author

ପିଏମ୍ କିଷାନ ୨୨ତମ କିସ୍ତି: ଖାତାକୁ ଆସିଲା ୨ ହଜାର ଟଙ୍କା

ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଆଜି ଏକ ବଡ଼ ଦିନ। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM Kisan) ଯୋଜନାର ୨୨ତମ କିସ୍ତି ଆଜି ଜାରି କରାଯାଇଛି।ମିଳିଥିବା ସୂଚନା ଅନୁଯାୟୀ, ଏଥର ୯ କୋଟିରୁ ଅଧିକ ଚାଷୀ ପରିବାର ଏହି ଯୋଜନାର ଲାଭ ପାଇଛନ୍ତି।ପିଏମ୍ କିଷାନ ଯୋଜନାର କିସ୍ତି ଜାରି ହେବା ପରେ ସରକାରଙ୍କ ପକ୍ଷରୁ ପଞ୍ଜୀକୃତ (ରେଜିଷ୍ଟର୍ଡ) ମୋବାଇଲ୍ ନମ୍ବରକୁ ଏକ ସ୍ୱତନ୍ତ୍ର ମେସେଜ୍ ପଠାଯାଇଥାଏ। ଏହାସହ ବ୍ୟାଙ୍କ ପକ୍ଷରୁ ମଧ୍ୟ […]

ରାଜ୍ୟସଭା ନିର୍ବାଚନ ପାଇଁ ହ୍ୱିପ ଜାରି କଲା ବିଜେପି

ରାଜ୍ୟସଭା ନିର୍ବାଚନ ପାଇଁ ହ୍ୱିପ ଜାରି କଲା ବିଜେପି । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଜାରି କରିଛନ୍ତି ହ୍ୱିପ । ୧୬ରେ ବିଧାନସଭାରେ ଉପସ୍ଥିତ ରହିବା ପାଇଁ ଦଳୀୟ ବିଧାୟକଙ୍କୁ ଦିଆଯାଇଛି ନିର୍ଦ୍ଦେଶ ।  ବିଜେଡି , କଂଗ୍ରେସକୁ ଘୋଡା ବେପାର ଭୟ ଘାରିନି । ବିଜେପିକୁ ମଧ୍ୟ ଘାରିଛି । ଏପଟେ କଂଗ୍ରେସର ୮ ବିଧାୟକ ବେଙ୍ଗାଲୁରର ଏକ ରିସର୍ଟରେ ଯାଇ ରହିଛନ୍ତି । ଯାହାକି କଂଗ୍ରେସ ହ୍ୱିପ ଜାରି କରି […]

ମାର୍ଚ୍ଚ ୨୯ରେ ମା ମଝିଘରିଆଣୀଙ୍କ ଚୈତ୍ର ଯାତ୍ରା

ରାୟଗଡ (ନିପ୍ର) ୧୩/୦୩ – ମାର୍ଚ୍ଚ ୨୯ ରୁ ଏପ୍ରିଲ ୨ ତାରିଖ ଯାଏଁ ଅନୁଷ୍ଠିତ ହେବା ରାୟଗଡର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ଚୈତ୍ର ଯାତ୍ରା । ଏ ନେଇ ଆଜି ମନ୍ଦିର ପରିସରରେ ରୀତି, ନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଚୈତ୍ର ଯାତ୍ରା ନିମନ୍ତେ ଶୁଭ ଖୁଂଟି ସ୍ଥାପନ ହୋଇଛି । ୨୯ ତାରିଖ ଦିନ ମାଙ୍କ ପାଦ ଉଠାଣ ଓ ଘଟ ସ୍ଥାପନ ସହ ସୂର୍ଯ୍ୟପୂଜା, ଶାଳାପୂଜା, ଚଣ୍ଡୀପାଠ, ଷୋଡଶ ଉପଚାର ପୂଜା, […]

ପ୍ରାୟ ୫୪ ବର୍ଷର ଦୀର୍ଘ ଅପେକ୍ଷା ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ

୫୪ ବର୍ଷର ଦୀର୍ଘ ଅପେକ୍ଷା ପରେ ଆମେରିକୀୟ ମହାକାଶ ସଂସ୍ଥା ନାସା ଏହାର ଐତିହାସିକ ଆର୍ଟେମିସ୍-II ମିଶନ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ଯଦି ସବୁକିଛି ଠିକ୍ ରହେ, ତେବେ ନାସା ଏପ୍ରିଲ ୧ରେ ଏହାର ଆର୍ଟେମିସ୍ II ମିଶନ ଲଞ୍ଚ କରିବ। ଏହି ମିଶନ ପ୍ରାୟ ୧୦ ଦିନ ଚାଲିବ। ୧୯୭୨ ପରେ ଏହା ପ୍ରଥମ ଥର ହେବ ଯେଉଁଥିରେ ମଣିଷ ପୁଣି ଥରେ ଚନ୍ଦ୍ରର କକ୍ଷପଥକୁ ଯାତ୍ରା କରିବ। ନାସାର ଏହି ମିଶନରେ ସ୍ପେସ୍ […]

ଓଡ଼ିଶାରେ ୫୧୮୨ଟି ମୋବାଇଲ୍‌ ଟାୱାର ସ୍ଥାପନ କରାଯିବ: ଜ୍ୟୋତିରାଦିତ୍ୟ ସିନ୍ଧିଆ

ରାଜ୍ୟର ୧୨୦୦ରୁ ଅଧିକ ଗାଁରେ ମୋବାଇଲ୍‌ ସେବା ପହଞ୍ଚିପାରିନାହିଁ।ଗ୍ରାମାଞ୍ଚଳ, ଦୁର୍ବଳ ଓ ଅପହଞ୍ଚ ଅଞ୍ଚଳରେ ମୋବାଇଲ୍‌ ସେବା ପହଞ୍ଚାଇବା ପାଇଁ ଡିଜିଟାଲ ଭାରତ ନିଧି (ଡିବିଏନ୍‌) ଅଧୀନରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ୨୦୨୬ ଫେବ୍ରୁଆରି ସୁଦ୍ଧା ସାରା ଦେଶର ୪୬,୩୩୧ଟି ଗାଁରେ ମୋବାଇଲ୍‌ ସେବା ପହଞ୍ଚାଇବା ଲାଗି ୩୪,୭୮୦ଟି ମୋବାଇଲ୍‌ ଟାୱାର ସ୍ଥାପନ କରିବାକୁ ଯୋଜନା ରହିଥିବା ଟେଲିକମ୍‌ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ।ସେ କହିଛନ୍ତି ଯେ, ଗ୍ରାମୀଣ ‌ମୋବାଇଲ୍‌ ସେବା ବ୍ୟବସ୍ଥାକୁ ସୁଦୃଢ଼ […]

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ,ବଡ଼ଦାଣ୍ଡର ବଣ୍ଟା ହେବନି ରନ୍ଧାଖାଦ୍ୟ

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇଛି ମାଷ୍ଟର ପ୍ଲାନ୍ । ରଥଯାତ୍ରା ସହ ଜଡ଼ିତ ସବୁ ବିଭାଗ ନିଜର କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ସାରିବାକୁ ପରାମର୍ଶ ଦିଆଯାଇଛି । ଉଭୟ ସ୍ୱଳ୍ପ ମିଆଦୀ ଓ ଦୀର୍ଘ ମିଆଦି ଯୋଜନା କାର୍ଯ୍ୟକାରୀ କରିବାକୁ ସବୁ ବିଭାଗକୁ ଦିଆଯାଇଛି ନିର୍ଦ୍ଦେଶ । ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ପୁରୀ ଜିଲ୍ଲା ପ୍ରଶାସନର […]

