ଗତକାଲି ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT) ୮ମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ “ନ୍ୟାୟପାଳିକାରେ ଦୁର୍ନୀତି” ଶୀର୍ଷକ ଏକ ଅଂଶ ଅନ୍ତର୍ଭୁକ୍ତ କରିଛି। ସୁପ୍ରିମକୋର୍ଟ ଏବେ ଏହି ମାମଲାର ସ୍ୱତଃ ତଦନ୍ତ କରିଛନ୍ତି।ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି, “ମୁଁ ଏ ବିଷୟରେ ସମ୍ପୂର୍ଣ୍ଣ ଅବଗତ। ଆମେ ଗୋଟିଏ ଦିନ ଅପେକ୍ଷା କରିବୁ। ଏହା ସମ୍ପୂର୍ଣ୍ଣ ପ୍ରତିଷ୍ଠାନ ପାଇଁ ଚିନ୍ତାର ବିଷୟ। ମୁଁ ବହୁତ କଲ୍ ଏବଂ ମେସେଜ୍ ପାଉଛି। ମୁଁ ଏହି ମାମଲାର ସ୍ୱତଃ […]
ରାଜ୍ୟରେ କାଳବୈଶାଖୀ ପ୍ରଭାବ ।ଗତକାଲି କିଛି କିଛି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ଝଟକା ପବନ ବି ଅନୁଭୂତ ହୋଇଥିଲା । ଗୋଟିଏ କି ଦୁଇଟି ସ୍ଥାନରେ କୁଆପଥର ମାଡ଼ ମଧ୍ୟ ହୋଇଛି। ଟୁଇନ ସିଟିରେ ପ୍ରବଳ ବର୍ଷା| ଆଜି ବର୍ଷା ସହ ହୋଇପାରେ ବିଜୁଳି ଘଡଘଡି ଓ ଝଟକା ପବନ । ସତର୍କ କଲା ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର । ମାଲକାନଗିରି, ରାୟଗଡ଼ା, କୋରାପୁଟ ଜିଲ୍ଲା ସହ […]
ଚଳିତ ବର୍ଷ କେନ୍ଦ୍ରାପଡ଼ାର ନୂତନ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ ପାଇଁ ରାଜ୍ୟ ସରକାର ଏକ କୋଟି ଟଙ୍କାର ବିଶେଷ ଅନୁଦାନ ମଞ୍ଜୁର କରିଛନ୍ତି।ବିଗତ କିଛି ବର୍ଷ ଧରି ରଥର ୧୪ଟି ଚକ ଠିକ ନ ଥିବାରୁ ଅସୁବିଧା ହେଉଥିଲା। ରଥଟଣା ବେଳେ ବିଭିନ୍ନ ପ୍ରକାର ବିଘ୍ନ ସୃଷ୍ଟି ହେଉଥିଲା।ବାହୁଡ଼ା ଯାତ୍ରା ସମୟରେ ମଧ୍ୟ ସମାନ ପରିସ୍ଥିତି ପରିଲକ୍ଷିତ ହେଉଥିଲା । ରଥ ପରିଚାଳନାରେ ଉପରୋକ୍ତ ବିଭ୍ରାଟ ଭକ୍ତ ମାନଙ୍କ ମନରେ ଅସନ୍ତୋଷର ସୃଷ୍ଟି କରୁଥିଲା । […]
ମାର୍ଚ୍ଚ ପ୍ରଥମ ସପ୍ତାହରେ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ସେ କହିଛନ୍ତି ମ୍ୟାନେଜିଂ କମିଟି ଓ ମନ୍ଦିର ପ୍ରଶାସନକୁ ଦାୟିତ୍ବ ଦିଆଯାଇଛି । ସେମାନେ ଛତିଶା ନିଯୋଗ ସହିତ କଥା ହୋଇ ଠାକୁରଙ୍କ ନୀତିକାନ୍ତି ଅନୁଯାୟୀ କେଉଁ ସମୟରେ କଲେ ଠିକ୍ ହେବ, ଏହା ପରେ ତାରିଖ ଘୋଷଣା ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।ସେପଟେ ରତ୍ନଭଣ୍ଡାର ଗଣତିମଣତିକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ […]
