ରାୟଗଡ଼ା ତା ୨୪/୦୨ ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା ସଚେତନ ନିମନ୍ତେ ଆଜି ରାୟଗଡ଼ା ବନଖଣ୍ଡିୟ ଅଧିକାରୀଙ୍କ ଗଣମାଧ୍ୟମକୁ ଏକ ବାର୍ତ୍ତା ଦେଇଛନ୍ତି । ରାୟଗଡ଼ା ବନଖଣ୍ଡ ସାଧାରଣତଃ ପୋଡୁଚାଷ ପାଇଁ ଜଙ୍ଗଲରେ ନିଆଁ ଲଗେଇ ଜଙ୍ଗଲ ସଫା କରୁଥିବା ଦେଖିବାକୁ ମିଳୁଥିବା ବେଳେ ଏହାକୁ ରୋକିବା ପାଇଁ ବନନବିଭାଗ ତରଫରୁ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାୟଗଡ଼ା ଖଣ୍ଡିୟ ବନାଧିକାରୀ ଓହୋଲ ସଚିନ ଆନ୍ନା ସାହେବଙ୍କ ସହ ଏ ସି ଏଫ୍ ଅଶୋକ […]
ବିଧାନସଭାର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଶେଷ ହୋଇଛି । ଏହି ଅଧିବେଶନରେ ବିରୋଧୀ ପ୍ରବଳ ହଟ୍ଟଗୋଳ ଯୋଗୁ ପ୍ରଶ୍ନକାଳ ଚାଲିବା ମୁସ୍କିଲ ହୋଇଥିଲା । ଏହି ଅଧିବେଶନ ଶେଷ ହେବା ପରେ ଗୃହକୁ ଆସନ୍ତା ମାର୍ଚ୍ଚ ୯ ତାରିଖ ସକାଳ ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ମାର୍ଚ୍ଚ ୯ରୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେବ ।ଚାଷୀଙ୍କ ସମସ୍ୟାର ସମାଧାନ ହେଉନଥିବା ବେଳେ […]
ସ୍ମାର୍ଟସିଟିର ଲାଇଫ ଲାଇନ୍ କୁହାଯାଉଥିବା ‘ଆମ ବସ’ ଏବେ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।ବର୍ଷକ ଭିତରେ ଆମ ବସ୍ ନେଲାଣି ୭ ମୁଣ୍ଡ । ଆମ ବସ୍ ଦୁର୍ଘଟଣାରେ ସର୍ବାଧିକ ଭୁବନେଶ୍ୱରରେ ୬ ଜଣ ମୃତ୍ୟୁବରଣ କରିଥିବା ବେଳେ କଟକରେ ଜଣେ ମୃତ୍ୟୁବରଣ କରିଛନ୍ତି । ସେହିପରି ଆମ ବସ୍ ଦୁର୍ଘଟଣାରେ ବର୍ଷକ ମଧ୍ୟରେ ୮ ଜଣ ହୋଇଛନ୍ତି ଗୁରୁତର ସର୍ବାଧିକ ଭୁବନେଶ୍ୱର ୪ ଜଣ ଗୁରୁତର ହୋଇଛନ୍ତି ।ତାହା ସହ ସ୍ପିଡ଼ […]
ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ଏୟାର ଟ୍ୟାକ୍ସି ସେବା । ଆଜି ପୱନ ହଂସ କମ୍ପାନୀ ପକ୍ଷରୁ ଟ୍ରାଏଲ ରନ୍ ହୋଇଛି । ପରୀକ୍ଷାମୂଳକ ଲ୍ୟାଣ୍ଡିଂ ପରେ ଜିଲ୍ଲା ପୋଲିସ ଓ ଜିଲ୍ଲା ପର୍ଯ୍ୟଟନ ବିଭାଗ ସହିତ ଆଲୋଚନା କରିଛନ୍ତି ପୱନ ହଂସ କମ୍ପାନୀର କର୍ମକର୍ତ୍ତା । ବାରିପଦା ପୋଲିସ ଲାଇନ ହେଲିପ୍ୟାଡ ଠାରୁ ଭୁବନେଶ୍ଵର ବିମାନ ବନ୍ଦରକୁ ଏହି ସେବା ମିଳିବ ।
