author

ସୁନା ଦର ବଢ଼ିଥିବାବେଳେ କମିଛି ରୁପାର ଦର

ଆଜି ସୁନା ଦର ସାମାନ୍ୟ ବୃଦ୍ଧି ଘଟିଥିବାବେଳେ ରୂପା ଦର କମିଛି।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୬୧,୭୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୮,୩୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୬୧,୭୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୮,୩୦୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ଆଜି ରୂପା ଦର ହ୍ରାସ […]

ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ !ଆଜି ବି ବର୍ଷା ସମ୍ଭାବନା

ଆଜି ବି ବର୍ଷା ସମ୍ଭାବନା । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଏହା ସହ ରାଜ୍ୟକୁ ପ୍ରବେଶ କରୁଛି ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ।ସୁଦୃଶ ଲଘୁଚାପ କ୍ଷେତ୍ରଟି ସମୁଦ୍ର ପତନରୁ ପ୍ରାୟ ୫.୮ କି.ମି. ପର୍ଯ୍ୟନ୍ତ ବିସ୍ତାରିତ ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ । ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି […]

ଲିଭୁନି ଲିଙ୍ଗିପୁର ସୁପରମାର୍ଟ ନିଆଁ, ତରଳିଗଲାଣି ରଡ୍ : ଅଗ୍ନିଶମ ଡିଜି

୧୩ ଘଣ୍ଟା ହେଲା ଜଳୁଛି ଭୁବନେଶ୍ଵର ଲିଙ୍ଗିପୁର ନିକଟ ସୁପରମାର୍ଟ। ହୁତୁହୁତୁ ହୋଇ ଜଳୁଛି ବିଲ୍ଡିଂ। ଆଡଭାନ୍ସ ଟେକ୍ନୋଲୋଜି ସହ ୪୦ରୁ ଉର୍ଦ୍ଧ୍ଵ ଦମକଳ ଗାଡି ନିଆଁ ଲିଭାଇବାରେ ଲାଗିଛନ୍ତି। ଆୟତ୍ତକୁ ଆସିନି ରାତିରୁ ଲାଗିଥିବା ନିଆଁ। ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି ଅଗ୍ନିଶମ ବାହିନୀ। କ୍ରେନ୍ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଛନ୍ତି ଅଗ୍ନିଶମ ଟିମତ। ଜଳିପୋଡି ପାଉଁଶ ହେଲାଣି ଲକ୍ଷାଧିକ ଟଙ୍କାର ସାମଗ୍ରୀ। ତେବେ ବିଦ୍ୟୁତ୍ ଶର୍ଟସର୍କିଟ୍ କିମ୍ବା ଅନ୍ୟ କୌଣସି ଅସାବଧାନତା […]

ପାଠ ପାଇଁ ହତ୍ୟା ! ରାଇଫଲରୁ ଗୁଳି କରି ବାପାକୁ ମାରିଦେଲା ପୁଅ

ବାପାକୁ ମାରିଲା ପୁଅ । ଖଣ୍ଡଖଣ୍ଡ କରି ଡ୍ରମ୍ ଭିତରେ ପୁରାଇଲା । ପାଠପଢାକୁ ନେଇ ପୁଅର ଜଘନ୍ୟ କାଣ୍ଡ । ଉତ୍ତରପ୍ରଦେଶର ଆସିଆନା ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ଆତଙ୍କ ସୃଷ୍ଟି କରିଛି। ଜଣେ ନିଖୋଜ ପାଥୋଲୋଜି ଅପରେଟରଙ୍କ ମୃତଦେହ ତାଙ୍କ ଘର ଭିତରେ ଥିବା ଏକ ଡ୍ରମରୁ ଉଦ୍ଧାର କରାଯାଇଛି। ଏହି ହତ୍ୟା ମାମଲାର ପୋଲିସ ବଡ଼ ଖୁଲାସା କରିଛି । ତଦନ୍ତରେ ବ୍ୟବସାୟୀ ପିତା ଏବଂ ତାଙ୍କ […]

