author

ପରିସ୍ଥିତି ଗମ୍ଭୀର, ତୁରନ୍ତ ଇରାନ୍ ଛାଡିବାକୁ ଭାରତୀୟ ନାଗରିକଙ୍କୁ ସତର୍କ କଲା ଭାରତୀୟ ଦୂତାବାସ

ତେହେରାନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଇରାନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ ଭାରତୀୟ ଦୂତାବାସ ଆଡଭାଇଜରୀ ଜାରି କରିଛି । ଭାରତୀୟ ଦୂତାବାସ ନିଜ ନାଗରିକଙ୍କୁ କହିଛି କି, କୌଣସି ପରିସ୍ଥିତିରେ ହେଉ ଆଜି ଇରାନ ଛାଡିଦିଅନ୍ତୁ । ଆଗାମୀ ୪୮ ଘଣ୍ଟା ମଧ୍ୟରେ କିଛି ବି ଘଟିପାରେ । ଅର୍ଥାତ ଆଜି କିମ୍ବା ମଙ୍ଗଳବାର ଆମେରିକା ଓ ଇସ୍ରାଏଲ ପକ୍ଷରୁ ଇରାନ ଉପରେ ହୋଇପାରେ ଭୟଙ୍କର ହମଲା । ତେହେରାନ ଉପରେ […]

ରାଜ୍ୟରେ ୮୩ଟି ଥାନାରେ କାମ କରୁନି ସିସିଟିଭି

ରାଜ୍ୟରେ ୮୩ଟି ଥାନାରେ କାମ କରୁନି ସିସିଟିଭି । ଏନେଇ ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ୭୦୬ ଥାନା ଅଛି , ୬୨୩ ଥାନାରେ ସିସିଟିଭି ଲାଗିଛି । ଭୁବନେଶ୍ୱରରେ ୨ଟି ଥାନାରେ କାମ କରୁନି ସିସିଟିଭି । କଟକର ୩ ଥାନାରେ ସିସିଟିଭି ଅଚଳ, ଥାନାରେ ଲାଗିନି । ୫୫୩ ଥାନାରେ ଅପେକ୍ଷା ଗୃହ ରହିଛି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟରେ ସବୁଠି ଅପମିଶ୍ରିତ ଖାଦ୍ୟ ବିକ୍ରି

ରାଜ୍ୟରେ ସବୁଠି ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ । ଅପମିଶ୍ରିତ ଖାଦ୍ୟ ତାଲିକାରେ ହର୍ଲିକ୍ସ, ଦହି, କ୍ଷୀର, ଛେନା ପାଣି ,ବ୍ରେଡ, ମସଲା , ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ ଅପମିଶ୍ରିତ ହୋଇ ରହିଛି ।ତେବେ ଚଳିତ ବର୍ଷ ୨୯ ଟି ପାଣି ନମୁନା ପରୀକ୍ଷା ହୋଇଥିବା ବେଳେ ୮ଟି ସାମ୍ପୁଲ ଅନସେଫ ବାହାରିଛି ବୋଲି ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।

ଜାନୁଆରୀ ୨୦୨୩ ଠାରୁ ଡିସେମ୍ବର ୨୦୨୫ ମଧ୍ୟରେ ୬୮୩ଟି ଦୁର୍ନୀତି ମାମଲା ରୁଜୁ- ମୁଖ୍ୟମନ୍ତ୍ରୀ

ଆଜି ବିଧାନସଭା ବଜେଟ୍ ଅଧିବେଶନର ଷଷ୍ଠ ଦିନ।ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନର ଏମିତି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଯେ ଆକ୍ସନ ମୋଡରେ ଭିଜିଲାନ୍ସ ବିଭାଗ । ବିଗତ ୫ବର୍ଷ ଠାରୁ ବର୍ତ୍ତମାନ ୩୧୦ଜଣ ସରକାରୀ କର୍ମଚାରୀ ଓ ଅଧିକାରୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଏବଂ ଆର୍ଥିକ କାରବାରରେ ଅନିୟମିତତା ସମ୍ପୃକ୍ତରେ ଗିରଫ ହୋଇଛନ୍ତି ।ଜାନୁଆରୀ ୨୦୨୩ ଠାରୁ ଡିସେମ୍ବର ୨୦୨୫ ମଧ୍ୟରେ ୬୮୩ଟି ଦୁର୍ନୀତି […]