ଟେଟ୍ରା ପ୍ୟାକ୍ରେ ମଦ ବିକ୍ରି କଲେ ‘ମଦମୁକ୍ତ ଓଡ଼ିଶା’ ନା ‘ମଦଯୁକ୍ତ ଓଡ଼ିଶା’ ହେବ । ଏଭଳି କହି ସରକାରଙ୍କ ଯୋଜନାକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।ସରକାର ତୁରନ୍ତ ଏହି ନିଷ୍ପତ୍ତି ପ୍ରତ୍ୟାହାର ନକଲେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି ନବୀନ ଚେତାବନୀ ଦେଇଛନ୍ତି ।ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, “ଓଡ଼ିଶାକୁ ମଦମୁକ୍ତ କରିବା ପାଇଁ ନିର୍ବାଚନ ସମୟରେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇ ବିଜେପି ସରକାର […]
ପୁଣି ଭୟଙ୍କର ବିମାନ ଦୁର୍ଘଟଣା । ବିମାନରେ ଥିବା ସମସ୍ତ ଲୋକଙ୍କ ମୃତ୍ୟୁ । ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଯେ ୮ ଲକ୍ଷର ଲୋନ୍, ଭଡାରେ ଏୟାର ଆମ୍ବୁଲାନ୍ସ, ହେଲେ କେଇ ସେକେଣ୍ଡରେ ସବୁକିଛି ଛାରଖାର୍ । କିଏ ବାପାକୁ ହରାଇଲା ତ କାହା ମୁଣ୍ଡରୁ ଲିଭିଛି ସିନ୍ଦୂର । ନିମିଷକରେ ଉଜୁଡିଗଲା ଅନେକ ପରିବାର । ରୋଗୀ ନେଇ ଯାଉ ଯାଉ ମଝି ଆକାଶରେ ଶବ ପାଲଟିଗଲେ ସମସ୍ତେ । ଜଣେ ରୋଗୀଙ୍କୁ […]
ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସବୁ ଧାନ କିଣିବେ ସରକାର। କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ କିଣିବାକୁ ସରକାର ନିର୍ବାଚନ ପ୍ରତିଶୃତି ଦେଇଥିଲେ, ସେହି ହିସାବରେ ସରକାର ଧାନ କିଣୁଛନ୍ତି ବୋଲି ବିଧାନସଭାରେ ପ୍ରତିଶ୍ରୁତି ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।ସେ ଆହୁରି ମଧ୍ୟ କହିଛନ୍ତି ଯେ, ୮୦୦ ଟଙ୍କା ଇନପୁଟ ସବସିଡି କଥା କୁହାଯାଇନଥିଲା। ବର୍ତ୍ତମାନ୍ ସୁଦ୍ଧା ୧୫ ଲକ୍ଷ ଚାଷୀଙ୍କ ଠାରୁ ୬୪ ଲକ୍ଷ ୧୦ ହଜାର ମେଟ୍ରିକ୍ ଟନ୍ ଧାନ […]
ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ପ୍ରଥମ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ, କେରଳ କୁ କେରଳମ କରିବା ପାଇଁ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, “ଭାଷା ଭିତ୍ତିରେ ରାଜ୍ୟ ସୃଷ୍ଟି ହେବା ପରଠାରୁ କେରଳର ନାମକରଣ “କେରଳମ୍” କରାଯିବାକୁ ଦାବି ହୋଇଆସୁଛି। କେନ୍ଦ୍ର କ୍ୟାବିନେଟ ଏହି ଦାବିକୁ ଆଜି ଅନୁମୋଦନ କରିଛି।” ଏହି ପଦକ୍ଷେପ ଚଳିତ ବର୍ଷ ହେବାକୁ ଥିବା କେରଳ ବିଧାନସଭା […]
ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏସଓପିକୁ ନେଇ ହୋଇଛି ବିସ୍ତୃତ ଆଲୋଚନା । ଏସଓପିକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରାଯାଇଛି । ଗଣତି ମଣତି ପାଇଁ ୨ଟିମ ଗଠନ ପାଇଁ ନିଷ୍ପତ୍ତି ହୋଇଛି ।ଦୁଇଟି ଯାକ ଟିମକୁ ମୁଖ୍ୟ ପ୍ରଶାସକ ଲିଡ କରିବେ । ତତ୍ୱାବଧାରକ ଟିମ ଓ କାର୍ଯ୍ୟବାହୀ ଟିମ ଗଠନ କରାଯିବ । କେଉଁଦିନ […]
୨୦୨୭ ଫେବ୍ରୁଆରୀ ପୂର୍ବରୁ ପଞ୍ଚାୟତ ନିର୍ବାଚନ କରିବା ନେଇ କୌଣସି ନିଷ୍ପତି ହୋଇନାହିଁ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି ।୨୦୨୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ହେବ ନାହିଁ ପଞ୍ଚାୟତ କି ବ୍ଲକ ପୁନର୍ଗଠନ । ନୂତନ ସୀମା ନିର୍ଦ୍ଧାରଣ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସାମ୍ବିଧାନିକ କଟକଣା ଏବଂ ସଦ୍ୟତମ ଜନସଂଖ୍ୟା ତଥ୍ୟର ଅଭାବ କାରଣରୁ ନିଷ୍ପତ୍ତି ନିଆଯାଇଛି । ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ […]
ଥମୁନି ହାତୀ ମଣିଷ ଲଢେଇ।ବିଧାନସଭାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ଲିଖିତ ତଥ୍ୟ ଅନୁଯାୟୀ, ଶିକାରୀଙ୍କ ଦ୍ଵାରା ୬ ଟି ହାତୀଙ୍କୁ ହତ୍ୟା କରାଯାଇଛି। ଲୋକଙ୍କ ପ୍ରତିଶୋଧ ପରାୟଣ ପାଇଁ ୩ଟି ହାତୀ ଓ ରେଳ ଦୁର୍ଘଟଣାରେ ୪ଟି ହାତୀଙ୍କ ମୃତ୍ୟୁ ହୋଇଛି। ସେହିପରି ପ୍ରାକୃତିକ କାରଣ ଯୋଗୁଁ ୧୭ଟି ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ପାହାଡ଼ରୁ ପଡ଼ି, ନଦୀ ନାଳରେ ପଡ଼ି, ନିଜ ଭିତରେ କଳହ ହୋଇ ୧୩ଟି […]
ବିଜେଡି ଚାଷୀ ସମାବେଶରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉଦବୋଧନ। ଏ ସରକାର ସ୍ଲୋଗାନ ଦେଉଛି ଜୟ କିଷାନ, କିନ୍ତୁ କାମରେ ଭାଗୋ କିଷାନ। ସରକାର କାହାଣୀ ରେ ଚାଲେନି,କାମ ଦରକାର। ଲୋକ ସେବା ଚାହାଁନ୍ତି ନେତା ଙ୍କ ପ୍ରବଚନ ନୁହେଁ। ଚାଷୀ ଙ୍କ ସମସ୍ୟା ସମାଧାନ ନ କଲେ ବିଜେଡି,ଏ ସରକାର ର କୁମ୍ଭ କର୍ଣ୍ଣ ନିଦ ହଜେଇଦେବ ବୋଲି ନବୀନ ଏଭଳି କିଛି କହିଛନ୍ତି । ସେ ଆହୁରି କହିଛନ୍ତି ରାଜ୍ୟ ସରକାରଙ୍କୁ […]
