନ […]

ବାଲିଯାତ୍ରାର ଉଦ୍‌ଯାପନୀ ସନ୍ଧ୍ୟାରେ ପ୍ରବଳ ଭିଡ଼; ଶ୍ରେୟାଙ୍କ ଶୋ’ରେ ଠେଲାପେଲାରେ ୩ ଅଚେତ

ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଶେଷ ସନ୍ଧ୍ୟାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଐତିହାସିକ ବାଲିଯାତ୍ରାର ଉଦ୍‌ଯାପନୀ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଚାଲିଛି ବଲିଉଡ୍ ଗାୟିକା ଶ୍ରେୟା ଘୋଷାଲଙ୍କ ଶୋ’ । ଶ୍ରେୟାଙ୍କ ଗୀତରେ ଝୁମିବାକୁ ତଳ ବାଲିଯାତ୍ରା ପଡ଼ିଆରେ ପ୍ରବଳ ଭିଡ଼ ଜମିଥିବା ବେଳେ ଠେଲାପେଲାରେ ୩ ଜଣ ଅଚେତ ହୋଇ ପଡ଼ିଥିବା ସୂଚନା ମିଳିଛି ।ଏପରିକି ପୁଲିସ ଓ ଲୋକ ହାତାହାତି ହୋଇଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ […]

ଏମିତି ଦଣ୍ଡ ଦେବୁ ଯେ ଭବିଷ୍ୟତରେ ଆକ୍ରମଣ ପାଇଁ କେହି ସାହସ କରିବେନି: ଶାହ

ଦିଲ୍ଲୀ ବିସ୍ଫୋରଣ ଘଟଣାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉଚ୍ଚ ସ୍ତରୀୟ ବୈଠକ । ଗୁରୁବାର ସକାଳେ ତାଙ୍କ ବ୍ୟକ୍ତିଗତ ବାସଭବନରେ ବୈଠକ ଡାକିଥିରେ । ଯେଉଁଥିରେ ଗୁଇନ୍ଦା ସଂସ୍ଥା ଏବଂ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। NIA ଠୁ ତଦନ୍ତର ଅପଡେଟ୍‌ ରିପୋର୍ଟ ନେଇଛନ୍ତି ଶାହ । ଆତଙ୍କବାଦୀ ଆଗାମୀ ଦିନରେ ଏଭଳି ବର୍ବର କାଣ୍ଡ ଭିଆଇବାକୁ ଯେପରି ସାହସ କରିବେନି, ସେହିପରି କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଶାହ […]

ଅନ୍ଧାର କିଟି କିଟି ଷ୍ଟେସନ ରାସ୍ତା, ଅସୁରକ୍ଷିତ ରେଳଯାତ୍ରୀ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼-ଖଣ୍ଡପଡ଼ା ରାଜ୍ୟ ରାଜପଥର ରେଳ ଓଭରବ୍ରିଜ ଠାରୁ ନୟାଗଡ଼ ଟାଉନ ଷ୍ଟେସନକୁ ଯାଇଥିବା ଏକ କିମି ଲମ୍ବ ମୁଖ୍ୟରାସ୍ତା ରାତ୍ର ସମୟରେ ଅନ୍ଧାର କିଟି କିଟି ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ଅନ୍ଧାରରେ ଚାଲି ଚାଲି ଯାଉଥିବା ଯାତ୍ରୀମାନେ ଖାଲ ଖମାରେ ଝୁଣ୍ଟି ହୋଇ ଦୁର୍ଘଟଣା ଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି। ଅନ୍ୟ ପକ୍ଷରେ ଅନ୍ଧାରର ସୁଯୋଗ ନେଇ ବିଭିନ୍ନ ଅସାମାଜିକ ବ୍ୟକ୍ତିମାନେ ଏହି ରାସ୍ତା କଡରେ […]