author

ଲାଞ୍ଚ ନେଇ ଧରାପଡିଲେ ପୋଲିସ ଏଏସ୍‌ଆଇ

ଚୋରା ମଦ ବେପାର ପାଇଁ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ପୁଲିସ ଏଏସଆଇ। ଏଏସଆଇ ଜଣକ ହେଉଛନ୍ତି ବଡ଼ ଗାଁ ଥାନାର ଅରୁପା ନନ୍ଦ ଦାଶ। ଚୋରା ମଦ ବେପାର ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ।ଗୁରୁବାର ସନ୍ଧ୍ୟାରେ ବଡ଼ଗାଁ ପୋଲିସ ଥାନାର ଏଏସ୍‌ଆଇ ଅରୂପା ନନ୍ଦ ଦାସ ରାସ୍ତା ପାର୍ଶ୍ୱରେ ଥିବା ଜଣେ ଢାବାମାଲିକଙ୍କୁ ଏକ ମାମଲାରେ ସାହାଯ୍ୟ କରିବା ଏବଂ ତାଙ୍କ ବ୍ୟବସାୟକୁ ସୁଗମ କରିବା ପାଇଁ ୨୫,୦୦୦ ଟଙ୍କା […]

ଅଧରାତିରେ ଚାରି ଝିଅଙ୍କୁ କୂଅରେ ଫିଙ୍ଗିଦେଲା ମା’, ନିଜେ ବି ହାରିଲେ ଜୀବନ

ଗୋଟିଏ ପରିବାରର ୪ ଝିଅଙ୍କ ମୃତଦେହ ଘର ପାଖ କୂଅରୁ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି । ତାଠୁ ଅଧିକ ବିଚଳିତ କରିଛି, ସେମାନଙ୍କ ମା’ ହିଁ ୪ ନାବାଳିକାଙ୍କ ହତ୍ୟାକାରୀ । ଅନ୍ୟପଟେ ମହିଳାଙ୍କ ଝୁଲନ୍ତା ମୃତଦେହ ମିଳିଛି | ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଜଣେ ମା’ ତାଙ୍କର ଚାରି ନିର୍ଦ୍ଦୋଷ ଝିଅଙ୍କୁ କୂଅରେ ଫିଙ୍ଗି ଦେବା ପରେ ଆତ୍ମହତ୍ୟା କରିଛି । ପୋଲିସର ସୂଚନା ଅନୁଯାୟୀ, ଗୁରୁବାର ସକାଳେ ୨୮ ବର୍ଷୀୟ ସବିତା […]

ରାଜ୍ୟସଭା ନିର୍ବାଚନକୁ ନେଇ ସବୁ ବିଧାୟକଙ୍କୁ ଚିଠି ଲେଖିଲେ ନବୀନ

ରାଜ୍ୟସଭା ନିର୍ବାଚନକୁ ନେଇ ନବୀନଙ୍କ ବଡ଼ ନିଷ୍ପତ୍ତି । ସବୁ ବିଧାୟକଙ୍କୁ ଚିଠି ଲେଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଜାରି କରିଥିବା ହ୍ବିପକୁ ମାନିବାକୁ ଦେଲେ କଡ଼ା ନିର୍ଦ୍ଦେଶ ।ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ନିଜେ ଏହି ନିର୍ବାଚନର ମଙ୍ଗ ଧରିଛନ୍ତି। ତେଣୁ କୌଣସି ଉପାୟରେ ବିଧାୟକଙ୍କୁ ଏକାଠି କରିବାକୁ ସବୁ କଳବଳ ଲଗାଇ ଦେଇଛନ୍ତି। ବିରୋଧୀ ଦଳ ଭୋଟ୍ ଭାଙ୍ଗିବାକୁ […]

ଏଲପିଜି ଅଭାବ ଆଶଙ୍କା ମଧ୍ୟରେ ଦେଶବାସୀଙ୍କୁ ଆଶ୍ବସ୍ତ କଲେ ପ୍ରଧାନମନ୍ତ୍ରୀ

ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ଆଶ୍ବାସନା । ଦେଶରେ ତୈଳ ଓ ଗ୍ୟାସର ସଂକଟ ନାହିଁ । ଗଲା ୫ଦିନ ଭିତରେ ଦେଶରେ LPG ଉତ୍ପାଦନ ୨୮% ବୃଦ୍ଧି ପାଇଛି । ଦେଶବାସୀଙ୍କୁ ଆଶ୍ବସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୪୦ କୋଟି ଭାରତୀୟଙ୍କ ଉପରେ ବିଶ୍ବାସ ରହିଛି, କୋଭିଡ୍ ସମୟ ପରି ଆମେ ଏହି ସଙ୍କଟକୁ ମଧ୍ୟ ଦୂର କରିବୁ ବୋଲି ଦେଶବାସୀଙ୍କୁ ସେ ପ୍ରତିଶ୍ରୁତି ଦେଇଛନ୍ତି ।ରାଜନୈତିକ ପ୍ରସଙ୍ଗ ଛାଡ଼ି କିଛି ଲୋକ ଏଲପିଜି […]

