୨୦୨୬ ମାର୍ଚ୍ଚ ମାସରେ ବିଭିନ୍ନ ପର୍ବପର୍ବାଣୀ ଏବଂ ସାପ୍ତାହିକ ଛୁଟି ଯୋଗୁଁ ମୋଟ୍ ୧୮ ଦିନ ବ୍ୟାଙ୍କ ବନ୍ଦ ରହିବ। ଆସନ୍ତୁ ନଜର ପକାଇବା ମାର୍ଚ୍ଚ ମାସର ବ୍ୟାଙ୍କ ଛୁଟି ତାଲିକା ଉପରେ | ତେବେ ବ୍ୟାଙ୍କ ଶାଖା ବନ୍ଦ ରହିଲେ ମଧ୍ୟ ନେଟ୍ ବ୍ୟାଙ୍କିଙ୍ଗ୍, ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଏବଂ ଏଟିଏମ୍ ସେବା ଜାରି ରହିବ । ରବିବାର ପଡ଼ୁଥିବାରୁ ସାରା ଦେଶରେ ୧/୮ / ୧୫ /୨୨ /୨୯ ବ୍ୟାଙ୍କ ବନ୍ଦ ରହିବ । ୨ […]
ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ପରେ ଏନସିଇଆରଟିର ୟୁ ଟର୍ଣ୍ଣ । ସୁପ୍ରିମ୍କୋର୍ଟଙ୍କ ତୀବ୍ର ସମାଲୋଚନା ପରେ କ୍ଷମା ମାଗିଛି ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ(ଏନସିଆରଟି) । ବିବାଦୀୟ ବିଷୟ ‘ନ୍ୟାୟପାଳିକା ଦୁର୍ନୀତି’ ବିଷୟକୁ ନେଇ କ୍ଷମା ପ୍ରାର୍ଥନା କରିଛି ଏନସିଆରଟି । ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ ଅନୁଚିତ ବିଷୟବସ୍ତୁ ଅନ୍ତର୍ଭୁକ୍ତ କରିବା ପାଇଁ କ୍ଷମା ପ୍ରାର୍ଥନା କରିଛି। ସମ୍ପୂର୍ଣ୍ଣ ଅଜାଣତରେ ଏଭଳି ଭୁଲ ହୋଇଥିବା ବୋଲି ବର୍ଣ୍ଣନା କରିଛି ଏନସିଆରଟି । […]
ଆଜି ଫଗୁ ଦଶମୀ। ଫାଲଗୁନ ଶୁକ୍ଳପକ୍ଷ ଦଶମୀ ତିଥି ଠାରୁ ଫଗୁ ବା ଅବିର ଦେବତାଙ୍କ ସେବାରେ ଲାଗେ। ଏହା ହେଉଛି ହୋଲି ପର୍ବର ପୂର୍ବ ପର୍ବ। ଆଜି ମହାପ୍ରଭୁ ଫଗୁ ଖେଳିବା ସହ ଚାଚେରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଫଗୁ ଦଶମୀରେ ଶ୍ରୀମନ୍ଦିରରେ ଆଜି ମଧ୍ୟାହ୍ନ ଧୂପ ଶେଷ ହେବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ସ୍ୱତନ୍ତ୍ର ବିମାନରେ ବସି ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ବିଜେ […]
ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଲା । ମାର୍ଚ୍ଚ ୧୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ ।ମାର୍ଚ୍ଚ ୫ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ, ୬ ତାରିଖରେ ଯାଞ୍ଚ। । ମାର୍ଚ୍ଚ ୯ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ।ସେହିପରି ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ […]
