author

ଲାଲକିଲ୍ଲା ରାମଲୀଳାରେ  ଅଭିନୟ କରିବେ ଜୁଏଲ ଓରାମ।

ନେତାରୁ ଅଭିନେତା ବନିବେ ଜୁଏଲ ଓରାମ। ଏବେ ତାଙ୍କର ଅଭିନୟର ଯାଦୁ ଦେଖିବ ପୂରା ଦୁନିଆ।କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ ହିନ୍ଦୁ ମହାକାବ୍ୟ ରାମାୟଣର ପ୍ରମୁଖ ଚରିତ୍ର ନିଷାଦରାଜଙ୍କ ଭୂମିକାରେ ନଜର ଆସିବେ । ଲାଲକିଲ୍ଲା ମଇଦାନରେ ଆୟୋଜିତ ହେଉଥିବା ଲବ କୁଶ ରାମଲୀଳାରେ ତାଙ୍କୁ  ନିଷାଦରାଜ ଚରିତ୍ରରେ ଦେଖିବାକୁ ପାଇବେ ଦର୍ଶକ ।ଏନେଇ ଲବ କୁଶ ରାମଲୀଳା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଜଣେ ଜନଜାତି ନେତାରୁ କେନ୍ଦ୍ରମନ୍ତ୍ରୀ ହୋଇଥିବା ଜୁଏଲ୍ ଓରାମ ଏବେ ରାମଲୀଳାର […]

ଦୂର୍ଗାପୂଜା ପୂର୍ବରୁ କମିଲା ସୁନା ଦର, ଜାଣନ୍ତୁ ଦାମ୍

ଆଗକୁ ଆସୁଛି ଦଶହରା। ପାର୍ବଣ ଋତୁରେ ସୁନା ଗହଣା କିଣିବାକୁ ଚାହାଁନ୍ତି ପ୍ରତ୍ୟେକ ଭାରତୀୟ। ଯୋଜନା କରୁଥିବା ଗ୍ରାହକଙ୍କ ପାଇଁ ଆଜିର ଦରରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୧,୪୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୮,୭୯୦ ଟଙ୍କା ଛୁଇଁଛି ।ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୧,୪୧୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର […]

ଆସନ୍ତାକାଲି ଲଘୁଚାପ, ୧୫ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୧୩ ଅକ୍ଟୋବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଅନୁକୂଳ ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି ନଥିବାରୁ ଏହା ଅଧିକ ଘନୀଭୂତ ହୋଇ ଅବପାତ କିମ୍ବା ବାତ୍ୟାର ରୂପ ନେବାର ସମ୍ଭାବନା କମ୍ ବୋଲି ଆକଳନ କରାଯାଉଛି।ବର୍ତ୍ତମାନ ରାଜ୍ୟରେ କୌଣସି ବର୍ଷାର ସତର୍କତା ନଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । […]

ନିଉଟାଉନ କ୍ଲଷ୍ଟରସ୍ତରୀୟ ଶିଶୁ ପ୍ରତିଭା ଉତ୍ସବ ସୁରଭି  ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର ଅନ୍ତର୍ନିହିତ ତଥା ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଉଛି ଶିଶୁ ପ୍ରତିଭା ଉତ୍ସବ ‘ସୁରଭି’କାର୍ଯ୍ୟକ୍ରମ। ଏହି ପରିପ୍ରେକ୍ଷୀରେ ନିଉଟାଉନ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି।ଉଭୟ ଜୁନିୟର, ସବ ଜୁନିଅର ଏବଂ ସିନିୟର ବିଭାଗରୁ ମୋଟ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାଧାରଣ ଜ୍ଞାନ,କୁଇଜ,ତର୍କ ବକ୍ତୃତା, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ପ୍ରବନ୍ଧ, ଦେଶତ୍ମବୋଧ ସଙ୍ଗୀତ,ସୁନ୍ଦର ହସ୍ତାକ୍ଷର ଲିଖନ […]

ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗରେ ରାହୁଲ ପ୍ରମାଣ ଦିଅନ୍ତୁ: ଅନୁରାଗ ଠାକୁର

ରାହୁଲ ଗାନ୍ଧୀଙ୍କୁ କାଉଣ୍ଟର କଲେ ସାଂସଦ ଅନୁରାଗ ଠାକୁର । ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନକୁ ନେଇ ଟାର୍ଗେଟ କଲେ । ରାହୁଲଙ୍କୁ ହାୱା ହାୱାଇ ନେତା କହି ସମାଲୋଚନା କଲେ । ବାରମ୍ବାର କୋର୍ଟରେ କ୍ଷମା ସତ୍ତ୍ୱେ କିଛି ଶିଖିଲେ ନାହିଁ । ଜରୁରୀ ପରିସ୍ଥିତି ବେଳେ କଂଗ୍ରେସ ଗଣତନ୍ତ୍ରକୁ ହତ୍ୟା କରିଥିଲା । ପୁଲିଂ ବୁଥ କବଜା କରି କଂଗ୍ରେସ ଜିତିବାର ନଜିର ରହିଛି । ଯଦି ଆରୋପ ଲଗାଉଛନ୍ତି , ତାହାଲେ ପ୍ରମାଣ ଦେବାକୁ […]

୪୦ଟି ଭାଷାରେ ରିଲିଜ ହେବ ରଣବୀର କପୁରଙ୍କ ‘ରାମାୟଣ’ !