ହୋଟେଲ ଓ ରେଷ୍ଟୁରାଣ୍ଟ ପାଇଁ ୨୦% କୋଟା ଘୋଷଣା କଲେ କେନ୍ଦ୍ର ସରକାର

ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ପ୍ରଭାବ ଏବେ ଭାରତର ରୋଷେଇ ଶାଳରେ ଅନୁଭୂତ ହେଉଛି। ଦେଶବ୍ୟାପୀ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ଘୋର ଅଭାବ ଦେଖାଦେଇଥିବା ବେଳେ, ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି।ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ପେଟ୍ରୋଲିୟମ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏକ ବୈଠକରେ ବାଣିଜ୍ୟିକ ଏଲପିଜି ଯୋଗାଣର ବର୍ତ୍ତମାନର ସ୍ଥିତି ଏବଂ ହୋଟେଲ, ରେସ୍ତୋରାଁ ଏବଂ ପର୍ଯ୍ୟଟନ […]

କଂଗ୍ରସର ୮ ବିଧାୟକ ସ୍ୱଇଚ୍ଛାରେ ବୁଲିବାକୁ ଯାଇଛନ୍ତି : ତାରାପ୍ରସାଦ

ରାଜ୍ୟ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ୮ ଜଣ ବିଧାୟକ ବେଙ୍ଗାଲୁରୁ ଯିବା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି। ତାଙ୍କୁ କିଏ ଜବରଦସ୍ତ ନେଇନାହାନ୍ତି, ନିଜ ଇଚ୍ଛାରେ ଯାଇଛନ୍ତି, ବହୁ ଦିନ ହେବ ବାହାରକୁ ଯାଇନଥିଲେ, ୨ ଦିନ ବୁଲି ଆସିବେ । ଏଥିରେ କୌଣସି ରାଜନୈତିକ ଅଭିସନ୍ଧି ନାହିଁ କହିଛନ୍ତି ତାରା । ଆମ ଦଳର ସବୁ ବିଧାୟକଙ୍କ ଉପରେ ଭରସା ଅଛି କହିଛନ୍ତି ତାରା । ଦଳର […]

ହର୍ମୁଜ୍ ପ୍ରଣାଳୀରେ ବିଭ୍ରାଟ କାରଣରୁ ଔଷଧ ମୂଲ୍ୟ ୧୦-୨୦% ବୃଦ୍ଧି ଆଶଙ୍କା

ଆମେରିକା-ଇସ୍ରାଏଲ-ଇରାନ ବିବାଦ ଦ୍ୱିତୀୟ ସପ୍ତାହରେ ପ୍ରବେଶ କରିବା ସହିତ ଭାରତର ଔଷଧ କ୍ଷେତ୍ର ବାଧାପ୍ରାପ୍ତ ହେବା ସମ୍ଭାବନା ଦେଖାଦେଇଛି ।ଶିଳ୍ପ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ମାର୍ଚ୍ଚ ଶେଷ ସୁଦ୍ଧା ବଫର ଷ୍ଟକ୍ ହ୍ରାସ ପାଇବା ଏବଂ ଲଜିଷ୍ଟିକ୍ସ ଖର୍ଚ୍ଚ ବୃଦ୍ଧି ପାଇବା ସହିତ ଔଷଧ ଏବଂ ସମ୍ପୃକ୍ତ ଉତ୍ପାଦ ମୂଲ୍ୟ ୧୦-୨୦% ବୃଦ୍ଧି ପାଇପାରେ ।ଇନ୍ଧନର ଉଚ୍ଚ ମୂଲ୍ୟ ସିଧାସଳଖ ଔଷଧ ଉତ୍ପାଦନରେ ବ୍ୟବହୃତ ସକ୍ରିୟ ଔଷଧ ଉପାଦାନ (Active Pharmaceutical Ingredients- API) ଏବଂ […]