ନବବଧୂକୁ ବନ୍ଧୁକ ମୁନରେ ଅପହରଣ ମାମଲା;ଧରାପଡିଲେ ପ୍ରେମିକ ଓ ପ୍ରେମିକା

ବଲାଂଗୀରର ବର ହାତରୁ ନବ ବଧୂକୁ ବନ୍ଧୁକ ମୁନରେ ଅପହରଣ ମାମଲା । ନବବଧୂକୁ ବନ୍ଧୁକ ମୁନରେ ଉଠାଇନେଇଥିବା ପ୍ରେମିକ ସଞ୍ଜୟ ସାହୁ ଗିରଫ । ପ୍ରେମିକା ରଶ୍ମି ସହ ସଞ୍ଜକୁ ସମ୍ବଲପୁର ବୁଢାରାଜା ସ୍ଥିତ ପ୍ରଫେସର କଲୋନୀରୁ ଗିରଫ କଲା ସମ୍ବଳପୁର ପୋଲିସ । ସମ୍ବଲପୁର ପୋଲିସ ଓ ସୁବର୍ଣ୍ଣପୁର ପୋଲିସ ମିଳିତ ଚଢାଉ କରି ଉଭୟଙ୍କୁ ଗିରଫ କରିଛନ୍ତି l ଗିରଫ ପରେ ଉଭୟଙ୍କୁ ସୁବର୍ଣ୍ଣପୁର ପୋଲିସକୁ ହସ୍ତାନ୍ତର କରାଯାଇଛି । ଜଣେ ସାଙ୍ଗ […]

ମାର୍ଚ୍ଚ ୧୯ ତାରିଖରୁ ମାଟ୍ରିକ୍ ପରୀକ୍ଷା ଖାତା ଦେଖା ଆରମ୍ଭ

ମାଟ୍ରିକ୍ ପରୀକ୍ଷା ଖାତା ଦେଖା ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହେବ। ଏହି ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ୍ ୨ ତାରିଖ ସୁଦ୍ଧା ଶେଷ କରିବା ପାଇଁ ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି। ମାଟ୍ରିକ୍ ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ (ଏସ୍ଓଏସ୍ସି)ଓ ସଂସ୍କୃତ ମଧ୍ୟମା ଖାତା ଦେଖା ପାଇଁ ୩୦ ଟି ଜିଲ୍ଲାରେ ସମୁଦାୟ ୫୦ ଟି ମୂଲ୍ୟାୟନ କେନ୍ଦ୍ର ହୋଇଛି। ଏଥିରୁ ୪୭ଟି ହାଇସ୍କୁଲ୍ରେ ମାଟ୍ରିକ୍ ଖାତା ଦେଖିବା ଲାଗି ବ୍ୟବସ୍ଥା ରହିଥିବା ବେଳେ […]

ଧାନ ସଂଗ୍ରହ ବ୍ୟବସ୍ଥା ବିପର୍ଯ୍ୟସ୍ତ: ଆଜି ବିଜେଡିର ଚାଷୀ ଆନ୍ଦୋଳନ

ରାଜ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯେଉଁଥିପାଇଁ ରାଜ୍ୟର ଚାଷୀକୁଳ ହତାଶ ହୋଇପଡ଼ିଛନ୍ତି। ତେଣୁ ଚାଷୀଙ୍କ ସ୍ବାର୍ଥ ପାଇଁ ବିଜେଡି ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଲୋୟର ପିଏମ୍‌ଜିଠାରେ ଏକ ବିଶାଳ ବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।ଏହି ସମାବେଶରେ ବରୋଧୀ ଦଳ ନେତା ନବୀନ ପଟନାୟକ ଯୋଗ ଦେଇ ଉଦବୋଧନ ଦେବେ । ଚାଷୀ ସମସ୍ୟା ନେଇ ବିଧାନସଭା ଅଚଳ ହୋଇପଡିଛି । ଚାଷୀଙ୍କ ସମସ୍ୟା ସମାଧାନ […]

ଆଜିର ରାଶିଫଳ: ୨୪ ଫେବୃଆରୀ, ୨୦୨୬

ମେଷଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ୍‌ ହେବେ। ଯାନବାହନରେ ସତର୍କ ରୁହନ୍ତୁ, ଅନ୍ୟଥା ସମସ୍ୟା ଆସିପାରେ। ବୃଷପାରିବାରିକ କ୍ଷେତ୍ରରେ କାହାର ଛୋଟ କଥାକୁ ଧରି ବସିବା ଠିକ୍‌ ହେବନାହିଁ। ଆଜିର ବନ୍ଧୁମିଳନ ପ୍ରକୃଷ୍ଟ ସମୟ କହିଲେ ଅତ୍ୟୁକ୍ତି ହେବନାହିଁ। ବ୍ୟବସାୟ, କଚେରି ମାମଲା, ପରିବହନ […]

