ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିପକ୍ଷରେ ବିରୋଧିଙ୍କ ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି। ଏହା ଉପରେ ସଂସଦରେ ଦୁଇଦିନ ପର୍ଯ୍ୟନ୍ତ ଚର୍ଚ୍ଚା ହୋଇଥିଲା। ଶେଷରେ ଗତକାଲି ଧ୍ବନୀ ମତରେ ଖାରଜ ହୋଇଛି। ଅନାସ୍ଥା ଖାରଜ ପରେ ଗୁରୁବାର ଓମ୍ ବିର୍ଲା ସଂସଦକୁ ସମ୍ବୋଧିତ କରିଛନ୍ତି। ବିରୋଧୀଙ୍କ ପ୍ରତିଟି ଅଭିଯୋଗରେ ଉତ୍ତର ରଖିଲେ ଓମ ବିର୍ଲା। କହିଲେ ନିୟମ ଉର୍ଦ୍ଧ୍ୱରେ ଗୃହର କୌଣସି ସଦସ୍ୟ ନୁହଁନ୍ତି । ଗୃହ କାର୍ଯ୍ୟକୁ ଠିକ ଭାବେ ପରିଚାଳନା କରିବା ମୋ ଦାୟିତ୍ୱ […]
ଟି-୨୦ ବିଶ୍ୱକପ୍ ବିଜୟ ପରେ ବିବାଦରେ ହାର୍ଦ୍ଦିକ ପାଣ୍ଡ୍ୟା । ଜାତୀୟ ପତାକାକୁ ଅପମାନ ଅଭିଯୋଗରେ ମାମଲା ହୋଇଛି । ବିଜୟ ଉତ୍ସବ ସମୟରେ ଜାତୀୟ ପତାକାକୁ ଅପମାନିତ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ପୁଣେର ଶିବାଜୀ ନଗର ପୁଲିସ୍ ଷ୍ଟେସନରେ ଏକ ଅଭିଯୋଗ ଦାୟର ହୋଇଛି । ହାର୍ଦ୍ଦିକ ସେଲିବ୍ରେଶନ ସମୟରେ ଜାତୀୟ ପତାକାକୁ ଗୁଡାଇ ଗର୍ଲଫ୍ରେଣ୍ଡ ସହ ପୋଡିୟମରେ ଶୋଇ ପଡିଥିଲେ । ଏହା ଜାତୀୟ ପତାକାକୁ ଅସମ୍ମାନ । କ୍ରିକେଟରଙ୍କ ବିରୋଧରେ ଏଫଆଇଆର […]
ଚଳିତ ବର୍ଷ ହେବନି ପାୱାରକଟ୍ । ବିଧାନସଭାରେ ଲିଖିତ ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି । ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି । ଜାତୀୟ ବିପର୍ଯ୍ୟୟ ତାଲିକାରେ ହିଟୱେଭକୁ ସାମିଲ୍ ପାଇଁ ସୁପାରିସ୍ ହୋଇଛି । ୩୧ ପୌରାଞ୍ଚଳ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ହିଟୱେଭ ଆକ୍ସନ ପ୍ଲାନ । ୧୦ ପୌରାଞ୍ଚଳ ହିଟୱେଭ ଆକ୍ସନ ପ୍ଲାନ ପ୍ରସ୍ତୁତ […]
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ୨୦୨୨ କ୍ୟାଡରର ୫ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ବରିଷ୍ଠ ପ୍ରଶାସକ ମନୀଷ ଅଗ୍ରଓ୍ୱାଲଙ୍କୁ ସମବାୟ ବିଭାଗର ରେଜିଷ୍ଟ୍ରାର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଏହାସହ ପ୍ରଶାସକ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଷ୍ଟାର୍ଟ ଅଫ୍ ଓଡ଼ିଶାର ସିଇଓ ଭାବେ ଦାୟିତ୍ୱ ଦିଆଯାଇଛି ।ସେହିପରି ବରିଷ୍ଠ ଆଇଏଏସ୍ ସିଦ୍ଧାର୍ଥ ଦାସଙ୍କୁ […]
ବିଧାନସଭାରେ LPG ତାତି । ରାଜ୍ୟରେ ରନ୍ଧନ ଗ୍ୟାସ ଅଭାବ ଅଭିଯୋଗ ଆଣି ଡବଲ ଇଞ୍ଜିନ ସରକାରଙ୍କୁ ଘେରିଲେ ବିରୋଧୀ । ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ଉଭୟ ବିଜେଡି ଏବଂ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ପ୍ରଥମେ ଗୃହକୁ ୧୧ .୩୦ ମିନିଟ୍ ଏବଂ ପରେ ୧୨ .୧୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଏବେ ଗ୍ୟାସ୍ ଦର ପ୍ରତିବାଦରେ ବିଧାନସଭା ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖିଛନ୍ତି […]
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୬୩,୩୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୯,୭୦୦ ଟଙ୍କା ଛୁଇଁଛି ।ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୬୨,୨୨୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୮,୭୦୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୮୦,୦୦୦ ଟଙ୍କା ହୋଇଛି ।