‘ଅଶ୍ଳୀଳ’ ବିଷୟବସ୍ତୁ ପ୍ରସାରଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ୫ଟି OTT ପ୍ଲାଟଫର୍ମ ବ୍ୟାନ । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ‘ଅଶ୍ଳୀଳ’ ବିଷୟବସ୍ତୁ ପ୍ରସାରଣ କରୁଥିବା ୫ଟି OTT ପ୍ଲାଟଫର୍ମକୁ ବନ୍ଦ କରିଛନ୍ତି। ସାର୍ବଜନୀନ ଶାଳୀନତା, ଜାତୀୟ ସ୍ୱାର୍ଥ ଏବଂ ସାମ୍ବାଦିକ ନୀତିକୁ ସୁରକ୍ଷା ଦେବା ପାଇଁ ସୂଚନା ପ୍ରଯୁକ୍ତି ନିୟମ ୧୦୨୧ ଏବଂ ଅଶ୍ଳୀଳତା ଆଇନକୁ ପ୍ରବର୍ତ୍ତନ କରାଯାଇଥିଲା। ଏହି ପଦକ୍ଷେପ ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ ର ଧାରା ୬୯କ ଅନୁଯାୟୀ ପ୍ରଦାନ […]
ହାତଗଣ୍ଠି ପୂର୍ବରୁ ହାତକଡି । ଆଜି ପଡିଥାନ୍ତା ହାତଗଣ୍ଠି, ବେଦୀକୁ ଯିବା ପୂର୍ବରୁ ଟେକିନେଲା ପୋଲିସ ।ଗିରଫ ଅଭିଯୁକ୍ତ ସିଦ୍ଧାର୍ଥ ଶଙ୍କର ରଥ । ଭୁବନେଶ୍ୱର ଖଣ୍ଡଗିରି ଥାନାରୁ ଆସିଛି ସାଂଘାତିକ ଅଭିଯୋଗ । ପ୍ରେମିକାକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ଇଞ୍ଜିନିୟରି ସିଦ୍ଧାନ୍ତ ଶଙ୍କର ରଥ । ସିଦ୍ଧାନ୍ତଙ୍କ ଘର ଗଞ୍ଜାମ ବିଶ୍ବନାଥପୁରରେ । ଆଜି ସିଦ୍ଧାନ୍ତଙ୍କ ଥିଲା ବାହାଘର । ହେଲେ ପ୍ରେମିକାକୁ ବିବାହର ପ୍ରତିଶୃତି ଦେଇ ପ୍ରତାରଣା କରିଥିଲେ ମଧ୍ୟ ବିବାହ କରିନଥିଲେ […]
୨ ଝିଅ ଅନ୍ୟ ଜାତିରେ ବିବାହ କରିବାରୁ ମଲା ପରେ ବି ବାପାଙ୍କୁ ମିଳିଲାନି ଚାରିକାନ୍ଧ। ସାହି ଭାଇ ତ ଦୂରର କଥା, ନିଜ ବଡ଼ ପୁଅ ବି କାନ୍ଧ ଦେଲାନି ବାପାଙ୍କୁ। ଅଭିଯୋଗ ଆସିଛି, ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ କଂଗ୍ରା ଗାଁରୁ। ଶେଷରେ ମୃତକଙ୍କ ଭଉଣୀ ଓ ପୁଅ-ଝିଅ କାନ୍ଧରେ ନେଇ କଲେ ଅନ୍ତିମ ସତ୍କାର । ସୂଚନାନୁଯାୟୀ, ଗାଁର ଦୁର୍ଯ୍ୟୋଧନ ମାଝୀଙ୍କର ଦେହାନ୍ତ ହୋଇଥିଲା । ତାଙ୍କର ଦୁଇ ପୁଅ ଓ ଦୁଇ […]
ରାଜଧାନୀରେ ହୋର୍ଡିଂ ପଡ଼ି ଦୁଇଜଣଙ୍କ ମୃତ୍ୟୁ । ଗତକାଲି ହୋଇଥିବା କାଳବୈଶାଖୀରେ ଆଇଗିଣିଆ ଦୁର୍ଗାପୂଜା ମଣ୍ଡପ ପାଖରେ ଲାଗିଥିବା ହୋଡ଼ିଂ ଗଳି ପଡିଥିଲା । ଫଳରେ ଗଂଜାମ ଆସ୍କାର ଟୁନା ଗୌଡ଼ ନାମକ ଯୁବକଙ୍କ ମତ୍ୟୁ ହୋଇଛି । ଅନ୍ୟପଟେ ହୋର୍ଡିଂ ତଳେ ଚାପିହୋଇ ରହି ଡୁମୁଡୁମାର ଇଂଜିନିୟରିଂ ଛାତ୍ର ସଚିଦାନନ୍ଦ ପ୍ରଧାନଙ୍କ ଜୀବନ ଯାଇଛି । ଅନ୍ୟ ୨ ଜଣ ଗୁରୁତର ଅବସ୍ଥାରେ ଏମସ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଘଟଣା ସ୍ଥଳ ପରିଦର୍ଶନ ପରେ […]