ସରକାରୀ ଦଳ ପ୍ରସ୍ତୁତ ନୁହେଁ: ତାରା

ବିଧାନସଭାରେ ଚାଷୀ ପ୍ରସଙ୍ଗରେ ବିରୋଧୀ ବିଜେଡିର ନାରାବାଜି । ‘କହିଥିଲ ଠନ ଠନ.. ଦେଖାଇଦେଲ ଲଣ୍ଠନ..’ ଏମିତି ସ୍ଲୋଗାନରେ କଂପିଲା ଗୃହ। ଆଜି ମଧ୍ୟ ବିଧାନସଭା ଆରମ୍ଭରୁ ଧୋଇଗଲା ପ୍ରଶ୍ନକାଳ । ପ୍ରଶ୍ନକାଳ ଆରମ୍ଭରୁ ଉଭୟ ବିଜେଡି, କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ବିରୋଧ ପ୍ରଦର୍ଶନ କରିଥିଲେ।ବିଧାନସଭା ଚଳାଇବା ପାଇଁ ସରକାରୀ ଦଳ ଇଚ୍ଛା ପ୍ରକାଶ କରୁନି । ଏନେଇ ବିଧାୟକଙ୍କ ତାରା ପ୍ରସାଦ ବାହିନୀ ପତି ପ୍ରତିକ୍ରିୟା ରଖି କହିଛନ୍ତି , ଆଲୋଚନା […]

ନବ ବଧୂକୁ ଅଧବାଟରୁ ଅପହରଣ ଘଟଣାରେ ଟ୍ବିଷ୍ଟ, ପ୍ରେମିକା ରଚିଥିଲା ଷଡଯନ୍ତ୍ର

ନବ ବଧୂ ଅପହରଣର ନୂଆ ମୋଡ଼ । ଫିଲ୍ମ ଷ୍ଟାଇଲରେ ନବ ବଧୂକୁ ଅଧବାଟରୁ ଉଠାଇ ନେଇଥିବା ପ୍ରେମିକ ଘଟଣାରେ ଟ୍ବିଷ୍ଟ । ପ୍ରେମିକ ନୁହେଁ ବରଂ ପ୍ରେମିକା ରଚିଥିଲା ଷଡଯନ୍ତ୍ର । ନିଜେ ପ୍ରେମିକକୁ ଡାକି ତାସହ ଫେରାର ମାରିଥିଲା ବୋଲି ପୋଲିସ ଜାଣିବାକୁ ପାଇଛି । ପୂର୍ବ ସମ୍ପର୍କକୁ କେନ୍ଦ୍ରକରି ଏଭଳି ଷଡ଼ଯନ୍ତ୍ର କରିଥିବା ପୋଲିସ କହିଛି ।ସୂଚନାଥାଉକି, ଖୁଜେନପାଲି ଗାଁର ହରିବନ୍ଧୁ ପୁଟେଲ (ରିଙ୍କୁ) ନାମକ ଯୁବକ କଣ୍ଟାମାଳର ରଶ୍ମୀକୁ ଗତ ରାତିରେ […]

IRS ବାବୁଙ୍କ ଯୁବତୀଙ୍କୁ ବଳାତ୍କାର ଘଟଣାରେ NHRCରେ ପହଞ୍ଚିଲା ମାମଲା

ଭୁବନେଶ୍ବର ଇନକମ୍ ଟ୍ୟାକ୍ସ ଅଫିସରେ କାର୍ଯ୍ୟରତ IRS ବିରୋଧରେ ଆସିଛି ଦୁଷ୍କର୍ମ ଅଭିଯୋଗ । ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ସହୀଦ ନଗର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଆଧାର କରି ସହୀଦ ଥାନାରେ କେସ ନମ୍ବର ୧୦୪/୨୬ରେ ମାମଲା ରୁଜୁ କରି ତନାଘନା କରୁଛି ପୋଲିସ । ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି କମିଶନରେଟ୍ ପୋଲିସ । ଜିଏସଟି ବିଭାଗରେ ଯୁଗ୍ମ କମିଶନର ଭାବେ କାର୍ଯ୍ୟରତ ଆଇଆର୍‌ଏସ ବାବୁଙ୍କୁ ପୁଲିସ ଆଜି ଜେରା […]