ଯୁଦ୍ଧ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ବନ୍ଦ କରିବାକୁ ଧମକ ଦେଲେ ମୋଜତବା ଖାମେନେଇ

ଆକ୍ରମଣ, ପ୍ରତିଆକ୍ରମଣ ଭିତରେ ଇରାନର ସର୍ବୋଚ୍ଚ ନେତାଙ୍କ ଚେତାବନୀ । ଯୁଦ୍ଧରେ ଚାପ ସୃଷ୍ଟି ପାଇଁ ହର୍ମୁଜ୍ ପ୍ରଣାଳୀ ବନ୍ଦ ରଖିବାକୁ ଇରାନର ସର୍ବୋଚ୍ଚ ନେତା ମୋଜତବା ଖାମେନେଇ ଧମକ ଦେଇଛନ୍ତି ।ସର୍ବୋଚ୍ଚ ନେତା ନିର୍ବାଚିତ ହେବା ପରେ ଗୁରୁବାର ମୋଜତାବା ପ୍ରଥମ କରି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଟେଲିଭିଜନ ମାଧ୍ୟମରେ ନିଜ ସମ୍ବୋଧନରେ ଇସ୍ରାଏଲ ଓ ଆମେରିକା ବିରୋଧରେ ଯୁଦ୍ଧକୁ ତୀବ୍ର କରିବାକୁ ଆହ୍ବାନ ଦେଇଛନ୍ତି। ଏପରି କି ଯୁଦ୍ଧରେ ହର୍ମୁଜ ପ୍ରଣାଳୀକୁ ଅସ୍ତ୍ର କରିବାକୁ […]

ଆଜିର ରାଶିଫଳ(୧୩ ମାର୍ଚ୍ଚ, ୨୦୨୬

ମେଷ : ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ। ବୃଷ : ଆଜି ନିଜର ଉତ୍ସାହ ଗୁଣ ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି।ଶାରୀରିକ […]

ଡରାଇଲାଣି ତାତି, ଆହୁରି ବଢ଼ିବ ପାରଦ

ମାର୍ଚ୍ଚ ମାସ ଅଧା ନହେଉଣୁ ଓଡ଼ିଶାରେ କଲବଲ କଲାଣି ଖରା। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଛି। ପଶ୍ଚିମ ଓଡ଼ିଶାର ଶିଳ୍ପ ସହର ଝାରସୁଗୁଡ଼ା ଏବେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି।ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି, ୨୪ ଘଣ୍ଟା ମଧ୍ୟରେ ପାରଦ ୨ରୁ ୩ ଡିଗ୍ରୀ ବଢ଼ିପାରେ । ଖରା ତାତି ଭିତରେ ସାମାନ୍ୟ ଆଶ୍ବସ୍ତି ଆଣିପାରେ କାଳବୈଶାଖୀ । ୨୪ ଘଣ୍ଟା ପାଇଁ […]

ରନ୍ଧନ ଗ୍ୟାସ୍ (ଏଲ୍. ପି. ଜି) ଉପଲବ୍ଧ ରହିଛି ଏବଂ ଜନସାଧାରଣଙ୍କୁ ଏଥି ନେଇ ଚିନ୍ତିତ ନ ହେବାକୁ ମନ୍ତ୍ରୀଙ୍କ ପରାମର୍ଶ

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ଯକ୍ଷତାରେ ରାଜ୍ୟରେ ରନ୍ଧନ ଗ୍ୟାସ୍ (ଏଲ୍ ପିଜି) ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ୍ (ଏଲ୍. ପି. ଜି) ଉପଲବ୍ଧ ରହିଛି ଏବଂ ଜନସାଧାରଣଙ୍କୁ ଏଥି ନେଇ ଚିନ୍ତିତ ନ ହେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ ଏଲ୍. ପି.ଜି ବିତରକ ଓ ରିଟେଲ୍ ଆଉଟ୍ ଲେଟକୁ ବିତରଣ ପ୍ରକିୟା ଓ […]