ନବରାତ୍ରୀ ଆରମ୍ଭରୁ ଫିଲ୍ମ ପ୍ରେମୀଙ୍କ ପାଇଁ ଖୁସି ଖବର । ନଭେମ୍ବର ୫ରେ ରିଲିଜ୍ ହେବ ବିଶାଳ ପୌରାଣିକ ଚଳଚ୍ଚିତ୍ର ରାମାୟଣ-୧ା ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଅପକମିଂ ମଚ୍ ଆବେଟେଡ୍ ଏହି ଫିଲ୍ମର ଟିକେଟ୍ ବୁକିଂ ଦଶହରାରୁ ଆରମ୍ଭ ହୋଇଯିବ । ଭାରତର ଅନ୍ୟତମ ସର୍ବାଧିକ ଶ୍ରଦ୍ଧେୟ ମହାକାବ୍ୟକୁ ହେଉଥିବା ଏହି ଫିଲ୍ମର ମେକର୍ସଏ ନେଇ ସୂଚନା ଦେଇଛନ୍ତି ।ଦର୍ଶକମାନେ ଏହି ଫିଲ୍ମକୁ ଅନେକ ଦିନ ଧରି ଅପେକ୍ଷା କରିଛନ୍ତି । ଟ୍ରେଲର , ଟିଜର ଓ […]

ହକି ଓଡ଼ିଶାକୁ ହକି ଇଣ୍ଡିଆର କାରଣ ଦର୍ଶାଅ ନୋଟିସ୍, ବିଜେପି ସରକାର ଉପରେ ବର୍ଷିଲା ବିଜେଡି

ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶା ହକି ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇ ଶିଖର ଛୁଇଁଥିଲା କିନ୍ତୁ ବର୍ତ୍ତମାନ ଡବଲ ଇଞ୍ଜିନ ସରକାରଙ୍କ ହକି ପ୍ରତି ଉଦାସୀନତା ମନୋଭାବ ଯୋଗୁଁ ପରିଚୟ ହରାଇବାରେ ଲାଗିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତଥା ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଓ ଗଣମାଧ୍ୟମ ସଂଯୋଜକ ଡ.ଲେନିନ୍ ମହାନ୍ତି ଓଡ଼ିଶାର ହକି ପ୍ରତି ଅବହେଳା ନେଇ ବିଜେପି ସରକାରଙ୍କୁ ସମାଲୋଚନା […]

ଅର୍ଥନୀତିରେ ୨୦୨୬ ପାଇଁ ନୋବେଲ୍, ରବର୍ଟ ହଲ୍ ଓ ମାଇକେଲ୍ ଉଡଫୋର୍ଡଙ୍କ ନାଁ ଘୋଷଣା

ଅର୍ଥନୀତିରେ ୨୦୨୬ ନୋବେଲ୍ ପାଇଁ ରବର୍ଟ ହଲ୍ ଓ ମାଇକେଲ୍ ଉଡଫୋର୍ଡଙ୍କ ନାଁ ଘୋଷଣା । ଅର୍ଥନୀତି କ୍ଷେତ୍ରରେ ୨୦୨୬ ବର୍ଷ ପାଇଁ ନୋବେଲ୍ ସ୍ମାରକୀ ପୁରସ୍କାର ଘୋଷଣା କରାଯାଇଥିବା ସୂଚନା ମିଳିଛି । ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ ଇ. ହଲ୍ ଏବଂ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିତ ଭାବେ ଏହି ସମ୍ମାନ ପାଇଁ ଚୟନ କରାଯାଇଛି । ସାମଗ୍ରିକ ଅର୍ଥନୀତିକୁ ସ୍ଥିର ରଖିବା ପାଇଁ କ୍ଷୁଦ୍ର ଅର୍ଥନୈତିକ ନିଷ୍ପତ୍ତିର ଭୂମିକା ସମ୍ପର୍କିତ ଗବେଷଣା ପାଇଁ ଉଭୟଙ୍କୁ ଏହି […]

ଜନ୍ତର-ମନ୍ତରରେ ବିକ୍ଷୋଭ, ପ୍ରତିବାଦ ଉପରେ ରୋକ୍ ! ଧାରଣା-ପ୍ରଦର୍ଶନ ପାଇଁ ୩ଟି ନୂଆ ସ୍ଥାନ ନାଁ ଜାରି

ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିଥିବା ବେଳେ ଦିଲ୍ଲୀରେ ଧାରଣା ଓ ବିରୋଧ ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସ୍ଥାନକୁ ନେଇ ବଡ଼ ପରିବର୍ତ୍ତନ କରାଯାଇଛି ।ଦିଲ୍ଲୀର ରାମଲୀଳା ମୈଦାନ, ବୁରାରି ମୈଦାନ ଓ ପୂର୍ବ ଦିଲ୍ଲୀର ସିବିଡି ମୈଦାନରେ ପ୍ରତିବାଦ, ବିକ୍ଷୋଭ ଓ ଧାରଣା ଦିଆଯାଇ ପାରିବ । ଏହି ୩ ସ୍ଥାନରେ ଧାରଣା, ପ୍ରଦର୍ଶନ ଆୟୋଜନ କରିବା ପାଇଁ ବିସ୍ତୃତ ଓ ସଂଶୋଧିତ ଏସଓପି ଆସିବ ।ଦିଲ୍ଲୀ ପୋଲିସ […]

ନୟାଗଡ଼ରେ ନାଟ୍ୟକାର ରାମଚନ୍ଦ୍ର ଜୟନ୍ତୀ

ନୟାଗଡ଼,(ଓଡ଼ିଶା ଦର୍ପଣ):ପ୍ରଖ୍ୟାତ ନାଟ୍ୟକାର ତଥା ଓଡ଼ିଆ ସାହିତ୍ୟ ଆକାଶର ଅନନ୍ୟ ତାରକା ଦିବଂଗତ ରାମଚନ୍ଦ୍ର ମିଶ୍ରଙ୍କ ୧୦୭ତମ ଜନ୍ମ ବାର୍ଷିକୀ ଅବସରରେ ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମରେ ସ୍ଥିତ ତାଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାଟ୍ୟକାରଙ୍କ ପୁତ୍ର ଡ଼. ଶରତଚନ୍ଦ୍ର ମିଶ୍ର, ଡ. ଗିରୀଶଚନ୍ଦ୍ର ମିଶ୍ର, ଶିକ୍ଷାବିତ୍ ବିଶ୍ଵନାଥ ମହାପାତ୍ର, ଡ଼.ରବିନାରାୟଣ ପଣ୍ଡା, ବାବୁଲି ସାମନ୍ତରାୟ, ଆଡଭୋକେଟ ପ୍ରତାପ ନନ୍ଦ, ଶିକ୍ଷକ […]

ଗଣତନ୍ତ୍ରରେ ଜନତାଙ୍କ ବିଶ୍ୱାସକୁ ସୁଦୃଢ଼ କରିବା ପାଇଁ ‘SIR’ ଅତ୍ୟାବଶ୍ୟକ – ମୁଖ୍ୟମନ୍ତ୍ରୀ

ଦିଲ୍ଲୀରେ ବିରୋଧୀଙ୍କ ପ୍ରତିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଏକ୍ସ’ରେ ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ।ସଠିକ୍ ଭୋଟର ତାଲିକା ସୁନିଶ୍ଚିତ କରିବା କେବଳ ପ୍ରଶାସନିକ ଆବଶ୍ୟକତା ନୁହେଁ । ବରଂ ଏହା ଗଣତନ୍ତ୍ରରେ ଜନତାଙ୍କ ବିଶ୍ଵାସକୁ ସୁଦୃଢ କରିବାକୁ ଅତ୍ୟାବଶ୍ୟକ ।

ବ୍ରହ୍ମପୁରରେ ନକଲି ହଳଦୀ ଓ ମରିଚ ଗୁଣ୍ଡ କାରଖାନା ଠାବ

ନକଲି ଟମାଟୋ ସସ୍‌, ବେଆଇନ ତେଲ ପରେ ଏବେ ନକଲି ଖାଦ୍ୟ ମସଲା ତିଆରି ଫ୍ୟାକ୍ଟ୍ରି ଠାବ ।ବ୍ରହ୍ମପୁରରେ ଦୁଇ ବଡ଼ ନକଲି ମସଲା କରାଖାନା ଉପରେ ପୁଲିସର ଚଢ଼ାଉ । ୩୦ କୁଇଣ୍ଟାଲ ନକଲି ମସଲା ସହ ୪ ମିଲିଙ୍ଗ୍ ମେସିନ୍ ଜବତ । ବଡ଼ବଜାର ଥାନା ପୋଲିସ ରବିବାର ବିଳମ୍ବିତ ରାତିରେ ଲକ୍ଷ୍ମୀ ନୃସିଂହ ନଗର ସପ୍ତମ ଲାଇନ ଓ ପ୍ରହଲ୍ଲାଦ ନଗରରେ ଥିବା ନକଲି ମସଲା କାରଖାନା ଉପରେ ଚଢ଼ାଉ କରିଥିଲା । […]