ଆରପାରିରେ ଲୋକନୃତ୍ୟ ଗୁରୁ ପଦ୍ମଶ୍ରୀ ଉଛବ ଚରଣ ଦାସ। କଟକ ଚୌଦ୍ବାରସ୍ତିତ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା । ଓଡ଼ିଶାର ପାରମ୍ପରିକ ‘ଘୋଡ଼ା ନାଚ’କୁ ବିଶ୍ୱସ୍ତରରେ ପରିଚିତ କରାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏଥାପାଇଁ ତାଙ୍କୁ ୨୦୨୦ରେ ପଦ୍ମଶ୍ରୀ ସମ୍ମାନ ମିଳିଥିଲା । ଏହା ଆଗରୁ ସେ ୧୯୯୭–୯୮ ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ମଧ୍ୟ ପାଇଥିଲେ । […]
ମେଷ : ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ। ବୃଷ:ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି। ମିଥୁନ: ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି […]
ପୁରୀ ସମୁଦ୍ର କୂଳରେ କରାଯାଇଛି ବ୍ୟାଗେଜ୍ ଲକର୍ ସିଷ୍ଟମ୍।ସମୁଦ୍ର ବାଲିରେ ନିଜର ବ୍ୟାଗ୍ ରଖି ସମୁଦ୍ରକୁ ସ୍ନାନ କରିବାକୁ ଯାଆନ୍ତି ପର୍ଯ୍ୟଟକ। ଏଥିପାଇଁ ବିଭିନ୍ନ ସମୟରେ ବ୍ୟାଗ ଚୋରି ହୋଇଯାଉଥିବା ଅଭିଯୋଗ ହୋଇ ଆସୁଥିଲା। ଏହାକୁ ଦୃଷ୍ଟିରେ ରଖି ପୁରୀ ପୌରସଂସ୍ଥା ପକ୍ଷରୁ ଏକ ନିଆରା ପଦକ୍ଷେପ ନିଆଯାଇଛି।ତେବେ ବ୍ୟାଗେଜ୍ ଲକର୍ ବ୍ୟବସ୍ଥା ଆପଣାଇବାକୁ ହେଲେ ପ୍ରଥମେ ସେଠାରେ ଲାଗିଥିବା କ୍ୟୁଆର୍ କୋଡ୍ ସ୍କାନ କରିବା ପରେ ଲୋକେସନ୍ ଅନ୍ କରି ଆବଶ୍ୟକୀୟ ତଥ୍ୟ ଦେବାକୁ ପଡିବ। […]
ଅଶୋଧିତ ତେଲ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏହି ନୂଆ ନିୟମ ୩୧ ମେରୁ ସାରା ଦେଶରେ କାର୍ଯ୍ୟକାରୀ ହେବ। କେନ୍ଦ୍ର ଏ ସମ୍ପର୍କରେ ଏକ ସରକାରୀ ବିଜ୍ଞପ୍ତି ଜାରି କରିସାରିଛି। ଯାହା ଫଳରେ ଆଗାମୀ ଦିନରେ ତେଲର ମୂଲ୍ୟରେ ଯଥେଷ୍ଟ ହ୍ରାସ ହେବାର ସମ୍ଭାବନା ରହିଛି।ବର୍ତ୍ତମାନର ନିୟମ ଅନୁଯାୟୀ, ଅଶୋଧିତ ପାମ୍ ତେଲ, ଅଶୋଧିତ ସୋୟାବିନ୍ ତେଲ ଓ ଅଶୋଧିତ ସୂର୍ଯ୍ୟମୁଖୀ ତେଲ ଉପରେ ୨୦ ପ୍ରତିଶତ […]