ଆସନ୍ତା ୨୮ ତାରିଖରେ ବାର ଆସୋସିଏସନ କର୍ମକର୍ତ୍ତା ନିର୍ବାଚନ

ଆସନ୍ତା ୨୮ ତାରିଖରେ ବାର ଆସୋସିଏସନ କର୍ମକର୍ତ୍ତା ନିର୍ବାଚନ । ଓଏସବିସି ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱୀବେଦୀ ସୂଚନା ଦେଇଛନ୍ତି । ରାଜ୍ୟ ଆଇନଜୀବୀ ପରିଷଦ ସହ ଅନୁବନ୍ଧିତ ୧୫୮ ଆସୋସିଏସନରେ ନିର୍ବାଚନ ହେବ । ନିର୍ବାଚନୀ ପ୍ରକ୍ରିୟାକୁ ସମ୍ପୁର୍ଣ୍ଣ ଭିଡିଓଗ୍ରାଫି କରିବାକୁ ପରିଷଦ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ସକାଳ ସାଢେ ୭ଟାରୁ ୩ଟା ଯାଏଁ ହେବ ଭୋଟ ଗ୍ରହଣ । ନିର୍ବାଚନରେ ମୋଟ ୩୮ ହଜାର ୮୮୩ ଜଣ ମତ ସାବ୍ୟସ୍ତ କରିବେ । […]

ଚିନ୍ମୟ ମିଶନ ପକ୍ଷରୁ ହନୁମାନ ଚାଳିଶା ପଠନ ଏବଂ ସମୂହ ପ୍ରସାଦ ସେବନ

ନୟାଗଡ଼,(ଓଡ଼ିଶା ଦର୍ପଣ): ଚିନ୍ମୟ ମିଶନ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ତ୍ରିନାଥ ଛକସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ହନମାନ ଚାଳିଶା ପଠନ ଏବଂ ସମୂହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରେନ୍ଦ୍ରନାଥ ମହାପାତ୍ର ଏବଂ ସମ୍ପାଦକ ଘନଶ୍ୟାମ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହନୁମାନ ଚାଳିଶା ପଠନରେ ଅନୁଷ୍ଠାନର ଉପସ୍ଥିତ ସଦସ୍ୟମାନେ ଥରେ ଥରେ ହନୁମାନ ଚାଳିଶା ପାଠ କରି ସର୍ଵମଙ୍ଗଳ କାମନା କରିଥିଲେ। ପରେ ସମୂହ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଉପସ୍ଥିତ […]

ହର୍ମୁଜର ଅବରୋଧକୁ ନେଇ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ-ପେଟ୍ରୋଲିୟମ ମନ୍ତ୍ରୀ

ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ବିବାଦ ବିଶ୍ୱ ତୈଳ ଏବଂ ଗ୍ୟାସ ଯୋଗାଣ ନେଇ ଚିନ୍ତାକୁ ଆହୁରି ଘନୀଭୂତ କରିଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ସଂସଦରେ ପରିସ୍ଥିତି ସ୍ପଷ୍ଟ କରି କହିଛନ୍ତି ଯେ ଭାରତର ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁରକ୍ଷିତ। ସେ ସ୍ବୀକାର କରିଛନ୍ତି ଯେ ହରମୁଜ ପ୍ରଣାଳୀ ଦେଇ ପ୍ରାୟ ୨୦% ଯାତାୟାତ ପ୍ରଭାବିତ ହୋଇଛି, କିନ୍ତୁ ପରିସ୍ଥିତିର ସମାଧାନ […]

ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ

ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ। ଇ-ମେଲ ଜରିଆରେ କୋର୍ଟକୁ ଉଡାଇ ଦେବାକୁ ଧମକ ମିଳିଥିଲା। କୋର୍ଟ ପରିସରରେ ସନ୍ଧାନୀ କୁକୁର ଓ ବମ୍ ସ୍କ୍ବାଡ ପହଞ୍ଚି ବିଭିନ୍ନ ସ୍ଥାନରେ ଯାଞ୍ଚ କରିଛନ୍ତି । ଦମକଳ ବାହିନୀ ମଧ୍ୟ କୋର୍ଟ ପରିସରରେ ପହଞ୍ଚିଥିଲେ। କୋର୍ଟ ପରିସରରେ ପୋଲିସ ଟିମ୍ ପହଂଚିଛି। କୋର୍ଟ କର୍ମଚାରୀ, ମାଜିଷ୍ଟ୍ରେଟ ଏବ୍ଂ ଓକିଲଙ୍କ ସହ ଆଲୋଚନା କରୁଛି ପୋଲିସ ।ଏହା ପୂର୍ବରୁ ରାଜ୍ୟର କେତେକ କୋର୍ଟକୁ ଇମେଲରେ ବୋମା ଧମକ ଆସିଥିଲା। ଏପରିକି […]