ବକେୟା ଇ-ଚାଲାଣ ଜରିମାନା ପାଇଁ ନୂଆ ଯୋଜନା! ମିଳିବ ୫୦% ଛାଡ଼

ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଲକ୍ଷଲକ୍ଷ ଇ-ଚାଲାଣ କଟାଯାଇଛି। ଏହି ଚାଲାଣରୁ କେତେକ ମାମଲାରେ କୋର୍ଟରେ ପ୍ରସିକ୍ୟୁସନ୍ ରିପୋର୍ଟ (ପିଆର‌) ଦାଖଲ ହୋଇଥିବା ବେଳେ କେତେକ ମାମଲାରେ ଏପର୍ଯ୍ୟନ୍ତ ଦାଖଲ ହୋଇନାହିଁ। ଏହାକୁ ଦୃଷ୍ଟିରେ ରଖି ସରକାର ରାଷ୍ଟ୍ରୀୟ ଲୋକ ଆଦାଲତ ମାଧ୍ୟମରେ ଏହାର ସମାଧାନ କରିବାକୁ ନିଷ୍ପତ୍ତ ନେଇଛନ୍ତି।ବକେୟା ଇ-ଚାଲାଣ ଜରିମାନା ପାଇଁ ସରକାର ନୂଆ ଯୋଜନା ଆଣିଛନ୍ତି। ଆସନ୍ତା ୧୪ ରୁ ଆରମ୍ଭ ହେବାକୁ ଥିବା ୨୦୨୬ ମସିହାର ଜାତୀୟ ଲୋକ ଅଦାଲତରେ ନିୟମ […]

ଆଦିବାସୀ, ପଛୁଆବର୍ଗଙ୍କ ଆର୍ଥିକ ଓ ସାମାଜିକ ସଶକ୍ତୀକରଣ ହେବ: ଗଣଶିକ୍ଷା ମନ୍ତ୍ରୀ

ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟ ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରିରୀକ ଶିକ୍ଷା । ଏନେଇ ଗୃହରେ ଉତ୍ତର ରଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଜାତୀୟ ଶିକ୍ଷା ନୀତି ୨୦୨୦ ଅଧୀନରେ ଶାରୀରିକ ଶିକ୍ଷା ଦିଆଯିବ । ଏବେ ଡିଜିଟାଲ କ୍ଲାସରୁମରେ ଇ-କଣ୍ଟଣ୍ଟ ଦ୍ୱାରା ଶିକ୍ଷା ଦିଆଯାଉଛି । ଅନ୍ୟପଟେ ଆଦିବାସୀ, ପଛୁଆବର୍ଗଙ୍କ ଆର୍ଥିକ ଓ ସାମାଜିକ ସଶକ୍ତୀକରଣ ପାଇଁ ରାଜ୍ୟରେ ଆଦିବାସୀ ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାର […]

ଆଜି ସିଇସିଙ୍କ ବିରୋଧରେ ଆଗତ ହେବ ଅନାସ୍ଥା ନୋଟିସ

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ ବିରୋଧୀ ଦଳଗୁଡ଼ିକ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବିରୋଧୀ ମେଣ୍ଟ ଇଣ୍ଡିଆର ମୋଟ ୧୯୩ ସାଂସଦ ତାଙ୍କୁ ହଟାଇବା ପାଇଁ ଏକ ନୋଟିସରେ ସ୍ୱାକ୍ଷର କରିଛନ୍ତି। ଏହି ନୋଟିସ ଶୁକ୍ରବାର ସଂସଦର ଉଭୟ ଗୃହରେ ଉପସ୍ଥାପିତ ହୋଇପାରେ। ନିୟମ ଅନୁଯାୟୀ ସିଇସିଙ୍କୁ ବହିଷ୍କାର କରିବାକୁ ଲୋକସଭାରେ ଅତିକମରେ ୧୦୦ ଏବଂ ରାଜ୍ୟସଭାରେ ୫୦ ଜଣ ସାଂସଦ ଦସ୍ତଖତ କରିବା ଜରୁରୀ। ପ୍ରସ୍ତାବରେ ଜ୍ଞାନେଶ କୁମାରଙ୍କ ବିରୋଧରେ ସାତଟି […]