ଏମ୍ସ ଭୁବନେଶ୍ବରରେ ଆରମ୍ଭ ହେଲା ଲିଭର ଟ୍ରାନ୍ସପ୍ଲାଣ୍ଟ ଏବଂ ରୋବୋଟିକ୍ ସର୍ଜରୀ

ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ମାଇଲଷ୍ଟୋନ୍ । ଉନ୍ନତ ମାନର ଚିକିତ୍ସା ସୁବିଧା ଦ୍ଵାରା ଲୋକଙ୍କ ଆସ୍ଥାଭାଜନ ହୋଇଥିବା ଏମ୍ସ ଭୁବନେଶ୍ଵରରେ ଆରମ୍ଭ ହୋଇଛି ଅତ୍ୟାଧୁନିକ ରୋବୋଟିକ ଯକୃତ ପ୍ରତିରୋପଣ ୟୁନିଟ୍ ।ଏହି ନୂତନ ବ୍ୟବସ୍ଥାଗୁଡ଼ିକ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ମଜବୁତ କରିବ ଏବଂ ଗୁଣବତ୍ତା ବୃଦ୍ଧି କରିବ। ଯାହା ରୋଗୀଙ୍କୁ ଉନ୍ନତ ଚିକିତ୍ସା ସୁବିଧା ପ୍ରଦାନ କରିବ। ପୂର୍ବରୁ ସଫଳତାର ସହିତ ବୃକକ୍ ଏବଂ ଅସ୍ଥି ମଜ୍ଜା ପ୍ରତିରୋପଣ କରିଆସୁଥିବା ବେଳେ ଲିଭର ଟ୍ରାନ୍ସପ୍ଲାଣ୍ଟ କାର୍ଯ୍ୟକ୍ରମର ଆରମ୍ଭ […]

ଆସନ୍ତାକାଲି ବିଜେଡିର ବିଶାଳ ଚାଷୀ ସମାବେଶ

ଆସନ୍ତାକାଲି ବିଜେଡିର ବିଶାଳ ଚାଷୀ ସମାବେଶ । ବିଜେପି ସରକାର ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି । ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିକ୍ଷୋଭକୁ ଓହ୍ଲାଇବେ । ଚାଷୀ ଆଇନ ଶୃଙ୍ଖଳା ଭଳି କିଛି ବୃହତ ସମସ୍ୟା ନେଇ ଆସନ୍ତାକାଲି ଭୁବନେଶ୍ୱର ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇବେ ନବୀନ ଏବଂ ତାଙ୍କ ଦଳ ।ରାଜ୍ୟ ସରକାର ବିଧାନସଭାକୁ ଭ୍ରମିତ କରୁଥିବା ଅଭିଯୋଗ ଆଣିଛି ବିଜେଡି । ମଣ୍ଡିରେ ଚାଷୀଙ୍କୁ ମାଡ଼ ମରାଯାଉଛି। […]

ପ୍ରେମ ବିବାହ, ପରେ ସ୍ତ୍ରୀଙ୍କ ନଗ୍ନ ଫଟୋ ଭାଇରାଲ କଲା ସ୍ବାମୀ

ପ୍ରେମ ବିବାହ କରିଥିଲେ ଦୁଇ ପ୍ରେମୀଯୁଗଳ। ପରେ ଯୌତୁକକୁ ନେଇ ଦୁଇ ପରିବାର ଭିତରେ ଦେଖାଦେଇଥିଲା ବିବାଦ। ଯାହାକୁ ନେଇ ସ୍ତ୍ରୀଙ୍କୁ ସ୍ବାମୀ ଜଣକ ଘରୁ ବାହାର ବି କରିଦେଇଥିଲେ। ଏହା ପରେ କିଛି ନଗ୍ନ ଫଟୋକୁ ଏଡିଟ୍‌ କରି ସ୍ବାମୀ ସୋସିଆଲ ମିଡିଆରେ ଭାଇରାଲ କରୁଥିବା ଭରତପୁର ଥାନାରେ ଅଭିଯୋଗ ହୋଇଛି। ଏତଲା ପରେ ପୋଲିସ ଅଭିଯୁକ୍ତ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଆଇଟି ଆକ୍ଟରେ ମାମଲା ରୁଜୁ କରି ତନାଘନା ଚଳାଇଛି […]

ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ ନିର୍ଦ୍ଦେଶ

ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ ନିର୍ଦ୍ଦେଶ । ଗ୍ରୁପ ଏ ଠାରୁ ଆରମ୍ଭ କରି ଗ୍ରୁପ ଡି ପର୍ଯ୍ୟନ୍ତ ସମସ୍ତଙ୍କୁ ଦାଖଲ ନିର୍ଦ୍ଦେଶ ଦିଆଯାଇଛି ।ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଅପଲୋଡ୍‌ ପାଇଁ ସରକାର ପରାମର୍ଶ ଦେଇଛନ୍ତି। ୨୦୨୫ ବର୍ଷ ପାଇଁ ଶେଷ ସୁଯୋଗ,ସ୍ମାରକପତ୍ରରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ ଯେଉଁ କର୍ମଚାରୀମାନେ ବର୍ଦ୍ଧିତ ସମୟସୀମା ମଧ୍ୟରେ ସେମାନଙ୍କର ସମ୍ପତ୍ତି ରିଟର୍ଣ୍ଣ ଦାଖଲ କରିବେ ନାହିଁ ସେମାନଙ୍କୁ […]