ସବୁଠୁ କୁନି ପରିକ୍ଷାର୍ଥୀ । ଉଚ୍ଚତା ମାତ୍ର ଦେଢ଼ ଫୁଟ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ସାଙ୍ଗରେ ଅଛନ୍ତି ଭାଇ। ଏଦୃଶ୍ୟ ହେଉଛି ଢେଙ୍କାନାଳ ଜିଲ୍ଲା କାନପୁର ପଞ୍ଚାୟତିରାଜ ହାଇସ୍କୁଲର। ଯେଉଁଠି ମାଟ୍ରିକ ପରୀକ୍ଷା ଦେଉଛନ୍ତି ସବୁଠାରୁ କମ୍ ଉଚ୍ଚତା ବିଶିଷ୍ଟ ୧୦ମ ଶ୍ରେଣୀର ଛାତ୍ରୀ । ନାଁ ତାଙ୍କର ସୁମିତା ନାୟକ। ସେ ମହୁଲପାଳ ଗ୍ରାମ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ। ତାଙ୍କ ଉଚ୍ଚତା ଦେଢ଼ ଫୁଟ୍ ଭିତରେ। […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ଯାଇ ତେଲ ଅଭିଭରେ ପହଞ୍ଚିଛନ୍ତି। ଇସ୍ରାଏଲୀ ପ୍ରତିନିଧି ବେଞ୍ଜାମିନ ନେତାନ୍ୟାହୁଙ୍କ ନିମନ୍ତ୍ରଣରେ ମୋଦୀ ଇସ୍ରାଏଲ ଯାଇଛନ୍ତି।ଇସ୍ରାଏଲ ପ୍ରଧାନମନ୍ତ୍ରୀ ତାଙ୍କ ପତ୍ନୀ ସାରା ନେତାନ୍ୟାହୁଙ୍କ ସହିତ ବେନ୍ ଗୁରିଅନ୍ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବ୍ୟକ୍ତିଗତ ଭାବରେ ସ୍ୱାଗତ କରିଥିଲେ। ଯାହା ଦୁଇ ନେତାଙ୍କ ମଧ୍ୟରେ ଘନିଷ୍ଠ ବ୍ୟକ୍ତିଗତ ସମ୍ପର୍କକୁ ସ୍ପଷ୍ଟ କରିଥିଲା। ମୋଦୀ ପହଞ୍ଚିବା ପରେ ଦୁଇ ପ୍ରଧାନମନ୍ତ୍ରୀ ପରସ୍ପରକୁ ଆଲିଙ୍ଗନ କରିଥିଲେ। ମୋଦୀ ଶେଷଥର […]
ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିବାହ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇ ଏକ ସ୍ୱତନ୍ତ୍ର ଚିଠି ପଠାଇଥିଲେ। ଯାହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।ପ୍ରଧାନମନ୍ତ୍ରୀ ମୋଦୀ ବିଜୟ ଦେବରକୋଣ୍ଡାଙ୍କ ପିତାମାତାଙ୍କୁ ଏକ ଚିଠିରେ ସମ୍ବୋଧିତ କରିଛନ୍ତି । ସେ ଲେଖିଛନ୍ତି, “ଶ୍ରୀମତୀ ମାଧବୀ ଏବଂ ଶ୍ରୀ ଗୋବର୍ଦ୍ଧନ ରାଓ ଦେବରକୋଣ୍ଡା […]
ଧାନକିଣା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ ଟୋକନ ସମୟ ସମାପ୍ତ ହୋଇଗଲେ ମଧ୍ୟ ଆଉ ୧୫ ଦିନ ପର୍ଯ୍ୟନ୍ତ ଏହି ଅବଧି ବଢ଼ାଯିବ। ରାଜ୍ୟରେ ସମସ୍ତ ଜିଲାପାଳ ଏହି ଅବଧି ସମୟ ବଢ଼ାଇ ପାରିବେ। ବିଳମ୍ବ କିମ୍ବା ସମସ୍ୟା ଯୋଗୁ ରାଜ୍ୟର ଚାଷୀଙ୍କୁ ବାଦ୍ ଦିଆଯିବ ନାହିଁ। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଧାନକିଣା ଜାରି ରହିବ ବୋଲି ମନ୍ତ୍ରୀ କହିଛନ୍ତି। ପୂର୍ବରୁ ଧାନ କ୍ରୟ ପ୍ରକ୍ରିୟାରେ କିଛି ବିଳମ୍ବ ଓ ଅଭିଯୋଗ ଥିବାବେଳେ, […]