ହସ୍ପିଟାଲରେ ରକ୍ତ ଭଣ୍ଡାର ଖାଲି । କଲବଲ ହେଉଛନ୍ତି ରୋଗୀ ଓ ପରିଜନ

ଓଡ଼ିଶାରେ ବର୍ଷକୁ ୬ଲକ୍ଷ ୟୁନିଟ୍ ରକ୍ତ ଆବଶ୍ୟକ । ହେଲେ ସଂଗ୍ରହ ହେଉଛି ସାଢେ ୫ଲକ୍ଷ ୟୁନିଟ୍ । ଆହୁରି ଦରକାର ୫୦ହଜାର ୟୁନିଟ୍ । କିନ୍ତୁ ସଂଗ୍ରହ ହୋଇପାରୁନି। କଲବଲ ହେଉଛନ୍ତି ରୋଗୀ ଓ ପରିଜନ । ସୁପର ସ୍ପେସିଆଲ ଚିକିତ୍ସା, ହେପାଟୋଲୋଜି ଚିକିତ୍ସା, ନ୍ୟୁରୋ ଟ୍ରାନ୍ସପ୍ଲାଣ୍ଟ, କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ, ଓପନ ହାର୍ଟ ସର୍ଜରୀ ଚିକିତ୍ସା ବ୍ୟାପକ ହେଉଛି । ମାତ୍ର ଅଧିକାଂଶ ସମୟରେ ରୋଗୀଙ୍କୁ ରକ୍ତ ମିଳିବାରେ ସମସ୍ୟା ଦେଖାଦେଉଛି । ଥାଲାସେମିଆ, ସିକିଲସେଲ […]

ବିଧାନସଭା ବଜେଟ୍ ଅଧିବେଶନ । ଷଷ୍ଠ ଦିନରେ ବି ଗୃହ ଅଚଳ

ବିଧାନସଭା ବଜେଟ୍ ଅଧିବେଶନ । ଷଷ୍ଠ ଦିନରେ ବି ଗୃହ ଅଚଳ । ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା ଏବଂ ହଟ୍ଟଗୋଳ । ଯାହାଫଳରେ ବିଧାନସଭାକୁ ଦିନ ସାଢେ ୧୧ଟା ଯାଏ ମୁଲତବୀ ରଖିଲେ ବାଚସ୍ପତି । ତେବେ ଗୃହରେ ଆଜି ଅର୍ଥ, ସ୍ବରାଷ୍ଟ୍ର, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଇଲେକ୍ଟ୍ରୋନିକ୍ସ ସୂଚନା ପ୍ରଯୁକ୍ତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ରହିଛି। ସେହିପରି ସାଧାରଣ ବଜେଟ […]

ବାହାଘର ଦିନ ଆଖି ବୁଜିଲେ ଦୁଇ ଭଉଣୀ, ବିଷ ପିଇ ହାରିଲେ ଜୀବନ

ବାହାଘର ପ୍ରସ୍ତୁତି ଚାଲିଥିଲା । ସମସ୍ତେ ବାହାଘରକୁ ନେଇ ଉତ୍ସାହିତ ଥିଲେ । ବର ଆସିଥାନ୍ତା ବାହାଘର ପରେ ଶାଶୂଘରକୁ ଯାଇଥାନ୍ତେ । ହେଲେ ନିମିଷକେ ସବୁ କିଛି ସରିଗଲା । ବିବାହ ଉତ୍ସବ ଶୋକରେ ବୁଡିଗଲା । ବିବାହ ଦିନ ଉଠିଲା ଦୁଇ ଭଉଣୀଙ୍କ କୋକେଇ । ରାଜସ୍ଥାନର ଯୋଧପୁର ଜିଲା ଅନ୍ତର୍ଗତ ମାନାଇ ଗ୍ରାମରେ ଦୁଇ ଭଉଣୀ ଗତ ଶୁକ୍ରବାର ବିଷପାନ କରି ଆତ୍ମହତ୍ୟା କରିଛନ୍ତି।ମୃତ ଦୁଇ ଭଉଣୀ ହେଲେ ଶୋଭା (୨୫) ଓ […]

୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍

୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀ, ଟ୍ରିବ୍ୟୁନାଲର ସଦସ୍ୟ ଏବଂ ତାଙ୍କ ପରିବାର ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏଥିରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଓ ସଦସ୍ୟଙ୍କ ସହ ୧୦ ଜଣ ରହିବେ । ରାଜ୍ୟ ସରକାର ଏହି ଟିମ୍‌କୁ ରାଜ୍ୟ ଅତିଥି ଭାବେ ଘୋଷଣା କରିଛନ୍ତି । ଏହି ଟିମ୍ ରାଜ୍ୟର ବିଭିନ୍ନ ସ୍ଥାନରେ ପରିଦର୍ଶନ ବେଳେ ଆବଶ୍ୟକ […]

ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ । ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆକାଶ ମେଘୁଆ ରହିବ । ଘଡ଼ଘଡ଼ି ସହ ବର୍ଷା ନେଇ ଆଜି ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ, ପୁରୀ, ଖୋର୍ଦ୍ଧା, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଯାଜପୁର ଏବଂ କଳାହାଣ୍ଡି […]