ଗର୍ଭାଶୟ ଗ୍ରୀବା କର୍କଟ (ସର୍ଭାଇକାଲ କ୍ୟାନ୍ସର) ହେଉଛି ମହିଳାମାନଙ୍କଠାରେ ଦେଖାଦେଉଥିବା ୪ର୍ଥ ସର୍ବାଧିକ ସାଧାରଣ କ୍ୟାନ୍ସର। ବିଶ୍ୱରେ ଯେତେ ମହିଳା ଏହି ରୋଗରେ ପୀଡ଼ିତ, ତାହାର ଏକ-ତୃତୀୟାଂଶ କେବଳ ଭାରତରେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ରିପୋର୍ଟରୁ ଜଣାପଡ଼ିଛି। ତେବେ ଓଡ଼ିଶାରେ କିଶୋରୀ ଓ ମହିଳାଙ୍କ ପାଇଁ ବଡ଼ ଆଶ୍ୱସ୍ତି । ମିଳିବ ‘ଜରାୟୁ କ୍ୟାନସର’ ସୁରକ୍ଷା କବଚ । ଦିଆଯିବ ହ୍ୟୁମାନ ପାପିଲୋମା ଭାଇରସ୍ (ଏଚ୍ପିଭି) ଇଞ୍ଜେକ୍ସନ୍ । ସମସ୍ତଙ୍କୁ ବ୍ୟୟ ବହୁଳ ଇଞ୍ଜେକ୍ସନ୍ […]
ଖଣି ଅଫିସରଙ୍କ ଘରୁ ମିଳିଲା ୪ କୋଟି । ଓଡ଼ିଶା ଭିଜିଲାନ୍ସ ଇତିହାସରେ ସବୁଠାରୁ ବଡ଼ ନଗଦ ଜବତ । କଟକ ସର୍କଲ ଖଣି ଉପ ନିର୍ଦ୍ଦେଶକ ଦେଵବ୍ରତ ମହାନ୍ତିଙ୍କ ଘରେ ଟଙ୍କାର ପାହାଡ଼ ।ଖଣି ଉପନିର୍ଦ୍ଦେଶକଙ୍କ ତିନୋଟି ଠିକଣାରେ ଚଢ଼ାଉ ହୋଇଛି ।ଜଣେ ଲାଇସେନ୍ସ ପ୍ରାପ୍ତ କୋଇଲା ବ୍ୟବସାୟୀଙ୍କ କାରବାରରେ ସହାୟତା ପାଇଁ ଖଣି ଉପନିର୍ଦ୍ଦେଶକ ଶ୍ରୀ ଦେବବ୍ରତ ମହାନ୍ତି ୩୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ଏନେଇ ବ୍ୟବସାୟୀ ଭିଜିଲାନ୍ସକୁ ଜଣାଇବା ପରେ […]
ପାରାଦୀପ ତାରିଣୀଗଡ଼ାରେ ଛାତରୁ ପଡି ମୃତ୍ୟୁ ଘଟଣାରେ ମିଳିଲା ମୃତକଙ୍କ ପରିଚୟ । ମୃତକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା କୋଲର ଅଞ୍ଚଳର ଜଣେ ଯୁବତୀ । ସେ ଗତ ଶନିବାର ଠାରୁ ନିଖୋଜ ଥିଲେ । ସାରଳା ରୋଡ ନିକଟରୁ ବିହାରର ଜଣେ ଯୁବକ ବାଇକରେ ଲିଫ୍ଟ ଦେବା ବାହାନାରେ ପାରାଦୀପ ନେଇ ଆସିଥିଲେ । ଦୁଷ୍କର୍ମ ପରେ ୪ ମହଳା ଛାତ ଉପରୁ ଠେଲିଦେଇଥିle । ସିସିଟିଭି ଫୁଟେଜରୁ ମିଳିଲା ସାଂଘାତିକ ତଥ୍ୟ। ଅଭିଯୁକ୍ତକୁ ପାରାଦୀପ […]
ମେଷ – ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ | ପରିବାରରେ ମନୋମାଳିନ୍ୟ ଦେଖାଦେବ । ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ | ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ | କର୍ମକ୍ଷେତ୍ରରେ ଉଚ୍ଚସ୍ଥଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ | ବୃଷ – ଆଜି ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ | କର୍ମକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ପ୍ରଶଂସା ମିଳିପାରେ | ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ | ପରିବାରରେ ସଦସ୍ୟଙ୍କ ସହ କୌଣସି […]