ଆଜି ୧୨ ମାର୍ଚ୍ଚ, ୨୦୨୬ ରେ ତେଲ ମୂଲ୍ୟରେ ବୃଦ୍ଧି ଘଟିଛି କାରଣ ପ୍ରମୁଖ ଦେଶଗୁଡ଼ିକ ଇରାନରେ ସଂଘର୍ଷର ପ୍ରଭାବକୁ ସୀମିତ କରିବା ପାଇଁ ଜରୁରୀକାଳୀନ ତୈଳ ଭଣ୍ଡାର ମୁକ୍ତ କରିବାକୁ ରାଜି ହୋଇଛନ୍ତି। ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡିକରୁ ତୈଳ ଯୋଗାଣ ବନ୍ଦ ହୋଇଯାଇଥିବାରୁ ଆଇଇଏ ଏହାର ମହଜୁଦ୍ ତୈଳ ଭଣ୍ଡାରରୁ ୪୦୦ ନିୟୁତ ବ୍ୟାରେଲ ତୈଳ ପଠାଇବ ବୋଲି ଘୋଷଣା କରିଛି। ଆଇଇଏର ଅନୁବନ୍ଧିତ ୩୨ଟି ରାଷ୍ଟ୍ର ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ୨୦୨୨ରେ […]
ବିଜେଡିର କ୍ରସ ଭୋଟିଂ ହେବାର ସମ୍ଭାବନା ନାହିଁ। ଏନେଇ ସୂଚନା ଦେଇଛନ୍ତି ବିଜେଡି ବିଧାୟକ ଅଶ୍ଵିନୀ ପାତ୍ର। ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵର ନ ଛାଡିବାକୁ ନିର୍ଦେଶ ରହିଛି। ମୌଖିକ ଭାବରେ ଦଳର ମୁଖ୍ୟ ସଚେତକ ଆମକୁ କହିଛନ୍ତି।ଅନ୍ୟପଟେ ଅଶ୍ୱିନୀ ପାତ୍ର ଆହୁରି କହିଛନ୍ତି, ରବି ଜେନାଙ୍କ ଶୂନ୍ୟସ୍ଥାନ ପୂରଣ କରିବେ ଦଳପତି ।ଅନ୍ୟପଟେ ବିଜେଡିକୁ କ୍ରସ ଭୋଟିଂର ଭୟ ଘାରିଛି।ଗତକାଲି ରାଜ୍ୟସଭା ନିର୍ବାଚନ ପାଇଁ ହୁଇପ୍ ଜାରି କରିଥିଲା ବିଜେଡି। ଭୁବନେଶ୍ବର ନ ଛାଡିବାକୁ ବିଜେଡିର […]
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ସେଠାରେ ଅନେକ ଓଡ଼ିଆ ଲୋକ ଅଟକି ରହିଛନ୍ତି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍ ବେଗ ପ୍ରକାଶ କରିଛନ୍ତି। ଗତ ମାର୍ଚ୍ଚ ୨ତାରିଖରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ମଧ୍ୟପ୍ରାଚ୍ୟ ଘଟଣା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ପ୍ରୀତିଶ […]
ଅମାନିଆ ଗାଡ଼ି ଚାଳକ ସାବଧାନ। ମାର୍ଚ୍ଚ ୨୧ରୁ ହେବ ଆକ୍ସନ । ସଡ଼କ ନିୟମ ଉଲ୍ଲଙ୍ଘନ ବିରୋଧରେ କଡ଼ାକଡ଼ି ହେବ ଗାଡ଼ି ଯାଞ୍ଚ । ପରିବହନ ବିଭାଗ ଚଳାଇବ ସ୍ବତନ୍ତ୍ର ଅଭିଯାନ । ସାରା ରାଜ୍ୟରେ ଆରଟିଓ ଟିମ୍ କରିବେ ଏନଫୋର୍ସମେଣ୍ଟ । ସଡ଼କ ସୁରକ୍ଷା ନିୟମ ଅନୁପାଳନକୁ ଅଧିକ କଡ଼ାକଡ଼ି କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏହି ଅଭିଯାନ କରାଯିବ। ନିୟମ […]
ପ୍ରତିବର୍ଷ ମାର୍ଚ୍ଚ ମାସ ଦ୍ୱିତୀୟ ଗୁରୁବାର ବିଶ୍ୱ କିଡ୍ନୀ ଦିବସ ଭାବେ ପାଳିତ ହୋଇଆସୁଛି । କିଡ୍ନୀ ବା ବୃକକ୍କୁ ସୁସ୍ଥ ରଖିବା ପାଇଁ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଏହି ଦିବସ ପାଳିତ ହେଉଛି । ତଥାପି ସଚେତନତାର ଅଭାବ ଯୋଗୁଁ ରାଜ୍ୟରେ କିଡ୍ନୀ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ବିଶେଷଜ୍ଞଙ୍କ ମତରେ ଜୀବନ ଶୈଳୀରେ ଦ୍ରୁତ ପରିବର୍ତ୍ତନ, ଅନିୟନ୍ତ୍ରିତ ମଧୁମେହ ଓ ଉଚ୍ଚ ରକ୍ତଚାପ କିଡ୍ନୀ ଉପରେ କୁପ୍ରଭାବ […]
ଆମେରିକା ଉପରେ ସମ୍ପୂର୍ଣ୍ଣ ଭରସା କରିବା ମୁସ୍କିଲ । ପରିସ୍ଥିତି ଏପରି ହୋଇଛି ଯେ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ନୀତିଗୁଡ଼ିକରେ ଅସ୍ଥିରତା ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ୧୬ଟି ପ୍ରମୁଖ ବାଣିଜ୍ୟିକ ଅଂଶୀଦାର ଦେଶର ବାଣିଜ୍ୟ ନୀତି ଉପରେ ଏକ ନୂତନ ତଦନ୍ତ ଆରମ୍ଭ କରିଛି ଯାହାକୁ ଆମେରିକା ଅନୁଚିତ ବୋଲି ବିବେଚନା କରୁଛି। ଏହି ପଦକ୍ଷେପ ଭାରତ ସମେତ ଅନେକ ଦେଶ ଉପରେ ଅତିରିକ୍ତ ଶୁଳ୍କ କିମ୍ବା ଅନ୍ୟାନ୍ୟ ଆର୍ଥିକ […]
